ନିମ୍ନଗାମୀ ଆମ ଲୋକତନ୍ତ୍ର

କୁମାର ପ୍ରଶାନ୍ତ

ଆମ ଦେଶରେ ଲୋକତନ୍ତ୍ର ନିଜର ସ୍ବତନ୍ତ୍ରତା ହରାଇ, ଦୁର୍ବଳ ହୋଇଚାଲିଛି। ଆମ ସାମ୍ବିଧାନିକ ସ˚ସ୍ଥାଗୁଡ଼ିକ ପଙ୍ଗୁ ଓ ଅଥର୍ବ ହୋଇଗଲେଣି। ସେଗୁଡ଼ିକର ମୁଖ୍ୟ ଆସନଗୁଡ଼ିକରେ ମେରୁଦଣ୍ତହୀନ ମଣିଷମାନଙ୍କୁ ବସେଇଦିଆଯାଇଛି। ସମାଜରେ ସବୁ କାଳରେ ଏ ଭଳି ଅର୍ଦ୍ଧ-ବିକଶିତ ଓ ବିକଳାଙ୍ଗ ମଣିଷ ଥିଲେ। ଏ ଭଳି ଲୋକଙ୍କୁ ଏକତ୍ର କରି ଆପଣ କ୍ଷମତା ଉପଭୋଗ କରିପାରିବେ। କିନ୍ତୁ, ଏହା ପ୍ରକୃତ ଲୋକତନ୍ତ୍ର ନୁହେଁ। ଏମାନଙ୍କ ଦ୍ବାରା ଲୋକତନ୍ତ୍ରର ସ˚ରକ୍ଷଣ ଓ ବିକାଶ ହେବନାହିଁ।

‘ମୁଁ ଯେଉଁଆଡ଼େ ବି ଯିବି, ସେ ଜାଣିପାରିବ’- ଜନାବ ବଶୀର ବଦ୍ରଙ୍କ ଏକ ଉର୍ଦ୍ଦୁ କବିତା (ଶେର)ରୁ ଏହା ନିଆଯାଇଛି। ଭିନ୍ନ ଉଦ୍ଦେଶ୍ୟରେ, ଅନ୍ୟ କାହା ପାଇଁ ଲେଖାଯାଇଥିବା କବିତା ବେଳେ ବେଳେ ହଠାତ୍‌ ଆଉ କାହା ଠାରେ ଲାଗିଯାଏ। ନିକଟରେ ଏ ଭଳି ଘଟିଛି। ବାର୍ତ୍ତାଟିଏ ଆସିଛି ଆମେରିକାରୁ। ଏବେ ଟ୍ର˚ପ୍‌ ଭାଇ ଆଉ କ୍ଷମତାରେ ନାହାନ୍ତି ଏବ˚ ହ୍ୟୁସ୍‌ଟନ୍‌ରେ ତାଙ୍କ ସହ ମିଶି ‘ହାଉଡି ମୋଦୀ’ର ଯେଉଁ ଗୁ˚ଜରଣ ଆମ ପ୍ରଧାନମନ୍ତ୍ରୀ ଉଠାଇଥିଲେ, ତାହାର ଅନ୍ତ ହୋଇସାରିଛି।

ଟ୍ର˚ପ୍‌ ଭାଇ ଯାଉଯାଉ ଆମକୁ ‘ଗନ୍ଧିଆ ଓ ମିଛୁଆ ଦେଶ’ କହିଗଲେ। ତାହା ଆମକୁ ଖରାପ ଲାଗିଲେ ବି ଆମେ କିଛି କହିପାରିବାନାହିଁ। ତାଙ୍କ ସ୍ଥାନ ନେଇଛନ୍ତି ବାଇଡେନ୍‌। ଆଉ ବାଇଡେନ୍‌ଙ୍କ ଆମେରିକା ସହ ମିଳିମିଶି କାମ କରିବାର ଆଶା ଏବେ ଏବେ ପୋଷଣ କରିଛନ୍ତି ଆମ ପ୍ରଧାନମନ୍ତ୍ରୀ। ଏଠାରେ ପ୍ରସଙ୍ଗ ହେଉଛି, ଆମେରିକାରୁ କିଛି ବାର୍ତ୍ତା ଆସିଲେ, ଆମର ଏଠି ଜୋର‌୍‌ରେ ଗୁ˚ଜରିତ ହୋଇଥାଏ। ବାର୍ତ୍ତା ଆସିଛି, ମାର୍କିନ୍‌ ସ˚ସ୍ଥା ‘ଫ୍ରିଡମ୍‌ ହାଉସ୍‌’ରୁ। ବାର୍ତ୍ତାରେ କହାଯାଇଛି- ଲୋକତନ୍ତ୍ର, ଏଥି ସହ ସ˚ପୃକ୍ତ ବିଭିନ୍ନ ଅଧିକାର, ନ୍ୟାୟପାଳିକାର ସ୍ବତନ୍ତ୍ରତା ଆଦି ଦୃଷ୍ଟିରୁ ୨୦୧୯ ତୁଳନାରେ ଆମ ଦେଶ ନିମ୍ନଗାମୀ ହୋଇଛି। ଏ କ’ଣ ହେଲା? ଏମିତି କାହିଁକି ଘଟିଲା? କେହି କେହି କହିପାରନ୍ତି, ଏକ ମାର୍କିନ୍‌ ସ˚ସ୍ଥା କଥାକୁ ଆମେ କାହିଁକି ଗୁରୁତ୍ବ ଦେବୁ? ହଁ, ଆମେ ଏହି ପ୍ରଶ୍ନ କରିପାରିବା; ତଥାପି ଆମକୁ ଭାବିବାକୁ ପଡ଼ିବ। ଟ୍ର˚ପ୍‌କାଳୀନ ଆମେରିକା ସହ ଆମର ଉତ୍ତମ ସ˚ପର୍କ ଥିଲା। ଏବେ ବାଇଡେନ୍‌ଙ୍କ ନୂଆ ଆମେରିକା। ନୂଆ ଆମେରିକାରୁ ନୂଆ ବାର୍ତ୍ତା ଆସିଛି। ତେଣୁ, ଆମକୁ ଅନୁଧ୍ୟାନ କରିବାକୁ ପଡ଼ିବ, ଏକ ବର୍ଷ ମଧ୍ୟରେ ଆମେ କାହିଁକି ନିମ୍ନଗାମୀ ହେଲେ ବୋଲି କହାଯାଉଛି। କେଉଁ କେଉଁ କାରଣ ଏଥି ପାଇଁ ଦାୟୀ?
ଆମ ଦେଶରେ ଲୋକତନ୍ତ୍ର ନିଜର ସ୍ବତନ୍ତ୍ରତା ହରାଇ, ଦୁର୍ବଳ ହୋଇଚାଲିଛି। ଆମ ସାମ୍ବିଧାନିକ ସ˚ସ୍ଥାଗୁଡ଼ିକ ପଙ୍ଗୁ ଓ ଅଥର୍ବ ହୋଇଗଲେଣି। ସେଗୁଡ଼ିକର ମୁଖ୍ୟ ଆସନଗୁଡ଼ିକରେ ମେରୁଦଣ୍ତହୀନ ମଣିଷମାନଙ୍କୁ ବସେଇଦିଆଯାଇଛି। ସମାଜରେ ସବୁ କାଳରେ ଏ ଭଳି ଅର୍ଦ୍ଧ-ବିକଶିତ ଓ ବିକଳାଙ୍ଗ ମଣିଷ ଥିଲେ। ଏ ଭଳି ଲୋକଙ୍କୁ ଏକତ୍ର କରି ଆପଣ କ୍ଷମତା ଉପଭୋଗ କରିପାରିବେ। କିନ୍ତୁ, ଏହା ପ୍ରକୃତ ଲୋକତନ୍ତ୍ର ନୁହେଁ। ଏମାନଙ୍କ ଦ୍ବାରା ଲୋକତନ୍ତ୍ରର ସ˚ରକ୍ଷଣ ଓ ବିକାଶ ହେବନାହିଁ।

ଏବର ସରକାର ସବଳ ଲୋକତନ୍ତ୍ର ଚାହେଁ ନାହିଁ। ଏବର ସରକାରର ମିଜାଜ- ଯେଉଁ ଜନତା ଆମକୁ ‘ବାଛିଥିଲା’, ଆମେ ଏବେ ତାହାକୁ ‘ବାଛିବୁ’। ଏହି ଉଦ୍ଦେଶ୍ୟ ରଖି ନାଗରିକତା ସ˚ଶୋଧନ ଆଇନ ଅଣାଯାଇଥିଲା ଏବ˚ ସ˚ଖ୍ୟାଗରିଷ୍ଠତାର ବଳରେ ଲାଗୁ ମଧ୍ୟ କରାଯାଇଥିଲା। ଯିଏ, ଯେଉଁଠି ଏହାର ବିରୋଧ କଲା, ତାହାକୁ ସେଇଠି ସଙ୍ଗେସଙ୍ଗେ ଅସମ୍ବିଧାନୀୟ-ଅମାନବୀୟ ଢଙ୍ଗରେ ଦମନ କରିବାର ଅପଚେଷ୍ଟା କରାଯାଇଥିଲା। ନାଗରିକତା ଆନ୍ଦୋଳନ କାଳରେ ଯୁବକଙ୍କୁ ଯେଉଁ ଭଳି ବ୍ୟାପକ ଭାବେ ମାରପିଟ ଓ ଲାଞ୍ଛିତ, ବଦନାମ ଓ ଗିରଫ କରାଗଲା, ସ୍ବତନ୍ତ୍ର ଭାରତରେ ପୂର୍ବରୁ କେବେ ଏ ଭଳି ଘଟିନାହିଁ। ସେତେ ବେଳେ କୁହାଯାଇଥିଲା- ଯିଏ ଆମ ସହ ଏକମତ ନୁହେଁ, ତାହାର ବିଶ୍ବାସ ସ˚ପୂର୍ଣ୍ଣ ବା ଅଖଣ୍ତ ନୁହେଁ ଏବ˚ ଯାହାର ବିଶ୍ବାସ ସ˚ପୂର୍ଣ୍ଣ ବା ଅଖଣ୍ତ ନୁହେଁ, ସେ ଦେଶଦ୍ରୋହୀ। ଏହା ଲୋକତନ୍ତ୍ରକୁ ଶେଷ କରିବାର ଅପଚେଷ୍ଟା ନୁହେଁ ତ ଆଉ କ’ଣ!

ଲୋକତନ୍ତ୍ରକୁ ପୁଲିସ୍‌ ରାଜ୍‌ରେ ବଦଳାଇଦିଆଗଲା; ଗୁଣ୍ତାଙ୍କୁ ରାଜନୈତିକ ପୋଷାକ ପିନ୍ଧାଇ ଦିଆଗଲା; ଗଣମାଧ୍ୟମ ପୋଲିଓ ଆକ୍ରାନ୍ତ ଏବ˚ ନ୍ୟାୟପାଳିକା କଳା ମୋତିଆବିନ୍ଦୁର ଶିକାର ହେଲା। ତାହା ପରେ ପରେ ଆସିଲା କରୋନା ମହାମାରୀ। ଏହି ସ˚କଟ ଅବସରରେ ଶାସକଙ୍କ ତୁଣ୍ତରୁ ଯାହା ବାହାରିଲା, ତାହା ଆଇନ ହୋଇଗଲା। ଯେପରି ଭୟ ମଣିଷକୁ ମଣିଷ ହୋଇ ରହିବାକୁ ଦିଏନାହିଁ; ଠିକ୍‌ ସେହି ପରି ଭୟଭୀତ ଲୋକ ଓ ଅହ˚କାରୀ ତନ୍ତ୍ର, ଲୋକତନ୍ତ୍ରକୁ ଲୋକତନ୍ତ୍ର ଭାବେ ରହିବାକୁ ଦିଅନ୍ତିନାହିଁ। ପ୍ରଥମେ ଅପପ୍ରଚାର ଆରମ୍ଭ ହେଲା। ଆମକୁ କୁହାଗଲା, ଏକ ନିର୍ଦିଷ୍ଟ ଧର୍ମର ଲୋକେ କରୋନାକୁ ପ୍ରସାରିତ କରିବା ପାଇଁ ଯୋଜନାବଦ୍ଧ ଭାବେ ଭାରତରେ ପଶି ଯାଇଛନ୍ତି। ତାହା ପରେ ଭାରତର ବିଭିନ୍ନ ସଡ଼କରେ ଯେଉଁ ସ˚ଖ୍ୟାରେ ଶ୍ରମିକମାନେ ଚାଲିଚାଲି ଘରକୁ ଫେରିଲେ, ପଶୁ ଦଳ ବି କେବେ ସେହି ପରି ଚାଲି ନ ଥିବେ। ସେମାନେ ଉପାୟହୀନ ହୋଇ ପଡ଼ିଥିଲେ। ସେମାନଙ୍କ ଆଗରେ ଛଡ଼ାଯାଇଥିଲା ଦୁଇଟି ବିକଳ୍ପ- କରୋନାରେ ମର, ନ ହେଲେ ଭୋକରେ। ଏହି ଅନ୍ଧକାର କାଳରେ ଶ୍ରମ ଆଇନରେ, ବ୍ୟାଙ୍କ୍‌ ବ୍ୟବସ୍ଥାରେ, ସେନା ସ˚ରଚନାରେ, ପୁଲିସ୍‌ର ଅଧିକାରରେ, ବିରୋଧୀ ରାଜ୍ୟରେ, ବିଶ୍ବବିଦ୍ୟାଳୟର ପ୍ରଶାସନିକ ଓ ପାଠ୍ୟକ୍ରମର ଢାଞ୍ଚାରେ, କାଶ୍ମୀରର ବୈଧାନିକ ସ୍ଥିତିରେ ତଥା ଅନ୍ତର୍ଜାତୀୟ ରାଜନୀତିରେ ଭାରତର ଭୂମିକାରେ ଏ ଭଳି ପରିବର୍ତ୍ତନ ଅଣାଗଲା ଯେ, ଲୋକତନ୍ତ୍ର ଆଣ୍ଠେଇ ପଡ଼ିଲା।

କ୍ଷମତା ଓ ଅର୍ଥ ବଳରେ ନିର୍ବାଚନ ଏବ˚ ନିର୍ବାଚନ ଫଳାଫଳ ବନା ଗଲା, ବିଗିଡ଼ା ଗଲା। ବ୍ୟକ୍ତିତ୍ବବିହୀନ ଓ ସ˚ଦର୍ଭହୀନ ଲୋକଙ୍କୁ ରାଜ୍ୟପାଳ ବନାଗଲା; ବିଜ୍ଞାନ ଓ ପ୍ରୟୋଗ ବିଭାଗୀୟ ବିଭିନ୍ନ ସ˚ସ୍ଥାର ମୁଖ୍ୟ ପଦରେ ବସାଗଲା। ଅନ୍ତଃ-ଧର୍ମ ଓ ଅନ୍ତଃ-ଜାତି ବିବାହ ଆଦିକୁ ଅପରାଧ ବନାଇବା ପାଇଁ ଆଇନ ପାରିତ କରାଗଲା। ଲୋକଙ୍କ ବେଆଇନ ହି˚ସ୍ର ଭିଡ଼କୁ ତତ୍କାଳ ନ୍ୟାୟ ଦେବା ଦାୟିତ୍ବ ଦିଆଗଲା। ଭିଡ଼ର ସ˚ଜ୍ଞା ମଧ୍ୟ ନିରୂପିତ ହେଲା। ଭିଡ଼ ହେଲା ଏକ ଧର୍ମ ବା ଜାତିଗତ ସମଷ୍ଟି। ଏହାର କାମ ଅନ୍ୟ ଧର୍ମ ଓ ଜାତିର ଲୋକଙ୍କ ଉପରେ ଆକ୍ରମଣ। ଏହିସବୁ କାରଣରୁ ଆମ ଦେଶ ଏକ ଲୋକତନ୍ତ୍ର ଭାବେ ନିମ୍ନଗାମୀ ହୋଇଛି। ଏହା ଏକଦା ଥିଲା ‘ସ୍ବତନ୍ତ୍ର ରାଷ୍ଟ୍ର’ ଶ୍ରେଣୀରେ; ଏବେ ଏହା ‘ଏକ ସୀମା ପର୍ଯ୍ୟନ୍ତ ସ୍ବତନ୍ତ୍ର’ ସ୍ତରକୁ ଖସିଆସିଛି। ଏହା ନିଶ୍ଚିତ ଭାବେ ପ୍ରତ୍ୟେକ ଭାରତୀୟ ପାଇଁ ଲଜ୍ଜା ଓ ଅପମାନର କଥା। ଏହାର ଅର୍ଥ ଆମେ ଆଜି ଏ ଭଳି ଏକ ଅବସ୍ଥାରେ ପହଞ୍ଚି ଯାଇଛେ, ଯେଉଁଠି ଲୋକତନ୍ତ୍ର ତ ଅଛି; ହେଲେ, ନ ଥିବା ଭଳି। ସବୁ କିଛି ଆତ୍ମାହୀନ ଓ ଫମ୍ପା। ଚାଇନା ବି ନିଜକୁ ଲୋକତାନ୍ତ୍ରିକ ଦାବି କରୁଛି। ତେବେ, ‘ଫ୍ରିଡମ୍‌ ହାଉସ୍‌’ ଏହାକୁ ‘ସ୍ବତନ୍ତ୍ର ରାଷ୍ଟ୍ର ନୁହେଁ’ ଶ୍ରେଣୀରେ ରଖିଛି। ‘ଫ୍ରିଡମ୍‌ ହାଉସ୍‌’ର ରିପୋର୍ଟ‌୍‌ ଅନୁଯାୟୀ ଆମେରିକା ଅଛି, ‘ସ୍ବତନ୍ତ୍ର ରାଷ୍ଟ୍ର’ ଶ୍ରେଣୀରେ। ୨୦୧୦ରେ ଏହା ପାଇଥିଲା ୯୪ ନମ୍ବର‌୍‌। ଟ୍ର˚ପ୍‌ ଭାଇଙ୍କ କାର୍ଯ୍ୟ-କାଳରେ ଅଧଃପତନ ଘଟି ଏବେ ୮୩ରେ ସନ୍ତୁଷ୍ଟ। ‘ଫ୍ରିଡମ୍‌ ହାଉସ୍‌’ ରିପୋର୍ଟ‌୍‌ ଆହୁରି ମଧ୍ୟ କହୁଛି ଯେ, ସାରା ବିଶ୍ବର ଲୋକତାନ୍ତ୍ରିକ ସ୍ବାସ୍ଥ୍ୟ ବିଗିଡ଼ି ଚାଲିଛି। କେବଳ ଫିନ୍‌ଲାଣ୍ତ୍‌, ସ୍ବିଡେନ୍‌ ଓ ନର‌୍‌େଵ ପୂରା ୧୦୦ ନମ୍ବର‌୍‌ ସହ ‘ସ୍ବତନ୍ତ୍ର ରାଷ୍ଟ୍ର’ ତାଲିକାରେ ସର୍ବାଗ୍ରେ ଅଛନ୍ତି।

ଏହି ‘ଫ୍ରିଡମ୍‌ ହାଉସ୍‌’ କ’ଣ? ଏକ ଲମ୍ବା ସମୟ ଧରି ବିଶ୍ବ ଫାସିବାଦ, କର୍ତ୍ତୃତ୍ବବାଦ, ପ୍ରଭୁବାଦ ଆଦିର ଉତ୍ପୀଡ଼ନ ଏବ˚ ଦ୍ବିତୀୟ ବିଶ୍ବଯୁଦ୍ଧର ଆତଙ୍କ ଘେରରେ ରହିଥିବା ବେଳେ ଦୁନିଆକୁ ଚେତାବନୀ ଦେବା ପାଇଁ ୩୧ ଅକ୍‌ଟୋବର‌୍‌ ୧୯୪୧ରେ ଵାସି˚ଟନ୍‌ ଡିସିରେ ଏହାର ସ୍ଥାପନା