କ୍ଷମତାନ୍ଧ ରାଜନୀତି ଓ ମହାମାରୀ

ଅମିୟ ଭୂଷଣ ତ୍ରିପାଠୀ

ଏନ୍‌.ଡି.ଏ ୨୦୧୪ରେ କ୍ଷମତାକୁ ଆସିଲା ପରେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ହୋଇଥିବା ବିଧାନସଭା ନିର୍ବାଚନମାନଙ୍କ ଅନୁଧୢାନ ଏ ପ୍ରବନ୍ଧର ଉଦ୍ଦେଶ୍ୟ। ଏହା ବିଜେପିର କ˚ଗ୍ରେସ ମୁକ୍ତ ଓ ବିରୋଧୀ ମୁକ୍ତ ଭାରତ ଅଭିଯାନର ଅଗ୍ରଗତି, ସଫଳତା ଓ ପ୍ରଭାବ ଉପରେ ଆଲୋକପାତ କରିବ।

୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ନିର୍ବାଚନ ଶେଷରେ ବର୍ତ୍ତମାନ ବିଜେପି ଓ ସହଯୋଗୀ ଦଳ ୧୮ଟି ରାଜ୍ୟରେ କ୍ଷମତାସୀନ ଅଛନ୍ତି। ବିରୋଧୀ କ˚ଗ୍ରେସ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ୧୨ଟି ରାଜ୍ୟରେ କ୍ଷମତାରେ ଅଛନ୍ତି। ଏଥିରୁ ୮ଟି ରାଜ୍ୟରେ ବିଜେପି କଳେବଳେ କୌଶଳେ ସ˚ଖ୍ୟାଗରିଷ୍ଠ ଦଳଙ୍କୁ ସ˚ଖ୍ୟାଲଘୁ କରି କ୍ଷମତା ହାସଲ କରିଛି। ଏଥିରେ ବିଜେପି ଦ୍ବାରା ଅର୍ଥ କାରବାର ହୋଇଥିବାର ଅଭିଯୋଗ ଆସିଥାଏ। ଏହି ୧୮ଟି ରାଜ୍ୟରୁ ବିଜେପି ମାତ୍ର ୭ଟି ରାଜ୍ୟରେ ସ˚ଖ୍ୟାଗରିଷ୍ଠତା ପାଇ ସରକାର ଗଢ଼ିଛି। ସେ ରାଜ୍ୟମାନେ ହେଲେ ଆସାମ (୨୦୧୬ ଓ ୨୧), ଉତ୍ତରପ୍ରଦେଶ (୨୦୧୭), ହିମାଚଳ ପ୍ରଦେଶ (୨୦୧୭), ଉତ୍ତରାଞ୍ଚଳ (୨୦୧୭), ଗୁଜରାଟ (୨୦୧୭), ତ୍ରିପୁରା (୨୦୧୮) ଓ ଅରୁଣାଚଳ।

୨୦୧୫ରେ ହୋଇଥିବା ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ଆପ୍‌ ନିରଙ୍କୁଶ ସ˚ଖ୍ୟାଗରିଷ୍ଠତା ପାଇଲା। ବିହାରରେ ଲାଲୁଙ୍କ ଆର୍‌ଜେଡି ନୀତୀଶଙ୍କ ଜେଡିୟୁ ଓ କ˚ଗ୍ରେସ ମହାଗଠବନ୍ଧନ ସ˚ଖ୍ୟାଗରିଷ୍ଠତା ଲାଭ କରି ସରକାର ଗଠନ କଲେ। ଆର୍‌ଜେଡିର ସିଟ୍‌ ସ˚ଖ୍ୟା ଜେଡିୟୁ ଠାରୁ ଅଧିକ ଥିଲେ ମଧୢ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେଲେ। ତା’ପରେ ଲାଲୁଙ୍କ ଦୁର୍ନୀତି କେସ୍‌ରେ ଦଣ୍ତ ବିଧାନ ପରେ ନୀତୀଶ ଗଠବନ୍ଧନ ଛାଡ଼ିଲେ ଓ ବିଜେପି ସଙ୍ଗେ ହାତ ମିଳାଇଲେ ଏବଂ ମୁଖ୍ୟମନ୍ତ୍ରୀ ରହିଲେ। ୨୦୨୦ ନିର୍ବାଚନରେ ଆର୍‌ଜେଡି ଓ କ˚ଗ୍ରେସ ମେଣ୍ଟରେ ଲାଲୁଙ୍କ ପୁଅ ତେଜସ୍ବୀ ଯାଦବଙ୍କ ସହିତ ତୀବ୍ର ପ୍ରତିଯୋଗିତା ହେଲା। ଏପରି କି ସ˚ଖ୍ୟାଗରିଷ୍ଠତା ହାସଲ ପାଇଁ ୧୨୧ଟି ସିଟ୍‌ ତେଜସ୍ବୀ ଜିତିଲେଣି ବୋଲି ଇଙ୍ଗିତ ମିଳିଲା। କିନ୍ତୁ ତା’ ପରେ ୪୦ଟି ନିର୍ବାଚନ ମଣ୍ତଳୀରେ ବ୍ୟବଧାନ ଅତି କମ୍‌ ଥିବା ଆଳରେ ପୁନର୍ଗଣତି ହୋଇ ତେଜସ୍ବୀ ୧୧୦ ସ˚ଖ୍ୟାରେ ସୀମିତ ରହିଲେ।

୨୦୧୬ରେ ଏକମାତ୍ର ରାଜ୍ୟ ଆସାମରେ ବିଜେପି କ୍ଷମତା ହାସଲ କଲା। ତାମିଲନାଡୁରେ ଏଆଇଏଡିଏମ୍‌କେ, ପୁଡୁଚେରିରେ କ˚ଗ୍ରେସ, ପଶ୍ଚିମ ବଙ୍ଗରେ ତୃଣମୂଳ କ˚ଗ୍ରେସ ଓ କେରଳରେ ବାମ ମେଣ୍ଟ ସରକାର ଗଢ଼ିଲେ। ୨୦୧୭ରେ ପଞ୍ଜାବରେ କ˚ଗ୍ରେସ ବିଜୟୀ ହେଲା। ଚାରିଟି ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଞ୍ଚଳ, ହିମାଚଳ ଓ ଗୁଜରାଟରେ ବିଜେପି ବିଜୟ ହାସଲ କଲା। ଗୋଆରେ କ˚ଗ୍ରେସ ୧୭ଟି ସିଟ୍‌ ଓ ମଣିପୁରରେ ୨୮ଟି ସିଟ୍‌ ପାଇ ଏକକ ସ˚ଖ୍ୟାଗରିଷ୍ଠତା ହାସଲ କଲା। କ˚ଗ୍ରେସର ସ୍ଥାଣୁତା, ନେତୃବର୍ଗଙ୍କ ଶିଥିଳତାର ସୁଯୋଗ ନେଇ ବିଜେପି ଅର୍ଥ ଓ କ୍ଷମତାର ପ୍ରଲୋଭନ ଦେଖାଇ ଦଳ ବଦଳରେ ଲାଗିଗଲା ଏବଂ ସଫଳ ମଧୢ ହେଲା। ମୋଦୀଙ୍କ ରାଜ୍ୟ ଗୁଜରାଟରେ କ˚ଗ୍ରେସ ବିଜେପିକୁ କଡ଼ା ଟକ୍କର ଦେଇ ୭୭ଟି ଆସନ ପାଇଲା, ଯହିଁରେ ବିଜେପି ୯୯ଟି ଆସନ ପାଇଲା। ତା’ପରେ ଅବଶ୍ୟ ଅବାଧ ଦଳବଦଳ ଚାଲିଲା।
