ରାଜନୈତିକ ସ˚ସ୍କୃତି

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ବି˚ଶ ଶତାବ୍ଦୀର ଷଷ୍ଠ ଦଶକ ବେଳକୁ ବିଶ୍ବରେ ନୂଆ ସ୍ବାଧୀନ ରାଷ୍ଟ୍ର ଓ ଉପନିବେଶମୁକ୍ତ ସ୍ବାୟତ୍ତତାର ରାଜନୈତିକ ଚିନ୍ତନ ଆରମ୍ଭ ହେବା କଥା, କିନ୍ତୁ ହେଲା ନାହିଁ। ତା’ର ଦୁଇଟି କାରଣ ସ୍ପଷ୍ଟ। ଗୋଟିଏ କାରଣ ଏହି ଯେ ନିଜକୁ ଉଦାରବାଦୀ କହୁଥିବା ବିଶ୍ବର ବୌଦ୍ଧିକ ସ˚ପଦର ଅଧିକାରୀ ରାଷ୍ଟ୍ରଗୁଡ଼ିକ ଏ ପରିବର୍ତ୍ତନକୁ କୁଣ୍ଠାର ସହିତ ଗ୍ରହଣ କରିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଥିଲେ ବହୁ ଶତାବ୍ଦୀର ପୁରୁଣା ସାମ୍ରାଜ୍ୟବାଦୀ ଶକ୍ତି, ଇ˚ଲଣ୍ତର ଥିଲା ସଗର୍ବେ ଘୋଷିତ (ଏବେ ମଧୢ) ରାଜତନ୍ତ୍ରୀୟ ଗଣତନ୍ତ୍ର, ଆମେରିକାର ଥିଲା ୟୁରୋପୀୟ ସାମ୍ରାଜ୍ୟବାଦର ପରିତ୍ୟକ୍ତ ଭୂମି ଉପରେ ଠିଆ ହୋଇଥିବା ଏକ ଦ୍ବନ୍ଦ୍ବାତ୍ମକ ସ˚କଳ୍ପ। ଦ୍ବିତୀୟରେ ବିଶ୍ବର ସବୁତକ ଜ୍ଞାନକେନ୍ଦ୍ର ଥିଲେ ଏଇମାନଙ୍କ ଅକ୍ତିଆରରେ। ତେଣୁ ନୂଆ ସ୍ବାଧୀନ ରାଷ୍ଟ୍ରମାନଙ୍କ ଆଖିର ସ୍ବପ୍ନକୁ କିଏ ପଢ଼ିଥା’ନ୍ତା, କିଏ ଆରମ୍ଭ କରିଥା’ନ୍ତା ଏ ଚିନ୍ତନ?

ଭାରତ ଭଳି ନୂଆ ସ୍ବାଧୀନ ରାଷ୍ଟ୍ର ପାଖରେ ବଳବନ୍ତ ଅନୁଷ୍ଠାନ ନ ଥିଲା କି ନୂଆ ବୌଦ୍ଧିକ ସ˚ପଦ ଅର୍ଜିବାର ପାଶ୍ଚାତ୍ୟ ଜ୍ଞାନ-ପର˚ପରା ନ ଥିଲା। ଏକ ବିଶାଳ ସଭ୍ୟତା ହୋଇ ମଧୢ, ଭାରତ ପାଖରେ ନୂଆ ରାଷ୍ଟ୍ରର ତତ୍ତ୍ବ-ବିକାଶ ପାଇଁ ବୌଦ୍ଧିକ ପରିବେଶ ଅନୁକୂଳ ନ ଥିଲା। ସେତେବେଳେ ସହଜ ଥିଲା ପାଶ୍ଚାତ୍ୟ ଜ୍ଞାନ-ପର˚ପରାର ଅନୁସରଣ କରି ଅନ୍ତତଃ କିଛି ବୌଦ୍ଧିକ ଅନୁଷ୍ଠାନ ଓ ପ୍ରବୁଦ୍ଧ ଚିନ୍ତକ ନିର୍ମାଣ କରିବା; ତାହା ହିଁ ହେଲା। ସମ୍ବିଧାନର ପରିକଳ୍ପନା, ଭାଷା, ରୂପରେଖ ଆସିଲା ସେଇଠୁ। ଗଣତନ୍ତ୍ରର ପରିଭାଷା ବି ଆସିଲା ସେଇଠୁ। ଭାରତର ନାଗରିକଙ୍କ ପାଖରେ ରହିଗଲା କେବଳ ଗୋଟିଏ ସ୍ଥାନୀୟ କର୍ତ୍ତବ୍ୟ। ସେ କର୍ତ୍ତବ୍ୟଟି ହେଉଚି ନିଜ ରାଷ୍ଟ୍ରରେ ନିଜ ଅନୁକୂଳ ଗୋଟିଏ ରାଜନୈତିକ ସ˚ସ୍କୃତିର ନିର୍ମାଣ। କିନ୍ତୁ, କେହି ଜାଣିନଥିଲେ ଏ ରାଜନୈତିକ ସ˚ସ୍କୃତି ଠିକ୍‌ କ’ଣ, କାରଣ ଭାରତୀୟଙ୍କ ପାଇଁ ଭାରତୀୟ ରାଜନୈତିକ ସ˚ସ୍କୃତିର କୌଣସି ପାଠ ନ ଥିଲା କି ଅନୁମାନ ନ ଥିଲା।

ସ୍ବାଭାବିକ ଭାବରେ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ଜୀବନରେ, ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଗକୁ ବଢୁ ବଢୁ ଏ ସ˚ସ୍କୃତି ବିକଶିତ ହେବା କଥା। ଇଏ ହେଲା କି ନାହିଁ, ୟାର ବିଚାର ମଧୢ ଆମର ନିଜର ଅନୁଭୂତିର ଆଧାରରେ ହେବା କଥା। ତାହା ଏ ଯାଏଁ ହୋଇନାହିଁ। ବିଶ୍ବବିଦ୍ୟାଳୟମାନଙ୍କରେ ରାଜନୀତି ବିଜ୍ଞାନର ପାଠ୍ୟ ଭିତରେ ରାଜନୈତିକ ସ˚ସ୍କୃତିର ପାଠ ବି ସନ୍ନିବିଷ୍ଟ, କିନ୍ତୁ ତହିଁରେ ଆମର ଅନୁଭୂତିର ବୌଦ୍ଧିକ ସ˚ପଦ କାହିଁ? ଏବେ ବି ଦୁଇଜଣ ଆମେରିକାନ୍‌ ରାଜନୀତି ବିଜ୍ଞାନୀ ଗାବ୍ରିଏଲ ଆଲ୍‌ମଣ୍ତ୍‌ ଓ ସିଡ୍‌ନି ଭେର୍ବାଙ୍କ ଦ୍ବାରା ବିକଶିତ ତଥାକଥିତ ଥିଓରିକୁ ‘ରାଜନୈତିକ ସ˚ସ୍କୃତି’ ବିଷୟର ମୌଳିକ ତତ୍ତ୍ବ ଭାବରେ ବିଚାର କରାଯାଉଚି ଓ ତାକୁ ଇ ଏପଟ ସେପଟ କରି ବିଦ୍‌ବତ୍ତା ପ୍ରଦର୍ଶନ କରିବାର ଧାରା ଚାଲିଚି। ଆଲମଣ୍ତ ଓ ଭେର୍ବାଙ୍କ ରଚିତ ଗ୍ରନ୍ଥ ‘ଦ ସିଭିକ୍‌ କଲ୍‌ଚର‌୍‌’ ପ୍ରକାଶିତ ହୋଇଥିଲା ୧୯୬୩ରେ। ସେମାନେ ଆମେରିକା, ବ୍ରିଟେନ୍‌, ପଶ୍ଚିମ ଜର୍ମାନୀ, ଇଟାଲୀ ଓ ମେକ୍‌ସିକୋରେ ରାଜନୈତିକ ସ˚ସ୍କୃତି ଉପରେ ନଜର ରଖି, ସେଠାର ପରିବେଶର ଅନୁଧୢାନ କରି ଏ ନିଷ୍କର୍ଷରେ ପହଁଚିଥିଲେ ଯେ ରାଜନୈତିକ ସ˚ସ୍କୃତି ତିନି ପ୍ରକାରର: ସ˚କୀର୍ଣ୍ଣ (ପାରୋକିଆଲ୍‌), ସହଯୋଗୀ (ପାର୍ଟିସିପାଣ୍ଟ), ଆଜ୍ଞାକାରୀ (ସବ୍‌ଜେକ୍‌ଟ)। ସ˚କୀର୍ଣ୍ଣ ରାଜନୈତିକ ସ˚ସ୍କୃତିର ଅର୍ଥ, ନାଗରିକମାନେ କିଛି ବୁଝନ୍ତି ନାହିଁ କି ଜାଣନ୍ତି ନାହିଁ, ଯାହା ବି ହୁଏ ଚଳେ। ସହଯୋଗୀ ରାଜନୈତିକ ସ˚ସ୍କୃତିରେ ନାଗରିକମାନେ ନିଜକୁ ଗଣତନ୍ତ୍ରର ଅ˚ଶୀଦାର ମନେ କରନ୍ତି। ଆଜ୍ଞାକାରୀ ରାଜନୈତିକ ସ˚ସ୍କୃତିରେ ନାଗରିକମାନେ ନିଜକୁ ପ୍ରଜା ମନେ କରନ୍ତି ଓ ସରକାରଙ୍କ ଆଦେଶକୁ ଶିରୋଧାର୍ଯ୍ୟ ମଣନ୍ତି। ଆଲ୍‌ମଣ୍ତ ଓ ଭେର୍ବା ଏ ତତ୍ତ୍ବରେ ଉପନୀତ ହେଲେ ଯେ ଗଣତନ୍ତ୍ରର ସ୍ଥିରତା ପାଇଁ ଏ ତିନିଟି ଯାକ ଆବଶ୍ୟକ। ଏ ହାସ୍ୟାସ୍ପଦ ନିଷ୍କର୍ଷର ଅର୍ଥ ଏଇଆ ଯେ ଗଣତନ୍ତ୍ରର ସ୍ଥିରତା ପାଇଁ ଅଜ୍ଞତା, ବଶ୍ୟତା ଓ ସହଯୋଗିତାର ଗୋଟେ ମିଶ୍ରଣ ଦରକାର। ଏ ମିଶ୍ରଣକୁ ଦୁଇ ଆମେରିକାନ୍‌ ପଣ୍ତିତ ‘ସିଭିକ୍‌ କଲ୍‌ଚର‌୍‌’ ବା ନାଗରିକ ସ˚ସ୍କୃତି ବୋଲି ନାମ ଦେଇଚନ୍ତି, ବିସ୍ମୟର କଥା ଏ ପାଠ ଏବେ ମଧୢ ପଢ଼ା ଚାଲିଚି। ଏ ବହି ପଛରେ ଥିବା ତଥାକଥିତ ଗବେଷଣାରେ ମାତ୍ର ହଜାରେ ଲୋକଙ୍କୁ ପ୍ରଶ୍ନ ପଚାରି ତାଙ୍କର ଦୃଷ୍ଟିକୋଣ ସ˚ଗ୍ରହ କରାଯାଇଥିଲା ଓ ତାହାରି ଆଧାରରେ ଏ ତତ୍ତ୍ବ ବିକଶିତ ହୋଇଥିଲା। ୧୯୮୦ରେ ଏ ଦୁଇ ରାଜନୀତି ବିଜ୍ଞାନୀ ପୁଣି ପ୍ରକାଶିତ କଲେ ‘ସିଭିକ୍‌ କଲ୍‌ଚର‌୍‌ ରିଭିଜିଟେଡ୍‌’। ଏଥିରେ ସେମାନେ ସ୍ପଷ୍ଟ କଲେ ଯେ ଦେଶର ରାଷ୍ଟ୍ରନୀତି, ଅର୍ଥନୀତି ଓ ବହୁ ଅନ୍ୟ ସ୍ଥିତି ମଧୢ ରାଜନୈତିକ ସ˚ସ୍କୃତିକୁ ପ୍ରଭାବିତ କରିପାରେ। କିନ୍ତୁ କଥା ସେଇଠି ରହିଗଲା। ମୋର କହିବାରେ ଆଦୌ ଦ୍ବିଧା ନାହିଁ ଯେ ଯେଉଁ ବିଦ୍ବାନମାନଙ୍କ ଦୃଷ୍ଟିରେ ଅଜ୍ଞତା ଓ ବଶ୍ୟତା ଗଣତନ୍ତ୍ରର ସ୍ଥିରତା ପାଇଁ ଜରୁରୀ ସେମାନେ ଛଦ୍ମ ଗଣତନ୍ତ୍ରୀ, ପ୍ରକୃତରେ ସେମାନେ ସାମ୍ରାଜ୍ୟବାଦର ପୃଷ୍ଠପୋଷକ। ଆଗରୁ କହିଚି, ଏବେ ମଧୢ କହିବାରେ ମୋର ଆଦୌ ଦ୍ବିଧା ନାହିଁ ଯେ ପାଶ୍ଚାତ୍ୟ ଉଦାରବାଦୀ ଗଣତନ୍ତ୍ରର ଧମନୀରେ ସାମ୍ରାଜ୍ୟବାଦୀ ରକ୍ତ ଏବେ ମଧୢ ପ୍ରବାହିତ ହେଉଚି, ତାଙ୍କ ଉଦାରବାଦ ଏକ ଛଦ୍ମ। ପ୍ରକୃତ ଉଦାରବାଦ ଭାରତୀୟ ଗଣତନ୍ତ୍ରରେ ହିଁ ଅଛି, ୟାର ବିଭିନ୍ନ ଦୁର୍ବଳତା ସତ୍ତ୍ବେ। ନିଜ ଗୋଡ଼ରେ ନିଜେ ଠିଆ ହୋଇ ରାଷ୍ଟ୍ର ରଚନା ଭାରତୀୟଙ୍କ ସୌଭାଗ୍ୟ। ସେ ସୌଭାଗ୍ୟର ପରିଣତି ଭାରତୀୟ ଉଦାରବାଦ।

