ଗଜପତି ଏକ ରାଜନୀତିକ ସ˚ଜ୍ଞା ନୁହେଁ

ପ୍ରୀତୀଶ ଆଚାର୍ଯ୍ୟ

୧୮୦୩ ମସିହାର ଶେଷାର୍ଦ୍ଧରେ ଇ˚ରେଜମାନେ କଟକ, ପୁରୀ, ବାଲେଶ୍ବର ସମେତ ଖୋର୍ଦ୍ଧା ଦଖଲ କଲେ ଏବ˚ ତା’ର ମାତ୍ର ଚାରି ମାସ ପରେ ୧୮୦୪ରେ ଖୋର୍ଦ୍ଧାରେ ଦେଵାନ ଜୟୀ ରାଜଗୁରୁଙ୍କ ନେତୃତ୍ବରେ ‘କମ୍ପାନି’ ଶାସନ ବିରୋଧରେ ବିଦ୍ରୋହ ଆରମ୍ଭ ହେଲା। ସେତେବେଳେ ଖୋର୍ଦ୍ଧାର ନାବାଳକ ରାଜା ଦ୍ବିତୀୟ ମୁକୁନ୍ଦ ଦେବ କୁଳଗୁରୁ ଓ ଦେଵାନ ଜୟୀ ରାଜଗୁରୁଙ୍କ ନେତୃତ୍ବକୁ ମାନି ନେଇଥିଲେ ସୁଦ୍ଧା ବିଦ୍ରୋହର ଦମନ ଉତ୍ତାରୁ କମ୍ପାନି ଠାରେ କ୍ଷମା ଯାଚନା କଲେ। ଫଳରେ ୧୮୦୬ରେ ଜୟୀ ରାଜଗୁରୁଙ୍କୁ ଫାଶୀଦଣ୍ତ ମିଳିଲା ଏବ˚ ୧୮୦୭ରେ ରାଜାଙ୍କୁ ମେଦିନିପୁର ଜେଲ୍‌ରୁ ମୁକ୍ତି ଦିଆଗଲା, ତା’ ସହିତ ବାର୍ଷିକ ପେନ୍‌ସନ ମଧୢ। ଖୋର୍ଦ୍ଧାରୁ ସ୍ଥାନାନ୍ତର କରାଯାଇ ତାଙ୍କୁ ପୁରୀରେ ରଖାଗଲା। ଷୋଡ଼ଶ ଶତାବ୍ଦୀରୁ ଖୋର୍ଦ୍ଧା ରାଜାଙ୍କୁ ହିଁ ‘ଗଜପତି’ର ମର୍ଯ୍ୟାଦା ମିଳି ଆସିଥିଲା। ଅଷ୍ଟାଦଶ ଶତାବ୍ଦୀରେ ପୁରୀ ଓ ଜଗନ୍ନାଥ ମନ୍ଦିରର କର୍ତ୍ତୃତ୍ବ ମରାଠାମାନଙ୍କ ହାତକୁ ଚାଲିଗଲା; ଏହା ସତ୍ତ୍ବେ ଗଜପତିଙ୍କ ସାମାଜିକ ମର୍ଯ୍ୟାଦା ଅକ୍ଷୁଣ୍ଣ ଥିଲା। ଗଜପତି ରୂପେ ସେ ଲାଭ କରିଥିବା ସାମାଜିକ ଏବ˚ ପାର˚ପରିକ ମର୍ଯ୍ୟାଦାରୁ ରାଜାଙ୍କୁ ତିରୋହିତ କରିବା ଅସମ୍ଭବ ଜାଣି କମ୍ପାନି ବିଦ୍ରୋହୀ ରାଜାଙ୍କୁ କ୍ଷମା ଦେଲେ ଏବ˚ ତାଙ୍କ ପାଇଁ ପେନ୍‌ସନର ବ୍ୟବସ୍ଥା କଲେ। କିନ୍ତୁ ରାଜଗୁରୁଙ୍କୁ ମୃତ୍ୟୁ ଦଣ୍ତ ଦେଲେ। ଏଣିକି ଗଜପତି ହେଲେ କ୍ଷମତା-ବିହୀନ ଏବ˚ ରାଜ୍ୟ-ବିହୀନ ଜଣେ ରାଜା। ଇଂରେଜୀରେ କହିଲେ- ଗଜପତି ଏ କିଙ୍ଗ୍ ୱିଦାଉଟ୍‌ କିଙ୍ଗ୍‌ଡମ୍‌।

