ଦେଖୁ ଦେଖୁ ବର୍ଷଟିଏ ଚାଲିଗଲା। ଆସିଛି ୨୦୨୪। ମନକୁ ଆସୁଛି କେବଳ ଗୋଟିଏ କଥା। ଆଉ ମାତ୍ର ୧୨ ବର୍ଷରେ, ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ହିସାବରେ ଶହେ ବର୍ଷରେ ପଦାର୍ପଣ କରିବ। ଏହି ପରିପ୍ରେକ୍ଷୀରେ ଦୁଇଟି ବିଷୟ ବିେଶଷ ଉଲ୍ଲେଖନୀୟ। ଆମ ଇତିହାସ ଆମ େଭୗଗୋଳିକ ସୀମାରେଖାକୁ ନେଇ ସବୁବେଳେ ଟଣା ଓଟରା କରିଥିଲେ ମଧ୍ୟ, ଶହେ ବର୍ଷର ଓଡ଼ିଶା, ଅଖଣ୍ଡ ଓଡ଼ିଶା ବୋଲି ଗଣାହେବ। ଦ୍ବିତୀୟ ବିଷୟଟି ହେଲା, ଆଜିର ପୃଥିବୀରେ ଥିବା ବହୁ ସାର୍ବଭୌମ ଦେଶମାନଙ୍କର ଶହେ ବର୍ଷ ଆଗରୁ ଅସ୍ତିତ୍ବ ନ ଥିଲା। ଏହି ଦୁଇଟି ବିଷୟର ମହତ୍ତ୍ବ ପ୍ରତ୍ୟେକ ଓଡ଼ିଶାବାସୀ ହୃଦୟଙ୍ଗମ କରିବା ଉଚିତ। ଶହେ ବର୍ଷର ଓଡ଼ିଶା ଆମର, ଆମେ ଏହି ମାଟିର ଦାୟାଦ। ଅାମର ଆତ୍ମପ୍ରତ୍ୟୟ ଏବଂ ଅଭିଳାଷରେ ଗଢ଼ା ହେବ ଏ ରାଜ୍ୟର ଭବିଷ୍ୟତ। ତେବେ ପ୍ରଶ୍ନ ଉଠିପାରେ, ୨୦୨୪ରୁ ୨୦୩୬ର ଚର୍ଚ୍ଚା କାହିଁକି? ଉତ୍ତରଟି ଆବେଗପୂର୍ଣ୍ଣ। ଓଡ଼ିଶାର ପ୍ରତୀକ, କୋଣାର୍କ। ଇତିହାସ ଯାହା କହୁ ପଛକେ କି˚ବଦନ୍ତି ଅନୁସାରେ କୋଣାର୍କ ଗଢ଼ିବାକୁ ବାର ଶହ ବଢ଼େଇଙ୍କୁ ବାର ବର୍ଷ ଲାଗିଥିଲା। ଆଜି ଭାବିବାର କଥା, ସାଢ଼େ ଚାରି କୋଟି ଓଡ଼ିଶାବାସୀ, ଆସନ୍ତା ବାର ବର୍ଷରେ କେଉଁ ଅର୍କକ୍ଷେତ୍ରଟି ଗଢ଼ିବେ? କ’ଣ ହେବ ତା’ର ଚରିତ୍ର? କେଉଁ ଉପାଦାନରେ ଆେମ ତା’କୁ ରୂପ ଦେବା ଏବଂ କ’ଣ ହେବ ତା’ର ବିଶେଷତ୍ବ? ସର୍ବୋପରି, ୨୦୩୬ରେ ବାହାରର ପୃଥିବୀ ଓଡ଼ିଶାକୁ କେଉଁ ଆଖିରେ ଦେଖିବ? କଥାଗୁଡ଼ିକ ଯେକୌଣସି ଚିନ୍ତାଶୀଳ ବ୍ୟକ୍ତି, ବିଶେଷ କରି ଯୁବ ସମାଜ ପକ୍ଷରେ ଭାବିବା ଦରକାର। ଏମିତି ଦେଖିଲେ ତ ଅତ୍ୟନ୍ତ ସ୍ବାଭାବିକ କଥା। କିନ୍ତୁ ମୋ ମନକୁ କାହିଁକି କେଜାଣି ସମ୍ଭାବ୍ୟ ଓଡ଼ିଶାର ଚିତ୍ରଟିଏ ଆଙ୍କିବାକୁ ମୁଁ ଗୋଟିଏ କମ୍ପ୍ୟୁଟର୍କୁ କହିବି। କମ୍ପ୍ୟୁଟର ଅର୍ଥାତ୍ ଗୋଟିଏ ମେସିନ୍।
ଆଜିକାଲି ଚାରିଆଡ଼େ, ସବୁ ମହଲରେ ଚର୍ଚ୍ଚା ଚାଲିଛି, କୃତ୍ରିମ ବୁଦ୍ଧିମତ୍ତା ଅଥବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ। ସଂକ୍ଷେପରେ, ‘‘ଏ.ଆଇ.’’। କୃତ୍ରିମ ବୁଦ୍ଧିମତ୍ତା ଶବ୍ଦ ଦୁଇଟି ଯଦିଓ ସାହିତ୍ୟିକ ଦୃଷ୍ଟିକୋଣରୁ ଯଥାର୍ଥ, କିନ୍ତୁ ଆଜିର ଚର୍ଚ୍ଚାରେ ଆମେ ଏ.ଅାଇ. ବୋଲି କହିବା। ୧୯୪୫ ମସିହାରେ ଗଢ଼ା ହୋଇଥିଲା ପୃଥିବୀର ପ୍ରଥମ କମ୍ପ୍ୟୁଟର, ଏନିଆକ୍। ଏନିଆକ୍ ଆସିବା ପରଠାରୁ, ବୈଜ୍ଞାନିକ, ଦାର୍ଶନିକ ତଥା ସମାଜବିତ୍ମାନେ ଗୋଟିଏ ମୌଳିକ କଥା ନେଇ ଯୁକ୍ତି, ତର୍କ, ବିଶ୍ଳେଷଣ କରିବାକୁ ଲାଗିଗଲେ- ମେସିନ୍ ଆଉ ମଣିଷ ମଧ୍ୟରେ ତଫାତ୍ କ’ଣ? ବହୁ ଯୁଗ ଧରି ଅଧିକାଂଶ କହିଲେ, ମେସିନ୍ର ପ୍ରାଣ ନାହିଁ। ନିଜସ୍ବ ବୁଦ୍ଧି ନାହିଁ। ନିଜସ୍ବ ବୁଦ୍ଧି ନ ଥିବାରୁ ଗୋଟିଏ ମେସିନ୍ ଅଭିଜ୍ଞତାରୁ ନୂତନ ଜିନିଷ କିଛି ଶିଖିପାରେ ନାହିଁ। ମଣିଷର ପ୍ରାଣ ଅଛି। ବୁଦ୍ଧି ଅଛି। ସେ ବିଚାର କରିପାରେ। ତା’ ପାଖରେ ରହିଛି ମୌଳିକ ଚିନ୍ତାଶକ୍ତି ଓ ସୃଜନଶୀଳତା। ୧୯୪୫ରୁ ମୋଟାେମାଟି ୨୦୨୦ ପର୍ଯ୍ୟନ୍ତ, ଅଧିକାଂଶ ଲୋକ ଏ କଥାଗୁଡ଼ିକ ମାନି ନେଇଥିଲେ। କିନ୍ତୁ ଆଜି ଏ.ଆଇ. ସବୁ ଯୁକ୍ତିକୁ ଦୋହଲାଇବା ଆରମ୍ଭ କରିଲାଣି। ଏ.ଆଇ.ର ଦୁନିଆରେ ବିଶେଷ ନାଁ କରିଥିବା ଗୋଟିଏ କମ୍ପ୍ୟୁଟର ସଫ୍ଟୱେର ବା ପ୍ଲାଟଫର୍ମ ହେଲା ‘‘ଚାଟ୍ ଜିପିଟି’’। କମ୍ପ୍ୟୁଟର ଖୋଲି, ମୁଁ ଚାଟ୍ ଜିପିଟିକୁ ପଚାରିଲି, ୨୦୩୬ର ଓଡ଼ିଶାର ସମ୍ଭାବ୍ୟ ଭବିଷ୍ୟତ ବିଷୟରେ। ଏ.ଆଇ. କ୍ଷମତାସମ୍ପନ୍ନ ଚାଟ୍ ଜିପିଟି ଯେ କୌଣସି ଜିନିଷ ପଚାରିବା କ୍ଷଣି, ଯୁକ୍ତିଯୁକ୍ତ ମତାମତ ଦେଇପାରେ। ଏପରିକି ଆମ କହିବା ଅନୁସାରେ ଗଳ୍ପ, କବିତା ମଧ୍ୟ ଲେଖିପାରେ। ମୁଁ ଯେତେବେଳେ ତାକୁ ୨୦୩୬ର ଓଡ଼ିଶାର ପରିକଳ୍ପନା କରିବାକୁ କହିଲି, ତତ୍କ୍ଷଣାତ୍ ସେ ମୋତେ ଦଶଟି ସୂଚନା ଦେଇଥିଲା। ଦଶଟିର ସମନ୍ବୟରେ, ସାରାଂଶଟି ଖୁବ୍ ପରିଷ୍କାର। ଓଡ଼ିଶା ବିଶ୍ବ ମାନବ ପାଇଁ ଗୋଟିଏ ଉଦାହରଣ ହୋଇ ଠିଆ ହୋଇପାରିବ। ଓଡ଼ିଶାର ସେ ଅନ୍ତର୍ନିହିତ କ୍ଷମତା ରହିଛି।
ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ ସ୍ଥଳ, ସାଂସ୍କୃତିକ ପରମ୍ପରା ସାରା ବିଶ୍ବର ମଣିଷକୁ ଟାଣି ଆଣି ନିଜର କରିନେବ। କୃଷି ତଥା ଆନୁସାଙ୍ଗିକ କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରିବ। କେବଳ ସାଧାରଣ ମଣିଷର ଖାଦ୍ୟ ସୁରକ୍ଷା ନୁହଁ, ଧାରଣୀୟ କୃଷି କ୍ଷେତ୍ରରେ ଓଡ଼ିଶା ବିେଶଷ ପରିଚିତ ହେବ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ନିୟନ୍ତ୍ରଣ କ୍ଷେତ୍ରେର ଓଡ଼ିଶା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିସାରିଛି। ଏହି େକ୍ଷତ୍ରରେ ଓଡ଼ିଶା ଅନ୍ୟମାନଙ୍କୁ ସାହାଯ୍ୟ, ସାଧନର ହାତ ବଢ଼ାଇବ। ସର୍ବଶେଷରେ ଯେଉଁ କଥାଟି ଚାଟ୍ ଜିପିଟି କହିଲା, ଶୁଣି ମୁଁ ଅଭିଭୂତ ହେଲି। ଓଡ଼ିଶା ରାଜ୍ୟବାସୀ ସବୁଦିନ ଶାନ୍ତିପ୍ରିୟ, ସହନଶୀଳ। ଆଜିର ଅସହିଷ୍ଣୁ, ଧ୍ବଂସମୁଖୀ ମାନବ ସମାଜ ମଣିଷପଣିଆ, ସହଭାଗିତା, ସମବେଦନା ରହିତ ହେବାର ଆଶଙ୍କାଗ୍ରସ୍ତ। ଏପରି ପରିସ୍ଥିିତିରେ ୨୦୩୬ର ଓଡ଼ିଶା ମାନବ ଧର୍ମର ପୀଠ ହୋଇ ଶାନ୍ତି ଓ ସହାନୁଭୂତିର ପଥ ପ୍ରଦର୍ଶନ କରିବ।
ମେସିନ୍ କହୁଛି, ଓଡ଼ିଶା ସମନ୍ବିତ ବିକାଶର ଆଦର୍ଶ ହୋଇପାରିବ। ଆଜିର ପୃଥିବୀ ପ୍ରଗତି କହିଲେ କେବଳ ଅର୍ଥନୈତିକ ବିକାଶ ଅର୍ଥାତ୍ ବସ୍ତୁବାଦରେ ପ୍ରଭାବିତ ହେଉଛି। ବସ୍ତୁବାଦ ଅନେକ ମାତ୍ରାରେ ମଣିଷକୁ ସ୍ବାର୍ଥପର, ଆତ୍ମକୈନ୍ଦ୍ରିକ କରି ଦେଉଛି। ଓଡ଼ିଶାବାସୀ ବସ୍ତୁତଃ ଆତ୍ମକୈନ୍ଦ୍ରିକ ନୁହନ୍ତି। ଚାଟ୍ ଜିପିଟିର କହିବା କଥା, ସମନ୍ବିତ ବିକାଶ କେବଳ ନୁହଁ, ମାନବ ଭବିଷ୍ୟତ ପାଇଁ ଧାରଣୀୟ ବିକାଶ ବା ସଷ୍ଟେେନବ୍ଲ ଡେଭେଲପ୍ମେଣ୍ଟ ଦରକାର। ଏହି କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କୁ ବାଟ ଦେଖାଇପାରିବ।
ପରବର୍ତ୍ତୀ କଥାଟି ହେଲା ସମ୍ମିଳିତ ସମାଜ ଗଠନ। ଯାହାକୁ ଇଂରେଜୀରେ ଲୋକେ ‘ଇନ୍କ୍ଲୁସିଭିଟି’ ବୋଲି କହୁଛନ୍ତି। ୨୦୩୬ର ଓଡ଼ିଶାରେ କୌଣସି ବ୍ୟକ୍ତି ବା ଗୋଷ୍ଠୀ ପଛରେ ପଡ଼ିଯିବାର ଆଶଙ୍କା ରହିବ ନାହିଁ। ଓଡ଼ିଶାର ମଣିଷ ବାହାରର ମଣିଷକୁ ମଧ୍ୟ ନିଜ ବିକାଶରେ ସମ୍ମିଳିତ କରିବ। ଚାଟ୍ ଜିପିଟିର ପରବର୍ତ୍ତୀ କଥାଟି ସମାଜର ତଥାକଥିତ ବୁଦ୍ଧିଜୀବୀ ଓ ସାଂସ୍କୃତିକ ପୁରୋଧାମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିବ। ଗୋଟିଏ ମେସିନ୍ ହେଲେ ମଧ୍ୟ ସେ କହୁଛି, ଓଡ଼ିଶାର ଇତିହାସ, ମାନବକଳା, ସାହିତ୍ୟ, ସଂସ୍କୃତି ଅନନ୍ୟ। ଏହି ପୃଷ୍ଠଭୂମିରେ, ୨୦୩୬ର ଓଡ଼ିଶା ନିଜର ପ୍ରାଚୀନ ଐତିହ୍ୟକୁ ଜୀବନ୍ତ ରଖିବ। ଏସବୁ ବ୍ୟତୀତ ରହିଛି ଓଡ଼ିଶାର ଭୌତିକ ଭିତ୍ତିଭୂମିର କଥା। ସେତେବେଳର ଜନସଂଖ୍ୟାକୁ ଆଖିରେ ରଖି ଜନସାଧାରଣଙ୍କର ସୁବିଧା ପାଇଁ ଯାନବାହାନ ଚଳାଚଳ, ସଂଚାର ଓ ସମ୍ପର୍କ ସ୍ଥାପନ ବିଶ୍ବମାନର ହେବ। ସାଧାରଣ ମଣିଷକୁ କେନ୍ଦ୍ରରେ ରଖି ସ୍ବାସ୍ଥ୍ୟସେବାର ତଥା ସ୍ବାସ୍ଥ୍ୟ କ୍ଷେତ୍ରରେ ଗବେଷଣାର ବ୍ୟବସ୍ଥା ରହିବ। ଆଜିର ଓଡ଼ିଶା ଶିକ୍ଷା, ଗବେଷଣା ଓ ଉଦ୍ଭାବନଶୀଳତା କ୍ଷେତ୍ରେର ନାମ ଅର୍ଜନ କରିଲାଣି। ଏଥିପାଇଁ ଆନୁଷ୍ଠାନିକ ଭିତ୍ତିଭୂମି ଗଢ଼ି ଉଠିଲାଣି। ୨୦୩୬ରେ ଓଡ଼ିଶା ଶିକ୍ଷା, ଗବେଷଣା ତଥା ଉଦ୍ଭାବନଶୀଳତାରେ ବିଶ୍ବବିଦିତ ହୋଇପାରିବ। ଏହା ସହିତ ରହିଛି ନିଜକୁ ବିଶ୍ବ ସହିତ ଯୋଡ଼ିବାର ଅନ୍ୟ ଏକ ପ୍ରତିଶ୍ରୁତି। ଏଇଟି ହେଲା ପର୍ଯ୍ୟଟନର ବିକାଶ। ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ ସ୍ଥଳ, ସାଂସ୍କୃତିକ ପରମ୍ପରା ସାରା ବିଶ୍ବର ମଣିଷକୁ ଟାଣି ଆଣି ନିଜର କରିନେବ। କୃଷି ତଥା ଆନୁସାଙ୍ଗିକ କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରିବ। କେବଳ ସାଧାରଣ ମଣିଷର ଖାଦ୍ୟ ସୁରକ୍ଷା ନୁହଁ, ଧାରଣୀୟ କୃଷି କ୍ଷେତ୍ରରେ ଓଡ଼ିଶା ବିେଶଷ ପରିଚିତ ହେବ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ନିୟନ୍ତ୍ରଣ କ୍ଷେତ୍ରେର ଓଡ଼ିଶା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିସାରିଛି। ଏହି େକ୍ଷତ୍ରରେ ଓଡ଼ିଶା ଅନ୍ୟମାନଙ୍କୁ ସାହାଯ୍ୟ, ସାଧନର ହାତ ବଢ଼ାଇବ। ସର୍ବଶେଷରେ ଯେଉଁ କଥାଟି ଚାଟ୍ ଜିପିଟି କହିଲା, ଶୁଣି ମୁଁ ଅଭିଭୂତ ହେଲି। ଓଡ଼ିଶା ରାଜ୍ୟବାସୀ ସବୁଦିନ ଶାନ୍ତିପ୍ରିୟ, ସହନଶୀଳ। ଆଜିର ଅସହିଷ୍ଣୁ, ଧ୍ବଂସମୁଖୀ ମାନବ ସମାଜ ମଣିଷପଣିଆ, ସହଭାଗିତା, ସମବେଦନା ରହିତ ହେବାର ଆଶଙ୍କାଗ୍ରସ୍ତ। ଏପରି ପରିସ୍ଥିିତିରେ ୨୦୩୬ର ଓଡ଼ିଶା ମାନବ ଧର୍ମର ପୀଠ ହୋଇ ଶାନ୍ତି ଓ ସହାନୁଭୂତିର ପଥ ପ୍ରଦର୍ଶନ କରିବ।
ଚାଟ୍ ଜିପିଟି ଗୋଟିଏ ମେସିନ୍ ମାତ୍ର। ତା’ର ପ୍ରାଣ ନାହିଁ। କିନ୍ତୁ ମେସିନ୍ଟିଏ ମଧ୍ୟ କହୁଛି ସମ୍ଭାବନାମୟ ଓଡ଼ିଶାର ଏକ ଭିନ୍ନ ଧାରା ବିବରଣୀ। ଆଜି ନବବର୍ଷର ପ୍ରଥମ ଦିନ। ସବୁଠି ଆଶାର କିରଣ। ଆଜିର ଏ ଶୁଭ ଅବସରରେ ମେସିନ୍ ତ ତା’ର ଯାହା କହିବାର ଥିଲା କହିଗଲା। ଏଥର ଆପଣ କ’ଣ କହିବେ? କେଉଁ ସ୍ବପ୍ନରେ ଗଢ଼ା, ସ୍ମୃତି ଦେଇ ଘେରା ହେବ ଆମ ଧାତ୍ରୀ ଜନ୍ମଭୂମି?
ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା