ଏବେ ବହୁ ରାଷ୍ଟ୍ରୀୟ ପୁ˚ଜିପତି ଓ ଉଦ୍ୟୋଗପତିମାନେ ଲାଭ, ଲୋଭ, ଲାଳସାକୁ ଚରିତାର୍ଥ କରିବା ପାଇଁ ଚା’, ପାନ, ଜଳଖିଆ, ଫଳ, ପନିପରିବା, ଲୁଗାପଟା ଏବ˚ ଗୃହସାମଗ୍ରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ଆବଶ୍ୟକ ସାମଗ୍ରୀ ସହର ଓ ସହରତଳି ଲୋକଙ୍କ ଘରେ ମନଲୋଭା ଢଙ୍ଗରେ ପହଞ୍ଚାଇ ଦେବା ଆରମ୍ଭ କଲେଣି। ଏହି ଆଳରେ ଖୁଚୁରା ବେପାରରେ ସେମାନଙ୍କ ଅନୁପ୍ରବେଶ ଭାରତୀୟ କ୍ଷୁଦ୍ର ଖୁଚୁରା ବ୍ୟବସାୟୀଙ୍କ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି କରିଛି। ଵାଲ୍ମାର୍ଟ, ଆମାଜନ୍, ଆଲିବାବା, ଟେସ୍କୋ ଓ ରିଲାଏନ୍ସ ଇତ୍ୟାଦି ଇ-କମର୍ସ କ˚ପାନିଗୁଡ଼ିକ ହେତୁ ଦେଶରେ ପାରମ୍ପରିକ ଖୁଚୁରା ବ୍ୟବସାୟ ପ୍ରବଳ ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହେଉଛି। କିନ୍ତୁ ମନେ ହୁଏ, ଏହି ବୃହତ୍ କ˚ପାନିଗୁଡ଼ିକ ସତେ ଯେମିତି ଭାରତୀୟ ପାର˚ପରିକ ଖୁଚୁରା ବ୍ୟବସାୟକୁ ସମ୍ପୂର୍ଣ୍ଣ ତଳିତଳାନ୍ତ କରିବା ଲାଗି ବଦ୍ଧପରିକର। ସୁତରା˚, ଆମ ଦେଶର ପାର˚ପରିକ ଖୁଚୁରା ବ୍ୟବସାୟ ଲାଗି ମୃତ୍ୟୁ ଘଣ୍ଟି ବାଜିଲାଣି ବୋଲି ଅନେକ ବିଦ୍ବାନ ମତ ଦେଉଛନ୍ତି।
ତେବେ, ଇ-କମର୍ସ କ˚ପାନିଗୁଡ଼ିକ ଲୋକପ୍ରିୟ ହେବା ପୂର୍ବରୁ ବଡ଼ ବଡ଼ ସପିଂ ମଲ୍ଗୁଡ଼ିକ ମଧୢ ଭାରତୀୟ ପାର˚ପରିକ ଖୁଚୁରା ବ୍ୟବସାୟକୁ ଆଘାତ ପହଞ୍ଚାଇ ସାରିଥିଲେ। ଏହା ସମସ୍ତେ ଜାଣନ୍ତି ଯେ ଭାରତର କୋଟି କୋଟି ସ˚ଖ୍ୟକ କ୍ଷୁଦ୍ର ଖୁଚୁରା ବ୍ୟବସାୟୀ ସପି˚ ମଲ୍ରେ ମିଳୁଥିବା ଦ୍ରବ୍ୟ ତୁଳନାରେ ଶସ୍ତାରେ ଆପଣା ଦ୍ରବ୍ୟ ବିକ୍ରି କରିଥାଆନ୍ତି। ତଥାପି, ସାଧାରଣ ଗ୍ରାହକ ସପି˚ ମଲ୍ଗୁଡ଼ିକର ମନଲୋଭା ପରିବେଶ ଓ ଦ୍ରବ୍ୟ ବିକ୍ରି କରିବାର