୨୦୧୮ରେ ରାଜ୍ୟ ନିର୍ବାଚନରେ ୪ଟି ରାଜ୍ୟରେ କ˚ଗ୍ରେସ ସ˚ଖ୍ୟାଗରିଷ୍ଠତା ପାଇଲା; ଛତିଶଗଡ଼ରେ ନିରଙ୍କୁଶ ସ˚ଖ୍ୟାଗରିଷ୍ଠତା ମିଳିଲା; ଏହା ସହିତ ଥିଲେ ରାଜସ୍ଥାନ, ମଧୢପ୍ରଦେଶ ଓ କର୍ଣ୍ଣାଟକ। କର୍ଣ୍ଣାଟକରେ କ˚ଗ୍ରେସର ସହଯୋଗୀ ଥିଲା ଜେବିଏସ୍‌। ସେହି ରାଜ୍ୟର ବୋଲକରା ରାଜ୍ୟପାଳ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ କଲେ। ତେବେ, ଆସେମ୍ଲିରେ ଶକ୍ତି ପରୀକ୍ଷା ଆଗରୁ ବିଜେପିର ୟାଦୁରାପ୍ପା ଇସ୍ତାଫା ଦେଲେ। ସୁତରାଂ, କ˚ଗ୍ରେସ ଓ ଜେଡିଏସ୍‌ ସରକାର ଗଠନ କଲେ। ତା’ପରେ ବିଜେପି ଅହରହ କର୍ଣ୍ଣାଟକ, ମଧୢପ୍ରଦେଶ ଓ ରାଜସ୍ଥାନରେ ଦଳବଦଳ କରି ସରକାରର ପତନ ଘଟାଇବାର ଚେଷ୍ଟାରେ ରହିଲେ। ରାଜସ୍ଥାନରେ ଅଶୋକ ଗେହଲୋଟ ଅମିତ ଶାହାଙ୍କ ସବୁ ଆକ୍ରମଣକୁ ପ୍ରତିରୋଧ କରିପାରିଲେ, କିନ୍ତୁ ମଧୢପ୍ରଦେଶ ଓ କର୍ଣ୍ଣାଟକରେ କ˚ଗ୍ରେସକୁ ସ˚ଖ୍ୟାଲଘୁ ବନାଇ ବିଜେପି ସରକାର ଗଠନ କଲା। ତ୍ରିପୁରାରେ ବିଜେପିର ବିଜୟ ହେଲା ଓ ତେଲେଙ୍ଗାନାରେ ଟିଆରଏସ୍‌ କ୍ଷମତାକୁ ଫେରିଲା। ମେଘାଳୟରେ କ˚ଗ୍ରେସ ୨୧ଟି ସିଟ୍‌ ପାଇ ସ˚ଖ୍ୟାଗରିଷ୍ଠ ହୋଇ ମଧୢ ଟି.ଏନ୍‌ ସାଙ୍ଗମାଙ୍କ ପୁତ୍ର କୋନାର୍ଡ ସାଙ୍ଗମାଙ୍କ ଦଳ ୨ଟି ସିଟ୍‌ ପାଇଥିବା ବିଜେପି ସଙ୍ଗେ ହାତ ମିଳାଇ ସରକାର ଗଠନ କଲା। ନାଗାଲାଣ୍ତରେ ନାଗାଲାଣ୍ତ ପିପୁଲ୍‌ସ୍‌ ଫ୍ରଣ୍ଟ୍‌ ସଙ୍ଗେ ବିଜେପି ମେଣ୍ଟ ବାନ୍ଧିଲା। ମିଜୋରାମରେ ମିଜୋରାମ ପିପୁଲ୍‌ସ୍‌ ଫ୍ରଣ୍ଟ୍ ସରକାର ଗଢ଼ିଲା। ୨୦୧୮ ନିର୍ବାଚନ ଦେଖିଲେ ବିଜେପିର ଦଳବଦଳ ଖେଳ ଚରମସୀମାରେ ପହଞ୍ଚିଥିବା ଜଣାପଡ଼େ।

୨୦୧୯ରେ ୭ଟି ବିଧାନସଭା ନିର୍ବାଚନରେ ବିଜେପି କେବଳ ଅରୁଣାଚଳ ପାଇଲା। ହରିଆନାରେ ଜନନାୟକ ଦଳ ସଙ୍ଗେ ମିଶି ସରକାର ଗଠନ କଲା। ଆନ୍ଧ୍ରପ୍ରଦେଶରେ ଵାଇଏସ୍‌ଆର କଂଗ୍ରେସ, ଓଡ଼ିଶାରେ ବିଜେଡି, ମହାରାଷ୍ଟ୍ରରେ ଶିବସେନା, ଏନ୍‌ସିପି ଓ କ˚ଗ୍ରେସ ମେଣ୍ଟ ଓ ଝାରଖଣ୍ତରେ ଜେଏମ୍‌ଏମ୍‌ ଓ କ˚ଗ୍ରେସ ମେଣ୍ଟ ସରକାର ଗଠନ କଲେ। ମହାରାଷ୍ଟ୍ରରେ ରାଜ୍ୟପାଳ ମଧୢ ବିଜେପିକୁ କ୍ଷମତାସୀନ କରିବା ପାଇଁ ଯେଉଁ ଅନୈତିକ କାର୍ଯ୍ୟ କରିଥିଲେ, ତାହାର ତୁଳନା ନାହିଁ। ବିଜେପିର ସହଯୋଗୀ ଥିବା ଶିବସେନା ବିଜେପିକୁ ବର୍ଜନ କରି ବର୍ତ୍ତମାନ ବିଜେପିର କଠୋର ସମାଲୋଚକରେ ପରିଣତ ହୋଇଛି। ୨୦୨୦ ନିର୍ବାଚନରେ ଆପ୍‌ ଦିଲ୍ଲୀରେ ପୁଣି କ୍ଷମତାକୁ ଫେରିଲା।

୨୦୨୧ ନିର୍ବାଚନ ବିଜେପି ପାଇଁ ଏକ ବିରାଟ ଆହ୍ବାନ ଥିଲା। ବିଜେପିର ପ୍ରଧାନ ଲକ୍ଷ୍ୟ ଥିଲା ପଶ୍ଚିମବଙ୍ଗରେ ମମତାଙ୍କୁ ଧରାଶାୟୀ କରିବା। ସେଥିପାଇଁ ମୋଦୀ ଓ ଶାହ ତାଙ୍କ ଶକ୍ତି, କ୍ଷମତା ଓ ଅର୍ଥର ଅବାଧ ବିନିଯୋଗ କରିବା ଛଡ଼ା ନିର୍ବାଚନ କମିସନକୁ ମଧ୍ୟ ନିଜ ପ୍ରଚାର ସୁବିଧା ପାଇଁ ବ୍ୟବହାର କରିଥିବାର ଅଭିଯୋଗ ‌େହାଇଥାଏ। ନିର୍ବାଚନ ୮ଟି ପର୍ଯ୍ୟାୟରେ ହେଲା। ସମଗ୍ର ରାଜ୍ୟରେ କେନ୍ଦ୍ରର ଅର୍ଦ୍ଧ ସାମରିକ ବାହିନୀକୁ ମୁତୟନ କରି ରାଜ୍ୟର ପୁଲିସକୁ ଅଥର୍ବ କରି ଦିଆଗଲା। କ୍ଷମତାର ଏପରି ନଗ୍ନ ବ୍ୟବହାର ଅଭୂତପୂର୍ବ ଥିଲା। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରୁତିକଟୁ ‘ଦିଦି ଓ ଦିଦି’ କଟାକ୍ଷ ଓ ଜନତାର ‘ଜୟ ଶ୍ରୀରାମ’ ଧ୍ବନିରେ ସଭା କମ୍ପୁଥିଲା ବେଳେ ମମତା ଜଗନ୍ନାଥଙ୍କ ଶରଣ ଭିକ୍ଷା କରି ଓ ମା’ କାଳୀଙ୍କ ଆଶୀର୍ବାଦ ନେଇ ନିଜର ଉଗ୍ରରୂପ ପ୍ରଦର୍ଶନ କଲେ। ଦୁଇ ଶହଟି ସିଟ୍‌ ପାଇବ ବୋଲି ବାହାସ୍ଫୋଟ ମାରୁଥିବା ବିଜେପି ୮୦ଟି ସିଟ୍‌ ମଧୢ ପାଇଲା ନାହିଁ। ମମତା ୨୦୦ ସ˚ଖ୍ୟାକୁ ଅତିକ୍ରମ କଲେ। ତାମିଲନାଡୁରେ ଡିଏମ୍‌କେ ଓ କ˚ଗ୍ରେସ ମେଣ୍ଟ ଜିତିଲା ଓ କେରଳରେ ବାମ ସାମ୍ମୁଖ୍ୟ ପୁଣି କ୍ଷମତାକୁ ଫେରିଲା। ଏକ କ୍ଷୁଦ୍ର ରାଜ୍ୟ ପୁଡୁଚେରିକୁ ହାସଲ କରିବା ପାଇଁ ସେଠାରେ ରାଜ୍ୟପାଳ ଭାରତର ପ୍ରଥମ ମହିଳା ଆଇ.