ହିନ୍ଦୀ ଓ ଗାନ୍ଧୀ

କହିବାର ଅଛି - ଦାଶ ବେନହୁର

ହିନ୍ଦୀ ଓ ଇ˚ରେଜୀ ଆମ ଦେଶର ସରକାରୀ ଭାଷା ରୂପେ ଗୃହୀତ। ଆଜିକା ଦିନରେ ଭାରତର ଛବିଶ କୋଟି ଲୋକଙ୍କ ମାତୃଭାଷା ହେଉଛି ହିନ୍ଦୀ। ସମ୍ବିଧାନର ୩୪୩ ଧାରା ଅନୁସାରେ ଦେବନାଗରୀ ଲିପିରେ ଲିଖିତ ହିନ୍ଦୀ ଭାଷା, କେନ୍ଦ୍ରର ସରକାରୀ ଭାଷା। ସ˚ସଦରେ କାରବାର ଲାଗି ହିନ୍ଦୀ ଓ ଇ˚ରେଜୀ ଉଭୟ ବ୍ୟବହୃତ। ତା’ ସହିତ ବିଚାରାଳୟ ଓ କେନ୍ଦ୍ର-ରାଜ୍ୟ ସମ୍ପର୍କିତ ଯୋଗାଯୋଗରେ ଏ ଭାଷା, ସ˚ଯୋଗ-ସେତୁ ରୂପେ ମଧୢ ସ୍ବୀକୃତ। ଏହି ପ୍ରାଧାନ୍ୟ କାରଣରୁ ଭାରତରେ ହିନ୍ଦୀକୁ ମାନ୍ୟତା ଦିଆଯାଇ ‘‘ହିନ୍ଦୀ ଦିବସ’’ ପାଳନ କରାଯାଏ।

ପ୍ରତି ବର୍ଷ ସେଥିପାଇଁ ସେପ୍‌ଟେମ୍ବର ମାସ ଚଉଦ ତାରିଖରେ ଦେଶ ସାରା ‘‘ହିନ୍ଦୀ ଦିବସ’’ ପାଳିତ ହୋଇ ଉତ୍ସବମାନ ଅନୁଷ୍ଠିତ ହୁଏ। କେନ୍ଦ୍ର ସରକାରଙ୍କର ଦପ୍ତର ଗୁଡ଼ିକରେ ସମ୍ପାନ କରାଯାଇ ହିନ୍ଦୀ ଭାଷାକୁ କି ଭଳି ଅଧିକ ଜନାଦୃତ କରାଯାଇପାରିବ ସେ ବିଷୟରେ ଆଲୋଚନା ହୁଏ।
ମନରେ ପ୍ରଶ୍ନ ଉଠିପାରେ ଯେ ଏତେ ଏତେ ତାରିଖ ଭିତରୁ ସେପ୍‌ଟେମ୍ବର ଚଉଦ ତାରିଖଟିକୁ କାହିଁକି ବଛାଗଲା? ତା’ର କାରଣ ହେଲା ହିନ୍ଦୀକୁ ୧୯୪୯ ମସିହାର ଏହି ତାରିଖରେ ହିଁ ରାଷ୍ଟ୍ରଭାଷା ରୂପେ ସମ୍ବିଧାନ ପ୍ରଣୟନକାରୀ ସଭା ଗ୍ରହଣ କରିଥିଲା। ତାହା ଥିଲା ହିନ୍ଦୀ ଭାଷାକୁ ସ୍ବୀକୃତି ଦେବା ପଛରେ ନିଷ୍ଠାପର ଉଦ୍ୟମ କରିଥିବା ବିଓହର‌୍‌ ରାଜେନ୍ଦ୍ର ସି˚ହଙ୍କର ପଚାଶତମ ଜନ୍ମ ଦିବସ। ରାଜେନ୍ଦ୍ର ସି˚ହ ଜୀ ଆଜି ବିସ୍ମୃତ।

