ବିକଳ୍ପ ଇନ୍ଧନର ସନ୍ଧାନରେ

ବିଜୟ କେତନ ପଟ୍ଟନାୟକ

ଶକ୍ତି ହିଁ ବିକାଶର ଚାବିକାଠି। ଆମେ ପ୍ରାୟତଃ ୮୦ ପ୍ରତିଶତ ପାର˚ପାରିକ ଶକ୍ତି ଉପରେ ନିର୍ଭର କରି ଆସୁଛେ। ଯାହା ଜୀବାଶ୍ମ ଇନ୍ଧନ ଯଥା କୋଇଲା, ପେଟ୍ରୋଲ, ଡିଜେଲ ଓ ପ୍ରାକୃତିକ ଗ୍ୟାସ୍‌ରୁ ମିଳୁଛି। ବିଶେଷ କରି ପରିବହନ କ୍ଷେତ୍ରରେ ଡିଜେଲ ଓ ପେଟ୍ରୋଲର ବ୍ୟବହାର ମାତ୍ରାଧିକ ହେଉଥିବାରୁ, ଏଥିରୁ ନିର୍ଗତ ସବୁଜ ଗୃହ ବାଷ୍ପ ବାୟୁମଣ୍ତଳକୁ ଉତ୍ତପ୍ତ କରି ଚାଲିଛି। ତେଣୁ ବାୟୁମଣ୍ତଳକୁ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ଲକ୍ଷ୍ୟରେ, ପରିବହନ କ୍ଷେତ୍ରରେ ଅଣ ପାର˚ପରିକ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଉଛି। ଏହି କ୍ରମରେ ପରୀକ୍ଷିତ ହେଉଥିବା ଇନ୍ଧନ ମଧୢରେ ରହିଛି ଇଥାନଲ, ମିଥାନଲ, ବାୟୋଡିଜେଲ, ପ୍ରୋପେନ୍‌, ଘନୀଭୂତ ପ୍ରାକୃତିକ ଗ୍ୟାସ୍‌ (ସିଏନ୍‌ଜି), ହାଇଡ୍ରୋଜେନ, ବିଦ୍ୟୁତ୍‌ ଶକ୍ତି ଇତ୍ୟାଦି। ବିଦ୍ୟୁତ୍‌ ଚାଳିତ ଯାନବାହନକୁ ଭବିଷ୍ୟତ୍‌ରେ ବ୍ୟବହାର କରିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। କିନ୍ତୁ ପେଟ୍ରୋଲ, ଡିଜେଲ ବା ବାୟୋଡିଜେଲର ବିକଳ୍ପ ଇନ୍ଧନ ରୂପେ ଅନ୍ୟ ଏକ ଆବିଷ୍କାର ହେଉଛି ହାଇଡ୍ରୋଜେନ ଗ୍ୟାସ୍‌ ବା ଉଦ୍‌ଜାନ।

ହାଇଡ୍ରୋଜେନ ବା ଉଦ୍‌ଜାନ ହେଉଛି ପ୍ରଥମ ଧାଡ଼ିର ପ୍ରଥମ ମୌଳିକ ଉପାଦାନ। ଏହାର ଆଣବିକ କ୍ରମାଙ୍କ ହେଉଛି ୧। ହାଇଡ୍ରୋଜେନ ଅଣୁରେ ଗୋଟିଏ ପ୍ରୋଟନ (+) ଓ ଗୋଟିଏ ଇଲେକ୍‌ଟ୍ରନ (-) ରହିଛି। ସବୁଠାରୁ ହାଲୁକା ମୌଳିକ ଉପାଦାନ। ସାଧାରଣ ବାୟୁର ୧୫ ଭାଗରୁ ୧ ଭାଗ ଓଜନ ହୋଇଥିବାରୁ ବାୟୁମଣ୍ତଳରେ ଏହି ବାଷ୍ପ ଉପରକୁ ଉଠି ମିଳେଇଯାଏ ବା ବିସ୍ତାରିତ ହୋଇଯାଏ। ସାଧାରଣ ତାପ ଓ ଚାପରେ ହାଇଡ୍ରୋଜେନ ବାଷ୍ପ ରଙ୍ଗହୀନ, ଗନ୍ଧହୀନ, ସ୍ବାଦହୀନ ଏବ˚ ଅଣବିଷାକ୍ତ। ଦୁଇଟି ଶୁଦ୍ଧ ହାଇଡ୍ରୋଜେନ ପରମାଣୁର ଅମ୍ଳଜାନ ପରମାଣୁ ସହିତ ରାସାୟନିକ ମିଶ୍ରଣ ଘଟିଲେ ଜଳ ଓ ଶକ୍ତି ଉତ୍ପନ୍ନ ହୋଇଥାଏ। ଏହି ଶକ୍ତି ପ୍ରଦୂଷଣମୁକ୍ତ ହୋଇଥିବାରୁ ପରିବହନ କ୍ଷେତ୍ରରେ ବ୍ୟାପକ ବ୍ୟବହାର ପାଇଁ ପ୍ରଚେଷ୍ଟା ଜାରି ରହିଛି।

ଏହାକୁ ଏକ ବିକଳ୍ପ ଇନ୍ଧନ ରୂପେ ବ୍ୟବହାର କରାଯିବା ପ୍ରସଙ୍ଗରେ ଉଦ୍‌ଜାନର ସଂରକ୍ଷଣ ବା ଭଣ୍ଡାରଣ କଥା ଉଠିଥାଏ। ହାଇଡ୍ରୋଜେନକୁ ତିନିଟି ଅବସ୍ଥାରେ ସ˚ରକ୍ଷିତ କରାଯାଇପାରେ। କଠିନ, ତରଳ ଏବ˚ ବାଷ୍ପୀୟ। ଘନୀଭୂତ ପ୍ରାକୃତିକ ଗ୍ୟାସ୍‌ (ସିଏନ୍‌ଜି) ସଦୃଶ ହାଇଡ୍ରୋଜେନ୍‌ ଗ୍ୟାସ୍‌କୁ ମଧୢ ଚାପରେ ଘନୀଭୂତ କରି ‘ଫୁଏଲ ସେଲ୍‌’ ଜରିଆରେ ପରିବହନ କ୍ଷେତ୍ରରେ ବ୍ୟବହାର କରାଯାଇପାରେ। ତରଳ ଅବସ୍ଥାରେ ଗଚ୍ଛିତ ଥିବା ହାଇଡ୍ରୋଜେନ ଅନ୍ତରୀକ୍ଷ ଯାନର ରକେଟ୍‌ ଇ˚ଜିନ୍‌ରେ ବହୁ ଦିନ ହେଲାଣି ବ୍ୟବହୃତ ହୋଇ ଆସୁଛି। ଚନ୍ଦ୍ର ଉପଗ୍ରହକୁ ‘ଆପୋଲୋ’ ଓ ‘ଭୟେଜର’ ଅନ୍ତରୀକ୍ଷ ଯାନ ଏବ˚ ମଙ୍ଗଳ ଗ୍ରହକୁ ପ୍ରେରିତ ‘ଭାଇକିଙ୍ଗ୍‌’ ମିସନ୍‌ରେ ତରଳ ହାଇଡ୍ରୋଜେନକୁ ଇନ୍ଧନ ରୂପେ ବ୍ୟବହାର କରାଯାଇଥିଲା।

୨୦୧୨ ମସିହା ଫେବ୍ରୁଆରି ମାସରେ ଦିଲ୍ଲୀ ପ୍ରଗତି ମୈଦାନ ଠାରେ ଅନୁଷ୍ଠିତ ହୋଇଥିବା ‘ଅଟୋ ଏକ୍‌ସପୋ’ରେ ଦିଲ୍ଲୀ ଆଇ.ଆଇ.ଟି ତରଫରୁ ହାଇଡ୍ରୋଜେନ ଗ୍ୟାସ୍‌ ବ୍ୟବହାର କରି ତିନିଟି ଅଟୋ ରିକ୍‌ସା ଚଳାଯାଇଥିଲା। ଟାଟା ମୋଟର୍ସ ମଧୢ ‘ହାଇଡ୍ରୋଜେନ ଫୁଏଲ ସେଲ୍‌’ ବ୍ୟବହାର କରି ବସ୍‌ ଚଳାଇବାକୁ ପ୍ରସ୍ତୁତି ଚଳାଇଛି। ପୂର୍ବରୁ ଲଣ୍ତନ ଏବ˚ କାଲିଫର୍ଣ୍ଣିଆ ରାଜରାସ୍ତାରେ ହାଇଡ୍ରୋଜେନ ବ୍ୟବହାର କରି ବସ୍‌ ଯାତାୟାତ କରୁଛି। କିନ୍ତୁ ଏଥିପାଇଁ ଯେଉଁ ‘ଫୁଏଲ୍‌ ସେଲ୍‌’ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି, ତାହା ଅତ୍ୟନ୍ତ ବ୍ୟୟସାପେକ୍ଷ। କିନ୍ତୁ ଆଇ.ଆଇ.ଟି ଦିଲ୍ଲୀ ଦ୍ବାରା ବିକଶିତ ପ୍ରଯୁକ୍ତିରେ ହାଇଡ୍ରୋଜେନ ବ୍ୟବହାର କରି ଅଟୋ ରିକ୍‌ସା ଚଳାଇବା ବେଳେ, କେବଳ ଏହାର ଅନ୍ତର୍ଦହନ ଇ˚ଜିନ୍‌ରେ କିଛିଟା ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ବାବଦ ଖର୍ଚ୍ଚ ୫୦,୦୦୦ ଟଙ୍କା ଭିତରେ ସୀମିତ। ଗୋଟିଏ କିଲୋଗ୍ରାମ୍‌ ହାଇଡ୍ରୋଜେନ୍‌ ଗ୍ୟାସ୍‌ରେ ଅଟୋ ରିକ୍‌ସାଟି ପ୍ରାୟ ୮୦ରୁ ୮୫ କିଲୋମିଟର ଚାଲିପାରିବ। କିନ୍ତୁ ଏହି ଗ୍ୟାସ୍‌କୁ ଅନ୍ତର୍ଦହନ ଇ˚ଜିନ୍‌ରେ ବ୍ୟବହାର କରିବାର ଅନୁମତି ମିଳିନାହିଁ। ଏହାର ମୁଖ୍ୟ କାରଣ ହେଲା, ଏହାର ଅସ୍ବାଭାବିକ ବିସ୍ଫୋରକ ପ୍ରବୃତ୍ତି। ହାଇଡ୍ରୋଜେନ ବୋମା କଥା ଏବ˚ ଜାପାନର ହିରୋସିମା ଓ ନାଗାସାକି ଠାରେ ଏହାର ସ˚ହାର ଲୀଳା ଏ ପର୍ଯ୍ୟନ୍ତ ବିଶ୍ବବାସୀ ଭୁଲିନାହାନ୍ତି। ଅତୀତରେ ଏହି ଗ୍ୟାସ୍‌ ବ୍ୟବହାର ବେଳେ ଅନେକ ଦୁର୍ଘଟଣା ମଧୢ ଘଟିଛି। ତେଣୁ ଯାନବାହନରେ ଏହାକୁ ଇନ୍ଧନ ଭାବେ ବ୍ୟବହାର କଲେ ଖୁବ୍‌ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଦିଲ୍ଲୀ ଆଇ.ଆଇ.ଟି.ର ‘ବିକଳ୍ପ ଇନ୍ଧନ’ ବିଭାଗର ତତ୍‌କାଳୀନ ମୁଖ୍ୟଙ୍କ ଭାଷାରେ ହାଇଡ୍ରୋଜେନ କିଛି ମାତ୍ରାରେ ଏକ ଭିନ୍ନ ସ୍ବଭାବର ଅମାନିଆ ପିଲା ସଦୃଶ। ତାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ଥରେ ନିୟନ୍ତ୍ରିତ ହେଲେ ଏହା ଘନୀଭୂତ ପ୍ରାକୃତିକ ଗ୍ୟାସ୍‌ (ସିଏନ୍‌ଜି) ଠାରୁ ମଧୢ ଅଧିକ ପ୍ରଭାବୀ ସାବ୍ୟସ୍ତ ହେବ।

ଦ୍ବିତୀୟ ପ୍ରସଙ୍ଗଟି ହେଉଛି, ହାଇଡ୍ରୋଜେନ କିପରି ସହଜରେ ଉପଲବ୍‌ଧ ହେବ। ଇନ୍ଧନ ପାଇଁ ଏହାକୁ ପ୍ରସ୍ତୁତ କରିବାରେ କେତେ ଖର୍ଚ୍ଚ ହେବ! ଅର୍ଥନୈତିକ ବିଚାରରୁ ଏହା ଲାଭଦାୟକ ହେବ ନା ନାହିଁ! ବାସ୍ତବିକ ଦେଖିବାକୁ ଗଲେ, ହାଇଡ୍ରୋଜେନ ପୃଥିବୀରେ ମୁକ୍ତ ଅବସ୍ଥାରେ ଦେଖିବାକୁ ମିଳେ ନାହିଁ। ପୃଥିବୀର ବସ୍ତୁତ୍ବର କେବଳ ମାତ୍ର ୧ ପ୍ରତିଶତ ହେଉଛି ହାଇଡ୍ରୋ‌େଜନ। କିନ୍ତୁ ଏକାଧିକ ରାସାୟନିକ ଯୌଗିକ ଯଥା, ହାଇଡ୍ରୋକାର୍ବନ ଓ ଜଳରେ ପ୍ରଚୁର ପରିମାଣରେ ହାଇଡ୍ରୋଜେନ ଉପାଦାନ ରହିଛି। ଏହାର କାରଣ ହେଲା ଅନ୍ୟାନ୍ୟ ଅନେକ ମୌଳିକ ଉପାଦାନ ସହିତ ହାଇଡ୍ରୋଜେନ ଅଣୁ ବା ପରମାଣୁ ମିଶିଯାଇ କୋଭେଲେଣ୍ଟ ବଣ୍ଡ୍‌ ବା ସହ ସ˚ଯୋଜକ ବନ୍ଧ ସୃଷ୍ଟି କରିଥାଏ। ସମସ୍ତେ ଜାଣନ୍ତି, ସୌର ଜଗତ୍‌ର କେନ୍ଦ୍ରବିନ୍ଦୁ ସୂର୍ଯ୍ୟ ଏକ ଉତ୍ତପ୍ତ ପିଣ୍ତ, ସୂର୍ଯ୍ୟର ବସ୍ତୁତ୍ବର ୭୦ ପ୍ରତିଶତ ହାଇଡ୍ରୋଜେନ ଏବ˚ ୨୮ ପ୍ରତିଶତ ହିଲିୟମ ଅଟେ। କୁହାଯାଏ, ସୂର୍ଯ୍ୟ ସକଳ ଶକ୍ତିର ଆଧାର, ସୂର୍ଯ୍ୟଙ୍କ ଠାରୁ ମିଳୁଥିବା ଶକ୍ତିର ମୂଳ ଉତ୍ସ ହେଉଛି ସେଠାରେ ଥିବା ଉତ୍ତପ୍ତ ହାଇଡ୍ରୋଜେନ। ଅନେକ ବିଶେଷଜ୍ଞଙ୍କ ମତରେ ଯଦି ଜୈବିକ ବସ୍ତୁ ଜଳବାୟୁରୁ ହାଇଡ୍ରୋଜେନକୁ ପୃଥକ୍‌ କରାଯାଇପାରିବ, ତେବେ ନିଶ୍ଚିତ ଭାବରେ ଏହା ଶସ୍ତାରେ ଉପଲବ୍‌ଧ ହେବ। ଜଳ କଣିକାକୁ କୌଣସି ଜୀବାଶ୍ମ ଇନ୍ଧନ ବା ଅଣ ଜୀବାଶ୍ମ ଇନ୍ଧନ ଯଥା ସୌର ରଶ୍ମି, ପବନ ବା ଆଣବିକ ଶକ୍ତି ବ୍ୟବହାର କରି ଭାଙ୍ଗିଦେଲେ, ସେଥିରୁ ହାଇଡ୍ରୋଜେନ ବାହାରିବ ଏବ˚ ଦହନ ପରେ ଅବଶିଷ୍ଟ ଜଳକଣା, ଯେଉଁଠୁ ଆସିଲା, ସେହି ଜୈବ ମଣ୍ତଳକୁ ଫେରିଯିବ।