ପି.ଏସ୍‌ ଅଫିସର କିରଣ ବେଦୀ କ୍ଷମତାସୀନ କ˚ଗ୍ରେସ ସରକାରକୁ ଅହରହ ହଇରାଣ କରିଥିବା ତଥା ଦଳବଦଳରେ ଲିପ୍ତ ରହିଥିବା ବିଷୟରେ ଅଭିଯୋଗ ହୁଏ। ଶେଷରେ ସେ ସେଠାରେ ରାଷ୍ଟ୍ରପତି ଶାସନ ଜାରି କଲେ। ନିର୍ବାଚନରେ ବିଜେପି ମେଣ୍ଟ ବିଜୟ ଲାଭ କଲା। ଆସାମରେ ବିଜେପି ନିରଙ୍କୁଶ ସ˚ଖ୍ୟାଗରିଷ୍ଠତା ପାଇଲା।

ଏ ଆଲୋଚନାରୁ ଏହା ସ୍ପଷ୍ଟ ଯେ ମୋଦୀ-ଶାହା ଭାରତକୁ କ˚ଗ୍ରେସ ମୁକ୍ତ କରିବାରେ ବିଫଳ ହୋଇଛନ୍ତି। ତାଙ୍କର ଗଣନା ଥିଲା କ˚ଗ୍ରେସ ମୁକ୍ତ ଭାରତରେ ଆଞ୍ଚଳିକ ଦଳମାନେ ପ୍ରବଳ କ୍ଷମତାର ଅଧିକାରୀ ବିଜେପିର ଅର୍ଥ ବଳ ଓ ପ୍ରଭାବରେ ସ˚କୁଚିତ ଓ ବିଲୀନ ହୋଇଯିବେ। ଫଳ ହେଲା ବିପରୀତ। ଏନ୍‌ଡିଏର ମୁଖ୍ୟ ଅ˚ଶୀଦାର କେତେକ ଆଞ୍ଚଳିକ ଦଳ ଯେମିତିକି ମହାରାଷ୍ଟ୍ରରେ ଶିବସେନା, ପଞ୍ଚାବରେ ଅକାଳୀ, କାଶ୍ମୀରରେ ପିଡିପି ଓ ଆସାମରେ ବଡୋଲାଣ୍ତ ଦଳ ବିଜେପିକୁ ବର୍ଜନ କରି ତା’ର ତୀବ୍ର ସମାଲୋଚକ ପାଲଟିଛନ୍ତି। ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ କେରଳର ସଦ୍ୟ ନିର୍ବାଚନ ଫଳାଫଳ ମଧ୍ୟ ବିଜେପିର ଏ ଧାରଣାକୁ ଭ୍ରମାତ୍ମକ ପ୍ରମାଣିତ କରିଛି। ଆୟାରାମ ଗୟାରାମ ଓ ଘୋଡ଼ା ବେପାର କ୍ରମେ ରାଜନୀତିରେ ଆଧିପତ୍ୟ ବିସ୍ତାର କଲାଣି। ଏବେ ଆସାମର ମୁଖ୍ୟମନ୍ତ୍ରୀ ଜଣେ ପୂର୍ବତନ କ˚ଗ୍ରେସ ନେତା ଓ ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ଜଣେ ପୂର୍ବତନ ଟିଏମ୍‌ସି ନେତା ଥିଲେ। ଆସନ୍ତା ବର୍ଷ ୬ଟି ରାଜ୍ୟରେ ନିର୍ବାଚନ ହେବ। ସେଗୁଡ଼ିକ ହେଲେ ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ତ, ଗୁଜରାଟ, ଗୋଆ ଓ ମଣିପୁର। ଏସବୁ ରାଜ୍ୟରେ ବିଜେପି ତୀବ୍ର ପ୍ରତିଯୋଗିତାର ସାମ୍‌ନା କରିବ। କରୋନା ମହାମାରୀ ମୋଦୀଙ୍କ ଭାବମୂର୍ତ୍ତି ଓ ବିଶ୍ବସନୀୟତାରେ ବହୁତ ଆଞ୍ଚ ଆଣିଛି। ଆଗକୁ କ’ଣ ହେବ ଦେଖିବା କଥା। ଆଉ ଏକ ଚିନ୍ତାଜନକ ପ୍ରସଙ୍ଗ ହେଲା ପ୍ରତିହି˚ସା ମନୋଭାବ। ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟରେ ବିଧାନସଭା ଗଠନ ହେବା ଆଗରୁ ସିବିଆଇ ଆସି ନାରଦା କେସ୍‌ରେ ଟିଏମ୍‌ସି ନେତାଙ୍କୁ ଗିରଫ କଲେ। ସେ କେସ୍‌ରେ ଅଭିଯୁକ୍ତ ଭୂତପୂର୍ବ ଟିଏମ୍‌ସି ନେତା ଶୁଭେନ୍ଦୁ ଅଧିକାରୀ ଓ ମୁକୁଳ ରାୟଙ୍କୁ ଗିରଫ କଲେ ନାହିଁ; କାରଣ ଦର୍ଶାଗଲା ଯେ ଲୋକସଭା ବାଚସ୍ପତିଙ୍କ ଠାରୁ ଅନୁମତି ଆସିନାହିଁ। ଏହା ଅତି ହାସ୍ୟାସ୍ପଦ। କାରଣ ସିବିଆଇ ପ୍ରଥମେ ବାଚସ୍ପତିଙ୍କ ଅନୁମୋଦନ ଆଣି ତା’ପରେ ରାଜ୍ୟପାଳଙ୍କ ଅନୁମୋଦନ ନେଇ ସମସ୍ତଙ୍କୁ ଏକ ସମୟରେ ଗିରଫ କରି ପାରିଥାନ୍ତା। ଏ ଗିରଫଦାରି ସୂଚାଇ ଦେଉଛି ଯେ ମୋଦୀ ଓ ଶାହା ଆଗାମୀ ଦିନରେ ମମତାଙ୍କୁ ଶାନ୍ତିରେ ଶାସନ କରିବାକୁ ଦେଇ ନ ପାରନ୍ତି।

କରୋନା ମହାମାରୀ ଦ୍ବିତୀୟ ଲହରରେ ଯେଉଁ କରାଳ ରୂପ ଧାରଣ କରିଛି, ସେଥିପାଇଁ ଏ କଳୁଷିତ ରାଜନୀତି ଏକ ପ୍ରଧାନ କାରଣ ବୋଲି କହିବା ଯଥାର୍ଥ ହେବ। ପ୍ରଥମ ଲହରରେ କରୋନା ଶୀର୍ଷରେ ପହଞ୍ଚି ସ˚ଖ୍ୟା ଥିଲା ୯୭୦୦୦। ସେତିକି ବେଳେ ଦ୍ବିତୀୟ ଲହରର ଚେତାବନୀ ଥିଲା; କାରଣ ସମଗ୍ର ୟୁରୋପ ଦ୍ବିତୀୟ ଲହରରେ ଅସ୍ତବ୍ୟସ୍ତ ହୋଇଯାଉଥିଲା। ସେତେବେଳେ ଭାରତରେ କରୋନା ସ˚ଗ୍ରାମର ପ୍ରଧାନ ସେନାପତି ନରେନ୍ଦ୍ର ମୋଦୀଙ୍କ ସଫଳତାର କାହାଣୀ ସମଗ୍ର ବିଶ୍ବରେ ଅନୁକରଣୀୟ ବୋଲି ସାମାଜିକ ଗଣମାଧୢମରେ କୁହାଗଲା। ଡିସେମ୍ବର ସୁଦ୍ଧା ସ˚ଖ୍ୟା କମିଲା ଓ ଜାନୁଆରିରେ ମୋଦୀ ଡାଭୋସ ସମ୍ମିଳନୀରେ ଦର୍ପର ସହ କହିଲେ ଯେ ଭାରତ ବିଶ୍ବର ମାନବ ସମାଜକୁ ବଞ୍ଚାଇ ଦେଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ କହିଲେ କରୋନା ଯୁଦ୍ଧ ଶେଷ ପର୍ଯ୍ୟାୟରେ।

