ପ୍ରକୃତି ନିର୍ଦ୍ଦେଶିତ ଜୈବିକ ବିବର୍ତ୍ତନ ମାଧୢମରେ ସମୟକ୍ରମେ ଧରାପୃଷ୍ଠରେ ଅସ˚ଖ୍ୟ ଜୀବଜାତି (ସ୍ପିସିସ୍‌)ର ଉଦ୍ଭବ ଘଟିଛି; ସେମାନଙ୍କ ଭିତରେ ଅପୂର୍ବ, ଅନିର୍ବଚନୀୟ ପ୍ରକାର ଭେଦ ମଧୢ ସମ୍ଭବ ହୋଇଛି। ଏ ସମସ୍ତ ଜୀବ (ଉଦ୍ଭିଦ, ପ୍ରାଣୀ ଓ ଅଣୁଜୀବ) ଏବ˚ ସେମାନଙ୍କ ପରିବେଶକୁ ନେଇ ପ୍ରକୃତି ଏକ ଅତି ବିଶାଳ ଅଥଚ ଅତ୍ୟନ୍ତ ସୂକ୍ଷ୍ମ, କୋମଳ ଓ କମନୀୟ ଜୀବନ ଜାଲ (େଵବ୍‌ ଅଫ୍‌ ଲାଇଫ୍‌) ଗଢ଼ିଛି, ଯାହା ପ୍ରକୃତିର ଅନ୍ୟ ରୂପ ଧରିତ୍ରୀରେ କ୍ରିୟାଶୀଳ। ପ୍ରତ୍ୟେକ ଜୀବର ଅନ୍ୟ ସମସ୍ତ ଜୀବଙ୍କ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ରହିଛି। ସମସ୍ତେ ଗୋଟିଏ ପରିବାରର ସଦସ୍ୟ, ସମସ୍ତଙ୍କର ଗୋଟିଏ ବାସସ୍ଥାନ ବା ଘର ଏବ˚ ଏହା ହେଉଛି ଆମ ପୃଥିବୀ। ଏହାକୁ ଧରା, ଧରଣୀ, ଧରିତ୍ରୀ, ବସୁଧା, ବସୁମତୀ, ବସୁନ୍ଧରା ଆଦି ବିଭିନ୍ନ ନାମ ଦିଆଯାଇଛି। ବେଦରେ ଉଲ୍ଲେଖ ଅଛି, ‘‘ଭୂମି ମାତା ପୁତ୍ରୋହମ୍‌’’, ଅର୍ଥାତ୍‌ ବସୁଧା ମୋର ମା’, ମୁଁ ତାର ସନ୍ତାନ। ବେଦ, ଉପନିଷଦ, ପୁରାଣ ଆଦି ଗ୍ରନ୍ଥରେ ମଧୢ ବସୁଧାକୁ ଏକ କୁଟୁମ୍ବ ବୋଲି କୁହାଯାଇଛି। ମହା ଉପନିଷଦରେ ‘ବସୁଧୈବ କୁଟୁମ୍ବକମ୍‌’ର ଉଲ୍ଲେଖ ଏହାକୁ ସ୍ପଷ୍ଟ କରୁଛି। ଭାଗବତ ପୁରାଣ ଅନୁଯାୟୀ ଏହି ପ୍ରବାଦ ବାକ୍ୟ ହେଉଛି ସର୍ବଶ୍ରେଷ୍ଠ ବେଦାନ୍ତ ଭିତ୍ତିକ ଚିନ୍ତାଧାରା। ଗାନ୍ଧୀଜୀଙ୍କ ‘ସାମଗ୍ରିକ ବିକାଶ, ଅହି˚ସା ଓ ସବୁ ଜୀବଙ୍କ ପ୍ରତି ଅନୁକମ୍ପା’ର ମୂଳରେ ଏହି ଚିନ୍ତାଧାରା ରହିଛି। ସେ ଦୃଷ୍ଟିରୁ ଆମ ସମାଜରେ ଏହି ସୂକ୍ତିର ସର୍ବୋଚ୍ଚ ମୂଲ୍ୟାୟନ କରାଯାଇଛି।

Advertisment