ପରିବେଶ ଦୃଷ୍ଟିକୋଣରୁ ବିଚାର କଲେ, ପରିବହନ ପାଇଁ ବ୍ୟବହୃତ ଯାନବାହନରେ ହାଇଡ୍ରୋଜେନର ବ୍ୟବହାର ଅତ୍ୟନ୍ତ ଉପାଦେୟ। ପେଟ୍ରୋଲ ବା ଡିଜେଲ ଭଳି ହାଇଡ୍ରୋଜେନ ଗ୍ୟାସ୍‌ର ଅନ୍ତର୍ଦହନରୁ ଅଙ୍ଗାରକାମ୍ଳ ବାଷ୍ପ ବା ଅର୍ଦ୍ଧ ଦହନରୁ କାର୍ବନ ମନୋକ୍‌ସାଇଡ ଆଦୌ ନିର୍ଗତ ହୋଇନଥାଏ। ଉପଜାତ ଭାବରେ କେବଳ ଜଳୀୟ ବାଷ୍ପ ଓ ନାଇଟ୍ରସ୍‌ ଅକ୍‌ସାଇଡ ହିଁ ବାହାରିଥାଏ। ନାଇଟ୍ରସ୍‌ ଅକ୍‌ସାଇଡ ଭଳି ପ୍ରଦୂଷକର ପୁନଃ ଚକ୍ରଣ କରି ଏବ˚ ଇ˚ଜିନ୍‌ରେ ଇଲେକ୍‌ଟ୍ରୋନିକ କ˚ଟ୍ରୋଲ ୟୁନିଟ୍‌ର ପ୍ରାବଧାନ କରି ନିୟନ୍ତ୍ରଣ କରାଯାଇପାରେ। ହାଇଡ୍ରୋଜେନକୁ ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନ୍‌ରେ ବ୍ୟବହାର କରାଯାଇପାରିବ। ପେଟ୍ରୋଲ ଚାଳିତ ମୋଟର ଯାନଗୁଡ଼ିକରେ ହାଇଡ୍ରୋଜେନ ଇନ୍ଧନକୁ ସିଧାସଳଖ ବ୍ୟବହାର କରାଯାଇପାରୁଥିବା ବେଳେ, ଡିଜେଲ ଇଞ୍ଜିନ୍‌ରେ ଏହାକୁ ବାୟୋଡିଜେଲ ପରି ଏକ ନିର୍ଦ୍ଦିଷ୍ଟ ଅନୁପାତରେ ମିଶ୍ରଣ କରିବାକୁ ପଡ଼ିଥାଏ। ହାଇଡ୍ରୋଜେନର ସମ୍ଭାବ୍ୟ ଉତ୍ସ ଏବ˚ ଏହାର ଅଣ ପ୍ରଦୂଷଣକାରୀ ଗୁଣ ଯୋଗୁଁ ଭବିଷ୍ୟତ୍‌ରେ ଏହାକୁ ଏକ ବିକଳ୍ପ ଇନ୍ଧନ ଭାବେ ଗ୍ରହଣୀୟ କରିବାକୁ ନୂତନ ଭାବେ ଗଠିତ ଭାରତ ସରକାରଙ୍କର ଶକ୍ତି ମନ୍ତ୍ରାଳୟ ଉଦ୍ୟମ ଜାରି ରଖିଛି। ଭବିଷ୍ୟତ୍‌ରେ ଏହି ଯୋଜନାବଦ୍ଧ ଉଦ୍ୟମ ବୈଷୟିକ ଏବ˚ ଅର୍ଥନୈତିକ ଦୃଷ୍ଟିକୋଣରୁ ସଫଳ ହେଲେ, ବିକଳ୍ପ ଇନ୍ଧନ ସମସ୍ୟାର ସମାଧାନ ହୋଇପାରିବା ସହିତ ଦେଶବାସୀ ପ୍ରଦୂଷଣମୁକ୍ତ, ଶବ୍ଦହୀନ ଯାନବାହାନରେ ଯାତାୟାତ କରିବାର ସୁବିଧା ପାଇପାରିବେ।

ମୋ- ୯୪୩୭୦୦୦୯୦୪

ସମ୍ବନ୍ଧିତ ଖବର