ପାଞ୍ଚଟି ରାଜ୍ୟରେ ନିର୍ବାଚନ ଘୋଷଣା ହେଲା। ପାଞ୍ଚଟି ଅଣ ବିଜେପି ରାଜ୍ୟ ଅଧିକାର କରିବା ପାଇଁ ବର୍ତ୍ତମାନର ଚାଣକ୍ୟ ଅମିତ ଶାହା ଗୋଟି ଚାଳନା କଲେ। ମୁଖ୍ୟ ଲକ୍ଷ୍ୟ ଥିଲା ମମତାଙ୍କୁ ଧରାଶାୟୀ କରିବା। ଭାଷଣ ଦେବାରେ ଅପ୍ରତିଦ୍ବନ୍ଦ୍ବୀ ମୋଦୀ ଅମିତ ଶାହାଙ୍କ ସହିତ ରାଲି ପରେ ରାଲିରେ ଜନତାକୁ ଉଦ୍‌ବୋଧନ କଲେ। ଦେଶର ଦୁଇ ସର୍ବୋଚ୍ଚ କ୍ଷମତାଶାଳୀ ନେତା ମାସ୍କ ନ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା ନ କରି ଯେତେବେଳେ ରଣହୁଙ୍କାର ଦେଉଥିଲେ, ମୋଦୀ ମୁଗ୍‌ଧ ଜନତା ବିନା ମାସ୍କ୍‌ରେ ଜୟ ଶ୍ରୀରାମ ଧ୍ବନିରେ ସଭାସ୍ଥଳରେ କ˚ପନ ସୃଷ୍ଟି କରୁଥିଲେ। ହିନ୍ଦୁ ଭୋଟକୁ ହାତ ମୁଠା କରିବା ପାଇଁ ହରିଦ୍ବାରରେ ୨୦୨୨ରେ ହେବାକୁ ଥିବା କୁମ୍ଭମେଳାକୁ ବର୍ଷକ ଆଗରୁ ୨୦୨୧ରେ ଅନୁଷ୍ଠିତ କରାଗଲା। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କହିଲେ ମା’ ଗଙ୍ଗାଙ୍କ ପବିତ୍ର ଜଳରେ ସ୍ନାନ କଲେ କରୋନା ସ୍ପର୍ଶ କରିପାରିବ ନାହିଁ। କିନ୍ତୁ ଫଳ ହେଲା ତାଙ୍କ ଭୂଖଣ୍ତରୁ ଭେଳା ଭେଳା ଶବ ଗଙ୍ଗାରେ ଭାସି ବିହାରରେ ଲାଗିଲା। ଏପରି ସ˚କଟଜନକ ପରିସ୍ଥିତିରେ ଆଇପିଏଲ୍‌ ମଧୢ ଅନୁଷ୍ଠିତ ହେଲା। କରୋନାର ଦୈନିକ ସଂକ୍ରମଣ ୪ ଲକ୍ଷରୁ ଅଧିକ ହେଲା। ଅକ୍‌ସିଜେନ ଅଭାବ, ସିଲିଣ୍ତର ଅଭାବ ଓ ଶଯ୍ୟା ଅଭାବ ପରିସ୍ଥିତିକୁ ଜଟିଳ କରି ଦେଲା। ଟିକା ଅଭାବ ଦୟନୀୟ ହେଲା। ଗୋଟିଏ ବାକ୍ୟରେ କହିଲେ କ୍ଷମତାନ୍ଧ ରାଜନୀତି ଭାରତର ଏ ଦୁର୍ଦଶା ପାଇଁ ଦାୟୀ।
୯୮-A, ସୂର୍ଯ୍ୟନଗର
[email protected]

ସମ୍ବନ୍ଧିତ ଖବର