ତିିନି ସଂକଟ ଓ ଦେଶର ସରକାର

ଯୋଗେନ୍ଦ୍ର ଯାଦବ

ଇତିହାସରେ ପୂର୍ବରୁ କେବେ ଏକକାଳୀନ ଘଟି ନ ଥିବା ତିନି ତିନିଟି ଗୁରୁତର ଜାତୀୟ ସ˚କଟର ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମଙ୍ଗଳବାର ଦିନ ଭାରତବାସୀଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିଲେ। ‘କୋଭିଡ୍‌ ୧୯’ ଯିବାର ନାମ ଧରୁନାହିଁ। ସ୍ବାଧୀନତା ପରେ ଦେଶ ସମ୍ମୁଖୀନ ହୋଇଥିବା, ଏହା ସବୁଠାରୁ ଭୟଙ୍କର ସାର୍ବଜନୀନ ସ୍ବାସ୍ଥ୍ୟ ସ˚କଟ। ତାଲାବନ୍ଦୀ ପରେ ଆମ ବିତ୍ତୀୟ କ୍ଷେତ୍ର ଉଠିବାର ନାମ ନେଉନାହିଁ। ଏହାର ପରିଣାମ ସ୍ବରୂପ ଦେଶ ଗତ ଚାରି ଦଶନ୍ଧିରେ ପ୍ରଥମ ଥର ପାଇଁ ମାନ୍ଦାବସ୍ଥା ଭୋଗିବାର ଆଶଙ୍କା ଉପୁଜିଛି। ତୃତୀୟ ସ˚କଟ- ପ୍ରକୃତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଚୀନ ଆମ ଅଞ୍ଚଳର କିଛି ଅ˚ଶ ଦଖଲ କରିବାର ଉଦ୍ୟମ କରିଛି। ୧୯୬୨ ପରେ ଏହା ସବୁଠାରୁ ଗୁରୁତର ଜାତୀୟ ନିରାପତ୍ତା ଜନିତ ଆପଦ। ଏ ଭଳି ଜଟିଳ ପରିସ୍ଥିତିରେ ଶୀର୍ଷ ନେତୃତ୍ବ ପରୀକ୍ଷାର ସମ୍ମୁଖୀନ ହୁଏ। ‘କରୋନା’ ଭୂତାଣୁର ପ୍ରକୃତ ସ୍ଥିତି ଏବ˚ ସୀମାନ୍ତର କ୍ଷେତ୍ରୀୟ ବାସ୍ତବତା ବାବଦରେ ସାରା ଦେଶ ଜାଣିବାକୁ ଚାହେଁ। ‘କୋଭିଡ୍‌ ୧୯’ର ମୁକାବିଲା ପାଇଁ ନିର୍ଦିଷ୍ଟ ଭାବେ କେଉଁ ପ୍ରକାରର ପଦକ୍ଷେପ ନିଆଯାଉଛି, ଅର୍ଥନୀତିର ପୁନରୁଦ୍ଧାର ପାଇଁ କେଉଁ ପ୍ରକାରର ଯୋଜନା କରାଯାଉଛି ଏବ˚ ଚାଇନା ସହ ମୁକାବିଲା ଲାଗି କେଉଁ ପ୍ରକାରେ ଉଦ୍ୟମ ହେଉଛି, ଦେଶବାସୀ ସ୍ପଷ୍ଟ ଭାବେ ଜାଣିବାକୁ ଚାହାନ୍ତି। ଏହି ତିନିଟି ଯାକ ସ˚କଟ ଦେଶ ପାଇଁ ଯଥେଷ୍ଟ ଗୁରୁତ୍ବ ବହନ କରୁଛି ଏବ˚ ସରକାର ପକ୍ଷରୁ ସ˚ପୂର୍ଣ୍ଣ ଭରସା ଲୋଡ଼ା।

