‘ଗ୍ରାହକ ଭଗବାନ’ଙ୍କ ସୁରକ୍ଷା

ଅମରେନ୍ଦ୍ର ଦାସ

‘ଗ୍ରାହକ ଭଗବାନ’, ଏଇ ଦୁଇଟି ଶବ୍ଦ ଅନେକ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ପ୍ରଦର୍ଶିତ ହୋଇଥାଏ। କିନ୍ତୁ ଏଥିରେ ନିହିତ ଥିବା ଭାବନା ଅନେକ ବ୍ୟବସାୟୀ ବୁଝି ନଥା’ନ୍ତି। ରାତିକରେ ହାତୀଏ ଉପାର୍ଜନ କରିବାର ଲୋଭ ଅଧିକା˚ଶ ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରକାରର ଅନିୟମିତତା କରିବାକୁ ପ୍ରବର୍ତ୍ତାଇ ଥାଏ। ତେଣୁ ବ୍ୟବସାୟରେ ନୈତିକତାର ସ୍ଥାନ ନାହିଁ ବୋଲି ଅଧିକା˚ଶ ଧରି ନିଅନ୍ତି। କିନ୍ତୁ ଭୁଲି ଗଲେ ହେବ ନାହିଁ ଯେ ଅସାଧୁ ବ୍ୟବସାୟକୁ ନିୟନ୍ତ୍ରଣ କରିବା ପାଇଁ ସଶକ୍ତ ଆଇନ ରହିଛି। ତେବେ ଏହାର କାର୍ଯ୍ୟକାରିତା ହିଁ ବିଶେଷ ଗୁରୁତ୍ବ ରଖିଥାଏ। ଆଇନର ଗଳା ବାଟ ଏବ˚ ଜଟିଳତା ତଥା ଖାଉଟିଙ୍କର ଅଜ୍ଞତାର ସୁଯୋଗ ନେଇ ଅନେକ ବ୍ୟବସାୟୀ ଅସାଧୁ କାରବାର ଜାରି ରଖନ୍ତି। ବ୍ୟବସାୟରେ ଅନୈତିକତା କୌଣସି ନୂଆ କଥା ନୁହେଁ। ପ୍ରାୟ ୨୪୦୦ ବର୍ଷ ପୂର୍ବେ ରଚିତ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଅନୈତିକ ବ୍ୟବସାୟକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ବିଧି ବ୍ୟବସ୍ଥାର ଉଲ୍ଲେଖ କରାଯାଇଛି। ସ୍ବାଧୀନତା ପୂର୍ବରୁ ମଧୢ ଆମ ଦେଶରେ ଖାଉଟିମାନଙ୍କର ସୁରକ୍ଷା ପାଇଁ କିଛି ଆଇନ ପ୍ରଣୟନ କରାଯାଇଥିଲା। ଏବେ ଦେଶରେ ପ୍ରଚଳିତ ଥିବା ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ଆଇନ ହେଲା ଭାରତୀୟ ଚୁକ୍ତି ଆଇନ ୧୮୭୨, ଦ୍ରବ୍ୟ ବିକ୍ରି ଆଇନ ୧୯୩୦, କୃଷି ଉତ୍ପାଦ ଆଇନ ୧୮୩୭, ଡ୍ରଗ୍‌ସ ନିୟନ୍ତ୍ରଣ ଆଇନ ୧୯୫୦, ଭାରତୀୟ ମାନ ପ୍ରତିଷ୍ଠାନ ଆଇନ ୧୯୫୨, ଖାଦ୍ୟ ଅପମିଶ୍ରଣ ପ୍ରତିରୋଧକ ଆଇନ ୧୯୫୪, ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ୧୯୫୫, କଳା ବଜାର ପ୍ରତିରୋଧକ ଆଇନ ୧୯୮୦ ଇତ୍ୟାଦି।