ପୃଥିବୀପୃଷ୍ଠରେ ଆବିର୍ଭାବ ହେବା ପରଠାରୁ ହିଁ ମଣିଷ ନିଜ ଜୀବନକୁ ଅଧିକ ସରଳ, ସରସ ଓ ସୁଖଦ କରିବାର ସ୍ବପ୍ନ ଦେଖିଆସିଛି ଓ ସେହି ଉଦ୍ଦେଶ୍ୟରେ ପ୍ରକୃତି ଉପରେ, ଅନ୍ୟ ଜୀବଙ୍କ ଉପରେ ଏବ˚ ପ୍ରାକୃତିକ ସମ୍ପଦ ଉପରେ ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଦେଇଛି। ଅନ୍ୟ ଭାବରେ କହିଲେ ସେ ଧରିତ୍ରୀ ଉପରେ ଅତ୍ୟାଚାର କରି ଚାଲିଛି। ସେ ଧରି ନେଇଛି ଯେ ବସୁଧା ଉପରେ ତା’ର ହିଁ ଏକଚାଟିଆ ଅଧିକାର ଅଛି। ସୁତରା˚ ଅନ୍ୟ ଜୀବଙ୍କ ସହ ସହାବସ୍ଥାନ ସୂତ୍ରରେ ବଞ୍ଚିବାର ମହତ୍ତ୍ବ ସେ ଭୁଲିଯାଇଛି। ପ୍ରାୟ ୪୦୦ ବର୍ଷ ପୂର୍ବେ ଇ˚ରେଜ ବସ୍ତୁବାଦୀ-ଦାର୍ଶନିକ ତଥା ପରୀକ୍ଷଣମୂଳକ ଆଧୁନିକ ବିଜ୍ଞାନର ଜନକ ଭାବେ ପରିଗଣିତ ଫ୍ରାନ୍‌ସିସ୍‌ ବେକନ୍‌ ଭିନ୍ନ ଏକ ପରିପ୍ରେକ୍ଷୀରେ କହିଥିଲେ, ‘‘ପୃଥିବୀ ମଣିଷ ପାଇଁ ସୃଷ୍ଟ, ମଣିଷ ପୃଥିବୀ ପାଇଁ ନୁହେଁ।’’ ସେ ଆହୁରି ମତ ଦେଇଥିଲେ, ‘‘ନିଜର ସୁବିଧା ତଥା ନିଜ ଜୀବନର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ମଣିଷ ଜ୍ଞାନ ବଳରେ ପ୍ରକୃତିକୁ ନିୟୋଜିତ କରିବା ଏବ˚ ବାଣିଜ୍ୟ, ଶିଳ୍ପ ଓ କୃଷି କ୍ଷେତ୍ରରେ ପ୍ରଗତି କରିବା ଆବଶ୍ୟକ।’’ ତାଙ୍କର ଏହି ପରି ଧରିତ୍ରୀ ପରିପନ୍ଥୀ ଟିପ୍‌ପଣୀକୁ ଅସ୍ତ୍ର କରି ମଣିଷ ପ୍ରକୃତି ବିରୋଧରେ ‘ଯୁଦ୍ଧ˚ ଦେହି’ ଡାକରା ଦେଇସାରିଛି। ତେବେ ଉଦ୍ଭବର ବହୁ ବର୍ଷ ପର୍ଯ୍ୟନ୍ତ ମଣିଷ ପ୍ରକୃତି ଉପରେ ପ୍ରାୟ ସ˚ପୂର୍ଣ୍ଣ ଭାବେ ନିର୍ଭର କରି ଚଳୁଥିଲା। ମାନବ ଇତିହାସର ଏହି ଅଧୢାୟକୁ ‘ପ୍ରକୃତି ଭିତରେ ମଣିଷ’ (Man in Nature) ଶୀର୍ଷକ ଦେଇ ହେବ। କିନ୍ତୁ ଅଗ୍ନିର ଆକସ୍ମିକ ଆବିଷ୍କାର ଏବ˚ ତା’ର ବ୍ୟବହାର ଫଳରେ ପୃଥିବୀର ଇତିହାସ ଏକ ଯୁଗାନ୍ତକାରୀ ମୋଡ଼ ନେଲା। ଜୀବାଶ୍ମ ଇନ୍ଧନର କ୍ରମବର୍ଦ୍ଧିଷ୍ଣୁ ବିନିଯୋଗ ଏବ˚ ଶିଳ୍ପର ପ୍ରସାର ଯୋଗୁଁ ବିଶ୍ବ ଅର୍ଥନୀତି ‘ଦହନ ସର୍ବସ୍ବ’ ହୋଇଯାଇଛି। ତା’ ସହ ବିଶ୍ବ ସ୍ତରରେ ଏକ ଧରିତ୍ରୀ ବିରୋଧୀ ଅଲକ୍ଷଣ ସ୍ପଷ୍ଟ ହୋଇଛି। ମାନବ ଇତିହାସର ଏହି ଅଧୢାୟକୁ ‘ପ୍ରକୃତି ବନାମ ମଣିଷ’ ବୋଲି କୁହାଯାଇପାରେ। ଏଥିରେ ପରିବର୍ତ୍ତନ ଆବଶ୍ୟକ ଏବ˚ ‘ପ୍ରକୃତି ଓ ମଣିଷ’ (Man and Nature) ନାମକ ନୂଆ ଏକ ଅଧୢାୟ ଲେଖାଯିବା ଉଚିତ।

କହିବା ବାହୁଲ୍ୟ ଯେ ଆମର ଏହି ଅବାଞ୍ଛିତ ଆଭିମୁଖ୍ୟ ଯୋଗୁଁ ପ୍ରାକୃତିକ ବ୍ୟବସ୍ଥାମାନଙ୍କରେ ବ୍ୟାପକ ଅବକ୍ଷୟ ଘଟୁଛି; ନାନା ବିଭ୍ରାଟ ଦେଖାଦେଉଛି। ବିଶ୍ବ ତାପନ, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟର ସ˚ଖ୍ୟା ତଥା ତୀବ୍ରତା ବୃଦ୍ଧି, ପରିବେଶ ଅବକ୍ଷୟ, ପ୍ରଦୂଷଣ (ଜଳ, ବାୟୁ, ମୃତ୍ତିକା ଆଦି), ଜଙ୍ଗଲ ଧ୍ବ˚ସ, ଜୈବବିବିଧତା ହ୍ରାସ ସହ ବହୁ ଜାତିର ଜୀବଙ୍କ ଉଦ୍‌ବେଗଜନକ ହାରରେ ବିଲୁପ୍ତି ପରି ବହୁ ସମସ୍ୟା ଆମକୁ ବ୍ୟସ୍ତ ବିବ୍ରତ କରୁଛି। ଏହି ସବୁକୁ ରୋକିବା ଏବ˚ ଏଥିପ୍ରତି ସଚେତନତା ଜାଗ୍ରତ କରିବା ପାଇଁ ବିଶ୍ବ ସ୍ତରରେ ବ୍ୟାପକ ପ୍ରୟାସ ଜାରି ରହିଛି। ଜଙ୍ଗଲ ତଥା ବନ୍ୟଜୀବ ସମେତ ଧରିତ୍ରୀର ସମସ୍ତ ପରିସ˚ସ୍ଥାର ପୁନରୁଦ୍ଧାର, ମୃତ୍ତିକା ସ˚ରକ୍ଷଣ ତଥା ପୁନର୍ଗଠନ, ଚାଷ ପ୍ରଣାଳୀର ଉନ୍ନତୀକରଣ, ସମୁଦ୍ରରୁ ପ୍ଲାଷ୍ଟିକ ଉଚ୍ଛେଦ ପରି ବହୁ କାର୍ଯ୍ୟ ହାତକୁ ନେବାର ଉଦ୍ୟମ ହେଉଛି। ବିଶ୍ବସ୍ତରୀୟ ରାଜନେତା ଏବ˚ ଉଦ୍ୟୋଗପତିମାନେ ଅଙ୍ଗାରକ ଉତ୍ସର୍ଜନ ନିୟନ୍ତ୍ରଣ ପାଇଁ ସମ୍ମିଳିତ ପ୍ରଚେଷ୍ଟା କରୁଛନ୍ତି। କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟକ୍ରମ ନୂତନ ଆଶା ସ˚ଚାର କରୁଛି। ଏହି ମହାମାରୀରୁ ମଧୢ ଦୁଇଟି ନିଷ୍ଠୁର ସତ୍ୟ ସାମନାକୁ ଆସୁଛି- ବିଶ୍ବ ପରିବେଶ ଅବକ୍ଷୟ ଏବ˚ ଆମ ସ୍ବାସ୍ଥ୍ୟ ସହ ଏହାର ସମ୍ପର୍କ। ପରିବେଶ ଅବକ୍ଷୟ, ଜଳବାୟୁ ପରିବର୍ତ୍ତନ, ବନ୍ୟଜନ୍ତୁ ବ୍ୟବସାୟ, ପ୍ରଦୂଷଣ ଆଦି ଯୋଗୁଁ ନୂଆ ନୂଆ ବିପଜ୍ଜନକ ରୋଗର ପ୍ରାଦୁର୍ଭାବ ଘଟୁଛି। ଏବର ମହାମାରୀ ଏହାର ଏକ ଦୃଷ୍ଟାନ୍ତ। ଇ.ଡି.ଏନ୍‌ର ଅଧୢକ୍ଷା କ୍ୟାଥେଲିନ୍‌ ରୋଜର୍ସଙ୍କ ମତରେ କରୋନା ଭୂତାଣୁର ଉତ୍ପତ୍ତି ସମ୍ପର୍କରେ ତର୍କବିତର୍କ ଚାଲିଛି, ତେବେ ଧରିତ୍ରୀର ସମୁଚିତ ଯତ୍ନ ନ ନେଲେ ବିପଜ୍ଜନକ ଭୂତାଣୁ ଉଦ୍ଭବ ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

୧୯୬୨ ମସିହାରେ ରେଚଲ କାର୍ସନଙ୍କ ଦ୍ବାରା ରଚିତ ‘ଦ ସାଇଲେଣ୍ଟ ସ୍ପ୍ରିଙ୍ଗ’ ନାମକ ଏକ ପୁସ୍ତକ ପ୍ରକାଶ ପାଇଥିଲା। ବହୁ ସ˚ଖ୍ୟାରେ ବିକ୍ରି ହୋଇଥିବା ଏହି ବହି ବିଶ୍ବ ଜନମାନସକୁ ପ୍ରଭାବିତ କରିଥିଲା। ଫଳରେ ଜୀବଜନ୍ତୁ ତଥା ପରିବେଶ ପ୍ରତି ଉଦ୍‌ବେଗ ଓ ଚିନ୍ତା ବଢ଼ିବା ସହ ପ୍ରଦୂଷଣ ଓ ଜନସ୍ବାସ୍ଥ୍ୟ ଭିତରେ ଥିବା ଦୃଢ଼ ସ˚ପର୍କକୁ ବୁଝିବା ସମ୍ଭବ ହେଲା। ଯୁକ୍ତରାଷ୍ଟ୍ର ଆମେରିକାରେ ଡିଡିଟି ବ୍ୟବହାରକୁ ନିଷେଧ କରାଗଲା। ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମ୍ପଦର କମ୍ ବ୍ୟବହାର, ବାରମ୍ବାର ବ୍ୟବହାର ଏବ˚ ପୁନଃଚକ୍ରଣ ଉପରେ ଗୁରୁତ୍ବ ଦିଆଗଲା ଏବ˚ ଏ କ୍ଷେତ୍ରରେ ସଚେତନତା ବଢ଼ିଲା। ଏହି ପଟ୍ଟଭୂମିରେ ଆମେରିକାର ସିନେଟର୍‌ ଗେଲର୍ଡ ନେଲ୍‌ସନ୍‌ଙ୍କ ମନରେ ଧରିତ୍ରୀ ଦିବସ ପାଳନ କରିବାର ଉତ୍ସାହ ଦାନା ବାନ୍ଧିଲା। ୧୯୭୦ ମସିହା ଏପ୍ରିଲ ୨୨ରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ଧରିତ୍ରୀ ଦିବସ ପାଳିତ ହେଲା, ଯେଉଁଥି ପ୍ରତି ପ୍ରାୟ ୨୦ ନିୟୁତ ଆମେରିକୀୟ ସମର୍ଥନ ଜଣାଇଥିଲେ। ୧୯୯୦ରେ ଏହା ବିଶ୍ବବ୍ୟାପୀ ଉତ୍ସବରେ ପରିଣତ ହୋଇଥିଲା ଯହିଁରେ ୧୪୧ଟି ଦେଶର ପ୍ରାୟ ୨୦୦ ନିୟୁତ ଲୋକ ଅ˚ଶ ଗ୍ରହଣ କରିଥିଲେ। ଏହା ଦ୍ବାରା ଅନୁପ୍ରେରିତ ହୋଇ ଲୋକେ ବ୍ୟାପକ ବୃକ୍ଷରୋପଣରେ ବ୍ରତୀ ହୋଇଛନ୍ତି; ୨୦୧୧ ମସିହାରେ କେବଳ ଆଫଗାନିସ୍ତାନରେ ରେକର୍ଡ ସ˚ଖ୍ୟକ ୨୮ ନିୟୁତ ଗଛ ଲଗାଯାଇଥିଲା।

ଆମ ପାଇଁ ସୁଖର ବିଷୟ ଯେ ୨୦୦୮ରେ ଭାରତୀୟ କୂଟନୀତିଜ୍ଞ ଅଭୟ କୁମାର ଇଂରେଜୀ ଭାଷାରେ ‘ଧରିତ୍ରୀ ସଙ୍ଗୀତ’ (ଆର୍ଥ ଆନ୍ଥେମ୍‌) ରଚନା କରିଛନ୍ତି। ଏହା ଜାତିସ˚ଘ ଦ୍ବାରା ସ୍ବୀକୃତ ଭାଷାଗୁଡ଼ିକ ସମେତ ପ୍ରାୟ ୫୦ରୁ ଅଧିକ ଭାଷାରେ ଅନୁବାଦିତ ହୋଇଛି। ୨୦୨୦, ଏପ୍ରିଲ ମାସରେ ଜାତିସ˚ଘର ଗ୍ଲୋବାଲ କମ୍ୟୁନିକେସନ୍‌ସ ବିଭାଗ ତରଫରୁ ଅନୁଷ୍ଠିତ ‘Youth- Lad Community Call: Covid 19 & Climate Emergency’ ସମ୍ମିଳନୀରେ ଏହି ସ˚ଗୀତ ଗାନ କରାଯାଇଥିଲା। ପ୍ରଖ୍ୟାତ ଭାରତୀୟ ଗାୟିକା କବିତା କୃଷ୍ଣମୂର୍ତ୍ତି କଣ୍ଠଦାନ କରିଥିଲେ ଏବ˚ ତାଙ୍କ ସ୍ବାମୀ ଲବ୍‌ଧ ପ୍ରତିଷ୍ଠ ସଙ୍ଗୀତଜ୍ଞ ଏଲ୍‌. ସୁବ୍ରମଣ୍ୟମ୍‌ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।
ସଂପ୍ରତି ଯେଉଁଭଳି ପ୍ରାକୃତିକ ଦୁର୍ବିପାକମାନ ଘଟିବାରେ ଲାଗିଛି ତହିଁରୁ ସ୍ପଷ୍ଟ ହୋଇ ସାରିଲାଣି ଯେ ମଣିଷ ଜାତିର ଅବିଚାରିତ ଦୋହନରେ ଅତିଷ୍ଠ ହୋଇ ପ୍ରକୃତି ତାର ପ୍ରତିଶୋଧ ନେବା ପ୍ରକ୍ରିୟା ଆରମ୍ଭ କରିଛି। ଏଣୁ ଏବେ ସମୟ ଆସିଛି ଆମେ ଧରିତ୍ରୀ ନାମକ ଏହି ଜୀବନ ଆଶ୍ରୟ ସ୍ଥଳୀକୁ ଅଧିକ ବାସଯୋଗ୍ୟ କରି ଗଢ଼ି ତୋଳିବାରେ ସାହାଯ୍ୟ କରିବା ଏବଂ ଉଦ୍ଭିଦ ଠାରୁ ଆରମ୍ଭ କରି ପ୍ରତ୍ୟେକ ପ୍ରାଣୀ ଜାତିଙ୍କ ସହାବସ୍ଥାନ ଉପରେ ଗୁରୁତ୍ବ ପ୍ରଦାନ କରିବା। ବସୁଧାର ସମସ୍ତ ପ୍ରାଣୀ ଗୋଟିଏ କୁଟୁମ୍ବର ବୋଲି ଚିନ୍ତା କଲେ ଯାଇ ଏକ ଜୀବନ ଅନୁକୂଳ ପୃଥିବୀ ସମ୍ଭବ ହୋଇପାରିବ।
ମୋ: ୮୨୮୦୨୩୯୯୫୭
[email protected]