ମହାତ୍ମା ଗାନ୍ଧୀ ବା ବିନୋବା ଭାବେ ଯେଉଁ ‘ସର୍ବୋଦୟ’ କଥା କହୁଥିଲେ, ତହିଁରେ ନିହିତ ଥିଲା ଏଭଳି ଏକ ଅନ୍ତର୍ଭୁକ୍ତୀ ରାଷ୍ଟ୍ର ବା ସମାଜର ପରିକଳ୍ପନା, ଯହିଁରେ ସମାଜର ନିମ୍ନତମ ସୋପାନରେ ବିଦ୍ୟମାନ ଥିବା ବ୍ୟକ୍ତିମାନଙ୍କ ଲାଗି ମଧୢ ଉନ୍ନତି ବା ବିକାଶର ସୁଯୋଗ ରହିଥିବ। ବାସ୍ତବରେ ଏହା ଥିଲା ସମବାୟ ଚିନ୍ତନର ମୂଳ ଭିତ୍ତି। କହିବା ବାହୁଲ୍ୟ ଯେ ଆମ ଦେଶରେ ସମବାୟ ଏକ ଆନ୍ଦୋଳନରେ ପରିଣତ ହୋଇ ନାନା ସଫଳ କାହାଣୀ ରଚନା କରିଛି। କିନ୍ତୁ ତା’ ସହିତ ଏହା ମଧୢ ଦେଖାଯାଇଛି ଯେ ସମବାୟ ଆଇନକୁ ଠିକ୍ ଭାବରେ ନ ବୁଝି ବା ତାର ଦୁରୁପଯୋଗ କରି ଏହାର ପରିଚାଳନା କରୁଥିବା ଦାୟିତ୍ବସ˚ପନ୍ନ ଲୋକେ ନିଜର ତଥା ଅନୁଷ୍ଠାନର ଅନେକ କ୍ଷତି ମଧୢ ସାଧନ କରିଛନ୍ତି। ଏହି ମର୍ମରେ ସମବାୟ ଆଇନକୁ ଠିକଣା ଭାବେ ବୁଝି ତାକୁ ସମ୍ମାନ ଜଣାଇବା ଯେ ନିତାନ୍ତ ଆବଶ୍ୟକ; ଏଥିରେ ସନ୍ଦେହ ନାହିଁ। ୧୯୯୦ ମସିହାରୁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ସମବାୟ ଅନୁଷ୍ଠାନ ପରିଚାଳନା ଲାଗି ବିଭିନ୍ନ କମିଟି ଗଠନ କରାଯାଇଛି। ସେମାନେ ହେଲେ ଚୌଧୁରୀ ବ୍ରହ୍ମପ୍ରକାଶ କମିଟି, ଜଗଦୀଶ କପୁର କମିଟି, ଭି କେ ପାଟିଲ କମିଟି, ଭିଏସ୍ ବ୍ୟାସ କମିଟି ଓ ପ୍ରଫେସର ବୈଦ୍ୟନାଥନ କମିଟି ଇତ୍ୟାଦି। ଏହି କମିଟିର ସୁପାରିସଗୁଡ଼ିକ ସମବାୟ ଆଇନର ସ˚ଶୋଧନ କରି ସମବାୟ ସ˚ସ୍ଥାଗୁଡ଼ିକୁ ସ୍ବାଧୀନ, ସ୍ବାବଲମ୍ବୀ, ସଭ୍ୟ-କୈନ୍ଦ୍ରିକ ଓ ଗଣତାନ୍ତ୍ରିକ ହେବା ଦିଗରେ ବାଟ ଫିଟାଇଛି। ଉକ୍ତ ସୁପାରିସଗୁଡ଼ିକ କାର୍ଯ୍ୟକାରୀ କରି ଓଡ଼ିଶା ସମବାୟ ସମିତି ଆଇନର କେତେକ ଧାରାରେ ମଧୢ ସ˚ଶୋଧନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କହିବା ବାହୁଲ୍ୟ ଯେ ଏ ସବୁ ପ୍ରୟାସ ସମବାୟ ଅନୁଷ୍ଠାନର ସାବଲୀଳ ପରିଚାଳନା ଲାଗି ଉଦ୍ଦିଷ୍ଟ। ଓଡ଼ିଶା ସମବାୟ ସମିତି ଆଇନର ଧାରା-୩ର ଉପଧାରା (୧) ଅନୁଯାୟୀ ରାଜ୍ୟ ସରକାର ଜଣେ ସମବାୟ ସମିତି ସମୂହ ନିବନ୍ଧକ ନିଯୁକ୍ତ କରିଥାଆନ୍ତି, ଯାହାଙ୍କୁ ସାହାଯ୍ୟ କରିବା ପାଇଁ ସମବାୟ ସମିତି ନିୟମାବଳୀ-୫ରେ ଥିବା ଭଳି ଅତିରିକ୍ତ, ଯୁଗ୍ମ ଏବ˚ ଉପ ସହକାରୀ ସମବାୟ ନିବନ୍ଧକଙ୍କ ସମେତ ବିଭିନ୍ନ ପଦରେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଥାଏ। ଏହି ଅଧିକାରୀମାନଙ୍କୁ ସମବାୟ ଆଇନ ଧାରା-୩ର ଉପଧାରା-୨ ଅନୁଯାୟୀ ରାଜ୍ୟ ସରକାର ପଦୋଚିତ କ୍ଷମତା କିମ୍ବା ଆବଶ୍ୟକ ସ୍ଥଳେ ବିଶେଷ କ୍ଷମତା ପ୍ରଦାନ କରିଥାନ୍ତି। ତେବେ ସମବାୟ ନିବନ୍ଧକ ହିଁ ଉପରୋକ୍ତ ଅଧିକାରୀମାନଙ୍କ ଉପରୋକ୍ତ କ୍ଷମତା ପ୍ରୟୋଗର ସୀମା ନିର୍ଦ୍ଧାରଣ କରିଥାନ୍ତି। ସମବାୟ ଆଇନ ଧାରା-୩ର ଉପଧାରା-୩ ଅନୁଯାୟୀ ରାଜ୍ୟ ସରକାର ଚାହିଁଲେ କୌଣସି ସମବାୟ ଅନୁଷ୍ଠାନ କିମ୍ବା ସ୍ଥାନୀୟ ପ୍ରାଧିକରଣଗୁଡ଼ିକୁ ନିବନ୍ଧକଙ୍କୁ ସାହାଯ୍ୟ କରିବା ଲାଗି ନିଯୁକ୍ତ କରିପାରନ୍ତି। ତେବେ ଏଗୁଡ଼ିକ ସମବାୟ ନିବନ୍ଧକଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରିବେ ବୋଲି ଆଇନରେ ବ୍ୟବସ୍ଥା ରହିଛି। ଏଠାରେ ସ୍ପଷ୍ଟ କରାଯିବା ଆବଶ୍ୟକ ଯେ ଯେତେ ଉଚ୍ଚ କ୍ଷମତାପ୍ରାପ୍ତ ପଦାଧିକାରୀ ବା ଅନୁଷ୍ଠାନ ବା ପ୍ରାଧିକରଣ ହୁଅନ୍ତୁ ନା କାହିଁକି ସେମାନେ ଯଦି ସମବାୟ ଆଇନର ଧାରା-୩ରେ ନିଯୁକ୍ତ ହୋଇଥାନ୍ତି ତେବେ ସେମାନେ ସମବାୟ ନିବନ୍ଧକଙ୍କ ନିୟନ୍ତ୍ରଣରେ ରହିବାକୁ ଆଇନତଃ ବାଧୢ। ସମବାୟ ସମିତି ଆଇନ ଧାରା-୨୮ ଅନୁସାରେ ପ୍ରତ୍ୟେକ ସମବାୟ ଅନୁଷ୍ଠାନର ପରିଚାଳନା ଭାର ଏକ ପରିଚାଳନା ପରିଷଦ ଉପରେ ନ୍ୟସ୍ତ ହୋଇଥାଏ। ଏହି ଧାରା-୨୮ର ଉପଧାରା-୧ ଅନୁସାରେ ପରିଚାଳନା ପରିଷଦର କର୍ତ୍ତୃତ୍ବ ଓ କ୍ଷମତା ମଧୢ ନିର୍ଦ୍ଧାରିତ ହୋଇଛି। ସମବାୟ ସମିତି ଆଇନର ଧାରା-୨୮ର ଉପଧାରା ୨(ଜି)(ଆଇ) ଅନୁସାରେ ରାଜ୍ୟର ସମସ୍ତ ପ୍ରାଥମିକ, ମଧୢ ଓ ଶୀର୍ଷ ସ୍ଥାନୀୟ ସମବାୟ ସମିତିର ପରିଚାଳନା ପରିଷଦଗୁଡ଼ିକୁ ଓଡ଼ିଶା ସମବାୟ ସମିତି ସ˚ଶୋଧିତ ଆଇନ (୨୦୧୧) ଅନୁସାରେ ଭାଙ୍ଗି ଦିଆଯାଇ ପରିଚାଳନା ଭାର ସମବାୟ ନିବନ୍ଧକଙ୍କ ଉପରେ ନ୍ୟସ୍ତ କରାଯିବାର ବ୍ୟବସ୍ଥା ହୋଇଛି। ସେ ଚାହିଁଲେ ସମିତିର ସଭ୍ୟମାନଙ୍କ ମଧୢରୁ (ଯେତେ ଦୂର ସମ୍ଭବ) ହରିଜନ, ଆଦିବାସୀ, ମହିଳା ଓ ପଛୁଆବର୍ଗର ସଦସ୍ୟଙ୍କୁ ନେଇ ସମିତି ଲାଗି ଏକ ମନୋନୀତ ପରିଚାଳନା ପରିଷଦ ଗଠନ କରିପାରିବେ। ଉଲ୍ଲେଖ ଥାଉ କି ସମବାୟ ନିବନ୍ଧକଙ୍କ ଦ୍ବାରା ମନୋନୀତ ପରିଚାଳନା ପରିଷଦର ସମସ୍ତ ନୀତିଗତ ନିଷ୍ପତ୍ତି ସମବାୟ ନିବନ୍ଧକ ହିଁ ନେଇପାରିବେ। ତେବେ କହି ରଖିବା ଉଚିତ ହେବ ଯେ ଯେତେବେଳେ କୌଣସି ପରିଚାଳନା ପରିଷଦ ଠିକ ଭାବେ ଦାୟିତ୍ବ ନ ତୁଲାନ୍ତି ବା ସମିତି ଓ ସଭ୍ୟମାନଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରନ୍ତି, ସେତିକିବେଳେ ସମବାୟ ନିବନ୍ଧକ ସେହି ସମିତିର ପରିଚାଳନା ପରିଷଦକୁ ଭାଙ୍ଗି ଦେଇ ନୂତନ ପରିଚାଳନା ପରିଷଦ ଗଢ଼ିପାରିବେ ବା ପରିଚାଳନା କାର୍ଯ୍ୟ ପାଇଁ ପ୍ରଶାସକ ନିଯୁକ୍ତ କରି ପାରିବେ। ଏହି ପ୍ରଶାସକ ଜଣକ ମଧୢ ସମବାୟ ନିବନ୍ଧକଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରିବେ। ସୁତରା˚, କହିଲେ ଭୁଲ ହେବନାହିଁ ଯେ ରାଜ୍ୟର ସମବାୟ ସମିତିମାନଙ୍କ ପରିଚାଳନା ଭାର ସ˚ଶୋଧିତ ସମବାୟ ଆଇନ ୨୦୧୧ ଅନୁଯାୟୀ ରାଜ୍ୟ ସମବାୟ ନିବନ୍ଧକଙ୍କ ଉପରେ ମୁଖ୍ୟତଃ ନ୍ୟସ୍ତ। ଏହା ସୁପ୍ରିମ କୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମଧୢ ଅଧିକ ଦୃଢ଼ ହୋଇଛି।
ତେବେ କେତେକ କ୍ଷେତ୍ରରେ ସମବାୟ ନିବନ୍ଧକଙ୍କ ଭଳି ବୈଧାନିକ ପଦର ଅବମାନନା କରାଯାଉଥିବା ଦେଖିବାକୁ ମିଳିଥାଏ। ସମବାୟ ନିବନ୍ଧକ ବେଳେ ବେଳେ ସରକାର ବା ପ୍ରଶାସନିକ ଉଚ୍ଚ ଅଧିକାରୀମାନଙ୍କ ପ୍ରରୋଚନାରେ କାର୍ଯ୍ୟ କରନ୍ତି। ଏହା ଦ୍ବାରା ଅନେକ ସମୟରେ ଜଟିଳ ସମସ୍ୟା ସୃଷ୍ଟି ହୋଇଥାଏ। ସମବାୟ ଅନୁଷ୍ଠାନର ସାବଲୀଳ ପରିଚାଳନା ଲାଗି ସମବାୟ ଆଇନରେ ଯଥେଷ୍ଟ ବ୍ୟବସ୍ଥା ରହିଛି। ତେବେ ତାର ବିବେକାନୁମୋଦିତ ଅନୁପାଳନରେ ହିଁ ସଫଳତା ମିଳିଥାଏ।
ବଙ୍ଗାଳିସାହି, କଟକ-୯
ମୋ- ୯୦୯୦୩୨୫୮୦୨