କିଛି ପ୍ରଶ୍ନ

ନିକଟରେ ଭାରତୀୟମାନଙ୍କ ‘ପ୍ରତ୍ୟାଶିତ ଆୟୁଷ’(ଲାଇଫ୍‌ ଏକ୍‌ସପେକ୍‌ଟାନ୍‌ସି) ସ˚ଦର୍ଭରେ ଗୋଟିଏ ସଘନ ଗବେଷଣା-ପ୍ରସୂତ ପରିସ˚ଖ୍ୟାନମୂଳକ ରିପୋର୍ଟ ଏକ ଅତ୍ୟନ୍ତ ସ˚ଭ୍ରାନ୍ତ ଆନ୍ତର୍ଜାତିକ ପତ୍ରିକା ‘ପପୁଲେସନ ଏଣ୍ତ ଡେଭଲପ୍‌ମେଣ୍ଟ ରିଭ୍ୟୁ’ ବା ‘ପିଡିଆର‌୍‌’ରେ ପ୍ରକାଶ ପାଇବା ପରେ ଆମ ଦେଶରେ ବ୍ୟାପକ ଆଲୋଚନାର ପାତ୍ର ହୋଇଛି। ଭାରତୀୟ ମୂଳୋଦ୍ଭବ ଯେଉଁ ଗବେଷକମାନେ ଏହା ପ୍ରସ୍ତୁତ କରିଛନ୍ତି, ସେମାନେ ହେଲେ ଆଶିଷ ଗୁପ୍ତା ଏବ˚ ନିଖିଳ ସୁନ୍ଦରାନନ, ଦୁହେଁ ଆନ୍ତର୍ଜତିକ ସ୍ତରରେ ଜଣାଶୁଣା ଗବେଷକ। ଏହି ରିପୋର୍ଟ‌୍ରୁ ପ୍ରାପ୍ତ ନିଷ୍କର୍ଷ ମଧୢରୁ ଯାହା ବିଶେଷ ପ୍ରଣିଧାନଯୋଗ୍ୟ, ତାହା ହେଲା ଉଚ୍ଚ ଜାତିର ଭାରତୀୟ ପୁରୁଷ ଏବ˚ ମହିଳାଙ୍କ ‘ପ୍ରତ୍ୟାଶିତ ଆୟୁଷ’ ଦଳିତ (ଅନୁସୂଚିତ ଜାତି), ଆଦିବାସୀ ଏବ˚ ମୁସଲମାନ ସ˚ପ୍ରଦାୟର ପୁରୁଷ ଏବ˚ ମହିଳାଙ୍କ ତୁଳନାରେ ଅଧିକ। କେବଳ ସେତିକି ନୁହେଁ, ୧୯୯୭ ଏବ˚ ୨୦୧୬ ମସିହା ମଧୢବର୍ତ୍ତୀ ପ୍ରାୟ ଦୁଇ ଦଶନ୍ଧି ମଧୢରେ ଭାରତୀୟଙ୍କ ହାରାହାରି ‘ପ୍ରତ୍ୟାଶିତ ଆୟୁଷ’ରେ ବୃଦ୍ଧି ଘଟିଛି ସିନା, ଉଚ୍ଚ ଜାତି ବର୍ଗଙ୍କ ସହିତ ଦଳିତ ବା ଆଦିବାସୀ ଅଥବା ମୁସଲମାନ ବର୍ଗଙ୍କ ଯେଉଁ ଆୟୁଷଗତ ତାରତମ୍ୟ ୧୯୯୭ ମସିହାରେ ଥିଲା, ତାହା ୨୦୧୬ ମସିହା ବେଳକୁ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇଛି। ଭାରତୀୟଙ୍କ ଆୟୁଷର ଏଭଳି ଏକ ଜାତି-ମୂଳକ ଦିଗଟି ଚର୍ଚ୍ଚାର କେନ୍ଦ୍ର ହୋଇଥିବା ବେଳେ ଏହି ରିପୋର୍ଟ କେତେକ ପ୍ରଶ୍ନ ଉଠାଇଥାଏ, ଯାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଛି।
ପ୍ରକାଶ ଥାଉ କି ଏହା ପୂର୍ବରୁ ୨୦୨୧ ମସିହାରେ ‘ଅକ୍‌ସଫାମ୍‌’ ଦ୍ବାରା ପ୍ରସ୍ତୁତ ‘ଇନ୍‌ଇକ୍ବାଲିଟି ରିପୋର୍ଟ’ ବା ‘ବୈଷମ୍ୟର ରିପୋର୍ଟ’ରେ କୁହାଯାଇଥିଲା ଯେ ଭାରତରେ ସ୍ବଚ୍ଛଳ ବର୍ଗର ‘ପ୍ରତ୍ୟାଶିତ ଆୟୁଷ’ ଆର୍ଥିକ ପିରାମିଡ୍‌ର ନିମ୍ନତମ ସୋପାନରେ ଉପସ୍ଥିତ ଦରିଦ୍ରତମ ବର୍ଗର ସଦସ୍ୟଙ୍କ ଠାରୁ ସାଢ଼େ ସାତ ବର୍ଷ ଅଧିକ। ସେହି ରିପୋର୍ଟରେ ମଧୢ ଭାରତୀୟଙ୍କ ଆୟୁଷ ଆକଳନ ବେଳେ ଏହି ଜାତି ଅନୁସାରୀ ପାର୍ଥକ୍ୟ ଉପରେ ମଧୢ ଆଲୋକପାତ କରାଯାଇଥିଲା। ତେବେ, ବର୍ତ୍ତମାନର ‘ପିଡିଆର‌୍‌’ ରିପୋର୍ଟ‌୍ର ଆକଳନରେ କୁହାଯାଇଛି ଯେ ଆର୍ଥିକ ସାମର୍ଥ୍ୟରେ ପ୍ରାୟ ସମତୁଲ ସ୍ଥିତିରେ ଥିବା ଭାରତୀୟମାନଙ୍କ ଭିତରେ ମଧୢ ଜାତି ଆଧାରୀ ‘ପ୍ରତ୍ୟାଶିତ ଆୟୁଷ’ରେ ତାରତମ୍ୟ ପରିଦୃଷ୍ଟ। ସ୍ବାଭାବିକ ଭାବେ ଏହା ଏକ ପ୍ରଶ୍ନ ସୃଷ୍ଟି କରିଥାଏ।

ପ୍ରକାଶ ଥାଉ କି ‘ଅକ୍‌ସଫାମ’ର ଆକଳନ ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ’ ବା ‘ଏନ୍‌.ଏଫ୍‌.ଏଚ୍‌.ଏସ୍‌.’ର ତୃତୀୟ ଓ ଚତୁର୍ଥ(ଆମ ପାଖରେ ଉପଲବ୍‌ଧ ସଦ୍ୟତମ) ସର୍ଭେର ସୂଚନା ଉପରେ ପର୍ଯ୍ୟବସିତ ଥିଲା। ‘ପିଡିଆର‌୍‌’ ଲାଗି ଗବେଷକମାନେ ‘ଏନ୍‌.ଏଫ୍‌.ଏଚ୍‌.ଏସ୍‌.’ର ଦ୍ବିତୀୟ ଏବ˚ ଚତୁର୍ଥ ପାଳି ସର୍ବେକ୍ଷଣର ସାହାଯ୍ୟ ନେଇଛନ୍ତି। ‘ଏନ୍‌.ଏଫ୍‌.ଏଚ୍‌.ଏସ୍‌.’ର ପ୍ରଥମ ଏବ˚ ତୃତୀୟ ସର୍ବେକ୍ଷଣକୁ ସେମାନେ ବିଚାରକୁ ନେଇ ନ ଥିବା ପଛରେ ଥିବା କାରଣ ହେଲା ପ୍ରଥମ ସର୍ଭେରେ ଜାତି ବିଷୟରେ ଏବ˚ ତୃତୀୟ ସର୍ଭେରେ ‘ମୋର୍ଟାଲିଟି’ ବା ‘ମରଣଶୀଳତା’ ବିଷୟରେ ଅ˚ଶ ଗ୍ରହଣକାରୀମାନଙ୍କୁ ପ୍ରଶ୍ନ ପଚରାଯାଇ ନ ଥିଲା। ତେବେ, ସେ ଯାହା ହେଉ ଏହି ରିପୋର୍ଟ ଯେଉଁ ଉଦ୍‌ବେଗଜନକ ବିଷୟ ଉଜାଗର କରିଛି ତାହା ହେଲା ୧୯୯୭-୨୦୦୦ ମସିହାରେ ଉଚ୍ଚ ଜାତିର ପୁରୁଷ ଏବ˚ ଦଳିତ ବର୍ଗର ପୁରୁଷଙ୍କ ମଧୢରେ ‘ପ୍ରତ୍ୟାଶିତ ଆୟୁଷ’ରେ ଥିବା ତାରତମ୍ୟ ୪.୬ ବର୍ଷ ଥିବା ବେଳେ ୨୦୧୩-୨୦୧୬ ମଧୢରେ ତହିଁରେ ବୃଦ୍ଧି ଘଟି ତାହା ୬.୧ ବର୍ଷରେ ପହଞ୍ଚିଛି। ସେମିତି ଉଚ୍ଚ ଜାତିର ପୁରୁଷ ଏବ˚ ମୁସଲମାନ ପୁରୁଷଙ୍କ ‘ପ୍ରତ୍ୟାଶିତ ଆୟୁଷ’ରେ ଥିବା ପ୍ରଭେଦ ଯାହା ୧୯୯୭ ମସିହାରେ ଏକ ନଗଣ୍ୟ ୦.୩ ବର୍ଷ ଥିଲା, ତାହା ୨୦୧୬ ବେଳକୁ ବେଶ୍‌ ବୃଦ୍ଧି ପାଇ ୨.୬ ବର୍ଷରେ ପହଞ୍ଚିଛି। ମହିଳାଙ୍କ କ୍ଷେତ୍ରରେ ଏହି ବ୍ୟବଧାନ ୨.୧ ବର୍ଷରୁ ବଢ଼ି ହୋଇଛି ୨.୮ ବର୍ଷ। ଯଦିଓ ଇତିମଧୢରେ ଉଚ୍ଚ ଜାତି ଏବ˚ ଆଦିବାସୀ ପୁରୁଷଙ୍କ ମଧୢରେ ଥିବା ‘ପ୍ରତ୍ୟାଶିତ ଆୟୁଷ’ର ତାରତମ୍ୟରେ ହ୍ରାସ ଘଟିଛି, କିନ୍ତୁ ତାହା ସନ୍ତୋ‌ଷଜନକ ନୁହେଁ; ତାହା ୮.୬ ବର୍ଷରୁ କମି ଏବେ ୭ ବର୍ଷରେ ପହଞ୍ଚିଛି, ଯାହାର ଅର୍ଥ ଏବେ ଜଣେ ଆଦିବାସୀ ପୁରୁଷ ଉଚ୍ଚ ଜାତିର ପୁରୁଷଙ୍କ ଠାରୁ ୭ ବର୍ଷ କମ୍‌ ବଞ୍ଚୁଛନ୍ତି। ତେବେ ଏହି ଦୁଇ ସମୟ ଖଣ୍ତରେ ଅନୁସୂଚିତ ଜାତି ଓ ଜନଜାତିର ମହିଳାମାନଙ୍କ କ୍ଷେତ୍ରରେ ଆୟୁଷର ବ୍ୟବଧାନରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି, ଯେମିତି କି ଦଳିତଙ୍କ କ୍ଷେତ୍ରରେ ତାହା ୬.