ସୁତରାଂ, ଏଭଳି ନିରବତା କେବଳ ଆସ୍ଥା ପୀଠର ପ୍ରସ୍ତର ଦେବତାମାନଙ୍କ ଠାରେ ରହୁ। ଦେବତୁଲ୍ୟ ସ୍ଥାନରେ ରହି ସମସ୍ୟା ସମାଧାନର ସମସ୍ତ ସାମର୍ଥ୍ୟ ବହନ କରିଥିବା ବ୍ୟକ୍ତି ଯଦି ପାଷାଣ ତୁଲ୍ୟ ନିରବତା ଅବଲମ୍ବନ କରନ୍ତି, ତେବେ ଅବଲୀଳା କ୍ରମେ ଯେ ସେ ଆସ୍ଥା ହରାନ୍ତି, ଏହା ଏକ ସାଧାରଣ ଜ୍ଞାନର କଥା।
ଭାରତର ଉତ୍ତର-ପୂର୍ବୀୟ ରାଜ୍ୟ ମଣିପୁରରେ ‘ଏଥ୍ନିକ’ ବା ଗୋଷ୍ଠୀ ହି˚ସା କିଭଳି ଅଣାୟତ୍ତ ହୋଇ ପଡ଼ିଲାଣି, ତାହାର ଉଦାହରଣ ମିଳିଥାଏ ଗଲା ୧୫ ତାରିଖ କେନ୍ଦ୍ର ବିଦେଶ ରାଜ୍ୟ ମନ୍ତ୍ରୀ ଆର୍. ର˚ଜନ ସି˚ହଙ୍କ ବାସଗୃହ ଏବ˚ ତା’ ପୂର୍ବ ଦିନ ରାଜ୍ୟର ଜଣେ ବିଧାୟକଙ୍କ ନିବାସ ହି˚ସା ପ୍ରମତ୍ତ ଭିଡ଼ ଦ୍ବାରା ସ˚ପୂର୍ଣ୍ଣ ଦଗ୍ଧୀଭୂତ ହୋଇଯିବା ଭଳି ଘଟଣାରୁ। ଉଲ୍ଲେଖଯୋଗ୍ୟ ଯେ ଭିଡ଼ ହି˚ସାର ଶିକାର ହୋଇଥିବା ବିଧାୟକ ଏବ˚ କେନ୍ଦ୍ର ମନ୍ତ୍ରୀ ଯଥାକ୍ରମେ ‘କୁକି’ ଏବ˚ ‘ମୈତେଇ’ ଗୋଷ୍ଠୀର ସଦସ୍ୟ; ଯେଉଁ ଦୁଇ ଗୋଷ୍ଠୀ ମଣିପୁର ଇତିହାସରେ କେବେ ଘଟି ନ ଥିବା ଭଳି ଭୟାବହ ସ˚ଘର୍ଷରେ ଲିପ୍ତ। ଉଦ୍ବେଗର ବିଷୟ ହେଲା ଗଲା ମେ ମାସ ୩ ତାରିଖରୁ ଆରମ୍ଭ ହୋଇ ଏ ପର୍ଯ୍ୟନ୍ତ ଅବିରାମ ଭାବେ ଅବ୍ୟାହତ ରହିଥିବା ଏହି ରକ୍ତର˚ଜିତ ସ˚ଘର୍ଷ ଇତିମଧୢରେ ଏକ ଗୃହଯୁଦ୍ଧର ଲକ୍ଷଣମାନ ପ୍ରକଟ କଲାଣି ଏବ˚ ସେହି କ୍ରମରେ ମଣିପୁରର ପାର୍ବତ୍ୟାଞ୍ଚଳ ଏବ˚ ଉପତ୍ୟକା ମଧୢରେ ବିଦ୍ବେଷର ଏକ ଅଲ˚ଘ୍ୟ ବିଭାଜନ ରେଖାଟିଏ ମଧୢ ଟଣା ହୋଇ ସାରିଲାଣି। ଏଭଳି ଏକ ବିସ୍ଫୋରକ ପରିସ୍ଥିତି ସତ୍ତ୍ବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ଧ୍ର ନିରବତା ଏବ˚ ସର୍ବତ୍ର ଦୃଶ୍ୟମାନ ରହି ବିଭିନ୍ନ ପ୍ରସଙ୍ଗରେ ‘ନେସନ ଵାଣ୍ଟ୍ସ ଟୁ ନୋ’ ବା ‘ରାଷ୍ଟ୍ର ଜାଣିବାକୁ ଚାହେଁ’ ବୋଲି ଶ୍ରୁତିକଟୁ କୁହାଟ ଛାଡୁଥିବା ଟେଲିଭିଜନ ନ୍ୟୁଜ ‘ଆଙ୍କୋର’ମାନଙ୍କ ନିସ୍ଫୃହତା ଏକ ଦୁର୍ବୋଧୢ ବିସ୍ମୟ ମଧୢ ସୃଷ୍ଟି କରିଥାଏ। ଏହି ପରିପ୍ରେକ୍ଷୀରେ ପ୍ରାୟ ସମସ୍ତ ଉତ୍ତର-ପୂର୍ବୀୟ ରାଜ୍ୟ ଭଳି ମଣିପୁର ମଧୢ ଆପଣାକୁ ରାଷ୍ଟ୍ରର ଏକ ବୈମାତୃକ ସନ୍ତାନ ରୂପେ ଦେଖିବା ସ୍ବାଭାବିକ ଭଳି ମନେ ହୋଇଥାଏ। କହିବାରେ ଦ୍ବିଧା ନାହିଁ ଯେ ମଣିପୁରର ହି˚ସାକାଣ୍ତ ସହିତ ଯାହା ସହସା ଅନାବୃତ ହୋଇଯାଇଛି, ତାହା ହେଲା ଏହା ପଛରେ ରହିଥିବା ରାଜନୈତିକ ଅଭିସନ୍ଧି ଓ ହୀନ ସ୍ବାର୍ଥ ଚରିତାର୍ଥ କରିବାର ଉଲଙ୍ଗ ଲିପ୍ସା ଏବ˚ କେନ୍ଦ୍ର ସରକାରଙ୍କ ଚରମ ଉପେକ୍ଷା; ଯେଉଁ ସମ୍ବନ୍ଧରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହି ସ୍ତମ୍ଭର ଅନେକ ପାଠକ-ପାଠିକା ଅବଶ୍ୟ ଅବଗତ ଥିବେ ଯେ ଏହି ହି˚ସା ସୃଷ୍ଟି ହୋଇଛି ରାଜ୍ୟ ଉଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଦତ୍ତ ଏକ ରାୟ ପରେ ଯାହା ସେଠାକାର ସ˚ଖ୍ୟାଗରିଷ୍ଠ ‘ମୈତେଇ’ମାନଙ୍କୁ ସରକାରୀ ଆରକ୍ଷଣ ପାଇବାର ସୁଯୋଗ ପ୍ରଦାନ କଲା; ଯଦ୍ଦ୍ବାରା ‘କୁକି’ ଜନଜାତି ଗୋଷ୍ଠୀ ମଧୢରେ ଏକ ଉଦ୍ବେଗ ସୃୃଷ୍ଟି ହେଲା ଯେ ସେମାନେ ଏ ଯାବତ୍ ଲାଭ କରି ଆସୁଥିବା ଆରକ୍ଷଣ ସୁଯୋଗର ଏକ ବୃହତ୍ ଅ˚ଶ ‘ମୈତେଇ’ମାନଙ୍କ ଦ୍ବାରା ଅପହୃତ ହୋଇଗଲା! ସୁତରା˚, ଏହା ବିରୋଧରେ ‘କୁକି’ ପ୍ରତିବାଦ ହିଁ ହି˚ସାର ସୂତ୍ରପାତ କଲା। କିନ୍ତୁ ଏହାକୁ ଅସ୍ବୀକାର କରି ହେବ ନାହିଁ ଯେ ଏହି ହି˚ସାର ତତ୍କାଳ କାରଣ ଯାହା ଥାଉ ନା କାହିଁକି ଏହାର ମୂଳ ରହିଛି ‘କୁକି’ ଓ ‘ମୈତେଇ’ଙ୍କ ମଧୢରେ ରହି ଆସିଥିବା ପୁରୁଣା ଅସୂୟା ଏବ˚ ପାରସ୍ପରିକ ଅସହିଷ୍ଣୁତାରେ। ଗୋଟିଏ ପଟେ ମଣିପୁରର ସ୍ବତନ୍ତ୍ର ‘ଜନଜାତି ସୁରକ୍ଷା ଆଇନ’ ଜନସ˚ଖ୍ୟାର ୫୬% ‘ମୈତେଇ’ମାନଙ୍କୁ ପାର୍ବତ୍ୟାଞ୍ଚଳରେ ସ୍ଥାୟୀ ବସବାସ କରିବାର ସୁଯୋଗ ନ ଦେଇ ରାଜ୍ୟ ଆୟତନର ମାତ୍ର ୧୭% ଅ˚ଶର ଉପତ୍ୟକା ଓ ସମତଳ ଅଞ୍ଚଳରେ ଏକ ପ୍ରକାର ଶ୍ବାସରୁଦ୍ଧ ଅବସ୍ଥାରେ ବାସ କରିବାକୁ ବାଧୢ କରୁଛି ବୋଲି ଧାରଣା ‘ମୈତେଇ’ମାନଙ୍କୁ ଅସନ୍ତୁଷ୍ଟ କରି ରଖିଥିବା ବେଳେ ଅନ୍ୟ ଦିଗରେ ରାଜ୍ୟ ରାଜନୀତି ଏବ˚ ପ୍ରଶାସନରେ ପ୍ରଭାବ ବିସ୍ତାର କରିଥିବା ସ˚ଖ୍ୟାଗରିଷ୍ଠ ‘ମୈତେଇ’ମାନେ ଜନଜାତି ନିପୀଡ଼କ ପଦକ୍ଷେପ ନେଇ ମଣିପୁରକୁ ‘କୁକି’ ଶୂନ୍ୟ କରିବାର ଚକ୍ରାନ୍ତରେ ଲିପ୍ତ ବୋଲି ଧାରଣା ‘କୁକି’ମାନଙ୍କୁ ଆଶଙ୍କା ବିଜଡ଼ିତ କରି ରଖିଛି। ଏଠାରେ ପ୍ରକାଶ ଥାଉ କି ‘କୁକି’ ଜନଜାତି କେବଳ ମଣିପୁର ରାଜ୍ୟରେ ସୀମିତ ନ ଥାଇ ଅନ୍ୟ ଉତ୍ତର-ପୂର୍ବୀୟ ରାଜ୍ୟ ଏପରିକି ମିଆଁମାରରେ ମଧୢ ଦେଖିବାକୁ ମିଳନ୍ତି ଏବ˚ ମଣିପୁରରେ ଏମାନଙ୍କ ସ˚ଖ୍ୟା ସମୁଦାୟ ଜନସ˚ଖ୍ୟାର ୧୭% (୨୦୧୧ ମସିହାର ଜନଗଣନା ଅନୁସାରେ)। ଏବ˚ ବିଡ଼ମ୍ବନାଟି ହେଲା ଏଭଳି ଏକ ଭୌଗୋଳିକ ସ୍ଥିତି ଏବ˚ ଜନସା˚ଖ୍ୟିକ ସ˚ରଚନା ବିଭିନ୍ନ ସମୟରେ ରାଜନୈତିକ ଦଳଗୁଡ଼ିକୁ ଆପଣା ସ୍ବାର୍ଥର ଛୁରିକା ପଜାଇବାରେ ସହାୟକ ହୋଇଛି; ଯେମିତି ସ˚ପ୍ରତି ମଣିପୁରର ମୂଳ ବାସିନ୍ଦା ସଂଖ୍ୟା ଗରିଷ୍ଠ ‘ମୈତେଇ’ମାନଙ୍କ ମଧୢରେ ଏକ ଉଦ୍ବେଳନ ସୃଷ୍ଟି ହୋଇଛି ଯେ ଅବଲୀଳା କ୍ରମେ ସେମାନେ ନିଜ ମାତୃଭୂମିରେ ଏକ ସ˚ଖ୍ୟା-ଲଘୁ ଗୋଷ୍ଠୀରେ ପରିଣତ ହୋଇଯାଇପାରନ୍ତି, ଯେମିତି ଘଟିଛି ସିକିମରେ, ସେଠାକାର ସଂଖ୍ୟାଗରିଷ୍ଠ ମୂଳ ବାସିନ୍ଦା ‘ଲେପଚା ଭୂତିଆ’ମାନେ କ୍ରମେ ସଂଖ୍ୟାଲଘୁରେ ପରିଣତ ହେବାରେ! ଏହାର କାରଣ ହେଉଛି ସେହି ରାଜ୍ୟକୁ ବହିରାଗତମାନଙ୍କ ଦ୍ବାରା ଅବାଧ ଅନୁପ୍ରବେଶ ଓ ସେଠାରେ ବସତି ସ୍ଥାପନ, ଯାହା ପଛରେ ରହିଛି ରାଜନୈତିକ ପ୍ରୋତ୍ସାହନ। ଏକ ଦାରୁଣ ବାସ୍ତବତା ହେଲା ବିଗତ ଛଅ ଦଶନ୍ଧି ଧରି ବିଭିନ୍ନ ରାଜନୈତିକ ଦଳ ଓ ସରକାରଗୁଡ଼ିକ ନିଜ ‘ଭୋଟ ବ୍ୟାଙ୍କ’ ସୃଷ୍ଟି କରିବା ଲାଗି ସେଠାରେ ବହିରାଗତମାନଙ୍କ ବସବାସକୁ ପ୍ରୋତ୍ସାହନ ଦେଇ ଆସିଛନ୍ତି, ଯେଉଁ କାରଣରୁ ମୂଳ ବାସିନ୍ଦା ଓ ବହିରାଗତମାନଙ୍କ ମଧ୍ୟରେ ତିକ୍ତତା ଓ ସଂଘାତମୂଳକ ପରିସ୍ଥିତି ଉତ୍ତର- ପୂର୍ବୀୟ ରାଜ୍ୟଗୁଡ଼ିକୁ ଉତ୍ତେଜନା ପ୍ରବଣ କରି ରଖିଛି। ଏହି କାରଣରୁ ‘ମୈତେଇ’ମାନଙ୍କ ଧାରଣା ଯେ ମଣିପୁରର ‘କୁକି’ମାନଙ୍କ ମଧୢରୁ ଅଧିକା˚ଶ ହେଉଛନ୍ତି ବହିରାଗତ ଅନୁପ୍ରବେଶକାରୀ ଯେମିତି କି ମିଆଁମାରରୁ ପଳାଇ ଆସିଥିବା ‘କୁକି’ ଶରଣାର୍ଥୀ। ତେଣୁ, ମଣିପୁରର କ୍ଷମତାସୀନ ବିଜେପି ସରକାର ଚତୁରତାର ସହିତ ଏହି ସ˚ଘର୍ଷକୁ ବହିରାଗତ ‘କୁକି’ମାନଙ୍କ ଉପଦ୍ରବ ବିରୋଧରେ ଏକ ସ୍ବାଭାବିକ ଜନ-ପ୍ରତିକ୍ରିୟା ବୋଲି ଚିତ୍ରଣ କରିବାର ଉଦ୍ୟମ କରିବାରେ ଲାଗିଛନ୍ତି।
ଏଭଳି ସ୍ଥଳେ ପାରସ୍ପରିକ ସନ୍ଦେହ ଏବ˚ ବିଭ୍ରାନ୍ତି ଦୂର କରିବା ଯେ କେନ୍ଦ୍ର ସରକାରଙ୍କ ପ୍ରାଥମିକତା ହେବା ଉଚିତ ଏଥିରେ ସନ୍ଦେହ ନାହିଁ। ସେହି ଦୃଷ୍ଟିରୁ ମଣିପୁରର ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ସି˚ହଙ୍କ ଦ୍ବାରା ଉଭୟ ପ୍ରତ୍ୟକ୍ଷ ଏବ˚ ପରୋକ୍ଷ ଭାବରେ ‘ମୈତେଇ’ ପ୍ରତି ପକ୍ଷପାତିତାମୂଳକ ଆଚରଣ ପ୍ରଦର୍ଶନ ଯେ ଅତ୍ୟନ୍ତ ଅପରିଣାମଦର୍ଶୀ, ତହିଁରେ ଦ୍ବିରୁକ୍ତି ନାହିଁ। ତେବେ ମଣିପୁରରେ ଅକଳ୍ପନୀୟ ହି˚ସାର ଘନଘଟା ମଧୢରେ ଯାହା ଅସ୍ବସ୍ତିକର ବୋଧ ହୋଇଥାଏ, ତାହା ହେଲା ଏ ଯାବତ୍ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଅବଲମ୍ବନ କରାଯାଇ ଆସିଥିବା ଅଖଣ୍ତ ନିରବତା। ଯଦିଓ, ଇତିମଧୢରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ଗସ୍ତ କରିଛନ୍ତି; ଏକ ଶାନ୍ତି କମିଟି ମଧୢ ଗଠିତ ହୋଇଛି; କିନ୍ତୁ ହି˚ସାକୁ ପ୍ରଶମିତ କରିବାରେ ସଫଳତା ମିଳି ପାରିନାହିଁ। ଇତିମଧୢରେ ସେହି କମିଟି ଉପରୁ ଆସ୍ଥା ହରାଇ ଉଭୟ ‘କୁକି’ ଓ ‘ମୈତେଇ’ ଗୋଷ୍ଠୀର ସଦସ୍ୟମାନେ ଇସ୍ତଫା ପ୍ରଦାନ କରି ସାରିଲେଣି। ଏଠାରେ ପ୍ରକାଶ ଥାଉ କି କେନ୍ଦ୍ର ବିଦେଶ ରାଜ୍ୟ ମନ୍ତ୍ରୀ ଆର. ର˚ଜନ ସି˚ହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିବା ଏକ ପତ୍ରରେ (ତାଙ୍କ ଗୃହ ଦାହ ହେବା ପୂର୍ବରୁ) ମଣିପୁର ଲାଗି ‘ଏସ୍ଓଏସ୍’ ବା ‘ଆମକୁ ବଞ୍ଚାଅ’ କ୍ଷଣ ଉପନୀତ ବୋଲି କାତରତାର ସହିତ ଉଲ୍ଲେଖ କରିଥିଲେ। କହିବା ଅନାବଶ୍ୟକ ଯେ କୌଣସି ପରିସ୍ଥିତିରେ ‘ଏସ୍.ଓ.ଏସ୍.’କୁ ଅନ୍ତିମ ସାହାଯ୍ୟ ଭିକ୍ଷାର ବାର୍ତ୍ତା ବୋଲି ବିଚାର କରାଯାଏ। କିନ୍ତୁ, ତାହା ମଧୢ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ଭଙ୍ଗ କରି ପାରି ନାହିଁ। ଉତ୍ତର-ପୂର୍ବୀୟ ରାଜ୍ୟ ସମୂହର ବିକାଶ ଲାଗି କେନ୍ଦ୍ର ସରକାର, ବିଶେଷତଃ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ନିଷ୍ଠାପର ବୋଲି ସୃଷ୍ଟି କରାଯାଉଥିବା ବ୍ୟାଖ୍ୟାନ ଯେ ଏହା ଦ୍ବାରା ମଳିନ ପଡୁଛି, ଏଥିରେ ସନ୍ଦେହ ନାହିଁ। ଅନେକଙ୍କ ଦୃଢ଼ ବିଶ୍ବାସ ଯେ ଏହି ହି˚ସାକାଣ୍ତର ସମାଧାନ ଦିଗରେ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ ଓ ପଦକ୍ଷେପ ଦୃଷ୍ଟିଗୋଚର ହେଲେ ଅଥବା ତାଙ୍କ ଦ୍ବାରା କୌଣସି ଆଶ୍ବାସନାମୂଳକ ବାଣୀ ପ୍ରକାଶ ପାଇଲେ ତାହା ସେଠାକାର ବାତାବରଣକୁ ଶୀତଳତା ପ୍ରଦାନ କରନ୍ତା। ମଣିପୁର ନିଜକୁ ବୈମାତୃକ ସନ୍ତାନ ବୋଲି ବିଚାର କରନ୍ତା ନାହିଁ।
ସୁତରାଂ, ଏଭଳି ନିରବତା କେବଳ ଆସ୍ଥା ପୀଠର ପ୍ରସ୍ତର ଦେବତାମାନଙ୍କ ଠାରେ ରହୁ। ଦେବତୁଲ୍ୟ ସ୍ଥାନରେ ରହି ସମସ୍ୟା ସମାଧାନର ସମସ୍ତ ସାମର୍ଥ୍ୟ ବହନ କରିଥିବା ବ୍ୟକ୍ତି ଯଦି ପାଷାଣ ତୁଲ୍ୟ ନିରବତା ଅବଲମ୍ବନ କରନ୍ତି, ତେବେ ଅବଲୀଳା କ୍ରମେ ଯେ ସେ ଆସ୍ଥା ହରାନ୍ତି, ଏହା ଏକ ସାଧାରଣ ଜ୍ଞାନର କଥା।