ଏହି ପ୍ରସଙ୍ଗଗୁଡ଼ିକରେ ପ୍ରଧାନମନ୍ତ୍ରୀ ଜନତାଠାରୁ ରାଜନୈତିକ ଦୂରତା ଅବଲମ୍ବନ କରୁଛନ୍ତି। ଦେଶବାସୀଙ୍କ ଅଭିଳାଷ, ସେମାନଙ୍କର ଜାଣିବାର ଇଚ୍ଛା ଓ ଅଧିକାରକୁ ସୁଦ୍ଧା ସେ ସ୍ବୀକୃତି ଦେଉନାହାନ୍ତି। ଗୁରୁତର ସ˚କଟ କାଳରେ ରାଜନୈତିକ ଦୂରତ୍ବର ସୁଚିନ୍ତିତ ଯୋଜନା ଆପଣେଇଛନ୍ତି। ଏହା ତିନି ପ୍ରକାର ରୂପ ନେଇଛି। ଏକ ଗୋଷ୍ଠୀ ହାତରେ ସ୍ବାସ୍ଥ୍ୟ ସ˚କଟର ସମାଧାନ ଦାୟିତ୍ବ ନ୍ୟସ୍ତ କରାଯାଇଛି। ବିଫଳତାର ଦୋଷ ସ୍ଥାନୀୟ କର୍ତ୍ତୃପକ୍ଷ ଏବ˚ ରାଜ୍ୟ ସରକାରମାନଙ୍କ ଉପରେ ଲଦି ଦିଆଯିବ। ଅର୍ଥନୈତିକ ସ˚କଟର ସମାଧାନ ବଜାର କରିବ। ସେଥିରେ କେନ୍ଦ୍ର ଯଥା ସମ୍ଭବ କମ୍‌ ହସ୍ତକ୍ଷେପ କରିବ। ଆଉ ବାହ୍ୟ ନିରାପତ୍ତା ଜନିତ ସ˚କଟରେ ସରକାର ନିରବ। ବେଳେ ବେଳେ କେହି କେହି ପଦେଅଧେ କହୁଥିବା ଶୁଣିବାକୁ ମିଳୁଛି।

ମୋଦୀଙ୍କ ଭାଷଣ ଶୁଣିବା ପରେ ଏସବୁ ସ୍ପଷ୍ଟ ହୋଇଯାଇଛି। ଆସନ୍ତା କିଛି ମାସ ଭାରତ ପାଇଁ କଠୋର ପରୀକ୍ଷାର ସମୟ। ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଏପରି ଦୁଃସ୍ଥିତି ସୃଷ୍ଟି ହୋଇଛି। ସୃଷ୍ଟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସରକାର ହାତରେ କିଛି ନାହିଁ। ସମାଧାନ କରିବା ସ୍ଥିତିରେ ମଧ୍ୟ ଏ ସରକାର ନାହିଁ। ତେଣୁ, ସମସ୍ୟାଗୁଡ଼ିକୁ ଅଣ-ଦେଖା କରୁଛି। ଏଗୁଡ଼ିକ ସମସ୍ୟା ବୋଲି ସୁଦ୍ଧା ସ୍ବୀକାର କରୁନାହିଁ। ତଥାପି ରାଜନୈତିକ ଦୃଷ୍ଟିକୋଣରୁ ଏବେ ବି ଏହା ଆହ୍ବାନବିହୀନ। ସମସ୍ତ ସରକାରୀ ଓ ସ୍ବାୟତ୍ତ ସ˚ସ୍ଥା ଏହାର ପୂର୍ଣ୍ଣ ନିୟନ୍ତ୍ରଣରେ। ଏହା ଗଣମାଧ୍ୟମକୁ ନିର୍ଦେଶ ଦେବା ଭଳି ମଜଭୁତ ସ୍ଥିତିରେ ଅଛି। ସରକାରର ରାଜନୈତିକ କାର୍ଯ୍ୟସୂଚିର ପ୍ରଚାର ଗଣମାଧ୍ୟମ ମାଧ୍ୟମରେ ଚାଲିଛି। ସାର୍ବଜନୀନ ଫୋରମ୍‌ଗୁଡ଼ିକୁ ପ୍ରଚାରତାନ୍ତ୍ରିକ କରିଦିଆଯାଇଛି। ମୁଖ୍ୟ ବିରୋଧୀ ଦଳ କ˚ଗ୍ରେସ୍‌, ଭୂମିକାଶୂନ୍ୟ; ରାଜନୈତିକ ଦୃଷ୍ଟିକୋଣରୁ ଏହା ଏବେ ଅପ୍ରାସଙ୍ଗିକ ହୋଇପଡ଼ିଛି। ଏକ ରାଜନୈତିକ ଶୂନ୍ୟତା ସର୍ବତ୍ର ବିଦ୍ୟମାନ। ଏବେ ଲୋକନୀତିର ସମୟ; ଏକ ନୂଆ ପ୍ରକାରର ରାଜନୀତି ଆରମ୍ଭ କରିବାର ବେଳ।

‘କୋଭିଡ୍‌ ୧୯’ ମହାମାରୀକାଳୀନ ରାଜନୀତି କଥା ବିଚାର କରନ୍ତୁ। ଅବସ୍ଥା ଯାହା, ତାହାକୁ ନେଇ ମୁହାଁ-ମୁହିଁ, ଉଚ୍ଚବାଚ, ଗାଲୁ ଗପ ଅଗ୍ରହଣୀୟ। ସ˚କ୍ରମଣର ପ୍ରସାରଣ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ପୁରୁଣା ହେଲାଣି; ସେହି ସମୟ ବି ଅତିକ୍ରାନ୍ତ ହୋଇସାରିଲାଣି। କେନ୍ଦ୍ର ସରକାରର ବିଭିନ୍ନ ପଦକ୍ଷେପ ସତ୍ତ୍ବେ ସ˚କ୍ରମଣର ପ୍ରସାରକୁ ରୋକା ଯାଇପାରି ନ ଥିବା ପ୍ରମାଣିତ ହୋଇସାରିଛି। ତାଲାବନ୍ଦୀ ଖୋଲିବା ପରେ ସ˚କ୍ରମଣ ବଢ଼ିଚାଲିଛି। ତେଣୁ, ସରକାର ପକ୍ଷରୁ ଏବେ ସଫେଇ ଦିଆଯାଉଛି, ସରକାରର ବିଭିନ୍ନ ପଦକ୍ଷେପ ସ୍ବରୂପ ସ˚କ୍ରମଣ ପରିମାଣ ହ୍ରାସ କରାଯାଇପାରିଛି। ଯେତେବେଳେ ସ˚କ୍ରମଣ ବହୁଗୁଣିତ ହେବା କଥା, ହୋଇନାହିଁ। ଅଧିକ ସ˚ଖ୍ୟକ ସ˚କ୍ରମିତ ରୋଗୀ ସୁସ୍ଥ ହେଉଛନ୍ତି। ମୃତ୍ୟୁ ସ˚ଖ୍ୟା କମ୍‌ ହେଉଛି। ସା˚ପ୍ରତିକ ପରିସ୍ଥିତିରେ ଏସବୁ ବୟାନ ଅର୍ଥହୀନ କି ନୁହେଁ ବିଚାର କରନ୍ତୁ?

ଆପଣ ଯେତେ ବୁଲେଇ-ବଙ୍କେଇ କହନ୍ତୁ ନା କାହିଁକି, ସତ୍ୟ ହେଉଛି କଠୋର ଏବ˚ ଆମେ ବିଶ୍ବର ସର୍ବାଧିକ କ‌େରାନା ଭୂତାଣୁ ଆକ୍ରାନ୍ତ ରାଷ୍ଟ୍ର ତାଲିକାକୁ ଆସିସାରିଲେଣି। ଆମ ଦେଶରେ ନା ଠିକ୍‌ରେ ପରୀକ୍ଷା ହେଉଛି ନା ସମସ୍ତଙ୍କର ପରୀକ୍ଷା କରାଯାଇପାରୁଛି। ଯଦି ସମସ୍ତଙ୍କର ପରୀକ୍ଷା କରାଯିବ, କ‌େରାନା ସଂକ୍ରମିତଙ୍କ ସ˚ଖ୍ୟା, ଘୋଷିତ ସ˚ଖ୍ୟାଠାରୁ ବହୁତ ଅଧିକ ଥିବା ଜଣାପଡ଼ିବ। ଏହି ମହାମାରୀ ସମ୍ମୁଖରେ ଆମ ସାର୍ବଜନୀନ ସ୍ବାସ୍ଥ୍ୟ ବ୍ୟବସ୍ଥା ଆଣ୍ଠେଇ ପଡ଼ିଛି। ସର୍ବାଧିକ ସ୍ବାସ୍ଥ୍ୟ ସେବା ସୁବିଧା ଥିବା ମହାନଗରୀ ମୁମ୍ବାଇ ଓ ଦିଲ୍ଲୀରେ ମଧ୍ୟ ଅବସ୍ଥା ନିୟନ୍ତ୍ରଣରେ ନାହିଁ।