କରାଯାଇଥିଲା। ଏହା ସାରା ବିଶ୍ବର ସମସ୍ତ ଲୋକତନ୍ତ୍ରର ବିକାଶ ତଥା ବିନାଶର ବିଧିବଦ୍ଧ ଅଧ୍ୟୟନ କରି, ତାରି ଆଧାରରେ ଅଙ୍କ ବା ନମ୍ବର‌୍‌ ଦେବା ଆରମ୍ଭ କରିଥିଲା। ଏବେ ପ୍ରାୟ ଅଶୀ ବର୍ଷ ପରେ ଏଠାରେ ଦେଢ଼ ଶହରୁ ଅଧିକ ଲୋକ କାମ କରୁଛନ୍ତି। ବିଶ୍ବର ଅନେକ ଦେଶରେ ଏହାର ଶାଖା କାର୍ଯ୍ୟାଳୟମାନ ଅଛି। ଏହା ପକ୍ଷରୁ ‘ଫ୍ରିଡମ୍‌ ଇନ୍‌ ଦ ଵାର୍ଲ‌୍‌ଡ’ ନାମକ ପତ୍ରିକା ପ୍ରକାଶ କରାଯାଉଛି। ଅତ୍ୟାଚାରୀ ପ୍ରଭୁବାଦୀ ଶାସକ ତଥା ଶାସନ ବ୍ୟବସ୍ଥାକୁ ଚିହ୍ନଟ କରିବା, ସେମାନଙ୍କ ବାବଦରେ ସମସ୍ତଙ୍କୁ ସଚେତନ ଓ ଜାଗ୍ରତ କରିବା ଏବ˚ ସେମାନଙ୍କୁ ବିରୋଧ କରିବା, ଏହାର ମୁଖ୍ୟ କାର୍ଯ୍ୟ। ଯେଉଁଠି ସରକାର ଜନତା ପାଖରେ ଉତ୍ତରଦାୟୀ, ସେଠାରେ ଲୋକତନ୍ତ୍ର ପଲ୍ଲବିତ ଓ କୁସୁମିତ ହୁଏ- ଏହି ଉକ୍ତିରେ ଏହି ସ˚ସ୍ଥା ବିଶ୍ବାସ କରେ। ନିର୍ବାଚନ, ସ˚ସଦ ଓ ସା˚ସଦ, ବିଧାନସଭା ଓ ବିଧାୟକଙ୍କ ଭିଡ଼ରେ ରହୁଥିବା ଲୋକତନ୍ତ୍ର ଆଦୌ ସୁରକ୍ଷିତ ନୁହେଁ। ଲୋକତନ୍ତ୍ର ଦୁର୍ବଳ ହେଲେ, ‘ଫ୍ରିଡମ୍‌ ହାଉସ୍‌’ ଜାଣିଯାଏ ଏବ˚ ଅବଶିଷ୍ଟ ବିଶ୍ବକୁ ଜଣାଇଦିଏ। ବଶୀର ବଦ୍ରଙ୍କର ପୂରା ଶେର- ‘ସବୁ ତାହାର- ପବନ, ସୁଗନ୍ଧ, ଭୂମି ଓ ଆକାଶ; ମୁଁ ଯେଉଁ ଆଡ଼େ ବି ଯିବି, ସେ

`ଜାଣିପାରିବ।’ ଭାରତରେ ଲୋକତନ୍ତ୍ର ଦୁର୍ବଳ ହୋଇଯାଇଥିବା, ସାରା ଦୁନିଆ ଜାଣିସାରିଲାଣି। ଏବେ ଦେଖିବା ବାକି ଅଛି, ଆମେ କେତେ ବେଳେ ଜାଣିବା।
(ମତାମତ ଲେଖକଙ୍କ ସଂପୂର୍ଣ୍ଣ ନିଜସ୍ବ)
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର