ଜାତି ଯିବାର ଭୟ ଓ ‘ଧାଙ୍ଗଡ଼ୀ ବେଣ୍ଟ’

ମହେନ୍ଦ୍ର କୁମାର ମିଶ୍ର, ରାୟଗଡ଼ାରେ ଡ˚ଗରିଆ ଶିକ୍ଷା

ଅକ୍‌ଟୋବର ୧୫ରୁ ଜାନୁଆରି ୧୫। ଏହି ତିନି ମାସ ମଧୢରେ ମୋତେ ପନ୍ଦର ଦିନ ରାୟଗଡ଼ା ଜିଲ୍ଲାରେ ଓ ୧୫ ଦିନ ଭୁବନେଶ୍ବରରେ କାମ କରିବା ପାଇଁ ନିର୍ଦ୍ଦେଶ ମିଳିଲା। ରାୟଗଡ଼ାରେ ୫୬% ଆଦିବାସୀ ଓ ୧୪% ଅନୁସୂଚିତ ଜାତି। ମୋଟ ୭୦% ଆଦିବାସୀ ଓ ଦଳିତଙ୍କୁ ଛାଡ଼ି ଦେଲେ ବାକୀ ୩୦% ଲୋକ ସାଧାରଣ ବର୍ଗର। ଅରଣ୍ୟ ପର୍ବତ ଘେରା ଏହି ଜିଲ୍ଲାର ସାକ୍ଷରତା ବି ୨୦୦୧ ବେଳକୁ ୪୦%ରୁ କମ୍‌। ଆଦିବାସୀ କହିଲେ ସଉରା ଓ କନ୍ଧ। ନିୟମଗିରିର ଡ˚ଗରିଆ କନ୍ଧ ଗାଁମାନଙ୍କରେ ସ୍କୁଲ ପରିଚାଳନା କଥା ନ କହିଲେ ଭଲ। କ’ଣ କଲେ ଏମାନେ ସାକ୍ଷର ହେବେ ତାହା ଏକ ବଡ଼ ଚିନ୍ତା। ଜଙ୍ଗଲ ଓ ସାମାନ୍ୟ ପୋଡୁଚାଷ ଉପରେ ନିର୍ଭରଶୀଳ ଏହି ଲୋକମାନେ ନିମ୍ନତମ ସ୍ବାସ୍ଥ୍ୟ ସେବା ଓ ଆର୍ଥିକ ସୁରକ୍ଷାରୁ ମଧୢ ବଞ୍ଚିତ। ଏମାନେ ପଢ଼ିବେ କ’ଣ?

ଗାନ୍ଧୀବାଦୀ ଓ ସର୍ବୋଦୟୀମାନଙ୍କ ତ୍ୟାଗ ଯୋଗୁଁ ଏହି ଜିଲ୍ଲାର ଖମ୍ବେସିଠାରେ ୩୦-୪୦ ଜଣ ଆଦିବାସୀ ଡ˚ଗରିଆ କନ୍ଧ ପିଲାଙ୍କୁ ନେଇ ମାଳତୀ ଅପା ସ୍କୁଲଟିଏ ଖୋଲି ସେଠି ଜୀବନକୁ ଉତ୍ସର୍ଗ କରିଛନ୍ତି। ପିଲାଏ ପଢୁଛନ୍ତି। ଡ˚ଗରିଆ କନ୍ଧ ଉନ୍ନୟନ ସ˚ସ୍ଥା ଅଧୀନରେ ଥିବା ଚାଟିକଣା ଓ ପର୍ଶାଲୀ ଅଞ୍ଚଳକୁ ମିଶାଇ ପ୍ରାୟ ୭୦-୮୦ ଗାଁ ସବୁ ପାହାଡ଼ ପର୍ବତ ଭିତରେ। ସେ ସବୁ ଦୁର୍ଗମ ଅଞ୍ଚଳ। ସେଠି ଡ˚ଗରିଆ ବାଳକମାନେ ସ୍କୁଲରେ ନାମ ଲେଖାଇଥାନ୍ତି, ହେଲେ ବାଳିକା ସ˚ଖ୍ୟା ଖୁବ୍‌ କମ୍‌। କାରଣ ସେମାନେ ବାପାମା’ଙ୍କୁ ନିତିଦିନିଆ କାମରେ ସାହାଯ୍ୟ କରନ୍ତି। ଜଙ୍ଗଲ ଯାଇ ଜାଳକାଠ, ଫଳମୂଳ ସ˚ଗ୍ରହ, ସାନ ପିଲାଙ୍କୁ ଧରିବା ଓ ରୋଷେଇ କରିବା ପରି କାମରେ ଲାଗିବା ଯୋଗୁଁ ଝିଅମାନେ ସ୍କୁଲ ଯାଆନ୍ତି ନାହିଁ।

କୁରଲିରେ ଉଚ୍ଚ ପ୍ରାଥମିକ ସ୍କୁଲଟିଏ ଅଛି। ସେଠି ଏହି ସ˚ପ୍ରଦାୟର ୪୯ ପୁଅ ଓ ଜଣେ ଝିଅ। କୁରଲିରେ ଆବାସିକ ବାଳିକା ବିଦ୍ୟାଳୟଟିଏ ବି ଅଛି। କିନ୍ତୁ ତାହା ବନ୍ଦ। ବିରାଟ ସ୍କୁଲ ଘର ଅଥଚ ଝିଅ ପିଲା ସେଠି ପଢ଼ିବାକୁ କି ହଷ୍ଟେଲରେ ରହିବାକୁ ମନା କରନ୍ତି। କାରଣ, ସ୍କୁଲରେ ଯେହେତୁ ଗୋଟିଏ ନିର୍ଦ୍ଦିଷ୍ଟ ଜାତିର ଶିକ୍ଷକ ନିଯୁକ୍ତ, ଯେଉଁମାନଙ୍କଠୁ ମାଡ଼ ଖାଇଲେ ସେମାନଙ୍କ ଜାତି ଚାଲିଯିବାର ଭୟ ରହିଛି। ଖଜୁରୀପଦା, ମୁଣ୍ତବାଲି, କୁରଲି, ଖମ୍ବେସି ପ୍ରଭୃତି ଗାଁରେ ସ୍କୁଲମାନଙ୍କ ଅବସ୍ଥା ବହୁତ ଖରାପ। ପିଲାଏ କନ୍ଧ ଭାଷାରେ କଥା ହୁଅନ୍ତି, କିନ୍ତୁ ଶିକ୍ଷକମାନେ ଓଡ଼ିଆରେ ପଢ଼ାନ୍ତି। ତେଣୁ ଶିକ୍ଷକ କେମିତି ବୁଝେଇବେ ଓ ପିଲାଏ କ’ଣ ବୁଝିବେ ତାହା କେବଳ ଅନୁମାନର କଥା।

ସେଇ ଅଞ୍ଚଳର ଡ˚ଗରିଆ କନ୍ଧ ମୁଖିଆଙ୍କ ସଙ୍ଗେ ସଭା କରିବା ଲାଗି ଦିନଟିଏ ଧାର୍ଯ୍ୟ ହେଲା। ଯୋଜନା ହେଲା ଯେ ୨୦-୨୫ଟି ଗାଁର ମୁଖିଆ ‘ବିଶମାଝୀ’ମାନେ ଯୋଗ ଦେବେ। ସଭା ହେବ। ଆବାସିକ ବାଳିକା ବିଦ୍ୟାଳୟକୁ ପୁଣି ଚଳା ଯିବ। ନିର୍ଦ୍ଦିଷ୍ଟ ଦିନ ଆମେ ଦିନ ୨ଟାରେ ଖମ୍ବେସି ଗାଁରେ ପହଞ୍ଚିଲୁ। ହେଲେ ଗାଁଟିରେ ଲୋକବାକ ନ ଥିଲେ। ପାଖ ଗାଁରେ ସାପ୍ତାହିକ ହାଟ ଥିବା ହେତୁ ସମସ୍ତେ ହାଟକୁ ଯାଇଥିଲେ। ଫେରୁଫେରୁ ସନ୍ଧ୍ୟା ୬-୭ଟା ହୋଇଯିବ। ଧୀରେ ଧୀରେ ହାଟରୁ ଲୋକମାନେ ଫେରିଲେ। ସ˚ଧୢାରେ ରୋଷେଇ ହେଲା ସ୍କୁଲ ଘରେ। ଚାଳିଶ କି ପଚାଶ ଜଣ ଡ˚ଗରିଆ କନ୍ଧ ମୁଖିଆଙ୍କ ଲାଗି ଭୋଜନ ବ୍ୟବସ୍ଥା ହେଲା। ରାତି ୧୦ଟା ବେଳକୁ ଖିଆପିଆ ସରିଲା। ସେଠୁ ଗଡ଼ ଲୋକ ଓ ବିଶମାଝୀ ଏକାଠି ହେଲେ। ଗାଁର ସଦର ଗୁଡ଼ିକର ‘ଧରନୀ ମାତା’ଙ୍କ ପାଖରେ ପୂଜା ସାରି ମିଟି˚ ଆରମ୍ଭ ହେଲା। ମିଟି˚ ବିଜୁଳି ଆଲୁଅରେ ହିଁ ହେଲା। ଗାଁର ପିଲା, ବୁଢ଼ା, ପୁରୁଷ, ସ୍ତ୍ରୀ ସମସ୍ତେ ଥିଲେ। ମୁଖିଆମାନେ ଡ˚ଗରିଆ କନ୍ଧ ଭାଷାରେ କହିଲେ ଯେ ସରକାର ଡ˚ଗରିଆ ଝିଅଙ୍କ ପାଇଁ ହଷ୍ଟେଲ ଖୋଲିଛି। ପ୍ରତି ବାଳିକା ପାଇଁ ମାସିକ ୪୦୦ ଟଙ୍କା ଖର୍ଚ୍ଚ କରିବ। ହେଲେ ହଷ୍ଟେଲରେ ତାଲା ପଡ଼ିଛି। ଝିଅମାନଙ୍କୁ ପଢ଼ିବା ପାଇଁ ନ ଛାଡ଼ିଲେ, ସେମାନେ ହଷ୍ଟେଲରେ ନ ରହିଲେ, ସ୍କୁଲ ଚାଲିବ କିମିତି? କିନ୍ତୁ ଗାଁ ଲୋକେ କହିଲେ- ଆମେ ଆମ ଝିଅମାନଙ୍କୁ ହଷ୍ଟେଲରେ ଅନ୍ୟ ଜାତିର ଶିକ୍ଷକଙ୍କ ହାତରେ ଛାଡ଼ିପାରିବୁ ନାହିଁ। ସେମାନଙ୍କ ହାତରୁ ଖାଇବୁ ନାହିଁ। ସେମାନେ ଆମ ଝିଅକୁ ମାଡ଼ ଦେବେ, ଆମ ଜାତି ଯିବ। ପୁଣି ଜାତିକୁ ଫେରିବାକୁ ହେଲେ ଦଶରୁ ପନ୍ଦର ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ। ଜାତି ହେବା କାମ ସହଜ ନୁହେଁ। ଆମେ ବୁଝିପାରିଲୁ ଯେ ଏ ସମସ୍ୟାକୁ ସରକାରୀ ବ୍ୟବସ୍ଥା ଧରି ପାରି ନ ଥିଲା। ତେବେ ସମାଧାନ କ’ଣ? ସେମାନଙ୍କ ପ୍ରସ୍ତାବ ହେଲା, ଡ˚ଗରିଆ କନ୍ଧ ଶିକ୍ଷକ କିମ୍ବା ସବର୍ଣ୍ଣ ଶିକ୍ଷକ ରହିବେ। ରାନ୍ଧୁଣିଆ ଡ˚ଗରିଆ କନ୍ଧ ଲୋକ ହୋଇଥିବ। ପଢ଼ାଇବା ଶିକ୍ଷକ ଶିକ୍ଷୟିତ୍ରୀ ସେହି ହଷ୍ଟେଲରେ ରହିବେ। ଝିଅମାନେ ସୁରକ୍ଷା ଭିତରେ ରହିବେ। ବିଶମାଝୀମାନେ ସ୍କୁଲର ସୁରକ୍ଷା ଦେଖିବେ ଇତ୍ୟାଦି ଇତ୍ୟାଦି।

ସେଇ ରାତିରେ ହିଁ ନିଷ୍ପତ୍ତି ନିଆଗଲା। ପରବର୍ତ୍ତୀ ସାତ ଦିନ ଭିତରେ ୮୦ ଜଣ ଡ˚ଗରିଆ ଝିଅ ହଷ୍ଟେଲରେ ନାମ ଲେଖାଇବେ। ଜଣେ ଦୁଇଜଣ ଡ˚ଗରିଆ କନ୍ଧ ରାନ୍ଧୁଣିଆଣୀ ଯୋଗାଡ଼ ହେଲେ। ସେହି ସ୍କୁଲର ଜଣେ ଶିକ୍ଷକଙ୍କୁ ପାଖ ଗାଁ ସ୍କୁଲକୁ ବଦଳି କରାଗଲା। ହଷ୍ଟେଲ ଚାଲିଲା। ତେବେ, ଗାଁ ମୁଖିଆ ‘ବିଶମାଝୀ’ମାନେ ସେହି ସଭାରେ ନିଷ୍ପତ୍ତି ନେଲେ ଯେ ସମୟ ବଦଳିଲାଣି, ତେଣୁ ଝିଅମାନଙ୍କୁ ବି ଶିକ୍ଷିତ କରିବାକୁ ହେବ।
ସେଦିନର ମିଟି˚ ରାତି ୧୦ଟାରୁ ଆରମ୍ଭ ହୋଇ ୨ଟାରେ ସରିଲା। ସଭିଏଁ ‘ଧରନୀ ମାତା’ ପାଖରେ ଶପଥ ନେଲେ, ଯାହା ହେଲା ହେଲା, ଏବେ ଝିଅଙ୍କୁ ପଢ଼ାଇବେ।

ଡ˚ଗରିଆ କନ୍ଧ ଗାଁମାନଙ୍କରେ ଗାଁ ଲୋକ ସ୍କୁଲ ବିଷୟରେ ବେଶି ଆଗ୍ରହ ଦେଖାନ୍ତି ନାହିଁ। ପେଟ-ପାଟଣା, ଯାତ୍ରା-ପରବ, ପୋଡୁଚାଷ, ଜଙ୍ଗଲରେ ଫଳ ଚାଷ ପରି କାମରେ ସମୟ ଚାଲିଯାଏ। ପିଲାଙ୍କୁ ପଢ଼ାଇଲେ ତ ଲାଭ ଅଛି, ହେଲେ ଏତେ ସମୟ ଜଗିବ କିଏ? ଦଶ ବର୍ଷ ପଢ଼ାଇଲେ ସିନା ପିଲା ମାଟ୍ରିକ୍‌ ପାସ୍‌ କରିବ। ପୁଣି ପାଠ ପଢ଼ିଲେ ଘରକାମ, ଜମିକାମ ସବୁ ସେ ଆଉ କରିବ ନାହିଁ। ପାଠ ପଢ଼ିଲେ ଘରକାମ ଯଦି ନ କରିବ ତେବେ ଘରର କ୍ଷତି। ଆଜି ବ˚ଚିଲେ ସିନା କାଲି କଥା ଚିନ୍ତା କରିବ। ସୀମିତ ଅର୍ଥନୀତିର ଜୀବନରେ ଏ ଆଧୁନିକ ଶିକ୍ଷାର ସ୍ବପ୍ନ ତେଣୁ ସେମାନଙ୍କୁ ପ୍ରଭାବିତ କରିପାରେନାହିଁ।

ଡ˚ଗରିଆ କନ୍ଧ ଅଞ୍ଚଳରେ ପୁଅ ପିଲାଙ୍କ ହଷ୍ଟେଲ-ସ୍କୁଲ ଅଛି। ସେଠି ବି ପିଲା ରାତିରେ ରହନ୍ତି ନାହିଁ। କାରଣ ସେ ଅଞ୍ଚଳରେ ‘ଧାଙ୍ଗଡ଼ୀ ବେଣ୍ଟ’ ନାମରେ ଏକ ଗ୍ରାମୀଣ ସାମାଜିକ ଅନୁଷ୍ଠାନ ଅଛି। ତାହା ଅନୁସାରେ ପର୍ବପର୍ବାଣି ହେଉ କି ସାଧାରଣ ସମୟ; ଗୋଟିଏ ଗାଁର ପୁଅ ପିଲା ଅନ୍ୟ ଗାଁର ଝିଅଙ୍କ ସ˚ଗରେ ନାଚଗୀତ କରିବା ପାଇଁ ରାତି ୯-୧୦ଟାରେ ଯାଆନ୍ତି। ରାତି ସାରା ନାଚଗୀତ ଚାଲେ, ପ୍ରତିଯୋଗିତା ଚାଲେ। ହଷ୍ଟେଲରେ ରହିଲେ ବି ଡ˚ଗରିଆ କନ୍ଧ ପିଲା ଝିଅଙ୍କ ସଙ୍ଗେ ଗାଇବା, ନାଚିବା ପାଇଁ ରାତିରେ ପଳାଏ। ଜଙ୍ଗଲରେ ଶିକାର କରିବା ପାଇଁ ଯିବା କଥାକୁ ‘ବେଣ୍ଟ’ ବୋଲି କୁହାଯାଏ। ପୁଅମାନେ ନିଜ ମନର ମଣିଷ ପାଇବା ପାଇଁ ‘ଧାଙ୍ଗଡ଼ୀ ‌େବଣ୍ଟ’ରେ ଯାଆନ୍ତି। ସାମାଜିକ ଜୀବନ, ପର˚ପରା ଓ ଆଦିବାସୀ ଭାଷା; ଏ ତିନିଟି କଥା ସ୍କୁଲର ପାଠ ପଢ଼ା ସ˚ସ୍କୃତି ସଙ୍ଗେ ଖାପ ଖାଏ ନାହିଁ। ସ୍କୁଲର ପାଠ ବହିରେ ଡ˚ଗରିଆ ପିଲାଙ୍କ ଜୀବନ ଦିଶେ ନାହିଁ କି ଡ˚ଗରିଆ ପିଲାଙ୍କ ଜୀବନରେ ସ୍କୁଲର ପାଠ ମିଶେ ନାହିଁ। ଏହାକୁ ବୁଝିବା ଦରକାର।
ମୋ- ୮୧୦୯୬୬୫୦୫୧

ସମ୍ବନ୍ଧିତ ଖବର