ହେଲେ ହିନ୍ଦୀକୁ ଦେଶ-ଭାଷା କରିବାରେ ଯେ ସବୁଠାରୁ ଅଧିକ ଯୋଗଦାନ ଗାନ୍ଧୀଜୀଙ୍କର ଥିଲା ସେ କଥା ସମ୍ପର୍କରେ ଅନେକ ନିରବ। କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ତରଫରୁ ସ˚ପ୍ରତି ଯେଉଁ ଦୁଇଟି ହିନ୍ଦୀ ଭାଷା ପ୍ରୋତ୍ସାହନକାରୀ ପୁରସ୍କାର ଦିଆଯାଉଛି ତାହା ୧୯୮୬ରେ ‘‘ଇନ୍ଦିରା ଗାନ୍ଧୀ ରାଜଭାଷା ପୁରସ୍କାର’’ ଓ ‘‘ରାଜୀବ ଗାନ୍ଧୀ ରାଷ୍ଟ୍ରୀୟ ଜ୍ଞାନ-ବିଜ୍ଞାନ ମୌଳିକ ପୁସ୍ତକ ଲେଖନ ପୁରସ୍କାର’’ ରୂପେ ଆରମ୍ଭ ହୋଇଥିଲା। ପୁରସ୍କାର ଦୁଇଟିକୁ ୨୦୧୫ରୁ ସ˚ପ୍ରତି ‘‘ରାଜଭାଷା କୀର୍ତ୍ତି ପୁରସ୍କାର’’ ଓ ‘‘ରାଜଭାଷା ଗୌରବ ପୁରସ୍କାର’’ରେ ଯଥାକ୍ରମେ ନାମିତ କରାଯାଇଛି।

ମନେରଖିବା ଆବଶ୍ୟକ ଯେ ଦେଶର ସ˚ଯୋଗୀ-ଭାଷା ଓ ସରକାରୀ ଭାଷା ରୂପେ ହିନ୍ଦୀକୁ ଗ୍ରହଣ କରିବାରେ ଦକ୍ଷିଣ ଭାରତର ଅନେକ ପ୍ରଦେଶ ଏବେ ବି ବିମୁଖ। ସେମାନେ ଇ˚ରେଜୀକୁ ଗ୍ରହଣ କରିବେ ପଛେ ହିନ୍ଦୀକୁ ଗ୍ରହଣ କରିବେ ନାହିଁ। ତା’ର କାରଣ ହେଲା ଏହା ଦ୍ବାରା ହିନ୍ଦୀ-ଭାଷୀ ଉତ୍ତର ଭାରତର ଅନେକ ପ୍ରଦେଶ ତୁଳନାତ୍ମକ ଭାବେ ଅଧିକ ଫାଇଦା ପାଇଯିବେ। ଏ କଥାରେ ଯେ ସତ୍ୟତା ନାହିଁ ତାହା ନୁହେଁ। ଯୁକ୍ତି କରାଯାଏ ଯେ ଭଲ ହିନ୍ଦୀ କହିପାରୁ ନ ଥିବା ଜଣେ ନେତା ଦେଶର ପ୍ରଧାନମନ୍ତ୍ରୀ ହେବା ଅସମ୍ଭବ। ଗୋଟାଏ ସମୟରେ ମରାଠୀ ନେତା ଶରତ ପାଵାରଙ୍କୁ ନେଇ କ˚ଗ୍ରେସରେ ପ୍ରଧାନମନ୍ତ୍ରୀ ପଦ ସକାଶେ ଆଲୋଚନା ବେଳେ ଏଇ କଥାଟି କାନ୍ଥ ଭଳି ଠିଆ ହୋଇଥିଲା।

ସୁଖର ବିଷୟ ହିନ୍ଦୀ ପ୍ରତି ଯେତେ ଯାହା ବିରୋଧ ଥିଲେ ମଧୢ ତାହା ଧୀରେ ଧୀରେ କମିବାରେ ଲାଗିଛି। ଏ ଦିଗରେ ବଲିଉଡ୍‌ର ଚଳଚ୍ଚିତ୍ର ଦୁନିଆ ଓ କ୍ରିକେଟ୍‌ ଖେଳର ଧାରାବିବରଣୀ ଯଥେଷ୍ଟ ଯୋଗଦାନ ରଖିଛନ୍ତି।

କୋକିଳ କଣ୍ଠୀ ଲତା ମଙ୍ଗେସ୍‌କରଙ୍କର ସ୍ବର ଯେ ସମଗ୍ର ଭାରତର କନ୍ଦି ବିକନ୍ଦିରେ ଶୁଭେ ତାହା କେଉଁ ଭାଷାରେ? ସୁନୀଲ ଗାଭାସ୍କର‌୍‌, ସଚ୍ଚିନ୍‌ ତେନ୍ଦୁଲକର‌୍‌ ବା ବିରାଟ କୋହଲିଙ୍କ ଭଳି କ୍ରିକେଟ୍‌ ତାରକାମାନେ କେଉଁ ଭାଷା ଯୋଗୁଁ ପହଞ୍ଚିଛନ୍ତି ସହରରୁ ଆରମ୍ଭ କରି ନିପଟ ମଫସଲରେ? ଦୀର୍ଘଦିନର କ˚ଗ୍ରେସ ଶାସନକୁ ହଟେଇ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେ କ୍ଷମତା କେନ୍ଦ୍ର ଅଧିକାର କରିଛନ୍ତି ତାହା ତାଙ୍କର ମାତୃଭାଷା ଗୁଜୁରାଟୀ ଯୋଗୁଁ ନୁହେଁ। ଗୁଜୁରାଟୀ ଭାଷାରେ ଦେଶ ସାରା ବୁଲି ପ୍ରଚାର କରିଥିଲେ କେତେ ସିଟ୍‌ ପାଇଥାନ୍ତେ ସିଏ? ମନ୍‌କି ବାତ୍‌ କେଉଁ ଭାଷାରେ ଚାଲିଛି? ସ୍ମରଣ ରଖିବା ଆବଶ୍ୟକ ଯେ ଦକ୍ଷିଣ ଭାରତରୁ ଶ୍ରୀ ନରସି˚ହ ରାଓ ଦେଶର ପ୍ରଧାନମନ୍ତ୍ରୀ ହେବାରେ ମୁଖ୍ୟ କାରଣ ଥିଲା ଅନ୍ୟ ଅନେକ ଭାଷା ଭିତରେ ତାଙ୍କର ହିନ୍ଦୀ-ପ୍ରବୀଣତା।

ହିନ୍ଦୀ। ହିନ୍ଦୀ ଭାରତର ସରକାରୀ ଭାଷା କେବଳ ନୁହେଁ, ସ˚ଯୋଗୀ-ଭାଷା ମଧୢ। ବିଶାଳ ଭାରତ ଦେଶ ଆଗରେ ଯେଉଁ ସମସ୍ୟାଟି ଆଜି ବି ଜରୁରି ତାହା ହେଉଛି ‘‘ସ˚ଯୋଜନ’’। ଭାଷାକୁ ନଈ ସହିତ ତୁଳନା କରାଯାଏ। ଚେଷ୍ଟା କରି ନଈଗୁଡ଼ିକର ସ˚ଯୋଜନ କରାଯାଇପାରେ ମାତ୍ର ଭାଷାଗୁଡ଼ିକର ଏକତ୍ରୀକରଣ ଅସମ୍ଭବ। ସେଥିଲାଗି ଗୋଟିଏ ଭାଷାନଈକୁ ଦେଶର ସର୍ବାଙ୍ଗରେ ବୁହାଇବାକୁ ପଡ଼ିବ। ସ˚ସ୍କୃତକୁ ସ˚ଯୋଗୀ-ଭାଷା କରିବା ସମ୍ପର୍କରେ ଯୁକ୍ତି କରାଯାଏ ମାତ୍ର ସ˚ସ୍କୃତକୁ ସାଧାରଣ ଜୀବନରେ ମୁହଁଭାଷା କରିବା ଏକ ଦୁରୂହ ବ୍ୟାପାର।

