ବିଶ୍ବ ବିଜୟ

ଏକ ବହୁରୂପୀ ଅସୁର ପରି ଚୀନା କରୋନା ଭାଇରସ୍‌ ତା’ର ରୂପ ପରିବର୍ତ୍ତନ କରି ବ୍ରିଟେନ୍‌ରେ ଆବିର୍ଭୂତ ହୋଇ ପୃଥିବୀ ସାରା ଯେତେବେଳେ ଏକ ଦ୍ବିତୀୟ ଆତଙ୍କ ଲହରୀ ଖେଳାଇ ଦେଇଛି ଏବ˚ ଭାରତ ସମେତ ଅନେକ ଦେଶମାନେ ସେ ଅସୁରଠାରୁ ଦୂରେଇ ରହିବା ପାଇଁ ବ୍ରିଟେନ୍‌ ସହିତ ସାମୟିକ ସମ୍ପର୍କ ଛିନ୍ନ କରିବା ଉଦ୍ୟମରେ ବ୍ୟସ୍ତ ଅଛନ୍ତି, ସେତିକିବେଳେ ଏପରି ଏକ ଖବର ପ୍ରକାଶ ପାଇଛି, ଯାହା ଏ ସମସ୍ତ ଉଦ୍ୟମ ଯେ ବସ୍ତୁତଃ ନିରର୍ଥକ, ତାହା ସୂଚାଇ ଥାଏ। ଭୀମଙ୍କ ପାଇଁ ଦୁର୍ଯୋଧନଙ୍କ ବ୍ୟାସ ସରୋବର ଭଳି ଚୀନା କରୋନା ରାକ୍ଷସ ପାଇଁ ପୃଥିବୀର ଯେଉଁ ଶେଷ ଅଞ୍ଚଳ ଏ ପର୍ଯ୍ୟନ୍ତ ଅପହଞ୍ଚ ରହି ଆସିଥିଲା, ତାହା ହେଉଛି ଚିରବରଫାବୃତ ଦକ୍ଷିଣ ମେରୁ ଅଞ୍ଚଳରେ ଅବସ୍ଥିତ ଆଣ୍ଟାର୍କଟିକା ମହାଦେଶ। ଏବେ ସେଇ ଶେଷ ଦୁର୍ଗର ପତନ ଘଟିଛି ବୋଲି ସେ ମହାଦେଶର ନିକଟବର୍ତ୍ତୀ ଦକ୍ଷିଣ ଆମେରିକୀୟ ଦେଶ ଚିଲି ମଙ୍ଗଳବାର ଦିନ ଘୋଷଣା କରି ସ୍ପଷ୍ଟ କରି ଦେଇଛି ଯେ ଚୀନା କରୋନାର ବିଶ୍ବ ବିଜୟ ସମ୍ପୂର୍ଣ୍ଣ ହୋଇଛି। ଊନବି˚ଶ ଶତାବ୍ଦୀ ପର୍ଯ୍ୟନ୍ତ ମନୁଷ୍ୟର ପାଦ ପଡ଼ିନଥିବା ଏହି ଚରମ ପ୍ରତିକୂଳ ପରିବେଶ ଦ୍ବାରା ସର୍ବଦା ପରିବେଷ୍ଟିତ ମହାଦେଶରେ ଏ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ଜନବସତି ସ୍ଥାପିତ ହୋଇ ନାହିଁ। ଏଠାରେ କେବଳ କେତେକ ଦେଶ ସେମାନଙ୍କର ବୈଜ୍ଞାନିକ ଗବେଷଣା କେନ୍ଦ୍ରମାନ ସ୍ଥାପନ କରିଛନ୍ତି, ଯାହା କେବଳ ସେଠାକାର ଗ୍ରୀଷ୍ମ ଋତୁରେ କାର୍ଯ୍ୟ କରିଥାଏ। ଚଳିତ ବର୍ଷ ଆଦ୍ୟ ଏପ୍ରିଲ୍‌ ବେଳକୁ ଅଧିକା˚ଶ ଦେଶ ସେମାନଙ୍କର ଜାତୀୟ ଆଣ୍ଟାର୍କଟିକ୍‌ କାର୍ଯ୍ୟକ୍ରମ ଶେଷ କରି ସେଠାକାର କର୍ମଚାରୀମାନଙ୍କୁ ସ୍ଥାନାନ୍ତରିତ କରି ସାରିଥିଲେ ଏବ˚ ସେଠାରେ ଅବସ୍ଥାପିତ ଜାହାଜ ଓ ବିମାନ ମାନ ହଟାଇ ନେଇଥିଲେ। ପୁଣି ଡିସେମ୍ବର ଅର୍ଥାତ୍‌ ଚଳିତ ମାସ ଠାରୁ ସେଠାରେ କାର୍ଯ୍ୟକ୍ରମ ଆଉଥରେ ଆରମ୍ଭ ହୋଇଥାଏ। ସେଠାରେ ଶୀତ ଋତୁ (ଆମର ଗ୍ରୀଷ୍ମ ଋତୁ)ରେ ସେଠାରେ ଅବସ୍ଥିତ ବିଭିନ୍ନ ଦେଶର ଗବେଷଣା କେନ୍ଦ୍ର ମାନ ଅଳ୍ପ କିଛି କର୍ମଚାରୀଙ୍କୁ ଧରି ସ୍ବାଭାବିକ ଲକ୍‌ଡାଉନ୍‌ ଅବସ୍ଥାରେ ରହିଥାନ୍ତି।

ଏହା ଏକ ସୌଭାଗ୍ୟ ରୂପେ ବିଚାର କରାଯାଉଥିଲା ଯେ ସେହି ଅଳ୍ପ ସ˚ଖ୍ୟକ ବାସିନ୍ଦାମାନଙ୍କ ମଧୢରୁ କେହି ହେଲେ କରୋନା ଦ୍ବାରା ଆକ୍ରାନ୍ତ ହୋଇ ନଥିଲେ। ସୌଭାଗ୍ୟ-କାରଣ ସେଠାରେ ଉପଲବ୍‌ଧ ଚିକିତ୍ସା ବ୍ୟବସ୍ଥାର କ୍ଷମତା ଅତ୍ୟନ୍ତ ସୀମିତ ଏବ˚ ସେଠାକାର ଶୀତ ସମୟର ଘୋର ପ୍ରତିକୂଳ ପରିବେଶରେ ବାହାରୁ ସେଠାରେ ସ୍ବାସ୍ଥ୍ୟ ସେବା ପହଞ୍ଚିବା ଅତ୍ୟନ୍ତ ଦୁଃସାଧୢ କିମ୍ବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇଥାଏ। ସେହି ଗବେଷଣା କେନ୍ଦ୍ରମାନ ପରସ୍ପର ଠାରୁ ବେଶ୍‌ ଦୂରତା ରଖି ପ୍ରତିଷ୍ଠିତ ହୋଇଥିବାରୁ ସେମାନଙ୍କ ପାଖରେ ଚିକିତ୍ସା ସେବା ପହଞ୍ଚାଇବା କାର୍ଯ୍ୟ ଆହୁରି ଜଟିଳ ଓ କଷ୍ଟକର ହୋଇଥାଏ। ଆଣ୍ଟାର୍କଟିକା ମଧୢ ଏବେ ଏକ ପର୍ଯ୍ୟଟକ ଆକର୍ଷଣରେ ପରିଣତ ହୋଇଛି ଏବ˚ ଜଳକେଳି ଜାହାଜମାନ ଯାତ୍ରୀମାନଙ୍କୁ ନେଇ ସେ ଅଞ୍ଚଳ ପରିଦର୍ଶନ କରାଇବା ଏକ ନିୟମିତ ବ୍ୟବସାୟରେ ପରିଣତ ହୋଇଛି। ଏ ବର୍ଷ ଆଦ୍ୟ ମାର୍ଚ୍ଚ ବେଳକୁ ଅଧିକା˚ଶ ଏଭଳି ପର୍ଯ୍ୟଟନ କାର୍ଯ୍ୟକ୍ରମ ଶେଷ ହୋଇଥିଲେ ବି ଆଣ୍ଟାର୍କଟିକା ଉପଦ୍ବୀପ ଅଞ୍ଚଳରେ ଏପ୍ରିଲ୍‌ ପର୍ଯ୍ୟନ୍ତ ପର୍ଯ୍ୟଟକ ଜାହାଜ ଯିବା ଆସିବା ଲାଗିଥିଲା। ଏଇ ଭଳି ଏକ ଫେରନ୍ତା ଜାହାଜରେ ଯାତ୍ରୀମାନଙ୍କ ଠାରେ କରୋନା ସ˚କ୍ରମଣ ଦେଖା ଦେଇଥିଲା ବୋଲି ସେ ସମୟରେ ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଆଣ୍ଟାର୍କଟିକା ସ୍ଥିତ କୌଣସି କେନ୍ଦ୍ରରେ ଗୋଟିଏ ବି ସ˚କ୍ରମଣ ଘଟଣା ଦେଖାଯାଇ ନଥିବାରୁ ସେଇ ଶୀତଳ ମହାଦେଶ ଏ ଯାଏଁ କରୋନାମୁକ୍ତ ଥାଇ ପୃଥିବୀର ଟେକ ରଖିଥିଲା ବୋଲି ଅନ୍ତତଃ ଏକ ଔପଚାରିକ ସନ୍ତୋଷ ପ୍ରଦାନ କରୁଥିଲା। ଏବେ ଚିଲିର ଘୋଷଣା ସେଥିରେ ଅନ୍ତ ଘଟାଇଛିି।

ଅପହଞ୍ଚ ଦୂରତାରେ ସମୁଦ୍ର ଏବ˚ ବରଫ ପାହାଡ଼ ପରିବେଷ୍ଟିତ ଚିଲି ସେନାବାହିନୀ ପରିଚାଳିତ ଏକ ସ୍ଥାୟୀ ଗବେଷଣା କେନ୍ଦ୍ରରେ ଥିବା କର୍ମଚାରୀମାନଙ୍କ ମଧୢରୁ ଅନ୍ୟୂନ ୨୬ ଜଣ ସାମରିକ କର୍ମଚାରୀ ଓ ୧୦ ଜଣ ବେସାମରିକ ଠିକାଦାର ଚୀନା କରୋନା ଦ୍ବାରା ସ˚କ୍ରମିତ ହୋଇଛନ୍ତି ବୋଲି ଚିଲି ସେନାବାହିନୀ ସୂତ୍ରରୁ ପ୍ରକାଶ। ଉଲ୍ଲେଖଯୋଗ୍ୟ ଯେ ଆଣ୍ଟାର୍କଟିକାରେ ଥିବା ଗବେଷଣା କେନ୍ଦ୍ର ଏବ˚ ସାମରିକ ଘାଟୀ ମାନ ସମ୍ପୂର୍ଣ୍ଣ ଅପହଞ୍ଚ ଇଲାକାରେ ଥିଲେ ମଧୢ ଚୀନା କରୋନା ଭୂତାଣୁ ସେଠାରେ ଯେପରି ପହଞ୍ଚି ନପାରେ ସେଥିପାଇଁ ସେଠାରେ ମଧୢ ଚରମ ପଦକ୍ଷେପ ମାନ ନିଆଯାଇଥିଲା- ସେଠାରେ ପର୍ଯ୍ୟଟନ ବାତିଲ କରିବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବିଧିବଦ୍ଧ କାର୍ଯ୍ୟ ସ˚କୁଚିତ କରିବା ଏବ˚ ଲକ୍‌ଡାଉନ୍‌ ବଳବତ୍ତର କରିବା ପର୍ଯ୍ୟନ୍ତ। ସେଠାକାର ଶୀତ ଋତୁର ପ୍ରଚଣ୍ତ ହିମଶୀତଳ ପରିବେଶରେ ମଧୢ ସେଠାରେ ମନୁଷ୍ୟ ଚଳପ୍ରଚଳ ଅତ୍ୟନ୍ତ ସୀମିତ ଥିଲା ଏବ˚ ଆପେ ଆପେ ସଙ୍ଗରୋଧ ନୀତି କାର୍ଯ୍ୟ କରୁଥିଲା। ଏହା ସତ୍ତ୍ବେ ଚୀନା କରୋନା ଭୂତାଣୁ ସେଠାରେ ପହଞ୍ଚି ଯାଇ ସ˚କ୍ରମଣ ଘଟାଇବା, ଏହି ଭୂତାଣୁ ସହ ଲଢ଼ି ଚାଲିଥିବା ବାହାର ଦୁନିଆରେ ସମସ୍ତଙ୍କୁ ଆଶ୍ବର୍ଯ୍ୟାନ୍ବିତ କରିବା ସହିତ ପୁଣି ନୂତନ ଆଶଙ୍କା ଗ୍ରସ୍ତ କରିଥାଏ। ଆଣ୍ଟାର୍କଟିକାରେ ଏପରି ସିଧାସଳଖ କରୋନାର ଆବିର୍ଭାବ ଘଟି ନଥିଲେ ସେ ଅଞ୍ଚଳ ଯେ କରୋନାର ବିଭିନ୍ନ ପ୍ରତିକୂଳ ପ୍ରଭାବରୁ ମୁକ୍ତ ରହିଥାନ୍ତା, ତାହା ନୁହେଁ। ଉଦାହରଣ ସ୍ବରୂପ ନିକଟ ଭବିଷ୍ୟତରେ ସେ ଅଞ୍ଚଳରେ ପର୍ଯ୍ୟଟନ ବ୍ୟବସାୟ ସ˚କୁଚିତ ହେବା ସଙ୍ଗେ ସଙ୍ଗେ ସେଠାରେ ପ୍ରତିଷ୍ଠିତ କେନ୍ଦ୍ରମାନଙ୍କରେ ଗବେଷଣା କାର୍ଯ୍ୟ ମଧୢ ଘୋର ସ˚କୋଚନର ସମ୍ମୁଖୀନ ହେବା ନିଶ୍ଚିତ। ସେ ଅଞ୍ଚଳରେ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରୁଥିବା ଆନ୍ତର୍ଜାତିକ ପ୍ରଶାସନ ବ୍ୟବସ୍ଥା କରୋନା ପ୍ରଭାବରେ କିଛି କାଳ ପାଇଁ ନିଷ୍କ୍ରିୟ ହୋଇଯିବା ଫଳରେ ସେଠାରେ ବିଭିନ୍ନ କାର୍ଯ୍ୟକଳାପରେ ଅନିଶ୍ଚିତତା ଦେଖା ଦେବ, ଯେମିତି ମାଛଧରା ନିୟନ୍ତ୍ରଣ। ସାରା ପୃଥିବୀର ଅର୍ଥନୀତିରେ କରୋନା ଯୋଗୁଁ ଯେଉଁ ଭୀଷଣ ସ˚କୋଚନ ଘଟିଛି, ତା’ର ପ୍ରଭାବରେ ଆଣ୍ଟାର୍କଟିକ୍‌ ଗବେଷଣା ପାଇଁ ଆଉ ପୂର୍ବ ଭଳି ସମ୍ବଳ ବନ୍ଦୋବସ୍ତ କରିବା ନିମନ୍ତେ ସମ୍ପୃକ୍ତ ଦେଶମାନେ ଅସମର୍ଥ ହେବେ। ତେଣୁ ସେମାନଙ୍କର ନିଜ ନିଜର ଜାତୀୟ ଆଣ୍ଟାର୍କଟିକ୍‌ ପ୍ରୋଗ୍ରାମ୍‌ ସବୁରେ ନିଶ୍ଚିତ ରୂପେ ସ˚କୋଚନ ଘଟିବ।