ସାରା ଦେଶ ସ˚କଟ ମଧ୍ୟରେ ଗତି କରୁଥିବା ବେଳେ ମୋଦୀ ସରକାର ହାତ ବାନ୍ଧି ବସି ରହିଛି। ଏହାର ମହାମାରୀ ମୁକାବିଲା କେବଳ ଦିଲ୍ଲୀ ଭିତରେ ସୀମିତ। ଦେଶର ଅବଶିଷ୍ଟ ଅଞ୍ଚଳକୁ ନେଇ ଏହା ସେ ଭଳି କୌଣସି ସକ୍ରିୟତା ଦେଖାଉନାହିଁ। ନା କୌଣସି ସୂଚନା ଦିଆଯାଉଛି ନା କୌଣସି ଯୋଜନା ଅଛି। ସରକାରର ବିଫଳତା ସତ୍ତ୍ବେ ବିରୋଧୀମାନେ ଏହାକୁ ଘେରି ପାରୁନାହାନ୍ତି। କେରଳ ଛଡ଼ା ଅନ୍ୟ କୌଣସି ରାଜ୍ୟ କରୋନା ବିରୋଧୀ ଲଢ଼େଇରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିନାହିଁ। ସନ୍ଧାନ, ପରୀକ୍ଷା ଓ ପୃଥକ୍‌କରଣ ଭଳି ମୌଳିକ ପ୍ରସଙ୍ଗରେ ରାଜନୈତିକ ସହମତିକୁ କେହି ବାଧ୍ୟ କରି ପାରିବେନାହିଁ। ଜନତା ମଧ୍ୟ ନିରବ। ସର୍ବ-ନିମ୍ନ ଆବଶ୍ୟକତା (ଯଥା- କରୋନା ସ˚କ୍ରମିତଙ୍କ ମାଗଣା ଚିକିତ୍ସା) ପୂରଣ ପାଇଁ ଦାବି ହେଉନାହିଁ କି˚ବା ଏଥି ପାଇଁ କୌଣସି ସ୍ତରରେ ଉଦ୍ୟମ ହେଉନାହିଁ।

ବିତ୍ତୀୟ କ୍ଷେତ୍ରକୁ ଆସନ୍ତୁ। ଅର୍ଥନୀତିର ପୁନରୁଦ୍ଧାର ଚାଲିଥିବା ଦାବି ବିପରୀତ-ମୁହାଁ ହୋଇସାରିଛି। ଏକୋଇଶ ଲକ୍ଷ କୋଟିର ପ୍ୟାକେଜ୍‌- ପୂର୍ବ ଭଳି ଏହା ମଧ୍ୟ କେବଳ ଏକ ଲୋକ-ସ˚ପର୍କ (PR STUNT) ପ୍ରଚାର ମାତ୍ର। ଏହି ବିତ୍ତୀୟ ବର୍ଷରେ ଆମ ଆଗରେ ନକାରାତ୍ମକ ଜିଡିପି ଜଳଜଳ ଦିଶୁଛି। ଚାହିଦା ନ ଥିବାରୁ ଉତ୍ପାଦନ ବଢ଼ୁନାହିଁ। ବ୍ୟାଙ୍କ୍‌ ଋଣ ଦେବାକୁ ଚାହୁଁ ନାହିଁ କି ଉଦ୍ୟୋଗ ଋଣ ନେବାକୁ ଚାହୁଁନାହିଁ। ‘ଏମ୍‌ଏନ୍‌ଆର‌୍‌ଇଜିଏସ୍‌’ର ବହୁଳ ସ˚ପ୍ରସାରଣ ଯୋଗୁଁ ବେକାରି ସ˚ଖ୍ୟା କମିଛି। ତେବେ, ମଜୁରି ମଧ୍ୟ କମିଛି। ଏହା ଲମ୍ବା ସମୟ ଚାଲିବନାହିଁ। କ୍ଷୁଧା ଓ ଅପପୁଷ୍ଟିର ବହୁ ରିପୋର୍ଟ‌୍‌ ମଧ୍ୟ ମିଳୁଛି। ତଥାପି ମୋଦୀଙ୍କ ଭାଷଣରୁ ଏହା ସ୍ପଷ୍ଟ ଜଣାପଡ଼ୁଛି, ତାଙ୍କ ସରକାରର ବିତ୍ତୀୟ ନୀତି ପୂର୍ବ ଭଳି ରହିବ। ବିତ୍ତୀୟ ବିଶେଷଜ୍ଞଙ୍କ ପରାମର୍ଶ ସେମାନଙ୍କ ପାଇଁ ଅଗ୍ରହଣୀୟ। ପ୍ରଧାନମନ୍ତ୍ରୀ ନିଜର ବ୍ୟକ୍ତିଗତ ପ୍ରଚାର ଓ ପ୍ରତିଷ୍ଠା ପାଇଁ ପ୍ରଶ˚ସକଙ୍କୁ ସାମାନ୍ୟ କିଛି ସୁବିଧା ଯୋଗାଇବେ। ତେଣୁ, ଆଉ ପାଞ୍ଚ ମାସ ପାଇଁ ମାଗଣା ରାସନ୍‌ ଯୋଗାଇଦେବାକୁ ସେ କହିଛନ୍ତି। ଏହା ଦ୍ବାରା ବର୍ଷା ଦିନେ ଗରିବମାନଙ୍କର ଖାଦ୍ୟାଭାବ ରହିବନାହିଁ। ତେବେ, ତାଙ୍କ ଭାଷଣରୁ ଏହା ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି, ଜୁନ୍‌ ପରେ ଅତି ଅବହେଳିତମାନଙ୍କୁ ନଗଦ ଟଙ୍କା ମିଳିବନାହିଁ କି ଜନଧନ ଖାତାରେ ଟଙ୍କା ଜମା ହେବନାହିଁ କି ମାଗଣା ଗ୍ୟାସ୍‌ ସିଲିଣ୍ତର‌୍‌ ମିଳିବନାହିଁ କି ପ୍ରବାସୀ ଶ୍ରମିକଙ୍କୁ ସ୍ବତନ୍ତ୍ର ରାସନ୍‌ ମିଳିବନାହିଁ। ସରକାର ଅନ୍ୟ କୌଣସି ସହାୟତାମୂଳକ ପଦକ୍ଷେପ ନେବନାହିଁ। କୃଷକଙ୍କୁ କ୍ଷତିପୂରଣ, ଗରିବଙ୍କୁ ଆର୍ଥିକ ସହାୟତା, ବୁଲା ବିକାଳିଙ୍କୁ ସହାୟତା ଆଦି ନ ମିଳିବାର ସ˚କେତ ମିଳିଛି। ଗୃହ ଋଣ ଉପରେ ସୁଧ ଛାଡ଼ ହେବନାହିଁ। ଡିଜେଲ୍‌ ଓ ପେଟ୍ରୋଲ୍‌ ଉପରୁ ଟିକସ କମିବନାହିଁ। ଏସବୁ ଜନମଙ୍ଗଳକାରୀ ପଦକ୍ଷେପ ହୋଇ ନ ଥିଲେ ହେଁ ବିରୋଧୀ ପକ୍ଷ ନିରବ। ବିରୋଧୀ ଏହାକୁ ପ୍ରତ୍ୟାଖ୍ୟାନ କରୁଥିଲେ ହେଁ କୌଣସି ବିକଳ୍ପ ନୀତି ଉପସ୍ଥାପନ କରିବାରେ ବିଫଳ।

ଶେଷରେ ଆସିବା ସୀମାନ୍ତ ପରିସ୍ଥିତିକୁ। ଚାଇନିଜ୍‌ମାନେ ପଛକୁ ହଟିବା ଆରମ୍ଭ କରିଥିଲେ ହେଁ ସୀମା ଅତିକ୍ରମ କରି ଭାରତର ଅଞ୍ଚଳ ମଧ୍ୟକୁ ପ୍ରବେଶ କରିସାରିଥିବା ବିଷୟକୁ ଆଉ କେହି ଅସ୍ବୀକାର କରିପାରିବେନାହିଁ। ସାଟେଲାଇଟ୍‌ ପ୍ରେରିତ ଛବି, ଅନ୍ୟ ବିଶ୍ବସନୀୟ ରିପୋର୍ଟ‌୍‌ ଏବ˚ ସରକାରୀ ପଦସ୍ଥ ଅଧିକାରୀଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଥିଲା। ସେତେବେଳେ ଦେଶ ଓ ଦେଶବାସୀଙ୍କୁ ବିଶ୍ବାସକୁ ନେବା ବଦଳରେ ପ୍ରଧାନମନ୍ତ୍ରୀ କହିଲେ- ‘କେହି ପଶି ଆସିନାହାନ୍ତି।’ ସେ ସର୍ବ-ଦଳୀୟ ବୈଠକରେ ଏହା କହିଲେ। ତାହା ପରେ ‘ମନ କୀ ବାତ’ରେ ପୁଣି ବାହାସ୍ଫୋଟ ମାରିଲେ- ‘ଶକ୍ତ ଜବାବ ଦେଇଛୁ।’ ଶେଷରେ ଦେଶକୁ ସମ୍ବୋଧିତ କଲା ବେଳେ ଏ ବାବଦରେ ପାଟି ଖୋଲିଲେନାହିଁ। ଏହି ପ୍ରସଙ୍ଗରେ ମଧ୍ୟ ବିରୋଧୀ ପକ୍ଷର ଭୂମିକା ଅବିଶ୍ବନୀୟ। କ˚ଗ୍ରେସ୍‌ ପକ୍ଷରୁ କିଛି ପ୍ରଶ୍ନ କରାଯାଉଛି। ତେବେ, ସେଗୁଡ଼ିକର ବିଶେଷ ଗୁରୁତ୍ବ ନାହିଁ। ଜାତୀୟ କ୍ଷତି ବାବଦରେ ବିରୋଧୀମାନେ ଚିନ୍ତିତ ନୁହନ୍ତି। ସେମାନେ କେବଳ ସରକାରର ଅସ୍ବସ୍ତିକର ଅବସ୍ଥାକୁ ନିରବରେ ବସି ଉପଭୋଗ କରୁଛନ୍ତି।

ଏବେ ନୂଆ କିଛି କରିଦେଖାଇବାର ବେଳ। ମୁଖ୍ୟ ବିରୋଧୀ ପକ୍ଷ ଠାରୁ ଆଗକୁ ବଢ଼ି ପଦକ୍ଷେପ ନେବାର ସମୟ। ମୋଦୀ ସରକାର ଶାସନରେ ବିଫଳ। ବିଫଳତା ସତ୍ତ୍ବେ ସମସ୍ତ ରାଷ୍ଟ୍ରୀୟ ସ˚ସ୍ଥା ସରକାର ନିୟନ୍ତ୍ରଣରେ। ବିରୋଧୀ ପକ୍ଷ ଆଡ଼ୁ କୌଣସି ବିକଳ୍ପ-ବିଶ୍ବସନୀୟ ଦିଗ୍‌ଦର୍ଶନ ନାହିଁ। ଏହାର ଅର୍ଥ ସ୍ପଷ୍ଟ ଦିବାଲୋକରେ ଗଣତନ୍ତ୍ରର ହତ୍ୟା ଚାଲିଛି। ସାରା ବିଶ୍ବରେ ପ୍ରଭୁତ୍ବବାଦୀ ଶାସକମାନେ ପ୍ରାକୃତିକ ବିପର୍ଯ୍ୟୟ, ବିତ୍ତୀୟ ଓ ଜାତୀୟ ନିରାପତ୍ତା ଜନିତ ସ˚କଟ କାଳରେ ଗାଦିର ଫାଇଦା ଉଠାଇ ଆସିଛନ୍ତି। ଏସବୁ ବାହାନାରେ ନାଗରିକ ଓ ଗଣତାନ୍ତ୍ରିକ ଅଧିକାରର ଗଳା ଚିପନ୍ତି। ଭାରତୀୟ ସାମ୍ବିଧାନିକ ଗଣତନ୍ତ୍ରର ଯାହା କିଛି ଅବଶେଷ ବଞ୍ଚିଛି, ଏବେ ତାହା ମଧ୍ୟ ବିପଦରେ।