ଏଇ କଥାଟିକୁ ମହାତ୍ମା ଗାନ୍ଧୀ ଠିକ୍‌ ବୁଝିଥିଲେ। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯେ ହିନ୍ଦୀକୁ ଆରମ୍ଭରୁ ଲୋକଭାଷା ବୋଲି ନାମିତ କରିବା ସହ ତାହାକୁ ଜାତୀୟ ଭାଷା କରିବାର ପ୍ରସ୍ତାବ ରଖିଥିଲେ।

ଏଠାରେ ଗୋଟିଏ ବିଷୟର ଆଲୋଚନା ଅଧିକ ପ୍ରାସଙ୍ଗିକ। ଗାନ୍ଧୀଜୀ ସତ୍ୟ, ଅହି˚ସାର ପୂଜାରୀ ଥିଲେ, ସ୍ବଦେଶୀ ଓ ସ୍ବନିର୍ଭରଶୀଳତା ଉପରେ ଜୋର‌୍‌ ଦେଇଥିଲେ। ସତ୍ୟାଗ୍ରହକୁ କରିଥିଲେ ଅନ୍ୟାୟ ବିରୋଧରେ ଲଢ଼ିବାର ପ୍ରଧାନ ଅବଲମ୍ବନ। ଏବ˚ ସର୍ବୋପରି ସର୍ବୋଦୟ ଥିଲା ତା’ଙ୍କ କଳ୍ପିତ ରାମରାଜ୍ୟର ବିସ୍ତୃତ ନୀଳ ନକ୍‌ସା। ହେଲେ ଭାରତୀୟ ଜନସାଧାରଣଙ୍କୁ ଏକାତ୍ମ କରିବାଲାଗି, ଗୋଟିଏ ସୂତ୍ରରେ ବାନ୍ଧିବା ସକାଶେ ସେ ଯେଉଁ ଯୋଜନାମାନ କରିଥିଲେ ତା’ ଭିତରେ ଥିଲା ସାମ୍ପ୍ରଦାୟିକ ସଦ୍‌ଭାବ, ଛୁଆଁ ଅଛୁଆଁ ଭେଦଭାବର ଦୂରୀକରଣ, ଧନୀ-ଗରିବଙ୍କୁ ଯୋଡ଼ିବା ଲାଗି ଟ୍ରଷ୍ଟିସିପ୍‌ ଗଠନ ଓ ଶେଷରେ ସମଗ୍ର ଭାରତକୁ ଭାଷା ଆଧାରରେ ସ˚ଯୋଜିତ କରିବା ପାଇଁ ହିନ୍ଦୀ ଭାଷାର ପ୍ରଚଳନ।

ଆଜି ଦେଶର ବିଗତ କଥାକୁ ନେଇ ନୂଆ ନେତାମାନେ ଅନେକ ଅତୀତଗୁନ୍ଥା ସମସ୍ୟାଗୁଡ଼ିକ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। କିନ୍ତୁ ମନେରଖିବା ଆବଶ୍ୟକ ଯେ ଗୋଟାଏ ଭୁଶୁଡ଼ି ପଡ଼ିଥିବା ତଥା ବିଭାଜିତ ଭୂଖଣ୍ତକୁ ସଜାଡ଼ିବା ବା ଯୋଡ଼ିବା ଦିଗରେ ଯେଉଁ ପଦକ୍ଷେପମାନ ସେ କାଳରେ ନିଆଯାଇଥିଲା ସେ ଭିତରୁ ଏ ଭାଷା କାର୍ଯ୍ୟକ୍ରମଟି ଗୋଟିଏ ଅତ୍ୟନ୍ତ ସ୍ପର୍ଶକାତର ତଥା ଗୁରୁତ୍ବପୂର୍ଣ୍ଣ ବିଷୟ।

ଭାରତ ସାରା ସେତେବେଳେ ଖଣ୍ତ ଖଣ୍ତ। କେତେ ପ୍ରକାରର ଶାସନ ବ୍ୟବସ୍ଥା। ଦୁଇ ତୃତୀୟା˚ଶ ପ୍ରାଦେଶିକ ସରକାର ତ ଏକ ତୃତୀୟା˚ଶ ରାଜୁଡ଼ା ସରକାର। ବ୍ରିଟିସ୍‌ ଇଣ୍ତିଆକୁ ଇଣ୍ତିଆନ୍‌ ଇଣ୍ତିଆ। ଜାତି ଜାତିର ଲୋକ। ନାନା ପ୍ରକାରର ବିଶ୍ବାସ। କେତେ ପ୍ରକାରର ଜଳବାୟୁ। ଭାଷା କଥା ବି ସେମିତି। ୧୨୧ ଭାଷା, ୨୭୦ ମାତୃଭାଷା ସଙ୍ଗକୁ ହଜାର ହଜାର ଉପଭାଷା। ସେ ଭିତରୁ ହିନ୍ଦୀ ହିଁ ଅଧିକ ପ୍ରସାରିତ। ସ୍ବାଧୀନତା ପ୍ରାକ୍‌ କାଳରେ ସୁଦ୍ଧା ଖରିବୋଲି ଭାଷାରେ କଥିତ ହିନ୍ଦୀ ଥିଲା ବେଶ୍‌ ବିସ୍ତୃତ। ବିଶେଷ କରି ତାହା ହିଁ ଥିଲା ରାଜଧାନୀ ଦିଲ୍ଲୀ ଓ ତା’ର ଆଖପାଖ ପ୍ରଦେଶରେ କଥିତ ଭାଷା।

ରାଜଧାନୀର ଭାଷା ଚିରାଚରିତ ଭାବେ ସବୁଆଡ଼େ ମାନ୍ୟତା ପାଇବା ସ୍ବାଭାବିକ। ଇ˚ଲଣ୍ତର ଉଦାହରଣ ଏଠାରେ ଦିଆଯାଇପାରେ। ଇ˚ଲଣ୍ତ୍‌ ପ୍ରକୃତରେ ଚାରିଖଣ୍ତ। େଵଲ୍‌ସ୍‌, ସ୍କଟ୍‌ଲାଣ୍ତ୍‌, ଇ˚ଲଣ୍ତ୍‌ ଓ ନର୍ଦନ୍‌ ଆୟର‌୍‌ଲାଣ୍ତ୍‌। ସେଇଥିପାଇଁ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌। େଵଲ୍‌ସ୍‌ ଭାଷା, ଆଇରିସ୍‌ ଭାଷା, ସ୍କଟିସ୍‌ ଭାଷା ଓ ଇ˚ଲିଶ୍‌ ପରସ୍ପର ଠାରୁ ଅଲଗା। ଇ˚ଲଣ୍ତର ରାଜଧାନୀ ଲଣ୍ତନ୍‌ର ଭାଷା ଇ˚ଲିଶ୍‌ ଏବ˚ ତାହା ହିଁ ଯୋଡ଼ି ଧରିଛି ବ୍ରିଟେନ୍‌ ବା ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌କୁ। ସେଠାରେ ବି ବିରୋଧ ଅଛି। ଇ˚ଲିଶ୍‌ର ଆଧିପତ୍ୟ ପ୍ରତି ଅସ୍ବୀକୃତି ଅଛି ହେଲେ ଇ˚ଲିଶ୍‌ ହିଁ ବ୍ରିଟେନ୍‌ର ସ˚ଯୋଗୀ ସୂତ୍ର। କେବଳ ଭାରତ ନୁହେଁ ପୁରୁଣା ଔପନିବେଶିକ କାରଣରୁ ଆଜି ପୃଥିବୀର ଅନେକ ଦେଶରେ ତାହା ସ˚ଯୋଗୀ ଭାଷା ରୂପେ କାର୍ଯ୍ୟକ୍ଷମ।

ଆମେ ସ୍ବାଧୀନତା ପାଇବା ବେଳକୁ ରାଜନୀତି ଓ ଅର୍ଥନୀତି ଯେମିତି ବିପଦରେ ପଡ଼ିଥିଲା ସେମିତି ବି ପଡ଼ିଥିଲା ଏ ଭାଷା କ୍ଷେତ୍ରଟି। କୋଇମ୍ବାଟୁର‌୍‌ ସହ କାଶ୍ମୀର କେମିତି ଯୋଡ଼ି ହେବ? କେଉଁ ଭାଷାରେ ଜଣେ ଓଡ଼ିଆ ସ˚ଯୋଜିତ ହେବ ଆଉ ଜଣେ ଗୁଜୁରାଟୀ ଭାଇ ସହ? ସେତୁବନ୍ଧ ପରି ଭାଷାଟିଏ ଲୋଡ଼ା।

ଗାନ୍ଧୀଜୀ ଭାରତ ପାଇଁ କେବଳ ସ୍ବାଧୀନତା ସ˚ଗ୍ରାମରେ ମାତି ନ ଥିଲେ। ସାମଗ୍ରିକ ବିକାଶ ଲାଗି ସବୁବେଳେ ଥିଲେ ଚିନ୍ତିତ। ତା’ ଭିତରେ ଥିଲା ଭାରତ ମାଆର ମୂର୍ତ୍ତିରେ ଏକ ସ୍ବର୍ଣ୍ଣ-ଜିହ୍ବା ଲଗାଇବାର ସମସ୍ୟା। ଖୋଜି ଖୋଜି ସେ ପାଇଥିଲେ ହିନ୍ଦୁସ୍ଥାନୀ ଭାଷାକୁ, ଆଜି ଯାହା ଚାରିଆଡ଼େ ଠିଆ ହୋଇଛି ହିନ୍ଦୀ ନାଁ ନେଇ।

ଦକ୍ଷିଣ ଆଫ୍ରିକାରୁ ଇ˚ଲଣ୍ତ ଦେଇ ୧୯୧୫ରେ ଗାନ୍ଧୀଜୀ ଭାରତରେ ପହଞ୍ଚିବା ପରେ ଆପଣା ରାଜନୈତିକ ଗୁରୁ ଗୋପାଳକୃଷ୍ଣ ଗୋଖଲେଙ୍କ ପରାମର୍ଶ ଅନୁସାରେ ସାରା ଭାରତ ଭ୍ରମଣ କରିଥିଲେ। ସେତିକିବେଳେ ଗୁଜୁରାଟୀ ଗାନ୍ଧୀ ହୃଦୟଙ୍ଗମ କରିଥିଲେ ଯେ ହିନ୍ଦୀ ହିଁ ଏକମାତ୍ର ଭାଷା ଯାହା ମାଧୢମରେ ଭାରତକୁ ଭାବଗତ ଭାବେ ଭାଷାରେ ଯୋଡ଼ାଯାଇ ପାରିବ।

୧୯୧୬ରେ ସାରା ଭାରତ ବୁଲିବା ପରେ ୧୯୧୭ରେ ସେ ବିହାରର ଚମ୍ପାରନ ଠାରେ ନୀଳଚାଷୀମାନଙ୍କ ସପକ୍ଷରେ ଆରମ୍ଭ କରିଥିଲେ ପ୍ରଥମ ସତ୍ୟାଗ୍ରହ ଆନ୍ଦୋଳନ। ସେତିକିବେଳେ ତା’ଙ୍କ ଆଗରେ ପ୍ରଧାନ ସମସ୍ୟା ହେଇ ଦେଖା ଦେଇଥିଲା ଭାଷା। ଦୁଇଟି ଭାଷା ସିଏ ଜାଣିଥିଲେ। ନିଜ ମାତୃଭାଷା ଗୁଜୁରାଟୀ ଓ ଇ˚ରେଜୀ। ଚମ୍ପାରନର ଚାଷୀଭାଇଙ୍କ ସହ କେଉଁ ଭାଷାରେ ସେ କଥାବାର୍ତ୍ତା କରିବେ? ଲୋକଙ୍କ ସହ କଥା ହୋଇ ବୁଝେଇ ନ ପାରିଲେ କେଉଁ ଆନ୍ଦୋଳନ କରାଯାଇପାରିବ? ସେଇଠାରେ ହିଁ ଗାନ୍ଧୀଜୀଙ୍କର ଅନୁଭବ ହୋଇଥିଲା ଯେ ଆଗାମୀ ଭାରତ ପାଇଁ ଲୋଡ଼ା ଗୋଟିଏ ସ˚ଯୋଗୀ-ଭାଷା ଏବ˚ ତାହା ହେଉଛି ହିନ୍ଦୀ। ଅତଏବ ସେଇଠି ଆରମ୍ଭ କରିଦେଲେ ହିନ୍ଦୀ ଶିଖିବା। ଭାରତ ସାରା ଯେତେ ଯେତେ ବୁଲିଲେ ଓ ଆନ୍ଦୋଳନ କଲେ, ସବୁଠାରେ ସେ ଲୋକପ୍ରିୟ କଲେ ଏଇ ଭାଷାକୁ। ହିନ୍ଦୀ ପାଲଟିଗଲା ସତ୍ୟ, ଅହି˚ସା ଓ ସତ୍ୟାଗ୍ରହ ଭଳି ଗାନ୍ଧୀ-ଆନ୍ଦୋଳନର ଆଉ ଏକ ଅସ୍ତ୍ର। ଅସହଯୋଗ, ଆଇନ ଅମାନ୍ୟ ଓ ଭାରତ ଛାଡ଼ ପରି ବିଶାଳ କାର୍ଯ୍ୟକ୍ରମଗୁଡ଼ିକ ଏଇ ହିନ୍ଦୀଭାଷାକୁ ମାଧୢମ କରି ପରିଚାଳିତ ହୋଇଥିଲେ।

ଓଡ଼ିଶା ତ ଓଡ଼ିଆଙ୍କ ମାଟି। ସେତେବେଳେ କେତେ ଜଣ ବା ଜାଣିଥିଲେ ଇ˚ରେଜୀ? ୧୯୨୧ର ପ୍ରଥମ ଆଗମନରେ କଟକ କାଠଯୋଡ଼ି ବାଲିରେ ତାଙ୍କର ଯେ ଭାଷଣ ତାହା ଗୁଜୁରାଟୀ ଭାଷାରେ ନ ଥିଲା କି ଇ˚ରେଜୀରେ ନ ଥିଲା। ଓଡ଼ିଆ ଜାଣି ନ ଥିବା ଗାନ୍ଧୀ କୌଣସି ଭାଷା ଓଡ଼ିଆଙ୍କ ଉପରେ ଲଦି ଦେବାକୁ ଆସି ନ ଥିଲେ। ହିନ୍ଦୀରେ ଭାଷଣ ଦେଇଥିଲେ ଓଡ଼ିଆଙ୍କୁ। କାରଣ ସେ ଜାଣିଥିଲେ ହିନ୍ଦୀର ଅନେକ ଶବ୍ଦ ସହ ଭାରତୀୟମାନେ ପରିଚିତ। ପ୍ରାୟତଃ ଭାରତୀୟ ସବୁ ଭାଷାରେ ସ˚ସ୍କୃତ ଶବ୍ଦମାନଙ୍କର ପ୍ରାବଲ୍ୟ। କେବଳ କ୍ରିୟା ପଦରେ ଯାହା କିଛି ଅସଙ୍ଗତି।

ସେ ଦିନ ହିନ୍ଦୀରେ ଅନଭିଜ୍ଞ ହଜାର ହଜାର ଓଡ଼ିଆ, ଗାନ୍ଧୀଙ୍କୁ ବୁଝିବାରେ କିଛି ଅସୁବିଧା ନ ଥିଲା। ଦକ୍ଷିଣ ଭାରତର ତେଲୁଗୁ, ତାମିଲ ଓ ମାଲାୟାଲାମ୍‌ ଅଞ୍ଚଳକୁ ଯାଇ ଗାନ୍ଧୀ ସେଇ ହିନ୍ଦୀରେ ହିଁ ଭାଷଣ ଦେଉଥିଲେ। ସେ ସମୟରେ କେତେଜଣ ହିନ୍ଦୀ ଭାଷା ଆମେ ଜାଣିନୁ କହି ଛାଡ଼ି ପଳାଉଥିଲେ ସଭାସ୍ଥଳ?

ହିନ୍ଦୀ ନାମରେ ଗାନ୍ଧୀ ଯେଉଁ ଭାଷା କହୁଥିଲେ ତାହା ପ୍ରକୃତରେ ଥିଲା ହିନ୍ଦୁସ୍ଥାନୀ। ସେତେବେଳେ ବି ହିନ୍ଦୀଭାଷାରେ ସ˚ସ୍କୃତ ଶବ୍ଦର ବହୁଳ ବ୍ୟବହାର ଥିଲା। ଗାନ୍ଧୀଜୀ ତା’କୁ ସରଳ କରି କହୁଥିଲେ ହିନ୍ଦୁସ୍ଥାନୀ। ହିନ୍ଦୀରେ ଲେଖୁଥିବା କବି ଓ ଲେଖକମାନଙ୍କୁ ଖୁବ୍‌ ଆଦର କରୁଥିଲେ ସେ। ମୁନ୍‌ସୀ ପ୍ରେମଚାନ୍ଦ ତ ନିଜେ ଲେଖିଛନ୍ତି ଯେ ଗାନ୍ଧୀଜୀଙ୍କ କାରଣରୁ ହିଁ ସେ ସ୍ବାଧୀନତା ଆନ୍ଦୋଳନ ଓ ହିନ୍ଦୀ ପ୍ରତି ଆକୃଷ୍ଟ ହୋଇଥିଲେ। ନିଜେ ଗାନ୍ଧୀଜୀ ପରବର୍ତ୍ତୀ କାଳରେ ଅଧିକା˚ଶ ଚିଠିର ଉତ୍ତର ହିନ୍ଦୀରେ ଦେବାକୁ ପସନ୍ଦ କରୁଥିଲେ। ପୁଣି ‘‘ହରିଜନ ସେବକ’’ ଓ ‘‘ନବଜୀବନ’’ ଭଳି ଦୁଇ ଦୁଇଟି ପତ୍ରିକା ସେ ନିୟମିତ ପ୍ରକାଶ କରୁଥିଲେ ସେଇ ହିନ୍ଦୀ ଭାଷାରେ। ମୂଳ ଉଦ୍ଦେଶ୍ୟ ଥିଲା ହିନ୍ଦୀ ମାଧୢମରେ ଲୋକଙ୍କ ସହ ଯୋଡ଼ି ହେବା।

ସ୍ବାଧୀନତା ପରେ ଥରେ ଜଣେ ବିଦେଶୀ ସାମ୍ବାଦିକ ଗାନ୍ଧୀଜୀଙ୍କୁ ପୃଥିବୀବାସୀଙ୍କ ଲାଗି ଗୋଟିଏ ବାର୍ତ୍ତା ମାଗିଥିଲେ। ଭାବିଥିଲେ ବୋଧେ ବାର୍ତ୍ତାଟି ଇ˚ରେଜୀରେ ମିଳିବ। ହସି ହସି ଗାନ୍ଧୀ କହିଥିଲେ, ‘‘ଇ˚ରେଜୀ ଭାଷାକୁ ତ ସାରା ପୃଥିବୀ ଜାଣେ ନାହିଁ।’’

କହିବାର ଅଛି, ସ୍ବାଧୀନତା ସ˚ଗ୍ରାମ ବେଳେ ଏଇ ହିନ୍ଦୀ ଭାଷା ମାଧୢମରେ ଗାନ୍ଧୀଜୀ ସାରା ଭାରତକୁ ଯୋଡ଼ି ଦେଇଥିଲେ। ଆଞ୍ଚଳିକ ଭାଷାର ଗୁରୁତ୍ବ ଅଲଗା କଥା। ହେଲେ ସାରା ଦେଶ ପାଇଁ ଗୋଟିଏ ସ˚ଯୋଗୀ-ଭାଷା ଲୋଡ଼ା। ପଗଡ଼ିଟିଏ ପିନ୍ଧିଲେ ତାହା କ’ଣ ଦେହର ପୋଷାକ ପ୍ରତି ଅବମାନନା ବୋଲି ବୁଝିବା?

[email protected]

ସମ୍ବନ୍ଧିତ ଖବର