ନିକଟରେ ଏହି ଶୀର୍ଷକରେ ଅର୍ଥାତ୍‌ ଗଜପତି ଏ କିଙ୍ଗ୍ ୱିଦାଉଟ୍‌ କିଙ୍ଗ୍‌ଡମ୍‌ (Gajapati a king without a kingdom) ଅଶୋକ କୁମାର ବଳଙ୍କ ଦ୍ବାରା ଇଂରେଜୀରେ ରଚିତ ଏକ ଦୀର୍ଘ ପୁସ୍ତକ ଦିଲ୍ଲୀର ‘କୋଣାର୍କ ପବ୍ଲିସର୍ସ’ ପ୍ରକାଶ କରିଛନ୍ତି। ଏଥିରେ ଗଜପତି ରାଜାମାନଙ୍କର ରାଜ୍ୟ, ଶାସନ, ତତ୍‌କାଳୀନ ସମାଜ ବ୍ୟବସ୍ଥା, ସାମାଜିକ ଚଳଣି କଥା ବିସ୍ତାରରେ ଚର୍ଚ୍ଚା କରାଯାଇଛି। ଯଦିଓ ଶୀର୍ଷକରୁ ପ୍ରତୀତ ହୁଏ ଯେ ଏହା ଗଜପତି ରାଜ ଇତିହାସ। କିନ୍ତୁ ପ୍ରକୃତରେ ଏହା ହେଉଛି ମଧୢ ଯୁଗୀୟ ଓଡ଼ିଶାର ଏକ ବିସ୍ତୃତ ଇତିହାସ। ଲେଖକ ଐତିହାସିକ ନୁହନ୍ତି; ଐତିହାସିକ ନ ହେବା କଥା ସେ ପ୍ରାରମ୍ଭରୁ ଖୁବ୍‌ ନମ୍ର ଭାବରେ ଉଲ୍ଲେଖ ମଧୢ କରିଛନ୍ତି। ପୁସ୍ତକରେ ଅନେକ କି˚ବଦନ୍ତି ରହିଛି, ଯାହାକୁ ସେ ଇତିହାସ ପରିପ୍ରେକ୍ଷୀରେ ନ ପରଖି ଐତିହାସିକ ସତ୍ୟ ଭାବରେ ଗ୍ରହଣ କରିଛନ୍ତି। ଐତିହାସିକତା ଦୃଷ୍ଟିରୁ ଅବଶ୍ୟ ଏହା ଠିକ ନୁହେଁ, ମାତ୍ର ଏକ ବୃହତ୍ତର ପାଠକ ସମାଜର ଆଗ୍ରହକୁ ଦୃଷ୍ଟିରେ ରଖିଲେ ଏହାର ଯଥାର୍ଥତା ମଧ୍ୟ ରହିଛି। ଅନ୍ୟଥା, ଏକ ଗମ୍ଭୀର ଇତିହାସ ପୁସ୍ତକରେ ଯାହା ଥାଏ, ଯେମିତି ପାଦଟୀକା, ସହାୟକ ପୁସ୍ତକର ତାଲିକା ଇତ୍ୟାଦି ଏହି ପୁସ୍ତକରେ ରହିଛି। ସେହି ହିସାବରେ ପୁସ୍ତକଟି କେବଳ ଗମ୍ଭୀର ଇତିହାସ ପାଠକ କାହିଁକି, ସାଧାରଣ ପାଠକ ଏବ˚ ସର୍ବୋପରି ଓଡ଼ିଶା ବାହାରର ବିଶ୍ବର ଯେ କୌଣସି ପ୍ରାନ୍ତର ଇଂରେଜୀ ପାଠକ ବର୍ଗଙ୍କୁ ମଧୢ ଯୁଗୀୟ ଓଡ଼ିଶା ଇତିହାସ ସହିତ ପରିଚିତ କରାଇବ। ଯେଉଁମାନେ କେବଳ ଶୁଦ୍ଧ ଅଭିଯୋଗ କରନ୍ତି ଯେ ବିଶ୍ବ ବୌଦ୍ଧିକ ପଟଳରେ ଓଡ଼ିଶା ଓ ଓଡ଼ିଶାର ଜନଜୀବନ ଅଦୃଶ୍ୟ ପ୍ରାୟ, ସେମାନଙ୍କ ପାଇଁ ପୁସ୍ତକଟି ଏକ ସୃଜନଶୀଳ ଜବାବ; ଅଶୋକ ବଳଙ୍କ ଅବସରକାଳୀନ ବୌଦ୍ଧିକ ପ୍ରୟାସ ଏକ ମହାର୍ଘ ପ୍ରେରଣା! କେବଳ ଅଭିଯୋଗ-ସର୍ବସ୍ବ ନ ହୋଇ ବରଂ ନିଜ ନିଜ କ୍ଷେତ୍ରରେ ଉଦ୍ୟମ ପ୍ରବଣ ହୋଇ ‘ଅଦୃଶ୍ୟ’କୁ ‘ଦୃଶ୍ୟମାନ’ ସ୍ତରକୁ ଆଣିବା ଦିଗରେ ଏହା ଏକ ଉଜ୍ଜ୍ବଳ ଉଦାହରଣ। ଏହା ତାଙ୍କ ଲାଗି ଏକ ଆହ୍ବାନ ସୃ‌ଷ୍ଟି କରିଥିବ ନିଶ୍ଚିତ। କିନ୍ତୁ ସେ ପ୍ରମାଣ କରିଚନ୍ତି ଯେ ଅଯଥା ମୋହାବିଷ୍ଟ ନ ହୋଇ ତଥ୍ୟାତ୍ମକତା ଏବ˚ ଯୌକ୍ତିକତାକୁ ମହତ୍ତ୍ବ ଦେଲେ ଆହ୍ବାନର ସମ୍ମୁଖୀନ ହେବା କଦାପି କାଠିକର ହେବ ନାହିଁ।

ଓଡ଼ିଶାର ଜନଜୀବନରେ ‘ଗଜପତି’ କେବଳ ଏକ ରାଜନୀତିକ ସ˚ଜ୍ଞା ନୁହେଁ। ପିଲାର ଜନ୍ମ ଜାତକରେ ଗଜପତିଙ୍କ ରାଜତ୍ବର ଅଙ୍କ, ଗାଁ ଗାଁରେ ପ୍ରତି ବର୍ଷ ପାଳିତ ହେଉଥିବା ରଥଯାତ୍ରାର ‘ଛେରାପହଁରା’ରେ ଗଜପତିଙ୍କ ସା˚କେତିକ ଉପସ୍ଥିତି, ବିବାହର ନିମନ୍ତ୍ରଣ ବେଳେ ଗଜପତି ଏବ˚ ଜଗନ୍ନାଥଙ୍କୁ ଲୋଡ଼ାଯିବା; ଏପରିକି ଘନଘୋର ଦୁର୍ଭିକ୍ଷ (୧୮୬୬)ର ନାମକରଣ ବି ‘ନଅଙ୍କ ଦୁର୍ଭିକ୍ଷ’ ହେବା (ଗଜପତି ଦିବ୍ୟସି˚ହ ଦେବଙ୍କ ରାଜତ୍ବର ନବମ ବର୍ଷରେ ହୋଇଥିଲା) ଇତ୍ୟାଦି ଏହାର ଦୃଷ୍ଟାନ୍ତ। ପୁନଶ୍ଚ ଏତେ ସମ୍ମାନ ଏବ˚ ମର୍ଯ୍ୟାଦାପୂର୍ଣ୍ଣ ହେବା ସତ୍ତ୍ବେ ଗଜପତି ପୁଣି ଜଗନ୍ନାଥଙ୍କ ‘ଆଦ୍ୟ ସେବକ’, ପ୍ରଥମ ‘ଭୃତ୍ୟ’, ‘ରୟତ’। ଅର୍ଥାତ୍‌ ସମସ୍ତ ଅଧିକାରର ସ୍ବତ୍ବାଧିକାରୀ ହେବା ସତ୍ତ୍ବେ ଜଗନ୍ନାଥଙ୍କ ଠାରେ ସେ ଓ ତାଙ୍କ ଅଧିକାର ପୂର୍ଣ୍ଣତଃ ସମର୍ପିତ। ଫଳରେ, ଓଡ଼ିଶାର ରାଜ୍ୟ ବ୍ୟବସ୍ଥାରେ ଗଜପତିଙ୍କର ଏକାଧିକାର ନାହିଁ; ସେ ଏକଛତ୍ରପତି ନୁହନ୍ତି; ନା ସେ ଓଡ଼ିଶାରୁ କର ଅସୁଲି କରନ୍ତି ବା ଅମଲା ନିଯୁକ୍ତି କରନ୍ତି। ସମାଜର ସମସ୍ତ କୁଳୀନ ଏବ˚ ଅଭିଜାତ ବର୍ଗରେ ତାଙ୍କ ରାଜନୈତିକ ଏବ˚ ଆର୍ଥିକ କ୍ଷମତା ଆବଣ୍ଟିତ ହୁଏ ଏବ˚ ସେଥି ପାଇଁ ମାଧୢମ ହୁଅନ୍ତି ଜଗନ୍ନାଥ; ଯିଏ ଦେହଧାରୀ ମଣିଷ ନୁହନ୍ତି, କେବଳ ଏକ ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଫଳରେ ଓଡ଼ିଶା ସମାଜରେ ରାଜନୈତିକ ସନ୍ତୁଳନ ତିଷ୍ଠି ରହେ। ଏ କଥା ସତ ଯେ ଏହି ଅଭିନବ ବ୍ୟବସ୍ଥାରେ ସାଧାରଣ ବର୍ଗ, କୃଷିଜୀବୀ, କର୍ମକାର, ଦଳିତ, ଆଦିବାସୀ ଆଦି ସମୂହକୁ ଆବଶ୍ୟକ ଅଧିକାର ହାସଲ ହୁଏ ନାହିଁ। କହିବା ବାହୁଲ୍ୟ ‌େଯ ତାହା ଥିଲା ଏକ କ୍ରୂର ସାମାଜିକ ବାସ୍ତବିକତା। ତେଣୁ ଅଧିକାର ପାଇଁ ସେମାନଙ୍କ ସ˚ଘର୍ଷ ଜାରି ରହେ ଏବ˚ ଊନବି˚ଶ ଶତାବ୍ଦୀରେ ଯାଇ ସେମାନଙ୍କ ପ୍ରତିବାଦର ସ୍ବରକୁ ସାହିତ୍ୟ ଏବ˚ ବୌଦ୍ଧିକ ଆଲୋଚନାରେ ଅଭିବ୍ୟକ୍ତି ମିଳେ। ଅନ୍ୟ ଶବ୍ଦରେ କହିଲେ ଅଶୋକ ବଳଙ୍କ ଏହି ପୁସ୍ତକରେ ସାଧାରଣ ବର୍ଗକୁ ନେଇ ବିଶେଷ ଆଲୋଚନା ନାହିଁ, ଯାହାକୁ ହୁଏ’ତ ଲେଖକ ନିଜ ପରବର୍ତ୍ତୀ ରଚନାରେ ଅଣଦେଖା କରିବେ ନାହିଁ ବୋଲି ଆଶା।

ମଧୢ ଯୁଗୀୟ ଓଡ଼ିଶାର ଏହି ଅଭିନବ ରାଜ୍ୟ ବ୍ୟବସ୍ଥାକୁ ଆମେ Distributive Political Economy ବା ଓଡ଼ିଆରେ କହିଲେ ‘ବିତରଣାତ୍ମକ ରାଜ୍ୟ ବ୍ୟବସ୍ଥା’ ରୂପେ ଚିହ୍ନିତ କରି ପାରିବା। ଏହି ବ୍ୟବସ୍ଥା ରାଜାକୁ ମୋଟ ରାଜ୍ୟରେ ଏକାଧିକାର ଜାହିର କରିବାରୁ ନିବୃତ୍ତ କରେ, ଏବ˚ ଆଞ୍ଚଳିକ ସ୍ତରର ରାଜା, ଜମିଦାର, ସାମନ୍ତଙ୍କୁ ସ୍ବାୟତ୍ତତା ପ୍ରଦାନ କରେ। ଏପରିକି ଧର୍ମପୀଠାଧିକାରୀ ମହନ୍ତ, ପଣ୍ତା, ପୂଜକ ଗୋଷ୍ଠୀ ମଧୢରେ କ୍ଷମତାକୁ ପରିବଣ୍ଟିତ କରିବାରେ ଏହା ସାହାଯ୍ୟ କରେ, ଯାହା ରାଜନୈତିକ ଏବ˚ ସାମାଜିକ ସନ୍ତୁଳନ ରକ୍ଷା ପାଇଁ ସହାୟକ ହୁଏ। ଏକାଦଶ ଶତାବ୍ଦୀରେ ଓଡ଼ିଶାରେ ଗଙ୍ଗବ˚ଶର ପ୍ରତିଷ୍ଠା ହେଲା। ଗଙ୍ଗମାନେ ସୁଦୂର ଦକ୍ଷିଣରୁ ଆସିଥିଲେ। ଓଡ଼ିଶା ସମାଜରେ ସାମାଜିକ ସ୍ବୀକୃତି ଏବ˚ ମର୍ଯ୍ୟାଦା ଲାଭ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଜନଜୀବନରେ ପ୍ରସିଦ୍ଧି ଲାଭ କରି ସାରିଥିବା ଜଗନ୍ନାଥଙ୍କୁ ଇଷ୍ଟଦେବ ରୂପେ ଗ୍ରହଣ କଲେ; ଦ୍ବାଦଶ ଶତାବ୍ଦୀରେ ଚୋଡ଼ଗଙ୍ଗ ଦେବ ପୁରୀରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିରର ନିର୍ମାଣ କଲେ। ସମୟକ୍ରମେ ବ୍ରାହ୍ମଣ ଧର୍ମର ପ୍ରସାର ସାଙ୍ଗରେ ଓଡ଼ିଶାର ଗାଁ ଗାଁରେ ଏବ˚ ଗଡ଼ଜାତ ରାଜ୍ୟମାନଙ୍କରେ ଜଗନ୍ନାଥ ମନ୍ଦିର ଗୁଡ଼ିକର ପ୍ରତିଷ୍ଠା ହେଲା। ବଡ଼ କଥା ହେଲା, ଏହା ଦ୍ବାରା ସ୍ଥାନୀୟ ଦେବଦେବୀ ମଧୢ ପ୍ରତ୍ୟାଖ୍ୟାତ ହେଲେ ନାହିଁ। ଅର୍ଥାତ୍‌ ଜଗନ୍ନାଥ ଓ ଅନ୍ୟାନ୍ୟ ଦେବଦେବୀ ପରସ୍ପରର ଅନୁପୂରକ ସିଦ୍ଧ ହେଲେ। ଏହାର ପ୍ରତିଫଳନ ରାଜ୍ୟ ବ୍ୟବସ୍ଥାରେ ମଧୢ ଦେଖିବାକୁ ମିଳିଲା। ପୁରୀର ରାଜା ଓ ଅନ୍ୟାନ୍ୟ ସ୍ଥାନୀୟ ରାଜା, ଜମିଦାର ପରସ୍ପର ପାଇଁ ବାଧକ ସାବ୍ୟସ୍ତ ହେଲେ ନାହିଁ। ପୁରୀର ରାଜା ଗଜପତି ଉପାଧି ଗ୍ରହଣ କଲେ! ଏହା ପଛରେ ରହିଥିଲା ଓଡ଼ିଶାରେ ହାତୀର ବହୁଳ ଉପଲବ୍‌ଧତା। ଗୋଳା ବାରୁଦ ଏବ˚ କମାଣର ବ୍ୟବହାର ଆସିବା ପୂର୍ବରୁ ଯୁଦ୍ଧରେ ବର୍ଦ୍ଧିଷ୍ଣ ମହତ୍ତ୍ବ, ବିଶାଳତା ଓ ପରାକ୍ରମ ଏବ˚ ସର୍ବୋପରି ଧୈର୍ଯ୍ୟ ଓ ସାହସ; ଏହି ସବୁର ଯେମିତି ଏକ ପ୍ରତୀକ ଥିଲା ହାତୀ। ଓଡ଼ିଶାର ପ୍ରତ୍ୟେକ ରାଜା ଏବ˚ ଜମିଦାର ପାଖରେ ହାତୀ ଥିଲେ: ଓଡ଼ିଶାର ହାତୀକୁ ଉପହାର ଏବ˚ ଦାନ ସୂତ୍ରରେ ଅନ୍ୟ ରାଜାମାନଙ୍କୁ ଯୋଗାଇ ଦିଆଯାଉଥିଲା। ଏ ସବୁ ସତ୍ତ୍ବେ ‘ଗଜପତି’ କହିଲେ କେବଳ ପୁରୀର ରାଜାଙ୍କୁ ବୁଝାଯାଉଥିଲା। ଆନ୍ତରିକ କଳହ ଏବ˚ ବିଚାର ଆଲୋଚନା ବେଳେ ଓଡ଼ିଶାର ରାଜାମାନେ ଗଜପତିଙ୍କୁ ଜ୍ୟେଷ୍ଠର ସମ୍ମାନ ଦେଇ ତାଙ୍କର ମତାମତ, ନିଷ୍ପତ୍ତି ଏବ˚ ହସ୍ତକ୍ଷେପ ଲୋଡୁଥିଲେ। ଫଳରେ ‘ଗଜପତି’ଙ୍କର କର ଅସୁଲି, ଅମଲା ନିଯୁକ୍ତି ଆଦି ପ୍ରତ୍ୟକ୍ଷ କର୍ତ୍ତୃତ୍ବ ନ ଥିବା ସତ୍ତ୍ବେ ଓଡ଼ିଶାରେ ତାଙ୍କର ମର୍ଯ୍ୟାଦା ଅକ୍ଷୁଣ୍ଣ ରହିଥିଲା।

ଗଙ୍ଗବ˚ଶର ଦୃଢ଼ ଭିତ୍ତି ଉପରେ ୧୪୩୫ ମସିହାରେ କପିଳେନ୍ଦ୍ର ଦେବ, ସୂର୍ଯ୍ୟ ବ˚ଶୀ ଶାସନ ପ୍ରତିଷ୍ଠା କଲେ। ମାତ୍ର ତାକୁ କୁହାଗଲା ‘ଗଜପତି ଶାସନ’। ଗଜପତି ଶାସନାବଧିରେ ଓଡ଼ିଶାକୁ ଏକ ରାଷ୍ଟ୍ର ବୋଲି କପିଳେନ୍ଦ୍ର ଦେବ ଘୋଷଣା କଲେ। ସେହି ଅବଧିରେ ଓଡ଼ିଶାର ଆଞ୍ଚଳିକ ଅସ୍ମିତା, ମଧୢ ଯୁଗୀୟ ଭକ୍ତି ପରମ୍ପରା, ଓଡ଼ିଆ ଭାଷାରେ ‘ମହାଭାରତ’, ‘ରାମାୟଣ’ ଆଦିର ସୃଷ୍ଟି ହେଲା। ୧୫୬୮ ମସିହାରେ ଗଜପତି ଶାସନର ଅନ୍ତ ହେଲା; ୧୫୯୨ରେ ମୋଗଲ ସେନାପତି ମାନସି˚ହ ଓଡ଼ିଶାକୁ ଦଖଲ କଲେ; ୧୭୫୧ରେ ମରାଠାମାନେ ଓଡ଼ିଶାରେ ଶାସନ କଲେ। ଗଜପତି ଶାସନ କାଳରେ କପିଳେନ୍ଦ୍ର ଦେବଙ୍କ ଜ୍ୟେଷ୍ଠ ପୁତ୍ର ଖିମଡ଼ ରାଜା ହମ୍ମୀର ଦେବ ଏବ˚ ଉତ୍ତରାଧିକାରୀ ନିଯୁକ୍ତ ହୋଇଥିବା ପୁରୀ ରାଜା ପୁରୁଷୋତ୍ତମ ଦେବଙ୍କ ମଧୢରେ ଗଜପତି ଉପାଧି ହାସଲ କରିବା ପାଇଁ ୧୪୭୨ ଏବ˚ ୧୪୭୬ରେ ଦୁଇ ଥର ଯୁଦ୍ଧ ହେଲା ଏବ˚ ଶେଷରେ ଉଭୟ ଖିମଡ଼ ଏବ˚ ପୁରୀର ରାଜା ନିଜ ନିଜକୁ ‘ଗଜପତି’ ଆଖ୍ୟା ଦେଲେ। ମୋଟ କଥା ହେଲା ‘ଗଜପତି’ ପଦଟି ଓଡ଼ିଶାର ସାମାଜିକ ଜୀବନରେ ସମ୍ମାନ, ଆଦର, ମର୍ଯ୍ୟାଦାର ପ୍ରତୀକ ସାବ୍ୟସ୍ତ ହେଲା, ଯାହାକୁ ଇଷ୍ଟଦେବ ଜଗନ୍ନାଥଙ୍କର ଇହଲୌକିକ ସ୍ବରୂପ ତଥା ଆଦ୍ୟ ସେବକ ବୋଲି ମନେ କରାଗଲା। ଲୌକିକ ସ୍ତରରେ ମୋଗଲ, ଆଫଗାନ୍‌, ମରାଠା କିମ୍ବା ଇ˚ରେଜଙ୍କ ରାଜନୈତିକ କର୍ତ୍ତୃତ୍ବକୁ ତା’ ତୁଳନାରେ ଊଣା ମହତ୍ତ୍ବ ପ୍ରଦାନ କରାଗଲା। କ୍ଷମତା ଓ କର୍ତ୍ତୃତ୍ବର ଏକତ୍ରୀକରଣ ବଦଳରେ ପରିବଣ୍ଟନ ହେଉଛି Distributive Political Systemର ବୀଜମନ୍ତ୍ର, ଯଦିଓ ସାଧାରଣ ବର୍ଗ ସ୍ତରକୁ ଏହା ଆସିପାରେ ନାହିଁ। କ୍ଷମତାର କେନ୍ଦ୍ରୀକରଣର ଏହା ସମ୍ପୂର୍ଣ୍ଣ ବିପରୀତ। ମଧୢ ଯୁଗୀୟ ଓଡ଼ିଶାରେ ଏହାର ବିକାଶର ଶ୍ରେୟ କେବଳ ଗଜପତିଙ୍କୁ ନୁହେଁ, ବର˚ ମୋଟ ସାମାଜିକ ବ୍ୟବସ୍ଥାକୁ ଦିଆଯାଇପାରେ। ଏହାର ମୂଳ ଲକ୍ଷ୍ୟ ଥିଲା ଶାନ୍ତି ଏବ˚ ସାମାଜିକ ସୌହାର୍ଦ୍ଦ୍ୟର ପ୍ରତିଷ୍ଠା।

ବଳ ତାଙ୍କ ପୁସ୍ତକରେ ‘ହିନ୍ଦୁ ଶାସନ’, ‘ମୁସଲିମ ଶାସନ’, ‘ଗଜପତି Race (ପ୍ରଜାତି)’, ‘ସୁବର୍ଣ୍ଣ ଯୁଗ’ ଆଦିର ଉଲ୍ଲେଖ କରିଛନ୍ତି। ଏହି ଧରଣର ଅବଧାରଣାର ଆଜି ଆଉ ଇତିହାସ ରଚନାରେ ଗ୍ରହଣୀୟତା ନାହିଁ। ରାଜାଙ୍କ ଧର୍ମ ଅନୁସାରେ ଶାସନର ଧର୍ମ ବଦଳେ ନାହିଁ। ଏପରି କି ବ୍ୟକ୍ତିଗତ ଭାବେ ଧର୍ମାନ୍ଧ ଶାସକ ମଧୢ ରାଜ୍ୟ ଶାସନ ବେଳେ ଧର୍ମକୁ ପଛରେ ରଖିବାକୁ ବାଧୢ ହୁଅନ୍ତି। ଅନ୍ୟଥା ଶାସନ ଭୁଶୁଡ଼େ। ସେହିଭଳି, ଇତିହାସରେ ‘ସୁବର୍ଣ୍ଣ ଯୁଗ’ ଏକ ସ୍ବପ୍ନ ବିଳାସ ବା ଶୁଦ୍ଧ କଳ୍ପନା ମାତ୍ର! ଇତିହାସରେ ନା ଗୁପ୍ତ ଯୁଗ ସ୍ବର୍ଣ୍ଣ ଯୁଗ ଥିଲା, ନା ଶାହାଜାହାନଙ୍କ ମୋଗଲ ଶାସନ ସ୍ବର୍ଣ୍ଣିମ ଥିଲା। ଏମିତିରେ ବି ଓଡ଼ିଶାର ଗଙ୍ଗ ଶାସନକୁ ‘ସୁବର୍ଣ୍ଣ ଯୁଗ’ ବୋଲି କୌଣସି ଐତିହାସିକ ଦାବି କରନ୍ତି ନାହିଁ। ଇତିହାସରେ ‘ପ୍ରଜାତି’ ବା ‘Race’ର ସ˚କଳ୍ପନା ମଧୢ ପୂର୍ଣ୍ଣତଃ ଭ୍ରମାତ୍ମକ। ଏହା ‘ଶୁଦ୍ଧ ରକ୍ତ’ର ଅବଧାରଣା ବାହାନାରେ ଗୋଟାଏ ବର୍ଗକୁ ‘ମହାନ’ ଏବ˚ ଅନ୍ୟକୁ ‘ତଳ’ ବୋଲି ଗଣନା କରେ। ରାଜ୍ୟ ଓ କର୍ତ୍ତୃତ୍ବ ନ ଥିବା ସତ୍ତ୍ବେ ଗଜପତି ଶାସନ ଗଜପତିଙ୍କୁ ଜ୍ୟେଷ୍ଠର ଅଧିକାର ଏବ˚ ମର୍ଯ୍ୟାଦା ପ୍ରଦାନ କରେ। ତାଲିମପ୍ରାପ୍ତ ଐତିହାସିକ ନ ହେବା ସତ୍ତ୍ବେ ଲେଖକ ଏକ ସୁନ୍ଦର ଇତିହାସ ପୁସ୍ତକ ଲେଖିଛନ୍ତି। ସେହି ଦୃଷ୍ଟିରୁ ତାଙ୍କର କିଛି ସାମାନ୍ୟ ଭୁଲ୍‌ ନିଶ୍ଚୟ କ୍ଷମଣୀୟ; ଆଗକୁ ଆହୁରି ରଚନା କଲା ବେଳେ ସେ ଅଧିକ ସଚେତନ ହେବେ ବୋଲି ମଧୢ ଆଶା।
[email protected]

ସମ୍ବନ୍ଧିତ ଖବର