ମୁଖ୍ୟ ରାଜନୈତିକ ଦଳ ବାହାରେ ଏହାର ଉତ୍ତର ଖୋଜିବା ଆବଶ୍ୟକ। ବିରୋଧୀ ପକ୍ଷ ନିର୍ବାଚନ ରାଜନୀତି କ୍ଷେତ୍ର ବାହାରକୁ ଯାଇ, ଏହାର ମୁକାବିଲା କରିବା ଦରକାର। ଭାରତ ସ˚ପ୍ରତି ସମ୍ମୁଖୀନ ହୋଇଥିବା ତିନିଟି ରାଷ୍ଟ୍ରୀୟ ସ˚କଟର ମୁକାବିଲା ପାଇଁ ଜାତୀୟ ସ୍ତରରେ ଆନ୍ଦୋଳନ ହେବା ଜରୁରୀ। ସ୍ବାସ୍ଥ୍ୟ କ୍ଷେତ୍ରରେ ଆମର ଲୋଡ଼ା ଏକ ସ୍ବେଚ୍ଛାସେବୀ ବାହିନୀ, ଯାହାର ସଦସ୍ୟମାନେ ଗାଁ-ଗଣ୍ଡା, ସହର-ବସ୍ତିରେ ବୁଲି, କରୋନା ସ˚କ୍ରମଣ ବାବଦରେ ସର୍ବେକ୍ଷଣ କରିବେ; ସାଧାରଣ ଲୋକେ କେଉଁ ଭଳି ଚିକିତ୍ସା ସୁବିଧା ପାଇବେ, ସେଥିରେ ସହାୟତା କରିବେ। ବିତ୍ତୀୟ କ୍ଷେତ୍ରରେ ଆମର ଲୋଡ଼ା ଅଭିଜ୍ଞ ଯୁବ-ଗବେଷକ ଦଳ, ଯେଉଁମାନେ ସାରା ଭାରତରେ ଲୋକଙ୍କର ଅର୍ଥନୈତିକ ସ୍ଥିତି ବାବଦରେ ସର୍ବେକ୍ଷଣ କରିବେ; ରାସନ୍‌ ଓ ‘ଏମ୍‌ଏନ୍‌ଆର‌୍‌ଇଜିଏସ୍‌’ ବାବଦରେ ଡାଟା ସ˚ଗ୍ରହ କରିବେ। ସେହି ପରି ଜାତୀୟ ନିରାପତ୍ତା କ୍ଷେତ୍ରରେ ଲୋଡ଼ା ଏକ ଦେଶପ୍ରେମୀ ଗୋଷ୍ଠୀ, ଯାହାର ସଦସ୍ୟମାନେ, ସାଧାରଣ ଜନତାକୁ ସତ୍ୟ ବାବଦରେ ଅବଗତ କରାଇବେ; ଲୋକଙ୍କୁ ରଣ-ରଙ୍କା ନ ହେବା ପାଇଁ ଉତ୍ସାହିତ କରିବେ। ଆମର ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନ ଦରକାର ନାହିଁ; ଆମର ଲୋଡ଼ା ଜନତାର ଆନ୍ଦୋଳନ। ଜନତା ଏକଜୁଟ୍‌ ହେଲେ ଏବ˚ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କଲେ ଏହି ତିନିଟି ସ˚କଟ ଦୂରହେବା ସହ ଗଣତନ୍ତ୍ର ବଞ୍ଚିବ ଏବ˚ ମଜଭୁତ ହେବ। ଏ ପ୍ରକାରର ରାଜନୀତିକୁ ଜୟପ୍ରକାଶ ନାରାୟଣ ‘ଲୋକନୀତି’ କହୁଥିଲେ। ଏବର ଅପ୍ରତ୍ୟାଶିତ ସ˚କଟଗୁଡ଼ିକର ମୁକାବିଲା ସହ ସାଧାରଣତନ୍ତ୍ରକୁ ଫେରିପାଇବା ପାଇଁ ଆମର ଲୋଡ଼ା ଏହି ‘ଲୋକନୀତି’।
[email protected]

ସମ୍ବନ୍ଧିତ ଖବର