ଏକ ପରମ ସତ୍ୟ

କଥାଟିଏ - ଯାଯାବର

ଜଣେ ବ୍ୟକ୍ତି ତାଙ୍କ ଗୁରୁଙ୍କୁ ପ୍ରଣାମ ଜଣାଇବାକୁ ଆସିଲେ। ସେ ସାଙ୍ଗରେ ତାଙ୍କ ପୋଷା କୁକୁର ଛୁଆକୁ ନେଇ ଆସିଥିଲେ। ସଦ୍ୟ କିଣିଥିବା କୁକୁର ଛୁଆଟିକୁ ନେଇ ସେ ଅତ୍ୟନ୍ତ ଉଲ୍ଲସିତ ଥିଲେ। ଗୁରୁଙ୍କ ଠାରୁ ଆଶୀର୍ବାଦ ନେଇ ସେ ଫେରିଗଲେ।

ଏହାର କିଛି ମାସ ପରେ ସେହି ବ୍ୟକ୍ତି ଅତ୍ୟନ୍ତ ମ୍ରିୟମାଣ ହୋଇ ପୁଣି ଗୁରୁଙ୍କ ପାଖକୁ ଆସିଲେ। ସେ ଜଣାଇଲେ ଯେ କୁକୁର ଛୁଆଟି ଇତିମଧ୍ୟରେ ମରିଯାଇଛି ଏବଂ ତାକୁ ହରାଇ ଥିବାର ଦୁଃଖ ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି।

ଗୁରୁ କହିଲେ- ତୁମକୁ ଏବେ ଜୀବନର ଗୋଟିଏ ପରମ ସତ୍ୟ ବିଷୟରେ କହୁଛି। ତୁମେ ଜାଣିବା ଦରକାର ଯେ କୌଣସି ଜିନିଷ ତୁମେ ଆହରଣ କରିବାର ବା ଲାଭ କରିବାର ଅର୍ଥ ହେଉଛି ତାହା ପାଇବାର ସୁଖ ସହିତ ଦୁଃଖ ଆହରଣ କରିବା। କାରଣ ଏ ସଂସାରର କୌଣସି ଚିଜ ଚିରସ୍ଥାୟୀ ନୁହେଁ। ତୁମେ ଲାଭ କରିଥିବା ପ୍ରତିଟି ଚିଜ ଭିତରେ ତାକୁ କେବେ ନା କେବେ ହରାଇବାର ବୀଜଟି ଲୁଚି ରହିଥାଏ। ଏହି ସତ୍ୟକୁ ବୁଝି ପାରିଥିବା ଲୋକ ଅଧିକ କିଛି ଆହରଣ କରିବାକୁ ଚାହାନ୍ତି ନାହିଁ। ଯଦି ବା କିଛି ଆହରଣ କରନ୍ତି, ତେବେ ତା’ ଭିତରେ ଲୁଚି ରହିଥିବା ଏହି ସତ୍ୟଟିକୁ ବୁଝି ପାରିଥିବାରୁ ଚିଜକୁ ହରାଇଲେ ବି ନିଜକୁ ପ୍ରକୃତିସ୍ଥ କରି ରଖି ପାରନ୍ତି। ଏବେ ଏ କଥାଟିକୁ ବୁଝି ନିଜକୁ ସମ୍ଭାଳି ନିଅ।

ସମ୍ବନ୍ଧିତ ଖବର