କିନ୍ତୁ ଉଦାର ଭାରତରେ ‘ରାଜନୈତିକ ସ˚ସ୍କୃତି’ର ତତ୍ତ୍ବାୟନ କାହିଁକି ହୋଇନାହିଁ? ଭାରତୀୟ ଛାତ୍ରଙ୍କ ଆଗରେ କେବଳ ଚଉସ୍ତରି ବର୍ଷର ଗଣତାନ୍ତ୍ରିକ ଅନୁଭୂତି ନାହିଁ, ଅନ୍ତତଃ ପାଞ୍ଚହଜାର ବର୍ଷର ସଭ୍ୟତାର ଇତିହାସ ଅଛି। ଏଥିରୁ କ’ଣ ଆମର ରାଜନୈତିକ ସ˚ସ୍କୃତି ନିର୍ମାଣ ସମ୍ଭବ ନୁହେଁ? ପାଠ୍ୟ ପୁସ୍ତକରେ ରାଜନୈତିକ ସ˚ସ୍କୃତିର ଭାରତୀୟ ବ୍ୟାଖ୍ୟାନ ନ ରହିଲେ ଅଳ୍ପ ବୟସରୁ ରାଷ୍ଟ୍ର ଓ ରାଜନୀତି ପ୍ରତି ସେମାନଙ୍କର ଦୃଷ୍ଟିକୋଣ ନିର୍ମିତ ହେବ କେମିତି?

ରାଜନୈତିକ ସ˚ସ୍କୃତିର ଗୋଟିଏ ସ˚ଜ୍ଞା ଦରକାର। ସେ ସ˚ଜ୍ଞା ସବୁ ନାଗରିକଙ୍କ ମନ ଭିତରେ ଅଛି। ତାକୁ ରାଷ୍ଟ୍ରର ମନସ୍ତତ୍ତ୍ବ ଭାବରେ ଦେଖିବାର ପ୍ରକ୍ରିୟାଟି ‘ରାଜନୈତିକ ସ˚ସ୍କୃତି’। ‘ଲୋକମତ’, ରାଜନୈତିକ ସ˚ସ୍କୃତି ନୁହେଁ। କୌଣସି ଗୋଟିଏ ଘଟନା ବା ନିଷ୍ପତ୍ତି ପ୍ରତି ଲୋକଙ୍କ ଦୃଷ୍ଟିକୋଣ ବି ରାଜନୈତିକ ସ˚ସ୍କୃତି ନୁହେଁ। ସତ୍ତା, ସତ୍ତାଧାରୀ, ସତ୍ତା-ବିପକ୍ଷ, ସତ୍ତା-ପରିଚାଳନା ଏସବୁ ପ୍ରତି ନାଗରିକ ଦୃଷ୍ଟିକୋଣର ଗଭୀର ସ˚ରଚନାକୁ ରାଜନୈତିକ ସ˚ସ୍କୃତି କୁହାଯିବ।

ସତ୍ତା ପ୍ରତି ଭାରତୀୟଙ୍କ ଦୃଷ୍ଟିକୋଣ କ’ଣ? ଭାରତୀୟମାନେ ବହୁଭାଷୀ, ବହୁଧର୍ମୀୟ, ବହୁ ପନ୍ଥାନୁଗାମୀ, ବହୁଳତାବାଦୀ, ଜ୍ଞାନମାର୍ଗୀ, ସମନ୍ବୟୀ ପର˚ପରାର ବାହକ। ଭାରତୀୟଙ୍କ ସ˚ସ୍କାର ଭିତରେ ବହୁଳତାବାଦୀ, ଉଦାରତାର ଜୀବନ୍ତ ଅବଶେଷ ଏବେ ମଧୢ ଅଛି। ଏଠି ସତ୍ତାର ଅର୍ଥ ଶକ୍ତି ନା ପ୍ରଭାବ? ଅଲୌକିକରେ ଆସ୍ଥା ରଖୁଥିବା ଭାରତୀୟମାନେ ସର୍ବଶକ୍ତିମାନ ମଣିଷରେ ବିଶ୍ବାସ କରନ୍ତି ନାହିଁ କି ସେପରି ବ୍ୟକ୍ତିକୁ ବିଶ୍ବାସ କରନ୍ତି ନାହିଁ। ଭାରତୀୟଙ୍କ ପାଇଁ ଏବେ ମଧୢ ଈଶ୍ବର ହିଁ ସର୍ବଶକ୍ତିମାନ। ଭାରତୀୟ ଲୋକଦୃଷ୍ଟିରେ ଏ ସ୍ବାତନ୍ତ୍ର୍ୟ ଆଉ କେଉଁଠି ନାହିଁ। ତେଣୁ ସତ୍ତାକୁ ମଣିଷ ହାତରେ ଏକ କ୍ରୀଡ଼ନକ ମନେ କରନ୍ତି