୩ ବର୍ଷରୁ ହ୍ରାସ ପାଇ ୪.୪ ବର୍ଷରେ ପହଞ୍ଚିଥିବା ବେଳେ ଅାଦିବାସୀଙ୍କ କ୍ଷେତ୍ରରେ ତାହା ୭.୩ ବର୍ଷରୁ କମି ୪.୨ ବର୍ଷରେ ପହଞ୍ଚିଛି, ଯାହାକୁ ଏକ ସାନ୍ତ୍ବନା ବୋଲି କୁହାଯାଇପାରେ।

ତେବେ ଏହି ପରିପ୍ରେକ୍ଷୀରେ ଅନେକ ଧାରଣା ପୋଷଣ କରିଥା’ନ୍ତି ଯେ ଦଳିତ ଏବ˚ ଜନଜାତି ସ˚ପ୍ରଦାୟରେ ଶୂନରୁ ପାଞ୍ଚ ବର୍ଷ ବୟସ୍କ ଶିଶୁମାନେ ତୁଳନାତ୍ମକ ଭାବେ ଅଧିକ ମୃତ୍ୟୁ ଏହି ଜାତିଗତ ଆୟୁଷ ତାରତମ୍ୟରେ ପ୍ରତିଫଳିତ! କିନ୍ତୁ ‘ପି.ଡି.ଆର୍‌.’ ରିପୋର୍ଟ‌୍ରେ ଦେଖିବାକୁ ମିଳିଛି ଯେ ୧୫ ବର୍ଷରୁ ଅଧିକ ଏବ˚ ୬୦ ବର୍ଷରୁ ଅଧିକ ବୟସ ବର୍ଗ(ଅର୍ଥାତ୍‌ ୫ ବର୍ଷ ବୟସର ‘ଘାଟି’ ଅତିକ୍ରମ କରି ସାରିଥିବା) ର ଭାରତୀୟଙ୍କ ‘ପ୍ରତ୍ୟାଶିତ ଆୟୁଷ’ରେ ମଧୢ ସମତୁଲ ଜାତି ଅନୁସାରୀ ତାରତମ୍ୟ ରହିଛି। ଏଠାରେ ଆହୁରି ମଧ୍ୟ ପ୍ରକାଶ ଥାଉ କି କୋଡ଼ିଏ ବର୍ଷ ତଳେ ଭାରତର ଉଚ୍ଚ ଜାତି ଏବ˚ ମୁସଲମାନ ସ˚ପ୍ରଦାୟର ବ୍ୟକ୍ତିବିଶେଷଙ୍କ ମଧୢରେ ‘ପ୍ରତ୍ୟାଶିତ ଆୟୁଷ’ର ତାରତମ୍ୟ ଅତ୍ୟନ୍ତ କମ୍‌ ରହିଥିବା ସେତେବେଳେ ବିସ୍ମୟ ସୃଷ୍ଟି କରିଥିଲା; କାରଣ ଭାରତୀୟ ମୁସଲମାନମାନେ ଦଳିତ ଏବ˚ ଆଦିବାସୀଙ୍କ ତୁଲ୍ୟ ଏକ ବଞ୍ଚିତ ବର୍ଗ ଭାବେ ପରିଗଣିତ ହେଉଥିବା ସତ୍ତ୍ବେ ଅପେକ୍ଷାକୃତ ଭାବେ ଅଧିକ ଦୀର୍ଘାୟୁ ଥିଲେ। ଏହାର କାରଣ ଭାବେ ଯାହା ସବୁ ଦର୍ଶାଯାଇଥିଲା, ସେଗୁଡ଼ିକ ହେଲା ମୁସଲମାନ ପରିବାର ଦ୍ବାରା ଖୋଲାରେ ମଳତ୍ୟାଗ ପ୍ରତି ଅନାଗ୍ରହ ବା ମଦ୍ୟ ବା ଧୂମପାନ ଠାରୁ ସେମାନଙ୍କ ଦୂରତ୍ବ ରକ୍ଷା ଇତ୍ୟାଦି। ସେତେବେଳେ ଏହାକୁ ‘ମୁସ୍‌ଲିମ ପାରାଡକ୍‌ସ’ ବା ‘ମୁସଲମାନ ବିରୋଧାଭାସ’ ବୋଲି ମଧୢ କୁହାଯାଇଥିଲା, ଯାହା ଏହି ‘ପି.ଡି.ଆର‌୍‌.’ ରିପୋର୍ଟ‌୍ରେ ଭ୍ରମାତ୍ମକ ସାବ୍ୟସ୍ତ ହେବା ସହିତ ଏହାର କାରଣ କ’ଣ ହୋଇପାରେ ତା’ର ଅନୁସନ୍ଧାନ ଓ ଅନୁଶୀଳନ ଲାଗି ଅବକାଶ ସୃଷ୍ଟି କରିଛି।

୨୦୨୧ ମସିହାରେ ‘ଅକ୍‌ସଫାମ୍‌’ ଦ୍ବାରା ପ୍ରସ୍ତୁତ ବୈଷମ୍ୟ ରିପୋର୍ଟ‌୍ରେ ଧନୀ ଓ ଦରିଦ୍ର ଭାରତୀୟଙ୍କ ମଧୢରେ ଥିବା ‘ପ୍ରତ୍ୟାଶିତ ଆୟୁଷ’ର ପାର୍ଥକ୍ୟର କାରଣ ଅତ୍ୟନ୍ତ ସ୍ପଷ୍ଟ; ଯାହା ହେଲା ଦରିଦ୍ର ଭାରତୀୟମାନଙ୍କ ଲାଗି ସୁଲଭ ମୂଲ୍ୟରେ ଉନ୍ନତ ଚିକିତ୍ସାର ଅନୁପସ୍ଥିତି। ଚଳିତ ବର୍ଷ ଭାରତରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଲାଗି ବଜେଟ୍‌ ବ୍ୟୟ ବରାଦ ହେଉଛି ଜି.ଡି.ପି.ର ମାତ୍ର .୧ ପ୍ରତିଶତ (ଗତ ବର୍ଷ ଏହା ଥିଲା ଆହୁରି ନୈରାଶ୍ୟଜନକ ୧.୩ ପ୍ରତିଶତ), ଯାହା ‘ବ୍ରିକ୍‌ସ’ ରାଷ୍ଟ୍ର ଗୋଷ୍ଠୀରେ ଅନ୍ତର୍ଭୁକ୍ତ ପାଞ୍ଚଟି ଯାକ ସଦସ୍ୟ (ଭାରତ ତହିଁରୁ ଗୋଟିଏ) ରାଷ୍ଟ୍ରଙ୍କ ମଧୢରେ ସବୁଠାରୁ କମ୍‌। ଏହି ଗୋଷ୍ଠୀର ବ୍ରାଜିଲ୍‌ ନିଜ ଜି.ଡି.ପି.ର ୯.୨ ପ୍ରତିଶ ତ(ସର୍ବାଧିକ) ବ୍ୟୟ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ୮.୨ ପ୍ରତିଶତ ଏବ˚ ଚୀନ୍‌ ୫ ପ୍ରତିଶତ ସାଧାରଣ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଲାଗି ବ୍ୟୟ କରିଥାଆନ୍ତି। ସେହିଭଳି ଜନ ସ୍ବାସ୍ଥ୍ୟ ଲାଗି ଅର୍ଥ ବ୍ୟୟର କ୍ରମାନୁସାରେ ପୃଥିବୀର ରାଷ୍ଟ୍ରଗୁଡ଼ିକର ତାଲିକାରେ ଭାରତର ସ୍ଥାନ ହେଉଛି ଏକ ଦୟନୀୟ ୧୫୪, ଯାହା ନିମ୍ନତମ ସୋପାନରେ ଅନ୍ତର୍ଭୁକ୍ତ। ତେଣୁ ସରକାରୀ ସ୍ବାସ୍ଥ୍ୟ ସେବା ଉପରେ ନିର୍ଭର କରୁଥିବା ଏକ ବିଶାଳ ସ˚ଖ୍ୟକ ଦରିଦ୍ର ଭାରତୀୟ ଅକାଳରେ ଏବ˚ ସାଧାରଣ ରୋଗରେ ମୃତ୍ୟୁବରଣ କରିବା ସ୍ବାଭାବିକ ବୋଲି ହୃଦ୍‌ବୋଧ ହୋଇଥାଏ। ସେହି ଦୃଷ୍ଟିରୁ ‘ପି.ଡି.ଆର୍‌.’ ଆକଳନ ପ୍ରଶ୍ନାକୁଳ ହୋଇପଡ଼ିବାର କାରଣ ଆର୍ଥିକ ଭାବେ ସମତୁଲ ସ୍ଥିତିରେ ଥିବା ଭାରତୀୟଙ୍କ ଆୟୁଷରେ ପରିଦୃଷ୍ଟ ଜାତିଗତ ତାରତମ୍ୟ। ଏହାର କାରଣ କ’ଣ ହୋଇପାରେ? ଏହା କ’ଣ ଜିନ୍‌-ଗତ? ନା ପରିବେଶ ବା ଜୀବିକା ଲାଗି ସ˚ଘର୍ଷ ଏହାର କାରଣ? ଏ ସବୁ ବିଷୟ ଗଭୀର ତର୍ଜମା ଆବଶ୍ୟକ କରିଥାଏ। ଏଭଳି ପ୍ରଶ୍ନର ଉତ୍ତର ପାଇବା ଲାଗି ସର୍ବେକ୍ଷଣରୁ ପ୍ରାପ୍ତ ସୂଚନାରୁ ଅନ୍ୟାନ୍ୟ ପ୍ରସ୍ଥ ଉପରେ ଦୃଷ୍ଟି ଦେବାକୁ ପଡ଼ିବ; ଯେମିତି କି ‘କ୍ରିମି ଲେୟର‌୍‌’ରେ ଥିବା ଅନୁସୂଚିତ ଜାତି ଏବ˚ ଜନଜାତିର ସଦସ୍ୟଙ୍କ ‘ପ୍ରତ୍ୟାଶିତ ଆୟୁଷ’ ସହିତ ଆରକ୍ଷଣ ବିନା ତଳେ ପଡ଼ିରହିଥିବା ବ୍ୟକ୍ତିମାନଙ୍କ ‘ପ୍ରତ୍ୟାଶିତ ଆୟୁଷ’ର ତୁଳନା ବା ଭାରତର ୪ ପ୍ରତିଶତ ଅତ୍ୟନ୍ତ ଦରିଦ୍ର ବ୍ରାହ୍ମଣଙ୍କ ସହିତ ସ˚ପନ୍ନ ବ୍ରାହ୍ମଣଙ୍କ ପ୍ରତ୍ୟାଶିତ ଆୟୁଷର ଏକ ତୁଳନା ଇତ୍ୟାଦି। ଏହି ଭଳି କିଛି ସୂକ୍ଷ୍ମ ଜିଜ୍ଞାସାର ଉତ୍ତର ଆମକୁ ହୁଏତ ଏହି ସଂଦର୍ଭରେ ଅଧିକ ଅନ୍ତର୍ଦୃଷ୍ଟି ଯୋଗାଇ ଦେଇ ପାରେ।

ସମ୍ବନ୍ଧିତ ଖବର