ଖାଉଟି ସୁରକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଆଇନ ୧୯୮୬ରେ ପ୍ରଣୟନ କରାଯାଇଥିଲା। ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ମଧୢରେ ବଜାରରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ବଜାରରେ ଦ୍ରବ୍ୟ ସହିତ ସେବାର କାରବାର ବୃଦ୍ଧି ପାଇଛି। ‘ଭାରତ ବ୍ରାଣ୍ତ ଏବ˚ ଇକ୍ୟୁଟି ଫାଉଣ୍ତେସନ’ ଆକଳନ ଅନୁସାରେ ଭାରତରେ ୨୦୨୧ ସୁଦ୍ଧା ଇ-କମର୍ସ ବା ଅନଲାଇନ ବଜାରର ମୂଲ୍ୟ ୬,୨୦,୦୦୦ କୋଟି ଟଙ୍କାରେ ପହଞ୍ଚିବ। ସୁତରା˚, ବଜାରରେ ଦେଖା ଯାଇଥିବା ଏଭଳି ନୂତନ ପରିବର୍ତ୍ତନକୁୁ ଆଖିରେ ରଖି କେନ୍ଦ୍ର ସରକାର ଅଗଷ୍ଟ ୬, ୨୦୧୯ରେ ଏକ ନୂତନ ଖାଉଟି ସୁରକ୍ଷା ଆଇନ ଆଣିଛନ୍ତି, ଯାହା ଏହି ଜୁଲାଇ ମାସରୁ କାର୍ଯ୍ୟକାରୀ ହୋଇଛି। ଏହି ନୂଆ ଆଇନରେ ଅନେକ ସମୟୋପଯୋଗୀ ବ୍ୟବସ୍ଥା ରହିଛି। ସେଗୁଡ଼ିକ ହେଲା ଜାତୀୟ ସ୍ତରରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ଗଠନ, ଦ୍ରବ୍ୟ ବା ସେବା ଦ୍ବାରା ହୋଇଥିବା କ୍ଷତିର ଭରଣା ପାଇଁ ଖାଉଟି ଅଭିଯୋଗ ଦାଖଲର ପ୍ରାବଧାନ, ଜିଲ୍ଲା ସ୍ତରରେ ଏକ କୋଟିରୁ ଅଧିକ ଏବ˚ ରାଜ୍ୟ ସ୍ତରରେ ଦଶ କୋଟି ପର୍ଯ୍ୟନ୍ତ କ୍ଷତିର ଭରଣା ପାଇଁ ଅଦାଲତର କ୍ଷମତା (ଦଶ କୋଟିରୁ ଅଧିକ ହେଲେ ଜାତୀୟ ଖାଉଟି ଅଦାଲତରେ ଅଭିଯୋଗ ଦାଖଲ କରାଯିବ), ମଧୢସ୍ଥି ମାଧୢମରେ ଅଭିଯୋଗର ସମାଧାନ, ଅନଲାଇନ ଅଭିଯୋଗ ଦାଖଲ ଓ ଶୁଣାଣିର ସୁବିଧା, ବିଭ୍ରାନ୍ତିକର ବିଜ୍ଞାପନ ଲାଗି ଦଣ୍ତ ବ୍ୟବସ୍ଥା ଏବ˚ ଅଭିଯୋଗ ଦାଖଲର ୨୧ ଦିନ ମଧୢରେ ଏହାର ଗ୍ରହଣୀୟତାକୁ ନେଇ ନିଷ୍ପତ୍ତିର ବ୍ୟବସ୍ଥା (ନ ହେଲେ ଅଭିଯୋଗ ଆପେ ଆପେ ଗୃହୀତ ହେଲା ବୋଲି ବିଚାର କରାଯିବ)। ଏଥିରେ ଅନଲାଇନ ବ୍ୟବସାୟ ବା ଇ-କମର୍ସକୁ ମଧୢ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଆଇନ ଅନୁସାରେ ପ୍ରତ୍ୟେକ ଇ-କମର୍ସ ସ˚ସ୍ଥାକୁ ନିଜର ଦ୍ରବ୍ୟ ଫେରସ୍ତ, ଟଙ୍କା ଫେରସ୍ତ, ଦ୍ରବ୍ୟ ବଦଳ, ଵାରେଣ୍ଟିି, ଯୋଗାଣ ସର୍ତ୍ତ, ଦ୍ରବ୍ୟ ପଠାଇବାର ମାଧୢମ, ଟଙ୍କା ପଇଠ କରିବାର ଉପାୟ, ଅଭିଯୋଗ ନିରାକରଣ ବ୍ୟବସ୍ଥା, ଟଙ୍କା ପଇଠ କରିବାର ନିରାପତ୍ତା ଏବ˚ କାରବାର ଉପରେ ଲାଗୁ ହେଉଥିବା ପାଉଣା ଫେରସ୍ତ ଆଦି ସ˚ପର୍କରେ ବିସ୍ତୃତ ସୂଚନା ଦେବାକୁ ପଡ଼ିିବ। କେଉଁ ଦେଶରୁ ବା କେଉଁ ସ୍ଥାନରୁ ସେମାନେ ସାମଗ୍ରୀ ବା ଦ୍ରବ୍ୟ କିଣୁଛନ୍ତି ସେ କଥା ମଧୢ ଦର୍ଶାଇବାକୁ ପଡ଼ିିବ। ଏହା ଫଳରେ ଗ୍ରାହକ ନିଜ ଇଚ୍ଛା ମୁତାବକ ଦ୍ରବ୍ୟ ବା ସେବା କ୍ରୟ କରିପାରିବେ। ଦ୍ରବ୍ୟ ବା ସେବା ତ୍ରୁଟିପୂର୍ଣ୍ଣ ହେଲେ ଏହାର ଉତ୍ପାଦକ, ସେବା ପ୍ରଦାନକାରୀ, ବିକ୍ରେତା ଓ ଏଥିସହ ସ˚ପୃକ୍ତ ପକ୍ଷ କ୍ଷତିପୂରଣ ଦେବାକୁ ବାଧୢ।

ଅନଲାଇନ୍‌ ବ୍ୟବସ୍ଥା ହେତୁ ଖାଉଟି ବିନା ଖର୍ଚ୍ଚରେ ବା ସ୍ବଳ୍ପ ଖର୍ଚ୍ଚରେ ଅଭିଯୋଗ ଦାଖଲ କରିପାରିବେ। ଜାତୀୟ ଖାଉଟି ବିବାଦ ସମାଧାନ ଆୟୋଗର ତଥ୍ୟକୁ ଦେଖିଲେ ପ୍ରତ୍ୟେକ ଖାଉଟି ନିଶ୍ଚିତ ଆଶାବାଦୀ ହେବେ। ଆୟୋଗଙ୍କ ତଥ୍ୟ ଅନୁସାରେ ଆୟୋଗ ସ୍ଥାପନ ଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲା, ରାଜ୍ୟ ଏବ˚ ଜାତୀୟ ସ୍ତରରେ ଖାଉଟି ଅଦାଲତରେ ମୋଟ ୫୩,୭୭,୪୭୪ଟି ଅଭିଯୋଗ ଦାଖଲ ହୋଇଛି ଏବ˚ ପ୍ରାୟ ୯୧ ପ୍ରତିଶତ ଅଭିଯୋଗର ସମାଧାନ ମଧୢ ହୋଇସାରିଛି। ସେମିତି ବିଭିନ୍ନ କ˚ପାନି ପକ୍ଷରୁ ଦିଆଯାଉଥିବା ବିଜ୍ଞାପନ ନେଇ ଖାଉଟିମାନେ ସଚେତନ ହେବା ଉଚିତ। ମୂଳ କଥା ହେଲା ଖାଉଟି ସଚେତନତା। ସଚେତନ ଖାଉଟିକୁ ସୁରକ୍ଷା ଦେବା ଲାଗି ଖାଉଟି ଆଇନ ସର୍ବଦା ଅଙ୍ଗୀକାରବଦ୍ଧ ହୋଇ ରହିଛି।
ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର