ନୂଆ ସ˚ସଦ ଭବନ କ’ଣ ଜରୁରୀ?

ପଦ୍ମଚରଣ ନାୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କିଛି ଅଭିନବ ସ୍ମାରକୀ ରଖିଯିବା ପାଇଁ ବ୍ୟାକୁଳ ଥିଲା ପରି ଲାଗୁଛି। ଏହି କାର୍ଯ୍ୟକ୍ରମ ମଧ୍ୟରେ ନୂଆ ସ˚ସଦ ଭବନ ଓ ପ୍ରଧାନମନ୍ତ୍ରୀ ଏବ˚ ଉପରାଷ୍ଟ୍ରପତିଙ୍କ ଲାଗି ରାଷ୍ଟ୍ରପତି ଭବନକୁ ଲାଗି ନୂତନ ଆବାସ ନିର୍ମାଣ ତଥା ଏବର ବୋଟ୍‌କ୍ଲବ ମଇଦାନ ଉପରେ ଅଭିନବ ସରଣୀ ଆଦି ନିର୍ମାଣ କାର୍ଯ୍ୟକ୍ରମ ରହିଛି। ବିଶିଷ୍ଟ ସ୍ଥପତିମାନେ ଏହାର ଘୋର ବିରୋଧ କରିଛନ୍ତି। ଇଣ୍ତିଆ ଗେଟ୍‌ ଠାରୁ ବିଜୟ ଚୌକ ପର୍ଯ୍ୟନ୍ତ ମୁକ୍ତ ଅଞ୍ଚଳକୁ ନଷ୍ଟ କରିବା ଉଦ୍ୟମକୁ ପରିବେଶବିତ୍‌ମାନେ ସମାଲୋଚନା କରିଛନ୍ତି। ଏହାଛଡ଼ା ଏହା ଫଳରେ ସେହି ଅଞ୍ଚଳର ଭୂତଳର ଭାରସାମ୍ୟ ବିଘ୍ନ ହେବ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏହି ଉଚ୍ଚାଭିଳାଷୀ ପରିକଳ୍ପନା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଅଭିଯୋଗ ହୋଇଛି। ଗଲା ୭ ତାରିଖରେ ଏ ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଯଦିଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୂମି ପୂଜନ କରାଯାଇପାରିବ, କିନ୍ତୁ ଚୂଡ଼ାନ୍ତ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ସମାଲୋଚନାକୁ ଡରି ଏ ସବୁତକ ଏକାବେଳେ ନ କରି ଗୋଟିଏ ଗୋଟିଏ କରି କାମକୁ ହାତକୁ ନିଆଯାଉଛି। ଅଭିନବ ସ˚ସଦ ନିର୍ମାଣ ଲାଗି ୯୭୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ଟାଟା ପ୍ରୋଜେକ୍ଟକୁ ଏହି କାର୍ଯ୍ୟ ଦିଆଯାଇଛି। ଏହାର ନିର୍ମାଣ ୨୨ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ। ନିର୍ମାଣ ଶେଷ ହେଲା ବେଳକୁ ଏ ବାବଦରେ ଖର୍ଚ୍ଚ ହୁଏତ ୧୫୦୦ କୋଟି ଟଙ୍କାକୁ ବଢ଼ି ଯାଇଥିବ। ଏହାର ନିର୍ମାଣକୁ ବିଦେଶୀ ସ˚ସ୍ଥାକୁ ନ ଦେଇ ସ୍ବଦେଶୀ ସ୍ଥପତିଙ୍କ ଦ୍ବାରା କରାଇ ଭାରତର ଆତ୍ମନିର୍ଭରଶୀଳତା ପ୍ରତିପାଦନ କରାଯିବ ବୋଲି ବୋଧହୁଏ ଚିନ୍ତା କରାଯାଉଛି। ଏହି ନୂତନ ସ˚ସଦ ଭବନରେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ୧୨୨୪ ସା˚ସଦ ଖୋଲା ମେଲାରେ ବସିପାରିବେ। ଏଥି ସହିତ ସ˚ଲଗ୍ନ ଇମାରତରେ ପ୍ରତ୍ୟେକ ସା˚ସଦଙ୍କ ଲାଗି ଅଲଗା ଅଲଗା କାର୍ଯ୍ୟାଳୟ ରହିବ। ଏହା ଛଡ଼ା ସବୁ ଗୃହରେ ନାନା ଅଭିନବ ବ୍ୟବସ୍ଥାମାନ ଖଞ୍ଜାଯିବ। ବର୍ତ୍ତମାନର ସ˚ସଦ ଭବନଟି ଆଗାମୀ ପିଢ଼ି ଲାଗି ଏକ ଦର୍ଶନୀୟ ଇମାରତ ଭାବରେ ରଖାଯିବ। ନୂତନ ସ˚ସଦ ଭବନଟି ସ୍ବାଧୀନ ଭାରତର ‘ଆତ୍ମ ନିର୍ଭର ଭାରତ’ ଓ ‘ଗଣତନ୍ତ୍ର ଦେବାଳୟ’ର ପ୍ରତୀକ ଭାବେ ବିବେଚିତ ହେବ ବୋଲି କୁହାଯାଇଛି।

ଦେଶ ତଥା ସରକାର କରୋନା କାଳରେ ଆର୍ଥିକ ଦୁରବସ୍ଥା ମଧ୍ୟରେ ଗତି କରୁଥିବା ବେଳେ ଏଭଳି ଏକ ବ୍ୟୟବହୁଳ ଏବ˚ ବିବାଦୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ବ୍ୟାକୁଳତା ଖୁବ୍‌ ଆଶ୍ଚର୍ଯ୍ୟଜନକ। ମନେ ପଡୁଛି ଯେ ଟ୍ରମ୍ପଙ୍କ ଅଭିନନ୍ଦନ ବ୍ୟବସ୍ଥା ଲାଗି କରୋନାର ସ˚କ୍ରମଣକୁ ସମ୍ମୁଖୀନ ହେବା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଡେରି ହୋଇଯାଇଥିଲା। ଏଣୁ ୨୧ଦିନ ମଧ୍ୟରେ କରୋନାକୁ ପରାସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ହୁଙ୍କାର ଦେଇଥିଲେ। କିନ୍ତୁ ତା ପରେ ମାତ୍ର ୬ ଘଣ୍ଟାର ଅବସର ଦେଇ ସେ ସାରା ଦେଶରେ ଲକ୍‌ଡାଉନ ଜାରି କଲେ। ସବୁ କାରବାର ଏକା ବେଳକେ ବନ୍ଦ ହୋଇଗଲା। ଏହା ଫଳରେ ଲକ୍ଷ ଲକ୍ଷ ଶ୍ରମିକ ବିଭିନ୍ନ ସ˚କୀର୍ଣ୍ଣ ବସ୍ତିରେ (ଧରାଭି ଭଳି) ଅଣନିଶ୍ବାସୀ ହୋଇ ପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ଅନେକ ସିଫ୍ଟରେ କାମ କରୁଥିବାରୁ ୨୦ଜଣଙ୍କ ପାଇଁ କୌଣସିମତେ ରହିବାର ସ୍ଥାନ ଥିବା ଘରେ ୪୦ଜଣ ରହିବାକୁ ବାଧ୍ୟ ହେଲେ। ନିର୍ମାଣ କାର୍ଯ୍ୟ ଆଦି ବନ୍ଦ ହୋଇଯିବାରୁ ସେମାନେ ଦିନରାତି ସେହି ସ˚କୀର୍ଣ୍ଣ ଗୃହ ମଧ୍ୟରେ ରହିବାକୁ ବାଧ୍ୟ ହୋଇଥିଲେ। ଏକୋଇଶ ଦିନ ଅବଧି ଅତିକ୍ରାନ୍ତ ହେଲା ପରେ ସାଧାରଣ ଅଭିଜ୍ଞତାରୁ ସେମାନେ ଜାଣିଲେ ଯେ ଏହି ଅବସ୍ଥା ଶୀଘ୍ର ଶେଷ ହେଉନାହିଁ। ତେଣୁ ସରକାରଙ୍କ ନାନା ନିଷେଧକୁ ବେଖାତିର କରି ସେମାନେ ନାନା ବାଟରେ ଅତି କଷ୍ଟରେ ଜନ୍ମଭୂମି ଅଭିମୁଖେ ଯାତ୍ରା କଲେ। ଏହି ହତଭାଗ୍ୟମାନଙ୍କ ଚିତ୍ର ଓ ଖବର ସେହି ସମୟରେ ସମ୍ବାଦପତ୍ରରେ ପ୍ରକାଶିତ ହେବାକୁ ଲାଗିଲା। ଦିଲ୍ଲୀରେ ସେମାନେ ଦିଲ୍ଲୀ ନଗରୀ ପରିସର ମଧ୍ୟରେ ରେଳରାସ୍ତା କଡ଼ରେ ରହୁଥିଲେ। ବହୁ ଦିନରୁ ସେମାନଙ୍କୁ ହଟାଇବା ପାଇଁ ନୋଟିସ୍‌ ଦିଆଯାଇଥିଲା। କିନ୍ତୁ ଅନ୍ୟତ୍ର ରହିବା ପାଇଁ ବାଟ ନଥିବାରୁ ସେମାନେ ରେଳ ରାସ୍ତାର ପାଖ ୪/୫ ମିଟର ସ୍ଥାନରେ ଟିଣ, ଚଦର ଛାତ ତଳେ ରହୁଥିଲେ। ନ୍ୟାୟାଳୟରେ ସେମାନଙ୍କ ଦୁରବସ୍ଥାର ବର୍ଣ୍ଣନା କରି ନିବେଦନ କରାଯିବାରୁ, ସେମାନଙ୍କୁ କିଛିକାଳ ଲାଗି ବାସଚ୍ୟୁତ ହେବାରୁ ରକ୍ଷା ମିଳିଥିଲା। ସ୍ବାଧୀନତାର ୭୨ବର୍ଷ ପରେ ବି ଏଭଳି ନିୟୁତ ନିୟୁତ ବିଶ୍ବକର୍ମାଙ୍କ ବ˚ଶଧରମାନେ ଶତାଧିକ ମହଲା କୋଠା ନିର୍ମାଣ କରି ମଧ୍ୟ ନିଜ ପାଇଁ ବଖରାଏ ଲେଖା ଘରେ ରହିବାର ସୁବିଧା ପାଇନାହାଁନ୍ତି। ନବ ଭାରତର ଏହି ନିର୍ମାତାମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ସରକାର ଭୁଲି ଯାଇଛନ୍ତି। ଅନ୍ୟ ପକ୍ଷରେ ଭବିଷ୍ୟତରେ ଲୋକସଭା ଓ ରାଜ୍ୟସଭାର ସଦସ୍ୟଙ୍କ ସ˚ଖ୍ୟା ବୃଦ୍ଧି ପାଇବ ଚିନ୍ତା କରି ନୂତନ ସ˚ସଦ, ପ୍ରଧାନମନ୍ତ୍ରୀ ଏବ˚ ଉପରାଷ୍ଟ୍ରପତିଙ୍କ ବାସଭବନ ତଥା ‘ସେଣ୍ଟ୍ରାଲ ଭିଷ୍ଟା’ ଆଦି ନିର୍ମାଣ ଲାଗି ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯିବା କ’ଣ ଏତେ ଜରୁରୀ ଥିଲା? ଚା ବିକାଳିଙ୍କ ପରିବାରରୁ ଉଠି ପ୍ରଧାନମନ୍ତ୍ରୀ ହୋଇ ପାରିଥିବା ନରେନ୍ଦ୍ର ମୋଦୀ କ’ଣ ଦେଶର ‘ସୀମାନ୍ତରିତ ଲୋକ’ ମାନଙ୍କର ଶୋଚନୀୟ ଅବସ୍ଥା କଥା ଭୁଲିଗଲେ କି?; ନ ହେଲେ ସେ ଏଭଳି ନିଷ୍ପତ୍ତି ନେଇ ନଥାନ୍ତେ।

ଯେଉଁ ଗଣତନ୍ତ୍ରର ଅଭିନବ ଦେବାଳୟ ଲାଗି ସେ ଏତେ ଆଗ୍ରହୀ ଏବେ ସେହି ସ˚ସଦରେ ସରକାରୀ ଭାବେ ସ୍ବୀକୃତ ବିରୋଧୀ ଦଳ ନାହାନ୍ତି। ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ସଦସ୍ୟଙ୍କ ବକ୍ତବ୍ୟକୁ ଗୁରୁତ୍ବ ଦିଅନ୍ତି ନାହିଁ ଓ ଅନେକ ସମୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସମୟରେ ଅନୁପସ୍ଥିତ ରହନ୍ତି। ନିଜ ଦଳର ଆବଶ୍ୟକ ସ˚ଖ୍ୟକ ସ˚ଖ୍ୟା ଗରିଷ୍ଠତାର ସୁଯୋଗ ନେଇ ସେ ତରବର ହୋଇ ଅନେକ ଆଇନ ପାରିତ କରାଇ ନେଇଛନ୍ତି। ଚାଷୀମାନେ ଏବେ ଯେଉଁଥିଲାଗି ଆନ୍ଦୋଳନ କରୁଛନ୍ତି, ସେ ବାବଦରେ ରାଜ୍ୟମାନଙ୍କର ମତାମତ ନ ନେଇ ବା କୃଷକ ସ˚ଗଠନ ସହିତ ଆଲୋଚନା ନ କରି ସେ କୃଷି ପଣ୍ୟର ବିକ୍ରି ଲାଗି ସ˚ସଦରେ ନୂଆ ଆଇନ ପାରିତ କରାଇ ନେଲେ। ଏହା ତାଙ୍କର ଅଗଣତାନ୍ତ୍ରିକ ମନୋଭାବର ପ୍ରମାଣ ଦିଏ ନାହିଁ କି?

ବର୍ତ୍ତମାନ ସ˚ସଦରେ ଯେତିକି ସ˚ଖ୍ୟକ ସା˚ସଦ ଅଛନ୍ତି, ଗତ କିଛି ବର୍ଷ ଧରି ବିଭିନ୍ନ ସ˚ସଦୀୟ କାର୍ଯ୍ୟରେ ସେମାନଙ୍କର ଆନ୍ତରିକତା ଓ ଦକ୍ଷତାର ଘୋର ଅଭାବ ପରିଲକ୍ଷିତ ହୁଏ। ସ୍ବାଧୀନତା ପ୍ରାପ୍ତି ପରେ ୧୯୭୭ ପର୍ଯ୍ୟନ୍ତ ବହୁ ବର୍ଷ ଧରି ଲୋକସଭାରେ ସ୍ବୀକୃତ ବିରୋଧୀ ଦଳ ନ ଥିଲା। ତଥାପି ସେହି ସ୍ବଳ୍ପ ସ˚ଖ୍ୟକ ସା˚ସଦଙ୍କ ମଧ୍ୟରେ ସୋମନାଥ ଚାଟାର୍ଜୀ, ହିରେନ ମୁଖାର୍ଜୀ, ଜ୍ୟୋତିର୍ମୟ ବସୁ, ନାଥ ପାଇ, ଅଶୋକ ମେହେଟ୍ଟା, ଜେ.ବି. କୃପାଳିନୀ, ରାଜଗୋପାଳଚାରୀ, ପିଲୁ ମୋଦୀ, ଅଟଳ ବିହାରୀ ବାଜପେୟୀ, ମଣିଶଙ୍କର ଆୟର, ମଧୁ ଦଣ୍ତବତେ, ମଧୁ ଲିମାୟେ, ଜର୍ଜ ଫର୍ଣ୍ଣାଣ୍ତିଜ୍‌, ସି. ସୁବ୍ରମଣ୍ୟମ, ସୁବ୍ରମଣ୍ୟମ ସ୍ବାମୀ, ଅରୁଣ ଜେଟଲୀଙ୍କ ଭଳି ସା˚ସଦ ସ˚ସଦୀୟ ଆଲୋଚନାରେ ଭାଗ ନେବା ସମୟରେ ଜବାହାରଲାଲ ନେହେରୁ ଆଦିଙ୍କ ଭଳି ପ୍ରଧାନମନ୍ତ୍ରୀ ସେମାନଙ୍କ ବକ୍ତବ୍ୟକୁ ଆଗ୍ରହର ସହିତ ଶୁଣୁଥିଲେ ଓ ତାହାକୁ ଗୁରୁତ୍ବ ଦେଉଥିଲେ। ଏବର ସା˚ସଦମାନଙ୍କ କାର୍ଯ୍ୟକଳାପର ସ୍ତରକୁ ଅନୁଧ୍ୟାନ କଲେ ବୁଝି ହୁଏ ଯେ ସ˚ସଦର ସଭ୍ୟ ସ˚ଖ୍ୟା ବଢ଼ାଇବାର କୌଣସି ଯଥାର୍ଥତା ନାହିଁ।

ଆମ ଦେଶରେ ସୁକିନ୍ଦାର ନଗଡ଼ା ଭଳି ଅୟୁତ ଅୟୁତ ଅବହେଳିତ ଅବକ୍ଷୟମୁଖୀ ବସତିମାନ ରହିଛି ଓ ବମ୍ବେର ଧରାଭି ଭଳି ପ୍ରତି ନଗରୀ ଓ ମହାନଗରୀରେ ବଡ଼ ଓ ଛୋଟ ସଂକୀର୍ଣ୍ଣ ଓ ଅସ୍ବାସ୍ଥ୍ୟକର ବସ୍ତି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସମୟରେ ନୂଆ ନୂଆ ଆକର୍ଷଣୀୟ ଶବ୍ଦ ବ୍ୟବହାର କରି ଅଭିନବ ଲୋକାଭିମୁଖୀ ପଦକ୍ଷେପ ନେଉଥିବାର ଆଗ୍ରହ ପ୍ରଦର୍ଶନ କରିଥାନ୍ତି। ସ˚ସଦର ନୂତନ ଭବନ ନିର୍ମାଣ କାମ ପାଇଁ ତାଙ୍କର ଏଭଳି ଆଗ୍ରହରୁ ସୃଷ୍ଟ। କିନ୍ତୁ ଏହା ପ୍ରମାଣ କରିଥାଏ ଯେ ଦେଶର ଅଗଣିତ ‘ସୀମାନ୍ତରିତ ଜନ’ଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସେ ହୁଏତ ଅଜ୍ଞ ଅଥବା ସମ୍ବେଦନହୀନ। ଭୁଲିଗଲେ ହେବ ନାହିଁ ଯେ ବିଶାଳ ଓ ଭବ୍ୟ ନିର୍ମାଣ ଦ୍ବାରା ‘ପିକଚର୍‌ ପୋଷ୍ଟକାର୍ଡ’ ଛବି ଜରିଆରେ ଭାରତର ଆକର୍ଷଣୀୟ ଚେହେରା ବିଦେଶରେ ଉପସ୍ଥାପନ କରିହେବ, କିନ୍ତୁ ତଦ୍ଦ୍ବାରା ଦେଶରେ କୌଣସି ଉନ୍ନତି ଆସିବ ନାହିଁ ବା ‘ସୀମାନ୍ତରିତ ବର୍ଗ’ଙ୍କୁ କୌଣସି ଆଶ୍ବସ୍ତି ମିଳିବ ନାହିଁ।
ସଭାପତି,
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ
ମୋ: ୯୯୩୮୮୯୦୪୪୫

ସମ୍ବନ୍ଧିତ ଖବର