କରୋନା ପ୍ରଭାବରେ ଅର୍ଥନୈତିକ ସ˚କୋଚନ ଘଟି ଯଦି ଆନ୍ତର୍ଜାତିକ ଖାଦ୍ୟ ନିରାପତ୍ତା ବ୍ୟାହତ ହୁଏ, ତେବେ ଅଧିକ ଖାଦ୍ୟ ସ˚ଗ୍ରହ ଉଦ୍ଦେଶ୍ୟରେ ସମୁଦ୍ରରୁ ଅଧିକ ମାଛ ଧରାଯିବାକୁ ଯେଉଁ ଉଦ୍ୟମ ଦେଖା ଯିବ, ତାହା ଅନ୍ୟାନ୍ୟ ସାମୁଦ୍ରିକ ଜଳଭାଗ ସମେତ ଆଣ୍ଟାର୍ଟିକ୍‌ ସାଗରର ପରିବେଶକୁ ମଧୢ ବ୍ୟାହତ କରିବ ବୋଲି ପରିବେଶ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଏହି ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତିକୁ ପ୍ରଚଳିତ ‘ଆଣ୍ଟାର୍କଟିକ୍‌ ଚୁକ୍ତି ବ୍ୟବସ୍ଥା’ (‘ଆଣ୍ଟାର୍କଟିକ୍‌ ଟ୍ରିଟି ସିଷ୍ଟମ୍‌’) କେତେ ଦୂର ଫଳପ୍ରଦ ଭାବରେ ଖାପ ଖାଇ ନିୟନ୍ତ୍ରଣ କରିପାରିବ, ତାହା ସନ୍ଦେହଜନକ। ଏଠାରେ ବିଫଳତା ଆନ୍ତର୍ଜାତିକ ସମୁଦାୟର ବିଶ୍ବ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପ୍ରତି ଆଭିମୁଖ୍ୟକୁ ମଧୢ ପ୍ରଭାବିତ କରିବ।

ଏହିପରି ସମୟରେ ଖୋଦ୍‌ ଆଣ୍ଟାର୍କଟିକାରେ ଚୀନା କରୋନାର ଆବିର୍ଭାବ ସାରା ପୃଥିବୀ ପାଇଁ ଏକ ନୂତନ ଚିନ୍ତାର ବିଷୟ ହୋଇ ଦେଖା ଦେଇଛି- କେବଳ ଚୀନକୁ ଛାଡ଼ି। ସମଗ୍ର ପୃଥିବୀବାସୀଙ୍କୁ ଏକ ପାଣ୍ତେମିକ୍‌ ଭିତରକୁ ଠେଲି ଦେଇଥିବା ଚୀନ୍‌ର ମାଛଧରା ଜାହାଜମାନ ଅଧିକ ସ˚ଖ୍ୟାରେ ସେ ଅଞ୍ଚଳର ସମୁଦ୍ରରେ ସକ୍ରିୟ ଥିବାର ଯେଉଁ ରିପୋର୍ଟ ପ୍ରକାଶ ପାଇଛି, ସୃଷ୍ଟି ହେବାକୁ ଯାଉଥିବା ବିଶୃଙ୍ଖଳା ମଧୢରେ ସେମାନଙ୍କ ସ˚ଖ୍ୟା ଯେ ବହୁଗୁଣ ବୃଦ୍ଧି ପାଇ ଚାଲିବ ଏଥିରେ କୌଣସି ସନ୍ଦେହ ନାହିଁ। କରୋନା ଦ୍ବାରା ସେ ଜୟ କରିଥିବା ପୃଥିବୀ ତ ତା’ର ହିଁ! ବୀର ଭୋଗ୍ୟା ବସୁନ୍ଧରା ନୁହେଁ କି?

ସମ୍ବନ୍ଧିତ ଖବର