ମୁସଲମାନଙ୍କ ଧ୍ରୁବୀକରଣ- ଏକ ସତର୍କ ଘଣ୍ଟି

ସତ୍ୟଜିତ୍‌ ନାୟକ

ନିର୍ବାଚନ ଫଳାଫଳର ସମୀକ୍ଷାରୁ ସୁସ୍ପଷ୍ଟ ଯେ ଏ ସବୁ କେବଳ ମୁସଲମାନ ବହୁଳ ଅ˚ଚଳରେ ମୁସଲମାନଙ୍କ ଧ୍ରୁବୀକରଣ ଯୋଗୁଁ ସମ୍ଭବ ହୋଇଆସୁଛି। ଆଉ ନିଜକୁ ଧର୍ମ ନିରପେକ୍ଷ ବୋଲି ଦାବି କରିଆସୁଥିବା କ˚ଗ୍ରେସ ଓ କମ୍ୟୁନିଷ୍ଟ ଦଳମାନେ ଏହି ଧ୍ରୁବୀକରଣର ପ୍ରମୁଖ ଅ˚ଶୀଦାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଦୁଇଟି ପ୍ରଶ୍ନ। ଆପଣଙ୍କ ମନକୁ ମଧୢ କଦାଚିତ୍‌ ଆସିଥାଇପାରେ! ଗାନ୍ଧୀ, ସୁଭାଷ, ନେହରୁ, ପଟେଲ, କଲାମ୍‌, ଅବଦୁଲ ଗଫର‌୍‌ ଖାଁ, ଲାଲ-ବାଲ୍‌-ପାଲଙ୍କ ଭଳି ଯେଉଁ ମହାପୁରୁଷଙ୍କ ଯୋଗୁଁ ଦେଶ ସ୍ବାଧୀନ ହେଲା; ସେମାନଙ୍କୁ କ’ଣ ଆମ ଦେଶ ପରି ପାକିସ୍ତାନ ଓ ବା˚ଲାଦେଶରେ ପୂଜା କରାଯାଏ? ସେମାନଙ୍କ ଇତିହାସରେ କ’ଣ ଏହି ବରପୁତ୍ରଙ୍କୁ କୌଣସି ସ୍ଥାନ ପ୍ରଦାନ କରାଯାଇଛି? ଦ୍ବିତୀୟ ପ୍ରଶ୍ନ: ଅବିଭକ୍ତ ଭାରତକୁ ସ୍ବାଧୀନ କରିବାର ଶ୍ରେୟ ଯେଉଁ କ˚ଗ୍ରେସ ଦଳକୁ ଯାଏ, ସେ କ˚ଗ୍ରେସ ଦଳ ତଥା କମ୍ୟୁନିଷ୍ଟ ଦଳ ପରି ଭାରତରେ ସକ୍ରିୟ ଥିବା ତଦାନୀନ୍ତନ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଉଭୟ ପୂର୍ବ ଓ ପଶ୍ଚିମ ପାକିସ୍ତାନର ରାଜନୈତିକ ଓ ସାମାଜିକ ଜୀବନରେ ୧୯୪୭ ପରେ ଆଉ ରହିଲେ ବା ରହିପାରିଲେ ନାହିଁ କାହିଁକି? ସେଠାରେ ଏମାନଙ୍କ ଅସ୍ତିତ୍ବ ନିଶ୍ଚିହ୍ନ; ଅଥଚ ଯେଉଁ ମୁସ୍‌ଲିମ୍‌ ଲିଗ୍‌ର ଜିଦ୍‌ ଯୋଗୁଁ ଧର୍ମ ଆଧାରରେ ଭାରତ ବିଖଣ୍ତିତ ହୋଇ ଆଜିଯାଏଁ ତା’ର କୁପରିଣାମ ଭୋଗୁଛି, ସେହି ମୁସ୍‌ଲିମ୍‌ ଲିଗ୍‌ ଭାରତରେ ବେଶ୍‌ ଦୃଢ଼ ସ୍ଥିତିରେ ରହିଛି। କଥାଟି ଆଶ୍ଚର୍ଯ୍ୟଜନକ ଅଥଚ ସତ୍ୟ।

୨୦୨୧ର କେରଳ ବିଧାନସଭା ନିର୍ବାଚନରେ ଇଣ୍ତିଆନ୍‌ ୟୁନିୟନ ମୁସ୍‌ଲିମ୍‌ ଲିଗ୍‌ କ˚ଗ୍ରେସ ସହ ମେଣ୍ଟ କରି ମୋଟ ୨୫ଟି ଆସନରେ ଲଢ଼ି ୧୫ଟିରେ ବିଜୟ ଲାଭ କରିଛି। ଏଥି ସହିତ କେରଳର ମଲ୍ଲପୁରମ୍‌ ଲୋକସଭା ଆସନ ଉପନିର୍ବାଚନ ମଧୢ ଲିଗ୍‌ ଜିତିଛି। ଏହି ଆସନର ବିଶେଷତ୍ବ ହେଉଛି ଏହି ଆସନଟି ୧୯୫୨ର ୧ମ ନିର୍ବାଚନରୁ ଆଜିଯାଏଁ (୨୦୦୪-୨୦୦୯ ବ୍ୟତୀତ) କ୍ରମାଗତ ଭାବେ ମୁସ୍‌ଲିମ୍‌ ଲିଗ୍‌ ଦଖଲରେ ରହିଆସିଛି। ଏହାର ୭ଟି ଯାକ ବିଧାନସଭା ଆସନଗୁଡ଼ିକ ମଧୢ ସର୍ବଦା ମୁସ୍‌ଲିମ୍‌ ଲିଗ୍‌ ହାତରେ ମୂଳରୁ ରହିଆସିଛି। ଦୁଇ-ତିନିଟି ଆସନରେ କେବଳ ଦୁଇ-ତିନି ଥର ଯାହା କମ୍ୟୁନିଷ୍ଟ ଦଳ ଜିତିଛି। ଏହିପରି ଆଉ ଗୋଟିଏ ଲୋକସଭା ଆସନ ହେଉଛି ପୋନ୍ନାଣି। ଏହି ସ˚ସଦୀୟ କ୍ଷେତ୍ରର ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ୧୯୭୭ରୁ ଆଜିଯାଏଁ ଏହା ଲିଗ୍‌ ହାତରେ ରହିଛି। ଏହାର ୭ଟି ବିଧାନସଭା ମଧୢରୁ ତିରୁରାଙ୍ଗଡ଼ିରେ ୧୯୯୫-୯୬ ପର୍ଯ୍ୟନ୍ତ ସହଯୋଗୀ କ˚ଗ୍ରେସର ଏ.କେ. ଆେଣ୍ଟାନିଙ୍କ ବ୍ୟତୀତ ତାନୁରରେ ୨୦୧୬-୨୧ ବ୍ୟତୀତ, ତିରୁରରେ ୨୦୦୬-୨୦୧୧ ବ୍ୟତୀତ ଅନ୍ୟ ସମସ୍ତ ସମୟରେ ୧୯୫୭ର ପ୍ରଥମ ବିଧାନସଭା ନିର୍ବାଚନରୁ ଆଜିଯାଏଁ ଲିଗ୍‌ ଜିତି ଆସିଛି। ୨୦୧୧ରେ ନବଗଠିତ କୋଟ୍ଟକଲରେ ମଧୢ ଆଜିଯାଏଁ ଲିଗ୍‌। ଅନ୍ୟ ତିନିଟି ଆସନ ସହଯୋଗୀ ଦଳଙ୍କ ହାତରେ ଥାଏ। କହିବା ଅନାବଶ୍ୟକ ଯେ- ଏ ସମସ୍ତ ଆସନରେ ଆଜିଯାଏଁ କେବଳ ମୁସଲମାନ ପ୍ରାର୍ଥୀମାନେ ହିଁ ଜିତିଛନ୍ତି। ମୁସ୍‌ଲିମ୍‌ ଲିଗ୍‌ ସମୟାନୁସାରେ ଉଭୟ କମ୍ୟୁନିଷ୍ଟ ଓ କ˚ଗ୍ରେସ ଦଳ ସହିତ ମେଣ୍ଟ କରି ଉଭୟ କେରଳ ଓ କେନ୍ଦ୍ରରେ ମନ୍ତ୍ରୀ ପଦ ଏବ˚ ରାଜ୍ୟସଭା ଆସନ ମଧୢ ପାଇଛି। କେରଳରେ ୨୦୧୧ରେ ଏହାର ୨୦ ଜଣ ଏବ˚ ୨୦୧୬ରେ ୧୮ ଜଣ ବିଧାୟକ ଥିଲେ। ତାମିଲନାଡୁରେ ବିଧାନସଭା ବ୍ୟତୀତ ୨୦୧୯ରେ ୧ମ ଥର ପାଇଁ ରାମନାଥପୁରମ୍‌ ଲୋକସଭା ଆସନ ଜିତିବା‌େର ଲିଗ୍‌ ସକ୍ଷମ ହୋଇଛି। ପଶ୍ଚିମବ˚ଗର ମୁର୍ଶିଦାବାଦ ଏବ˚ କେରଳର କୋଝିକୋଡ ଓ ପେରିୟାକୁଲମ ଲୋକସଭା ଆସନରେ ମଧୢ ଲିଗ୍‌ ଅତୀତରେ ନିର୍ବାଚନ ଜିତି ସାରିଛି। ଏ ସବୁ ବର୍ଣ୍ଣନା କରିବାର ଉଦ୍ଦେଶ୍ୟ ହେଉଛି ପାକିସ୍ତାନ ଓ ବାଂଲାଦେଶକୁ ମଧୢ ସ୍ବାଧୀନ କରେଇଥିବା କ˚ଗ୍ରେସ ଦଳର ସେ ଦେଶରେ ଆଦୌ ଚିହ୍ନବର୍ଣ୍ଣ ନ ଥିବା ବେଳେ ଭାରତକୁ ବିଖଣ୍ତିତ କରିଥିବା ମୁସ୍‌ଲିମ୍‌ ଲିଗ୍‌ ଭାରତରେ ମୂଳରୁ ଆଜିଯାଏଁ ବେଶ୍‌ ସୁସ˚ଗତ ଭାବେ ସହଜଜନକ ସ୍ଥିତିରେ ନିଜର ସ୍ଥିତି ସୁଦୃଢ଼ କରିବାରେ ଲାଗିଛି।

ନିର୍ବାଚନ ଫଳାଫଳର ସମୀକ୍ଷାରୁ ସୁସ୍ପଷ୍ଟ ଯେ ଏ ସବୁ କେବଳ ମୁସଲମାନ ବହୁଳ ଅ˚ଚଳରେ ମୁସଲମାନଙ୍କ ଧ୍ରୁବୀକରଣ ଯୋଗୁଁ ସମ୍ଭବ ହୋଇଆସୁଛି। ଆଉ ନିଜକୁ ଧର୍ମ ନିରପେକ୍ଷ ବୋଲି ଦାବି କରିଆସୁଥିବା କ˚ଗ୍ରେସ ଓ କମ୍ୟୁନିଷ୍ଟ ଦଳମାନେ ଏହି ଧ୍ରୁବୀକରଣର ପ୍ରମୁଖ ଅ˚ଶୀଦାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଧର୍ମ ଆଧାରରେ ଦେଶ ଭାଗ ହୋଇ ମୁସଲମାନଙ୍କ ପାଇଁ ସ୍ବତନ୍ତ୍ର ଦେଶ ପାକିସ୍ତାନ ଗଠନ ହେଲା, ଲକ୍ଷ ଲକ୍ଷ ଲୋକଙ୍କ ହତ୍ୟା, ଧର୍ଷଣ ଓ ଯୋଜନାହୀନ ସ୍ଥାନାନ୍ତରଣ ହେଲା; ତଥାପି ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ପାଇଁ କେବେ କୌଣସି ଦାବି ଉଠିନଥିଲା। ଫଳସ୍ବରୂପ ହିନ୍ଦୁମାନଙ୍କ ଧ୍ରୁବୀକରଣ କଷ୍ଟକର ନୁହେଁ ବର˚ ଅସମ୍ଭବ ବୋଲି ଏହି ଦଳମାନେ ଭଲ ଭାବେ ବୁଝିପାରି ମୁସଲମାନଙ୍କ ଧ୍ରୁବୀକରଣ କରି ତାଙ୍କୁ ଭୋଟ ବ୍ୟାଙ୍କ୍‌ରେ ପରିଣତ କରିଛନ୍ତି। ଏଥିପାଇଁ ହିନ୍ଦୁଙ୍କ ନାଁରେ ମୁସଲମାନଙ୍କୁ ଡରେଇବା, ମଝିରେ ମଝିରେ ହିନ୍ଦୁଙ୍କ ଆସ୍ଥାକୁ ଆଘାତ ଦେବା, ସାମଗ୍ରିକ ଭାବେ ମୁସଲମାନଙ୍କ ହିତ ସାଧନ କରୁଥିବା ଅଥଚ ମୌଳବାଦୀଙ୍କୁ ଅସୁଖୀ କରୁଥିବା କୌଣସି ସ˚ସ୍କାର ନ ଆଣିବା, ଅନୁପ୍ରେବଶକାରୀଙ୍କୁ ସୁରକ୍ଷା ଦେବା, ଦଙ୍ଗା କରେଇବା ଭଳି ଉପାୟ ବିଭିନ୍ନ ଦଳ ପକ୍ଷରୁ ଗ୍ରହଣ କରାଯାଉଛି। ଏଭଳି ପଦକ୍ଷେପ ଯେ ଭବିଷ୍ୟତ୍‌ରେ ଦେଶର ଏକତା ଓ ସାର୍ବଭୌମତ୍ବ ପାଇଁ ପୁଣି ଘାତକ ସାବ୍ୟସ୍ତ ହେବ ସେ କଥା କେହି ଚିନ୍ତା କରିବାକୁ ପ୍ରସ୍ତୁତ ନୁହନ୍ତି। ଏ ପ୍ରସଙ୍ଗରେ ଆଲୋଚନା କଲେ ନିଜର ସାମ୍ପ୍ରଦାୟିକ ଛବି ସୃଷ୍ଟି ହେବା ଭୟରେ, ଏକ ବୃହତ ତଥା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅନାଲୋଚିତ ହୋଇ ରହିଯାଉଛି। ଏଥିପାଇଁ ଆମର ତଥାକଥିତ ଧର୍ମ ନିରପେକ୍ଷ ବୁଦ୍ଧିଜୀବୀ ଓ ଗଣମାଧୢମଙ୍କ ଦ୍ବୈତ ମାନଦଣ୍ତର ବଡ଼ ଭୂମିକା ରହିଛି।

ମୁସଲମାନ ଧ୍ରୁବୀକରଣର ଅନ୍ୟ ସଦ୍ୟ ହିତାଧିକାରୀ ହେଉଛନ୍ତି ମୁସଲମାନବହୁଳ ପଶ୍ଚିମବଙ୍ଗରେ ତୃଣମୂଳ କ˚ଗ୍ରେସ, ଆସାମରେ ଅଲ୍‌ ଇଣ୍ତିଆ ୟୁନାଇଟେଡ୍‌ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ୍‌) ଓ କ˚ଗ୍ରେସ ଏବ˚ ଦିଲ୍ଲୀରେ ଆମ ଆଦ୍‌ମୀ ପାର୍ଟି (ଆପ୍‌)। ଏଥିପାଇଁ ଏମାନେ ଆପଣାଇଥିବା କୌଶଳ ସମ୍ବନ୍ଧରେ ବିଜ୍ଞ ପାଠକଗଣ ବେଶ୍‌ ଅବଗତ। ବିଧାନସଭା ନିର୍ବାଚନ ଫଳାଫଳର କିଛି ଦ୍ରଷ୍ଟବ୍ୟ ନିର୍ଯ୍ୟାସ ଧ୍ରୁବୀକରଣର ସିଦ୍ଧତା ପାଇଁ ଯଥେଷ୍ଟ ହେବ। ତୃଣମୂଳ କ˚ଗ୍ରେସର ସର୍ବେସର୍ବା ମମତା ବାନାର୍ଜୀ ନିଜେ ଯେତିକି ଭୋଟ (୧,୦୭,୯୩୭) ପାଇ ହାରିଛନ୍ତି, ତା’ଠାରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି ତାଙ୍କରି ଦଳର ମହମ୍ମଦ ଅବଦୁଲ ଘନି (୧,୩୦,୧୬୩ ବ୍ୟବଧାନ) ଓ ଅବଦୁଲ ଖାଲେକ ମୋଲା (୧,୧୯,୬୦୪ ବ୍ୟବଧାନ)। ଇଦରିସ୍‌ ଅଲି ପ୍ରାୟ ସେତିକି (୧,୦୬,୦୦୮) ବ୍ୟବଧାନରେ ଜିତିଛନ୍ତି। ବଙ୍ଗରେ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବା ୧ମ ୭ଜଣ ଯାକ ପ୍ରାର୍ଥୀ ହେଉଛନ୍ତି ତୃଣମୂଳ କ˚ଗ୍ରେସର ମୁସଲମାନ ପ୍ରାର୍ଥୀ, ଯାହାଙ୍କ ହାରାହାରି ବିଜୟ ବ୍ୟବଧାନ ୯୫,୫୫୧।

ସେହିଭଳି ୨୦୨୦ ଦିଲ୍ଲୀ ନିର୍ବାଚନରେ ଆପ୍‌ର ସର୍ବେସର୍ବା ତଥା ପୋଷ୍ଟର ବୟ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ତାଙ୍କରି ଦଳର ୨୫ ଜଣ ବିଧାୟକ ଅଧିକ ଭୋଟ ବ୍ୟବଧାନରେ ଜିତିଲେ। ଦଳର ୨ୟ କ୍ଷମତାଶାଳୀ ନେତା ତଥା ଉପମୁଖ୍ୟମନ୍ତ୍ରୀ ମନିଷ ସିଷୋଦିଆ ମାତ୍ର ୩୨୦୭ ଖଣ୍ତ ଭୋଟ୍‌ ବ୍ୟବଧାନରେ ଜିତିଥିବା ବେଳେ ସିଏଏ ବିରୋଧୀ ଆନ୍ଦୋଳନର ଉଦ୍ୟୋକ୍ତା ତଥା ବିଦ୍ବେଷ-ସୃଷ୍ଟିକାରୀ ଭାଷଣ ଦେଉଥିବା ଅମ୍ମାନୁତୁଲ୍ଲା ଖାଁ ରେକର୍ଡ ୭୧,୮୨୭ଖଣ୍ତ, ଶୋଏବ୍‌ ଇକ୍‌ବାଲ ୫୦,୨୪୧ଖଣ୍ତ, ଅବଦୁଲ ରେହେମାନ୍‌ ୩୬,୯୨୦ଖଣ୍ତ, ଇମ୍ରାନ ହୁସେନ୍‌ ୩୬,୧୭୨ଖଣ୍ତ ଓ ହାଜି ୟୁନୁସ୍‌ ୨୦,୭୦୪ଖଣ୍ତ ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ଆସାମରେ କ˚ଗ୍ରେସର ସହଯୋଗୀ ଦଳ ଏଆଇୟୁଡିଏଫ୍‌ ୨୦୨୧ ନିର୍ବାଚନରେ ୨୦ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରି ୧୬ଟି ଆସନରେ ଜିତି ୮୦% ସଫଳତା ପାଇଛି। ରାଜ୍ୟରେ ମୋଟ ମୁସଲମାନ ବିଧାୟକଙ୍କ ସ˚ଖ୍ୟା ୨୦୧୧ରେ ୨୮ ଜଣ ଓ ୨୦୧୬ରେ ୨୯ ଜଣ ଥିବାବେଳେ ଏହା ଏଥର ୩୧କୁ ବୃଦ୍ଧି ପାଇଛି। ଏଥିରେ ଏଆଇୟୁଡିଏଫ୍‌ର ସହଯୋଗୀ କ˚ଗ୍ରେସର ଭାଗ ୧୬ ଜଣ। ମୁସଲମାନ ବହୁଳ ଜାନିଆ (୬୦%) ଆସନରୁ ରଫିକୁଲ ଇସଲାମ୍‌ ରେକର୍ଡ ୧,୪୪,୭୭୫ଖଣ୍ତ ଭୋଟ ବ୍ୟବଧାନ (୭୮.୪୨%)ରେ ଏବ˚ ଦକ୍ଷିଣ ସଲମାରାରେ ୱାହେଦ୍‌ ଅଲି ଚୌଧୁରୀ ୧,୩୫,୫୭୪ଖଣ୍ତ ଭୋଟ ବ୍ୟବଧାନ (୭୭.୮୫%)ରେ ଜିତିଛନ୍ତି।

୬୫% ମୁସଲମାନ ଜନସ˚ଖ୍ୟା ବିଶିଷ୍ଟ ହାଇଦ୍ରାବାଦରେ ଅଲ୍‌ ଇଣ୍ତିଆ ମୁସଲିମ୍‌-ଏ-ଇହୋଦୁଲ ମୁସଲିମିନ୍‌ ଦଳର ସ୍ଥାପନ ପର ଠାରୁ ୧୯୮୪ରୁ ଆଜିଯାଏଁ ସେଠାରେ ଏହି ଦଳର ମୁସଲମାନ ପ୍ରାର୍ଥୀମାନେ ସା˚ସଦ ରହିଆସିଛନ୍ତି। ଏହାର ମୁଖ୍ୟ ଅସାଦୁଦ୍ଦିନ୍‌ ଅେୱସିଙ୍କ ମୁସଲମାନ ଧ୍ରୁବୀକରଣରେ ପାରଙ୍ଗମତା ଯୋଗୁଁ ସ୍ବଳ୍ପ ଅବଧି ମଧୢରେ ଏହି ଦଳ ଜାତୀୟ ସ୍ତରରେ ନିଜର ଉପସ୍ଥିତି ଜାହିର କରି ମହାରାଷ୍ଟ୍ର ଓ ବିହାରର ମୁସଲମାନବହୁଳ ଅ˚ଚଳରେ ବେଶ୍‌ ଚମକପ୍ରଦ ସଫଳତା ପାଇସାରିଛି। ସେହିପରି ଜାମ୍ମୁ-କାଶ୍ମୀରର ମୁସଲମାନବହୁଳ କାଶ୍ମୀର ଅ˚ଚଳରେ ଆଜିଯାଏଁ କେବଳ ମୁସଲମାନ ସା˚ସଦ ଓ ବିଧାୟକ, ଯେଉଁଠୁ ୩୦ ବର୍ଷ ତଳୁ ହିନ୍ଦୁଙ୍କୁ ବିତାଡ଼ିତ କରାସରିଛି। ଅଧିକରୁ ଅଧିକ ମୁସଲମାନ ବିଧାୟକ ଓ ସା˚ସଦ ହେବା ଆଦୌ ଖରାପ କଥା ନୁହେଁ। ମାତ୍ର ଯଦି ଏହା ଧ୍ରୁବୀକରଣର ଫଳ ହୋଇଥାଏ ତେବେ ଦେଶ ପାଇଁ ଏହା ଏକ ସତର୍କ ଘଣ୍ଟି। ହିନ୍ଦୁବହୁଳ ନିର୍ବାଚନ ମଣ୍ତଳୀରେ ମୁସଲମାନ ଓ ଖ୍ରୀଷ୍ଟିଆନ ପ୍ରାର୍ଥୀ ବିଧାୟକ ବା ସା˚ସଦ ହେବା ଏକ ସାଧାରଣ କଥା। ମାତ୍ର ମୁସଲମାନବହୁଳ ନିର୍ବାଚନ ମଣ୍ତଳୀରେ ହିନ୍ଦୁ ପ୍ରାର୍ଥୀ ଜିତିବା ଅସମ୍ଭବ ବୋଲି ବାରମ୍ବାର ପ୍ରମାଣିତ ହୋଇଚାଲିଛି।

ଉଲ୍ଲେଖ ଅନାବଶ୍ୟକ ଯେ ଏସବୁ ସମ୍ଭବ ହୋଇଛି କେବଳ ମୁସଲମାନ ଧ୍ରୁବୀକରଣ ଯୋଗୁଁ, ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଥଚ ଅନାଲୋଚିତ। ଆଖି-କାନ-ମୁହଁ ବନ୍ଦ କରି ରଖିଲେ ଏଭଳି ଗମ୍ଭୀର ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଦିନକୁ ଦିନ ଏହା ଜଟିଳତର ହେବାରେ ଲାଗିଛି। ହିନ୍ଦୁଙ୍କ ଧ୍ରୁବୀକରଣ ଆଶଙ୍କାରେ ତଥା ମୁସଲମାନ ଧ୍ରୁବୀକରଣକୁ ଆହୁରି ବଳ ଦେବା ପାଇଁ ଏକ ନୂତନ ଶବ୍ଦ ‘ଦଳିତ’ର ଉଦ୍ଭାବନ କରାଯାଇ ଅତି ଚତୁରତାର ସହ ମୁସଲମାନଙ୍କ ସହ ଯୋଡ଼ାଯାଉଛି; ଯେପରି ପ୍ରତ୍ୟୟ ହେବ ଦଳିତ ଓ ଆଦିବାସୀମାନେ ହିନ୍ଦୁ ସମାଜ ବାହାରେ ଏବ˚ ମୁସଲମାନଙ୍କ ଭିତରେ। ଏହି ଅନାଲୋଚିତ ଅଥଚ ଉଦ୍‌ବେଗଜନକ ବିଷୟକୁ ଆଲୋଚନାକୁ ଅଣାଯାଇ ଏପରି ମାରାତ୍ମକ ପଦକ୍ଷେପକୁ ନିଷ୍ପ୍ରଭ କରାଯିବା ଆବଶ୍ୟକ।
(ମତାମତ ଲେଖକଙ୍କ ନିଜସ୍ବ)
ରାଧାକୁଞ୍ଜ, କାମାକ୍ଷାନଗର
ଢେଙ୍କାନାଳ-୭୫୯୦୧୮
ମୋ-୯୪୩୭୬୫୩୨୬୦

ସମ୍ବନ୍ଧିତ ଖବର