ଭାରତୀୟମାନେ। ସେମାନେ ଭାବନ୍ତି, ଏ ସତ୍ତା ଈଶ୍ବରଙ୍କ କୃପାରୁ ବ୍ୟକ୍ତିକୁ ମିଳିଚି। ସେମାନେ ସତ୍ତାଧାରୀକୁ ନା ଈର୍ଷା କରନ୍ତି ନା ସତ୍ତାର ଲୋଭ କରନ୍ତି। ସବୁ ଆମେରିକାନ୍‌ ପିଲା ଭବିଷ୍ୟତ୍‌ରେ ଆମେରିକାର ରାଷ୍ଟ୍ରପତି ହେବାର ସ୍ବପ୍ନ ଦେଖନ୍ତି। ଭାରତୀୟ ପିଲାମାନେ ଭାରତର ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି ହେବାର ସ୍ବପ୍ନ ଦେଖନ୍ତି ନାହିଁ। କାରଣ ମଣିଷ ହାତରେ ଶକ୍ତିକୁ ନେଇ ଏକ ପ୍ରକାରର ଦାର୍ଶନିକ ହେୟଜ୍ଞାନ ଭିତରେ ସେମାନେ ବଡ଼ ହୁଅନ୍ତି। ଉଭୟ ସତ୍ତା ଓ ସତ୍ତାଧାରୀକୁ ନେଇ ଭାରତୀୟ ନାଗରିକଙ୍କ ମନରେ କୌଣସି ପୂର୍ବନିର୍ଦ୍ଧାରିତ ଦୃଷ୍ଟିକୋଣ ନ ଥାଏ।

ଭାରତୀୟ ଲୋକବିମର୍ଶରେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ବା ଶକ୍ତିଶାଳୀ ଲୋକ ପ୍ରତିନିଧି ବା ଶକ୍ତିଶାଳୀ ରାଜନେତା କୁହାଯାଏ ନାହିଁ। ଯଦିବା କେବେ କୁହାଯାଏ ତାହା ଯଥେଚ୍ଛାଚାରିତାର ଭର୍ତ୍ସନା ପାଇଁ। ନାଗରିକ ମନରେ ଗୋଟେ ତିକ୍ତ ଭାବ ଥାଏ। ବ୍ୟକ୍ତିକୁ ସତ୍ତା ବଳରେ ବଳୀୟାନ ନ କରିବା ତ ଗଣତନ୍ତ୍ରର ଯାବତୀୟ ପ୍ରକ୍ରିୟା, ତହିଁରେ ଭାରତୀୟ ରାଜନୈତିକ ସ˚ସ୍କୃତିରେ ସତ୍ତା-ବନ୍ଦନା ସ୍ବାଭାବିକ ଭାବରେ ବ୍ୟବହୃତ ନ ହେବା, ଏକ ଗଣତନ୍ତ୍ରମୁଖୀ ସୁଗୁଣ। ସତ୍ତା-ବିପକ୍ଷ ବା ସତ୍ତା-ବିରୋଧର ଅର୍ଥ ବୁଝିବା ସତ୍ତାଧାରୀଙ୍କ ସହିତ ସତ୍ତା ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବ୍ୟକ୍ତି ବିଶେଷ ଓ ତାଙ୍କୁ ନେଇ ପ୍ରଚଳିତ ବ୍ୟବସ୍ଥା। ଠିକ୍‌ ଅର୍ଥରେ ବୁଝିଲେ ଭାରତୀୟମାନଙ୍କ ମନରେ ସତ୍ତା-ବିରୋଧ ମଧୢ ସେଇ ସତ୍ତାକ୍ରୀଡ଼ାର ଅ˚ଶ। ସେମାନେ ସତ୍ତା-ବିପକ୍ଷରୁ ବିଶେଷ କିଛି ଅନୁମାନ କରନ୍ତି ନାହିଁ। ସତ୍ତା-ପରିଚାଳନା ଗଣତାନ୍ତ୍ରିକ ରାଷ୍ଟ୍ରର ସବୁଠୁ ବଡ଼ ଦୃଶ୍ୟମାନ ଅଙ୍ଗ। ସତ୍ତା-ପରିଚାଳନାର ଅର୍ଥ ସରକାର ବା ବ୍ୟବସ୍ଥା। ୟାକୁ ନେଇ ଯେଉଁ ସ˚ସ୍କୃତି ବିକଶିତ ହୋଇଚି ତା’ର ବିଶେଷ ବ୍ୟାଖ୍ୟା ଜରୁରୀ। କେତୋଟି ନିଷ୍କର୍ଷ ସ୍ବୟ˚ସିଦ୍ଧ ହୋଇ ଆମ ସମ୍ମୁଖରେ: (୧) କୌଣସି ସରକାର ଖରାପ ନୁହନ୍ତି, ସରକାର ଚଳାଉଥିବା ଲୋକେ ଖରାପ। ଅର୍ଥାତ୍‌ ସରକାରଙ୍କ ଉଦ୍ଦେଶ୍ୟ ମନ୍ଦ ନୁହେଁ, ପରିଚାଳନା ଦୋଷଦୁଷ୍ଟ। (୨) ସରକାରୀର ଅର୍ଥ ମାଲିକାନାହୀନ ଦାୟିତ୍ବହୀନତା। ସରକାର କା ମାଲ୍‌ ଦରିଆରେ ଡାଲ୍‌! (୩) ସରକାରଙ୍କ ନୀତି ଅସ୍ପଷ୍ଟ, ସରକାରୀ ପରିଚାଳନା ଅପାରଦର୍ଶୀ। (୪) ସରକାରୀ କାର୍ଯ୍ୟ ମନ୍ଥର, ଯଦିଓ ବିଶ୍ବାସଯୋଗ୍ୟ (୫) ସରକାରଙ୍କ ମୋହର ସ˚ଭ୍ରମ ଓ ସମ୍ମାନର ବସ୍ତୁ। (୬) ସରକାର ତୃଣମୂଳ ସ୍ତରର ଲୋକଜୀବନ ସହିତ ପରିଚିତ ନୁହନ୍ତି। (୭) ସରକାରୀ ଆଦେଶର ଉଲ୍ଲ˚ଘନ କରାଯାଏନି, କିନ୍ତୁ ବ୍ୟକ୍ତି ଅନୁସାରେ ସରକାରଙ୍କ ଆଦେଶ ସ˚ଶୋଧିତ ହୋଇପାରେ। ସତ୍ତା-ପରିଚାଳନା ଭାରତୀୟଙ୍କ ରାଜନୈତିକ ସ˚ସ୍କୃତିର ଏକ ଦ୍ବନ୍ଦ୍ବାତ୍ମକ ପ୍ରତୀକ। ବିନା ସତ୍ତାର ପରିଚାଳନାରେ ସତ୍ତାର ରାଜନୀତି ଅସମ୍ଭବ, ଏକାଧାରରେ ସତ୍ତାର କୁପରିଚାଳନା ସରକାରକୁ ରାଜନୀତିର ଆଧାର ଭାବରେ ପ୍ରତିଷ୍ଠିତ କରାଏ। ରାଜନୀତି-ନିରପେକ୍ଷ ଶାସନ ସମ୍ଭବ ନୁହେଁ ବୋଲି ଭାବନ୍ତି ଭାରତୀୟମାନେ। ସତ୍ତାର ପରିଚାଳନାରେ ଆଉ ଗୋଟିଏ ରାଜନୈତିକ ଅଙ୍ଗ ପ୍ରତିନିଧି ଚୟନ। ନିର୍ବାଚନୀ ଗଣତନ୍ତ୍ରରେ ନାଗରିକଙ୍କ ରାଜନୈତିକ ବିଚାର ଗୁରୁତ୍ବପୂର୍ଣ୍ଣ, କିନ୍ତୁ ନାଗରିକ ପ୍ରତିନିଧି ଚୟନରେ ଲୋକେ ଦଳ ଦେଖି ପ୍ରାର୍ଥୀ ମନୋନୟନ କଥା ଭାବନ୍ତି, କାରଣ ପ୍ରାର୍ଥୀମାନଙ୍କ ସୁକୃତ, ସହୃଦୟତା ଓ ବ୍ୟକ୍ତିତ୍ବ, ଏଗୁଡ଼ିକ ଜଣେ ଦଳ-ମନୋନୀତ ପ୍ରାର୍ଥୀ ପାଖରେ ସମାନ ପରିମାଣରେ ନ ଥାଇପାରେ। ମତ ଦେବାର ଅଧିକାର ସମସ୍ତେ ବୁଝନ୍ତି, କିନ୍ତୁ ମତ ଦେଇ କାହାକୁ ଜୟଯୁକ୍ତ କରାଯିବ, ସେଇଠି ବିଚାର ବିଫଳ ହୋଇଯାଏ। ତେଣୁ ନିର୍ବାଚନୀ ଗଣତନ୍ତ୍ରକୁ ନେଇ ଭାରତୀୟଙ୍କ ରାଜନୈତିକ ସ˚ସ୍କୃତି ସନ୍ଦିଗ୍‌ଧତାର, ଶଙ୍କାର।

ବିଧାନସଭାରେ ଲୋକପ୍ରତିନିଧିଙ୍କ ପ୍ରତି ନାଗରିକ ଦୃଷ୍ଟିକୋଣ ସମ୍ମାନଜନକ, କିନ୍ତୁ ଲୋକକ୍ଷେତ୍ରରେ ବିଧାୟକଙ୍କ ଭୂମିକାକୁ ନେଇ ନିର୍ବାଚନୀ ସନ୍ଦିଗ୍‌ଧତାର ବିବିଧ ରୂପ। ଅନ୍ୟ ଭାବରେ କହିଲେ ବିଧାନ ବ୍ୟବସ୍ଥାକୁ ଲୋକେ ସ˚ଭ୍ରମ ଓ ସମ୍ମାନର ଦୃଷ୍ଟିରେ ଦେଖନ୍ତି, କିନ୍ତୁ ରାଜନେତାଙ୍କ ବ୍ୟକ୍ତିତ୍ବ ଲୋକକ୍ଷେତ୍ରରେ ଚର୍ଚ୍ଚିତ, ବିବାଦାସ୍ପଦ ଓ ସ୍ଥଳବିଶେଷରେ ନିନ୍ଦିତ ହୁଏ। ସତ୍ତାକୈନ୍ଦ୍ରିକ ରାଜନୀତିର ଭାରତୀୟ ଦୃଶ୍ୟପଟ ୟୁରୋ-ଆମେରିକାନ୍‌ ଦୃଶ୍ୟପଟ ଠାରୁ ବହୁଦିଗରୁ ଭିନ୍ନ। ଏଠି ଦାସ୍ୟତା ବା ବଶ୍ୟତା, ଅଜ୍ଞତା ଅଚଳ ବୋଲି ସିଦ୍ଧ ହୋଇ ସାରିଲାଣି। ଭାରତର ସାଧାରଣ ଦରିଦ୍ର ଅପାଠୁଆ ଲୋକଟିଏ ବି ସତ୍ତା-ରାଜନୀତିର ଗୋଟିଏ ସ˚ସ୍କୃତିରେ ବଞ୍ଚେ, କାରଣ ବ୍ୟକ୍ତିଗତ ଜୀବନରେ ଭାରତର ନ୍ୟୂନତମ ସାଧାରଣତା ହେଉଛି ‘ସ˚ସ୍କାର’! ଦରିଦ୍ରର ବ୍ୟବହାର ସ˚ସ୍କାରହୀନ ନୁହେଁ କି ସେ ଆସ୍ଥାହୀନ ବ୍ୟକ୍ତି ନୁହେଁ। ୧୯୫୮ରେ ଏଡଵାର୍ଡ ବାନ୍‌ଫିଲ୍‌ଡ ଇଟାଲୀର ରାଜନୈତିକ ସ˚ସ୍କୃତିର ବିଚାର ଆଳରେ ଗୋଟିଏ ନିଷ୍କର୍ଷରେ ଉପନୀତ ହୋଇଥିଲେ ତାଙ୍କର ‘ଦ ମୋରାଲ୍‌ ବେସିସ୍‌ ଅଫ୍‌ ଏ ବ୍ୟାକ୍‌ଵାର୍ଡ ସୋସାଇଟି’ ରଚନାରେ। ତାଙ୍କର ନିଷ୍କର୍ଷ ଥିଲା ଏହି ଯେ ଦରିଦ୍ର ଲୋକେ ଆର୍ଥିକ ଦୁଃସ୍ଥିତି ହେତୁ ନିଜ କୁଟୁମ୍ବ ବ୍ୟତୀତ ଆଉ କାହାରି ଉପରେ ବିଶ୍ବାସ କରନ୍ତି ନାହିଁ। ସେତେବେଳର ଦରିଦ୍ର ଇଟାଲୀ ପାଇଁ କଥାଟା ଠିକ୍‌ ହୋଇପାରେ, ବ୍ୟକ୍ତିନିଷ୍ଠ ଆସ୍ଥାଶୂନ୍ୟ ୟୁରୋ-ଆମେରିକାନ୍‌ଙ୍କ ପାଇଁ ବି କଥାଟା ଠିକ୍‌ ହୋଇପାରେ, କିନ୍ତୁ ଭାରତର ନ୍ୟୂନତମ ଦରିତ୍ରତମ ନାଗରିକ ବି ମାଟି, ମା’, ଈଶ୍ବର, ଧର୍ମ ଓ ବ୍ୟବସ୍ଥା ଉପରେ ଆସ୍ଥା ରଖେ। ନିଜ ଅଜାଣତରେ ସେ ଏକ ରାଜନୈତିକ ସ˚ସ୍କୃତିର ସମ୍ଭାବନାକୁ ଉଜାଗର କରି ରଖେ। ଏ ସ˚ସ୍କୃତି ଭାରତରେ ସକାରାତ୍ମକ। ମୁଁ ନିଃସ˚କୋଚରେ, ଗର୍ବର ସହିତ କହିପାରେ ଯେ ବର୍ତ୍ତମାନ ଭାରତରେ ସକାରାତ୍ମକ ରାଜନୈତିକ ସ˚ସ୍କୃତିର ନବନିର୍ମାଣ ଆରମ୍ଭ ହୋଇଚି।

‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ, ସବ୍‌କା ପ୍ରୟାସ’ ରାଜନୈତିକ ଭାରତର ଉଦ୍‌ଘୋଷଣ। ପଞ୍ଚସ୍ତରିତମ ସ୍ବାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତର ପରିକଳ୍ପନାରେ ସହଭାଗିତା ଓ ସହଯୋଗିତାର ଏ ଯେଉଁ ସ୍ଲୋଗାନ୍‌ ଲୋକାର୍ପିତ ହେଲା, ୟାକୁ ଭାରତୀୟ ରାଜନୈତିକ ସ˚ସ୍କୃତିର ମୌଳିକ ତତ୍ତ୍ବ ଭାବରେ ବିକଶିତ କରିବାରେ ଦ୍ବିଧା କାହିଁକି? ଆଲ୍‌ମଣ୍ତ ଓ ଭେର୍ବା ରାଜନୈତିକ ସ˚ସ୍କୃତିରେ ସହଯୋଗିତା (ପାର୍ଟିସିପେସନ୍‌)ର ଗୋଟିଏ ମାତ୍ର ଝଲକ ଦେଖିଥିଲେ। ଏ ତ ବର୍ତ୍ତମାନ ଭାରତରେ ପୂର୍ଣ୍ଣ ବିକଶିତ! ଏ ପରିକଳ୍ପନା ୨୦୪୭ ସୁଦ୍ଧା ଭାରତରେ ଗଣତନ୍ତ୍ରକୁ ଏକ ବିଶ୍ବ ମାନଦଣ୍ତ ଭାବରେ ପ୍ରତିଷ୍ଠିତ କରିବ କିପରି, ତାହା ଦେଖିବାକୁ ବାକି ରହିଲା। ୟାକୁ ରୂପ ଦେବାର ଦାୟିତ୍ବ କେବଳ ସତ୍ତାଧାରୀ, ସତ୍ତା-ବିପକ୍ଷ ବା ସତ୍ତା-ପରିଚାଳକଙ୍କର ନୁହେଁ, ବର˚ ସମଗ୍ର ସମାଜର। ଗଣତନ୍ତ୍ରର ସମାଜ ଏକ ରାଜନୈତିକ ସମାଜ। ଗଣତନ୍ତ୍ରର ଅଗ୍ରଗତି ସହିତ ରାଜନୈତିକ ସମାଜର ନିର୍ମାଣ କାର୍ଯ୍ୟ ବି ଏଠି ଚାଲିଥାଏ। ଯେଉଁ ସମାଜ ପଛରେ ସଭ୍ୟତାର ସୁଦୀର୍ଘ ପୃଷ୍ଠଭୂମି ଥାଏ, ଯେଉଁ ସଭ୍ୟତାର ଆଧାର ମାନବୀୟ ସ˚ସ୍କାର, ସେଠି ଗଣତନ୍ତ୍ର ଏକ ଆସ୍ଥା ଶୂନ୍ୟ ରାଜନୈତିକ କ୍ରୀଡ଼ାଭୂମି ନୁହେଁ। ସମସ୍ତ ବିଫଳତା ସତ୍ତ୍ବେ ଭାରତୀୟ ରାଜନୀତି ଓ ରାଜନେତା ଉଭୟେ ନିଜ ଅଜାଣତରେ ଏକ ମାନସିକତାକୁ ନେଇ ବ˚ଚନ୍ତି। ସେଇ ମାନସିକତା, ସହଭାଗିତା ଓ ସହଯୋଗିତାର ଆହ୍ବାନକୁ ରୂପ ଦେବ। ଭାରତୀୟ ରାଜନୀତି ବିଜ୍ଞାନୀଙ୍କ ହାତରେ ଭାରତୀୟ ଗଣତନ୍ତ୍ରର ବିପୁଳ ଅନୁଭୂତି-ସ˚ପଦ ଗଚ୍ଛିତ ହେଲା। ୟାର ବୌଦ୍ଧିକ ତତ୍ତ୍ବାୟନ ପାଠ-ପ୍ରବେଶ ଅପେକ୍ଷାରେ।

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର