ପେଗାସସ୍‌ ସ୍ପାଏୱେର କ’ଣ ଓ କାହିଁକି?

ସ˚ଜୟ କୁମାର ସାମନ୍ତରାୟ

ପେଗାସସ୍‌ ସ୍ପାଏେଵରକୁ ନେଇ ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଉକ୍ତ ସଫ୍‌ଟୱେର ମାଧୢମରେ ଆଣ୍ତ୍ରଏଡ୍‌ ଓ ଆଇଫୋନ୍‌ରୁ ତଥ୍ୟ ସବୁ ଗୋପନରେ ସ˚ଗ୍ରହ କରାଯାଇପାରିବ, ଫୋନ୍‌ ମାଲିକଙ୍କ ଅଜ୍ଞାତସାରରେ। ପେଗାସସ୍‌ ହେଉଛି ଆତଙ୍କବାଦୀଙ୍କ ଗତିବିଧି ଉପରେ ଗୁଇନ୍ଦା ନଜର ରଖିବା ପାଇଁ ଉଦ୍ଦିଷ୍ଟ ଏକ ମାଲ୍‌ୱେୟାର- ଏହାକୁ ସ୍ପାଏୱେର ମଧ୍ୟ କୁହାଯାଏ। ଏହି ଗୁପ୍ତଚର ସଫ୍‌ଟୱେର କେବଳ ବିଭିନ୍ନ ଦେଶର ସରକାରମାନଙ୍କୁ ବିକ୍ରି କରାଯାଇଥାଏ, ଯାହାର ସମସ୍ତ ତଥ୍ୟ କେବଳ ସେହି ସରକାରମାନଙ୍କ ପାଖରେ ଅତି ଗୋପନୀୟ ଭାବେ ରଖାଯାଏ। ଏହା ଦ୍ବାରା ଆତଙ୍କବାଦୀ କାର୍ଯ୍ୟକଳାପ ଓ ସମ୍ଭାବ୍ୟ ଆକ୍ରମଣ ବିରୋଧରେ ଠିକଣା ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇପାରିଥାଏ।
ପେଗାସସ୍‌ର କାର୍ଯ୍ୟଶୈଳୀ ଆଜିର ଇଲେକ୍‌ଟ୍ରୋନିକ ସର୍ଭେଲାନ୍‌ସ, ଡିଜିଟାଲ୍‌ ଇଣ୍ଟେଲିଜେନ୍‌ସ, ସିଗ୍‌ନାଲ ଇଣ୍ଟେଲିଜେନ୍‌ସ ଓ ସାଇବର ଇଣ୍ଟେଲିଜେନ୍‌ସ ଉପରେ ପର୍ଯ୍ୟବସିତ। ଏହି ପ୍ରଯୁକ୍ତି ଅତ୍ୟନ୍ତ ଶକ୍ତିଶାଳୀ ଓ ଏହାର ଦୁରୁପଯୋଗ ବିପଦପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ ଦେଶର ପ୍ରତିରକ୍ଷା ପାଇଁ ବ୍ୟବହାର କରାଯାଇପାରେ। କିନ୍ତୁ କାଳ କ୍ରମେ ଏହାକୁ ବିଭିନ୍ନ ବ୍ୟକ୍ତିଙ୍କୁ ନିଶାଣ କରି ବ୍ୟବହାର କରାଯାଉଛି। ସେହି ପଦ୍ଧତି ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କ ଫୋନ୍‌କୁ ଏକ ମେସେଜ୍‌ ବା ମିସ୍‌ କଲ୍‌ ପଠାଯାଏ। ଏହା ପରେ ପରେ ସେହି ଫୋନ୍‌ରେ ସ୍ବତଃପ୍ରବୃତ୍ତ ଭାବେ ପେଗାସସ୍‌ ଭାଇରସ୍‌ ପ୍ରବେଶ କରିଯାଏ। ଫଳରେ ଫୋନ୍‌ର କ୍ୟାମେରା ସବୁ ସମୟ ପାଇଁ ଖୋଲା ରହିଯାଏ। ବ୍ୟକ୍ତିଙ୍କର ସବୁ କିଛି ରେକର୍ଡ ହେବା ସଙ୍ଗେ ସଙ୍ଗେ ପେଗାସସ୍‌ ପ୍ରେରକ ପାଖକୁ ସମସ୍ତ ଖବର, ଫଟୋ ଓ ଭିଡିଓ ଚାଲିଯାଏ। କିନ୍ତୁ ଏ ସଂପର୍କରେ ସ˚କ୍ରମିତ ମୋବାଇଲ ଫୋନ୍‌ର ମାଲିକଙ୍କୁ କିଛି ଜଣା ପଡ଼ି ନ ଥାଏ।

‘ଇକୋନମିକ୍‌ ଟାଇମ୍‌ସ’ର ଏକ ତଥ୍ୟ ଅନୁସାରେ ଏନ୍‌ଏସ୍‌ଓ ଗ୍ରୁପ୍‌ ୨୦୧୬ ମସିହାରେ ୧୦ଟି ସ୍ମାର୍ଟ ଫୋନ୍‌କୁ ଟ୍ୟାପ୍‌ କରିବା ପାଇଁ ୬,୫୦,୦୦୦ ଆମେରିକୀୟ ଡଲାର ଓ ଏହାକୁ ଯନ୍ତ୍ରସ୍ଥ କରିବା ପାଇଁ ୫ ଲକ୍ଷ ଡଲାର ଧାର୍ଯ୍ୟ କରିଥିଲେ। ସୁତରାଂ, ଏହା ଅତ୍ୟନ୍ତ ବ୍ୟୟବହୁଳ। ଅନ୍ତର୍ଜାତୀୟ ସ୍ତରରେ ପେଗାସସ୍‌ ପ୍ରୋଜେକ୍ଟ ତିଆରି ହୋଇଛି। ୨୦୧୯ ମସିହାରେ ୧୪୦୦ ସ୍ମାର୍ଟ ଫୋନ୍‌ ବ୍ୟବହାରକାରୀ ପେଗାସସ୍‌ ଆକ୍ରମଣର ଶିକାର ହୋଇଥିଲେ। ସେ ସମୟରେ ଆମ ଦେଶରେ ପେଗାସସ୍‌ ଝଡ଼ ସୃଷ୍ଟି ହୋଇନଥିଲା। କିନ୍ତୁ ୨୦୨୧ ମସିହାରେ ‘ଫର‌୍‌ବିଡେନ ଷ୍ଟୋରିଜ’ ଏବ˚ ‘ଆମନେଷ୍ଟି ଇଣ୍ଟରନ୍ୟାସନାଲ’ ପେଗାସସ୍‌ ସ˚କ୍ରମିତ ୫୦,୦୦୦ ସ୍ମାର୍ଟ ଫୋନ୍‌ ନମ୍ବର ପାଇଥିଲେ। ଏଥିରେ ନେତା, ସାମ୍ବାଦିକ, ମାନବାଧିକାର କର୍ମୀ, ବ୍ୟବସାୟୀ, ଅଧୢାପକ, ଡାକ୍ତର, ଇଞ୍ଜିନିୟର, ଆଇନଜ୍ଞ, କୂଟନୀତିଜ୍ଞ ଓ ମନ୍ତ୍ରୀ ଆଦି ବିଭିନ୍ନ ଶ୍ରେଣୀର ବ୍ୟକ୍ତି ବିଶେଷ ଅନ୍ତର୍ଭୁକ୍ତ। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସ˚କ୍ରମିତ ହୋଇଥିବା କିଛି ମୋବାଇଲ ଫୋନ୍‌କୁ ‘ଆମନେଷ୍ଟି ଇଣ୍ଟରନ୍ୟାସନାଲ ସିକ୍ୟୁରିଟି ଲ୍ୟାବ୍‌’ ଏବ˚ କାନାଡାର ‘ସିଟିଜେନ୍‌ ଲ୍ୟାବ୍‌’ରେ ପରୀକ୍ଷା ପାଇଁ ପଠାଯାଇଥିଲା। କେତେକ କ୍ଷେତ୍ରରେ ସ˚କ୍ରମଣର ପ୍ରମାଣ ମିଳିଥିଲା ଓ ଅନ୍ୟ କିଛି କ୍ଷେତ୍ରରେ ସ˚କ୍ରମଣ ପାଇଁ ଉଦ୍ୟମର ଚିହ୍ନ ମିଳିଥିଲା। ଏହି ୫୦,୦୦୦ ଫୋନ୍‌ରେ ୧୪୨ ଜଣ ଭାରତୀୟଙ୍କୁ ସ୍ପାଏେଵର ଜରିଆରେ ଟାର୍ଗେଟ୍‌ କରାଯାଇଛି।

ପେଗାସସ୍‌ ବାବଦରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଟ୍ବିଟ୍‌ରୁ ଜଣାପଡ଼ିଛି ଯେ ଏନ୍‌.ଏସ୍‌.ଏ. ଦ୍ବାରା ପରିଚାଳିତ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଚିବାଳୟର ବଜେଟ୍‌ ୨୦୧୬-୧୭ ଆର୍ଥିକ ବର୍ଷରେ ୩୩ କୋଟି ଟଙ୍କା ଥିଲା, ଯାହା ୨୦୧୭-୧୮ ଆର୍ଥିକ ବର୍ଷରେ ବୃଦ୍ଧି ପାଇ ୩୩୩ କୋଟିରେ ପହଞ୍ଚିଯାଇଛି। ତାଙ୍କ ହିସାବରେ ଏହାର ଦୁଇ ତୃତୀୟା˚ଶ ସାଇବର ସିକ୍ୟୁରିଟି ଗବେଷଣା ଲାଗି ବ୍ୟୟ ବରାଦ କରିଥିବା ବେଳେ ବାକି ଅର୍ଥରେ ବିଚାରପତି, ନିର୍ବାଚନ ଆୟୋଗ ଓ ସାମାଜିକ କର୍ମୀମାନଙ୍କ ପଛରେ ଗୁଇନ୍ଦାଗିରି ଲାଗି ପେଗାସସ୍‌ ସଫ୍‌ଟୱେର କ୍ରୟ ଲାଗି ଖର୍ଚ୍ଚ କରାଯାଇଛି।

ମହାମାରୀରେ ପୀଡ଼ିତ କଠିନ ସମୟରେ ଭାରତବର୍ଷ ଗତି କରୁଥିବା ବେଳେ ଜୁଲାଇ ୧୯ରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ପେଗାସସ୍‌ ସଫ୍‌ଟୱେର ଦୁରୁପଯୋଗ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ପାର୍ଲାମେଣ୍ଟରେ ଏ ପର୍ଯ୍ୟନ୍ତ ଅଚଳାବସ୍ଥା ଲାଗି ରହିଛି। ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ଦାବି କରିଛନ୍ତି ଯେ ସରକାର ପେଗାସସ୍‌ ପ୍ରସଙ୍ଗରେ ଗୃହରେ ଆଲୋଚନା କରନ୍ତୁ। ଏକ ବିଡ଼ମ୍ବନା ହେଲା, କରୋନାର ଦ୍ବିତୀୟ ଲହରିରେ ଦେଶ ଓ ଦେଶବାସୀ ଭୋଗିଥିବା କଷଣ ପ୍ରସଙ୍ଗ ଏହି ସଂସଦୀୟ ଅଧିବେଶନରେ ଆଲୋଚିତ ହୋଇପାରି ନାହିଁ।

ମୋ- ୯୪୩୮୧୨୬୯୯୪

ସମ୍ବନ୍ଧିତ ଖବର