ଆକର୍ଷଣୀୟ ଶୈଳୀ ତଥା ଗୋଟିଏ ଛାତ ତଳେ ସମସ୍ତ ଦ୍ରବ୍ୟର ଉପଲବ୍ଧତା ଦ୍ବାରା ପ୍ରଭାବିତ ହୋଇ ସେହିଆଡେ଼ ମୁହାଁଇବାରେ ଲାଗିଲେ। ଏହା ପରେ ଯେତେବେଳେ ଇ-କମର୍ସର ପଦାର୍ପଣ ହେଲା ଏହାର ଆକର୍ଷଣ ‘ସପି˚ ମଲ୍’ଗୁଡ଼ିକ ଠାରୁ ଆହୁରି ବଢ଼ିଗଲା, କାରଣ ଏହା ଦ୍ବାରା ଜଣେ ଗ୍ରାହକ ଘରେ ବସି ଜିନିଷ ଅର୍ଡର କରିପାରିଲା ଏବ˚ ତାହା ତା’ ଦୁଆର ମୁହଁରେ ପହଞ୍ଚିଗଲା। ସ୍ବାଭାବିକ ଭାବେ ଏହା ଦ୍ବାରା ଆମ ଦେଶର ପାର˚ପରିକ ଖୁଚୁରା ବ୍ୟବସାୟ ଆହୁରି କ୍ଷତିଗ୍ରସ୍ତ ହେଲା।
ଇ-କମର୍ସର ସପକ୍ଷବାଦୀମାନେ କହନ୍ତି ଯେ ଭାରତରେ ଖୁଚୁରା ବଜାରକୁ ଏଭଳି ବିଦେଶୀ ବା ଦେଶୀ ପୁଞ୍ଜି ପଶିଲେ କର୍ମନିଯୁକ୍ତିର ଦୁଆର ଖୋଲିବ। ଏହା କିନ୍ତୁ ଗ୍ରହଣୀୟ ହୋଇପାରୁନାହିଁ। ଉଦାହରଣ ସ୍ବରୂପ ଵାଲ୍ମାର୍ଟ କମ୍ପାନି ପୃଥିବୀର ୧୭୦ଟି ଦେଶରେ ଚଳାଇଥିବା ଖୁଚୁରା ବ୍ୟବସାୟରୁ ବାର୍ଷିକ ୫ଶହ ବିଲିୟନ୍ ଡଲାରର ବ୍ୟବସାୟ କରୁଥିବା ବେଳେ ଏହି କ˚ପାନି ନିୟୋଜିତ କରିଥିବା ମୋଟ କର୍ମଚାରୀଙ୍କ ସ˚ଖ୍ୟା ୨୨ଲକ୍ଷ। ଏଣେ ଭାରତର ଖୁଚୁରା ବ୍ୟବସାୟରେ ବସ୍ତୁତଃ ବାର୍ଷିକ ସେହି ୫ଶହ ବିଲିୟନ୍ ଡଲାରର କାରବାର ହେଉଥିବା ବେଳେ ଏ କ୍ଷେତ୍ରରେ ନିୟୋଜିତ ହୋଇ ଜୀବିକା ଅର୍ଜନ କରୁଥିବା ଲୋକଙ୍କ ସ˚ଖ୍ୟା ୫ କୋଟିରୁ ଅଧିକ ହେବ। ଏହି ଭାରତୀୟ ଖୁଚୁରା ବେପାରୀମାନେ କୃଷି, ଗ୍ରାମ୍ୟ କାରିଗରୀ, କୁଟୀରଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଆଦି ଦ୍ବାରା ଉତ୍ପାଦିତ ସାମଗ୍ରୀ ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚାଇ ଥାଆନ୍ତି। ଏହି ଦୃଷ୍ଟିରୁ ଭାରତୀୟ ସମାଜରେ କ୍ଷୁଦ୍ର ଖୁଚୁରା ବ୍ୟବସାୟର ଭୂମିକାକୁ ନଜରଅନ୍ଦାଜ କରାଯାଇ ନ ପାରେ। ଏହାକୁ ଦୃଷ୍ଟିରେ ରଖି ରାସ୍ତା କଡ଼ର ବିକ୍ରେତାଙ୍କ ଜୀବିକା ସୁରକ୍ଷା ସକାଶେ ଏକ ଆଇନ ୨୦୧୪ରେ ପ୍ରଣୀତ ହୋଇଛି। କିନ୍ତୁ ଏହା ଭାରତର ପାର˚ପରିକ ଖୁଚୁରା ବ୍ୟବସାୟକୁ ବିଶେଷ ବଳ ଦେଇ ପାରିନାହିଁ। କାରଣ ଇ-କମର୍ସର କଳା ଛାୟା ଖୁଚୁରା ବ୍ୟବସାୟକୁ ଅଧିକରୁ ଅଧିକ ଆଚ୍ଛାଦିତ କରିବାରେ ଲାଗିଛି।
ସ˚ପ୍ରତି କରୋନା ସ˚କ୍ରମଣ କାରଣରୁ ଘୋଷିତ ‘ଲକ୍ଡାଉନ୍’ ଭାରତୀୟ ଖୁଚୁରା ବ୍ୟବସାୟ ଲାଗି ଏକ ନୂଆ ଚ୍ୟାଲେ˚ଜ୍। ଏବେ ଇ-କମର୍ସର ଚାହିଦା ଓ ତାର ଯୌକ୍ତିକତା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ଭୁଲିଗଲେ ହେବ ନାହିଁ ଯେ ଏହା ପୂର୍ବରୁ କୌଣସି ଠାରେ କେବେ ହେଲେ ‘ଲକ୍ଡାଉନ୍’ ଭଳି ସ୍ଥିତି ଉପୁଜି ନ ଥିଲା। ଏହା ପ୍ରଥମ ଅନୁଭୂତି ହୋଇଥିବାରୁ ପରବର୍ତ୍ତୀ କାଳରେ ‘ଲକ୍ଡାଉନ୍’ ସମୟରେ କିଭଳି ପାର˚ପରିକ ଖୁଚୁରା ବ୍ୟବସାୟ ଚାଲି ପାରିବ, ସେ ଦିଗରେ ଉପାୟ ବାହାରିବା ଦରକାର। ଆଜି ‘ଲକ୍ଡାଉନ୍’ ବେଳେ ଭାରତୀୟ ପାର˚ପରିକ ଖୁଚୁରା ବ୍ୟବସାୟର ଅଣ୍ଟାରେ ଯେଉଁ ମାଡ଼ ବସିଛି, ତାର କ୍ଷତ ବହୁଦିନ ଯାଏ ରହିବ। କିନ୍ତୁ ଏଭଳି ଆଘାତ ଯେମିତି ପାର˚ପରିକ ଖୁଚୁରା ବ୍ୟବସାୟ ଉପରେ ଆଉ ନ ପଡ଼େ, ତାହା ଗୁରୁତ୍ବ ପାଇବା ଜରୁରୀ। ଏଭଳି ସ୍ଥିତିରେ ପାର˚ପରିକ ଖୁଚୁରା ବ୍ୟବସାୟୀମାନେ ମଧୢ ଏକଜୁଟ ହୋଇ ସୂଚନା ପ୍ରଯୁକ୍ତିର ଆଶ୍ରୟ ନେଇ ଇ-କମର୍ସ କାରବାରରେ ପ୍ରବେଶ କରିବା ଦରକାର। ସେଥି ଲାଗି ଉଦ୍ୟୋଗୀମାନେ ‘ଷ୍ଟାର୍ଟଅପ୍’ ବିକଶିତ କରିବା ଉଚିତ। ଏହା ସହିତ ସରକାର ସ୍ବଦେଶୀ କାରବାରର ଏ ପ୍ରଶସ୍ତ କ୍ଷେତ୍ରକୁ ସୁରକ୍ଷା ଦେବା ଲାଗି ଉପାୟ ସ୍ଥିର କରିବା ଆବଶ୍ୟକ।
ଭଗବତୀ ଭବନ, ୧୬ ଅଶୋକ ନଗର, ଭୁବନେଶ୍ବର
ମୋ: ୯୪୩୭୧୬୦୦୦୯