ଦଶ ନମ୍ବରିଆ ଜର୍ସି ପିନ୍ଧି ଫୁଟ୍‌ବଲ୍‌ ଖେଳି ଆଉ ଜଣେ ଈଶ୍ବର ସମ ପାଲଟି ଯାଇଥିବା କି˚ବଦନ୍ତି ତାରକା ଡିଏଗୋ ମାରାଡୋନାଙ୍କ କଥା ପଡ଼ିଥିଲା ନିକଟରେ କାତାର୍‌ରେ ଚଳିତ ବିଶ୍ବକପ୍‌ କାଳରେ ଦୁଇଟି ବଡ଼ କାରଣ ଯୋଗୁଁ- ଯେ ସିଏ ଥିଲେ ଆର୍ଜେଣ୍ଟିନା ହୁଏତ ଏମିତି ଅପେକ୍ଷାକୃତ ଅନାମଧେୟ ସାଉଦି ଆରବ ଠାରୁ ହାରୁନଥାନ୍ତା! ହେଲେ ସିଏ ଆଉ ନାହାନ୍ତି; ଏମିତିଆ ଏକ ନଭେମ୍ବର ଶେଷ ସପ୍ତାହରେ ଦୁଇ ବର୍ଷ ତଳେ ଚିରଦିନ ପାଇଁ ଚାଲିଯାଇଛନ୍ତି। ଏବେକାର ଆର୍ଜେଣ୍ଟିନାର ମେସି ନିଶ୍ଚୟ ଜଣେ ଅତି ଅସାଧାରଣ ଖେଳାଳି। କିନ୍ତୁ ମାରାଡୋନା ମାରାଡୋନା। ଫୁଟ୍‌ବଲ୍‌କୁ ସୁନ୍ଦର ଖେଳ ଅଭିହିତ କରିଥିବା ପେଲେଙ୍କୁ ବାଦ୍‌ ଦେଲେ ସମ୍ଭବତଃ ମାର‌ାଡୋନାଙ୍କ ସରି ଆଉ କେହି ନୁହନ୍ତି। ତାଙ୍କ ତିରୋଧାନ ଅବସରରେ ଅତୁଳନୀୟ ପେଲେ କହିଥିଲେ- ମୁଁ ଆଶା କରୁଛି ଦିନେ ନା ଦିନେ ସ୍ବର୍ଗରେ ଆମେ ଦୁହେଁ ସାଙ୍ଗ ହୋଇ ଫୁଟ୍‌ବଲ୍‌ ଖେଳିବୁ। ନିଜ ଗୋଡ଼ର ଯାଦୁ ବଳରେ ଖର୍ବକାୟ ମାରାଡୋନା କ୍ରୀଡ଼ା ଜଗତ୍‌ରେ ଚହଳ ସୃଷ୍ଟି କରିଥିଲେ। ତାଙ୍କ ପାସିଂ, ବଲ୍‌ ନିୟନ୍ତ୍ରଣ, ଡ୍ରିବ୍‌ଲିଂ ଦକ୍ଷତା, ଫ୍ରି-କିକ୍‌ ନୈପୁଣ୍ୟ ଓ ସର୍ଜନଶୀଳ କଳାକୌଶଳ କହି ଦେଉଥିଲା ତାଙ୍କ ଶରୀର ସାରା ଦୁଇରୁ କେତେ ଗୁଣରେ ଅଧିକ ଆଖି ଖଞ୍ଜା ହୋଇଛି। ସଭିଏଁ ମାରାଡୋନାଙ୍କ ମହାନ୍‌ ପ୍ରତିଭା ସ୍ମରଣ କରିବା ଅବସରରେ ୧୯୮୬ ମସିହାରେ ମେକ୍‌ସିକୋରେ ଅନୁଷ୍ଠିତ ବିଶ୍ବକପ୍‌ ବେଳେ ଇଂଲଣ୍ଡ ବିରୋଧରେ ମାରାଡୋନାଙ୍କ ଦୁଇଟି ବହୁ ଚର୍ଚ୍ଚିତ ଗୋଲ୍‌ କଥା ଉଲ୍ଲେଖ କରନ୍ତି ଏବଂ ସେଥିରେ ଅନ୍ତର୍ଭୁକ୍ତ ଥିଲା ଈଶ୍ବରଙ୍କ ହାତ ସମ୍ଭୂତ ପ୍ରଥମ ଗୋଲ୍ ଓ ମାରାଡୋନାଙ୍କ ମଣିଷ ଗୋଡ଼ ସମ୍ଭବ କରିଥିବା ଦ୍ବିତୀୟ ଗୋଲ୍‌ ଯେଉଁଟିକୁ କି ବିଂଶ ଶତାବ୍ଦୀର ‌େଶ୍ରଷ୍ଠ ଗୋଲ୍‌ ବୋଲି ବିଚାର କରାଯାଏ। କାରଣ ସେ ଗୋଲ୍‌ ମାରାଡୋନା ଦେଇଥିଲେ ଇଂଲାଣ୍ଡର ପାଞ୍ଚ ଜଣ ଖେଳାଳିଙ୍କ ବଳୟ ଭେଦି ଓ ୬୦ ମିଟର ବା ୬୬ ୟାର୍ଡ ଦୂରତା ଏକାକୀ ବଲ୍‌କୁ ଡ୍ରିବ୍‌ଲିଂ କରି କରି ନେଇ ଯାଇ। ଇଂଲାଣ୍ଡ ବିରୋଧରେ ସେ ବିଜୟ ବାବଦରେ ମାରା‌େଡାନା ଥରେ କହିଥିଲେ- ୧୯୮୨ ମସିହାରେ ଫକ୍‌ଲାଣ୍ଡ ଯୁଦ୍ଧରେ ଇଂଲାଣ୍ଡ ଆମ ଆର୍ଜେଣ୍ଟିନୀୟମାନଙ୍କୁ ଚଢ଼େଇଙ୍କୁ ମାରିଲା ଭଳି ଗୁଳି କରି ମାରିଥିଲା। ତା’ର ଚାରି ବର୍ଷ ପରେ ଫୁଟ୍‌ବଲ୍‌ ଜରିଆରେ ଆମେ ଇଂଲାଣ୍ଡ ବିପକ୍ଷରେ ଅହିଂସ ପ୍ରତିଶୋଧ ନେଇଥିଲୁ। ଭଲ କରି ଜାଣିଥିବା ଏବଂ ତା’ ଠାରୁ ଢ଼େର ଗୁଣ ଅଧିକ ଭଲ ଖେଳି ଜନମନ ଜିଣିଥିବା ମାରାଡୋନା କୁଖ୍ୟାତି ଓ କଳଙ୍କ ଅର୍ଜନ କରିଥିଲେ ନିଶା/ମାଦକ ଦ୍ରବ୍ୟ ସେବନ ଅଭିଯୋଗରେ ଛନ୍ଦି ହୋଇ।

Advertisment

ଫୁଟ୍‌ବଲ୍‌ ସେଇ ଖେଳ ଯେଉଁଠି ବିଗ୍ରହ ଧ୍ବଂସ କରିବାର ଆନନ୍ଦ ଓ ସେ ସବୁ ପୁନଃ ପ୍ରତିଷ୍ଠା କରିବାର ଆବଶ୍ୟକତା ସମାନୁପାତିକ ସଂପର୍କ ସଂପନ୍ନ- ଯାହାର ଶିକାର ମାରା‌େଡାନା। ଖେଳଟିର ଅସାଧାରଣ ସୌନ୍ଦର୍ଯ୍ୟ କହିଦିଏ ମଣିଷର ଅମରତ୍ବ ସମ୍ଭବ। ମଣିଷର ଶରୀରର ସୀମାର ଅସୀମିତ ସଂପ୍ରସାରଣର ଅନ୍ୟ ନାମ ଫୁଟ୍‌ବଲ୍‌।

ଆ‌େମ ଦେଖିବାରେ ଗଲା ଅନେକ ବର୍ଷ ଭିତରେ ବିଶ୍ବକପ୍‌ ଫୁଟ୍‌ବଲ୍‌ ଯେବେ ଯେବେ ଆରମ୍ଭ ହୋଇଛି ସେବେ ସେବେ‌ ଚର୍ଚ୍ଚା ହୁଏ ବ୍ରାଜିଲ କିମ୍ବା ଆର୍ଜେଣ୍ଟିନା ଭିତରୁ କୌଣସି ଗୋଟିଏ ଦଳ ଜିଣିବ। କିନ୍ତୁ ଅନେକ ଥର ଦୁଇଟି ଦଳ ଜାଗାରେ ଆଉ କୌଣସି ଦଳ, ୟୁରୋପୀୟ ଦେଶ ଜିଣିଛି- ଏଇ ଯେମିତି ଫ୍ରାନ୍‌ସ, ଜର୍ମାନୀ, ସ୍ପେନ୍‌, ଇଟାଲୀ। କିନ୍ତୁ ଫୁଟ୍‌ବଲ୍‌ କହିଲେ, ଫୁଟ୍‌ବଲ୍‌ର ମନମୋହିନୀ ଶୈଳୀ କହିଲେ ସାଧାରଣତଃ ବୁଝାଏ ଲାଟିନ୍‌ ଆମେରିକୀୟ ଫୁଟବଲ୍‌ ଖେଳର ଶୈଳୀକୁ- ବ୍ରାଜିଲ୍‌ ଓ ପରେ ଆର୍ଜେଣ୍ଟିନା ବାଟେ ଆତ୍ମପ୍ରକାଶ କରୁଥିବା ଫୁଟ୍‌ବଲ୍‌ ଖେଳକୁ। ବ୍ରାଜିଲ୍‌ ସକାଶେ ଫୁଟ୍‌ବଲ୍‌ ‌ଖାଲି ଏକ ଖେଳ ନୁହେଁ; ବରଂ ଏକ ଜୀବନଯାପନ ପ୍ରଣାଳୀ। କୁହାଯାଏ ବ୍ରାଜିଲରେ ଏମିତି ଇଲାକା ଓ ଗାଁ ନାହିଁ; ଯେଉଁଠି ଫୁଟ୍‌ବଲ୍‌ ପଡ଼ିଆ ତଥା କ୍ଲବ୍ ନାହିଁ; ସେଠି ହୁଏତ ଗୀର୍ଜା ନ ଥାଇପାରେ। ବ୍ରାଜିଲରେ ଫୁଟ୍‌ବଲ୍‌ର ଏନ୍ତୁଡ଼ିଶାଳ ସାଜି ଥିଲା ସହର ତଳି ବସ୍ତି ଅଞ୍ଚଳ ଓ ସେ ଅଞ୍ଚଳରେ ବସବାସ କରୁଥିବା ବର୍ଣ୍ଣସଙ୍କର ତଥା ଅପାଂକ୍ତେୟ ବର୍ଗ। ଫୁଟ୍‌ବଲ୍‌ ଜଗତ୍‌ର ହୀରା ପେଲେଙ୍କ ଚର୍ମର ରଙ୍ଗ, ବର୍ଣ୍ଣ ବିଷୟରେ କ’ଣ ବା କହିବା ଦରକାର! ହାରିବା ଜିଣିବା ଗଣିତର ବାଛବିଚାର ନ କରି ବ୍ରାଜିଲ ଖେଳାଳିମାନେ ଏକଦା ପଡ଼ିଆରେ ନିଜ ଜୀବନ ଛନ୍ଦର ଭାଷା, ପରିଭାଷା ଓ ଶୈଳୀ ପ୍ରକଟ କରି ଅନୁରାଗୀମାନଙ୍କୁ ମୋହାଚ୍ଛନ୍ନ କରି ରଖୁଥିଲେ। କିଛି ବର୍ଷ ଧରି ଅବଶ୍ୟ ସେଭଳି ଖେଳ ଦେଖିବାକୁ ମିଳୁନି। ଏ ଜଗତାୟନର ଯୁଗରେ ଅନେକ କିଛି ବଦଳି ଯାଇଛି। ମଧ୍ୟପ୍ରାଚ୍ୟର ମରୁଭୂମି ଓ ଉପସାଗରମୟ କାତାର୍‌ରେ ବିଶ୍ବକପ୍‌ ଫୁଟ୍‌ବଲ୍‌ ହୋଇପାରୁଛି। କାତାର୍‌ ସେଇ ଦେଶ ଯାହାର ମାନବିକ ଅଧିକାର ରେକର୍ଡ, ବହିରାଗତ ଶ୍ରମିକଙ୍କ ପ୍ରତି ଅସଦୟ ଆଭିମୁଖ୍ୟ ଓ ଅଗଣତାନ୍ତ୍ରିକ ଆତ୍ମସତ୍ତା ବାହାରେ- ବିଶେଷ କରି ପାଶ୍ଚାତ୍ୟ ଜଗତରେ- ଗ୍ରହଣୀୟ ନୁହେଁ। ହେଲେ କାତାର୍‌ ଜାଣିଛି ଫୁଟ୍‌ବଲ୍‌ ଏକ ଅତି ଦୃଶ୍ୟମାନ କୋମଳ ଶକ୍ତି, ଯାହା ଜରିଆରେ ବୈଧତା ହାସଲ କରିହେବ ଏବଂ ନିଜେ ଏକ ତୈଳ ଉର୍ଜା-ସଂସାଧନ ଭିତ୍ତିକ ଧାର୍ମିକ-ଜାତୀୟତାବାଦୀ ଦେଶରୁ ଆଧୁନିକ, ଆଦୃତ ରାଷ୍ଟ୍ରରେ ପରିଣତ ହୋଇପାରିବ। କାତାର୍‌ରେ ବିଶ୍ବକପ୍‌ ଫୁଟ୍‌ବଲ୍‌ ମରୁଭୂମିରେ ମହୋତ୍ସବ ଭଳି। ଦେଶଟି ଅବଶ୍ୟ ବେଶ୍‌ ବିତ୍ତଶାଳୀ ଯାହାର ରାଜଧାନୀ ଦୋହା ଆମେରିକୀୟ ମହାନଗରୀର ଭ୍ରମ ସୃଷ୍ଟି କରୁଥିବା ନଭଶ୍ଚୁମୀ ଅଟ୍ଟାଳିକାମୟ। ଏପରିକି ଡାଭିଡ୍‌ ବେକ୍‌ହାମ୍‌ଙ୍କ ଭଳି ଅତି ପ୍ରସିଦ୍ଧ ଖେଳାଳି ଆସି କାତାର୍‌ରେ ବିଶ୍ବକପ୍ ଫୁଟ୍‌ବଲ୍‌ର ପ୍ରଚାର ପ୍ରସାର କଲେଣି। ଯେଉଁଥିପାଇଁ ଆଶଙ୍କା କରାଯାଉଛି ସିଏ ସାର୍‌ ବା ନାଇଟ୍‌ ଉପାଧି ପାଇ ନ ପାରନ୍ତି। ଏସବୁ ସତ୍ତ୍ବେ ସାର୍ବଭୌମ କାତାର୍‌ ଦାବି କରୁଛି ଯେ ଉଭୟ ହାତ ଓ ଗୋଡ଼ର ସମ୍ମିଳିତ ଅବଦାନ ଯୋଗୁଁ ତାଙ୍କ ଦେଶ ଅସାଧ୍ୟ ସାଧନ କରିପାରିଛି।

ମହାତ୍ମା ଗାନ୍ଧୀ, ବିବେକାନନ୍ଦ, ରବୀନ୍ଦ୍ରନାଥ ଠାକୁର, ଆଲ୍‌ବେୟାର କାମ୍ୟୁ ଓ ନେଲ୍‌ସନ୍‌ ମାଣ୍ଡେଲା- ଏ ସଭିଏଁ ଫୁଟ୍‌ବଲ୍‌ ପ୍ରତି ଆକୃଷ୍ଟ ହୋଇଥିଲେ ନିଜ ନିଜ ବାଟରେ। ଦକ୍ଷିଣ ଆଫ୍ରିକାରେ ଥିଲା ବେଳେ ଗାନ୍ଧୀ ଫୁଟ୍‌ବଲ୍‌ ବାଟେ ଅହିଂସା ଓ ସତ୍ୟାଗ୍ରହ ଆଧାରିତ ପ୍ରତିରୋଧ କରିବା ନିମନ୍ତେ ଡର୍ବାନ୍‌, ପ୍ରିଟୋରିଆ ଓ ଜୋହାନ୍‌ସ୍‌ବର୍ଗରେ ‘ପାସିଭ୍‌ ରେଜିଷ୍ଟର୍‌ସ ସକର୍‌ କ୍ଲବ୍‌’ ପ୍ରତିଷ୍ଠା କରିବା ଦିଗରେ ସହଯୋଗର ହାତ ବଢ଼ାଇଥିଲେ। ଖେଳର ମଧ୍ୟାନ୍ତର ସମୟରେ ସିଏ ଖେଳାଳି ଓ ସ‌ମବେତ ଦର୍ଶକଙ୍କୁ ସମ୍ବୋଧନ କରି ଅହିଂସା ତଥା ସତ୍ୟାଗ୍ରହର ମହତ୍ତ୍ବ ସୂଚେଇ ଦେଉଥିଲେ। ଆହୁରି କହୁଥିଲେ ଖେଳରେ ଖେଳାଳି ଠାରୁ ବଡ଼ ଦଳ। ଶରୀରର ନନ୍ଦନ ତତ୍ତ୍ବ ଉପରେ ଗଭୀର ଆସ୍ଥା ପୋଷଣ କରୁଥିବା ବିବେକାନନ୍ଦ ଏକଦା କହିଥିଲେ- ବେଳେ‌ବେଳେ ଶାସ୍ତ୍ର ଓ ପ୍ରାର୍ଥନା ବଦଳରେ ଫୁଟ୍‌ବଲ୍‌ ବରଂ ଜଣକୁ ସ୍ବର୍ଗର ଅଧିକ ନିକଟବର୍ତ୍ତୀ କରିପାରେ। ଶାନ୍ତିନିକେତନ ପରିସରକୁ ଲାଗି ବାଲିପଡ଼ା ଗାଁ, ବସତି। ସେ ଗାଁର ଖେଳପଡ଼ିଆରେ ଜନଜାତି ବର୍ଗର ବାଳକ ଓ ଯୁବକଙ୍କ ସହ ଫୁଟ୍‌ବଲ୍‌ ଖେଳିବାକୁ ପସନ୍ଦ କରୁଥିଲେ ଗୁରୁଦେବ ରବୀନ୍ଦ୍ରନାଥ- ସାହିତ୍ୟ, ଦର୍ଶନ ଓ ଚିତ୍ରକଳା ସଂପୃକ୍ତିରୁ କିଛି ସମୟ ବାହାରିଯାଇ। ଅସ୍ତିତ୍ବବାଦୀ ଓ ନୋବେଲ୍‌ ବିଜେତା ଆଲ୍‌ବେୟାର୍‌ କାମ୍ୟୁ ଗୋଲ୍‌ରକ୍ଷକ ଭୂମିକାରେ ମଧ୍ୟ ଅବତୀର୍ଣ୍ଣ ହୋଇଥିଲେ। ସେଇ ଅଭିଜ୍ଞତାକୁ ସିଏ ପାଥେୟ କରି କହିଥିଲେ- ନୀତି, ନୈତିକତା, ଆନୁଗତ୍ୟ ଓ ଦାୟିତ୍ବବୋଧ ମତେ ଫୁଟ୍‌ବଲ୍‌ ଶିଖେଇଥିଲା। ନେଲ୍‌ସନ୍‌ ମାଣ୍ଡେଲାଙ୍କ ପାଇଁ ଫୁଟ୍‌ବଲ୍‌ ଖେଳ ଓ ପଡ଼ିଆ ଥିଲା ଇନ୍ଦ୍ରଧନୁ ସାମ୍ମୁଖ୍ୟର ଏକ ଚଳଚଞ୍ଚଳ ଓ ମୂର୍ତ୍ତିମନ୍ତ ପ୍ରତୀକ। ଏ ପାଞ୍ଚଜଣ ଉଭୟ ହାତ ଓ ଗୋଡ଼ର ମହାମାନବ।

ଅନ୍ୟ ସମୟରେ ଗୋଇଠା ମାରିଲେ ବିଷ୍ଣୁ କରିବାକୁ ଓ କହିବାକୁ ପଡ଼େ। ଫୁଟ୍‌ବଲ୍‌ ଖେଳରେ ତାହା କରିବାକୁ ବା କହିବାକୁ ପଡ଼େନି। କାରଣ ଖେଳରେ ଫୁଟ୍‌ବଲ୍‌ ହିଁ କେବଳ ଆହତ ଓ କ୍ଷତବିକ୍ଷତ ହେଉଥାଏ ଏବଂ ଦର୍ଶକମାନେ ଆନନ୍ଦ, ବିମଳ ଆନନ୍ଦ ଲାଭ କରୁଥାନ୍ତି। ବେଳେ ବେଳେ ଖେଳାଳିମାନେ ବି ଆହତ ହୁଅନ୍ତି। ବିଶ୍ବକପ୍‌ ଫୁଟ୍‌ବଲ୍‌ ଖେଳ ଆୟୋଜିତ ହେଲା ବେଳେ ଖେଳ ସାଙ୍ଗକୁ ଏଡୁଆର୍ଡୋ ଗା‌େଲଆନୋଙ୍କ ବିଶ୍ବପ୍ରସିଦ୍ଧ ପୁସ୍ତକ ‘‘ସକର୍‌ ଇନ୍‌ ସନ୍‌ ଆଣ୍ଡ ସାଡୋ’’ କଥା ଉଠିଥା‌ଏ। ସେଥିରେ ସିଏ କହିଛନ୍ତି ଫୁଟ୍‌ବଲ୍‌ ମାନେ ସୌନ୍ଦର୍ଯ୍ୟ, ଫୁଟ୍‌ବଲ୍‌ ମାନେ ଅଲୌକିକ ସ୍ମୃତି ହେବା; ଏକ ଦୃଶ୍ୟ ଓ ପରିବେଷଣ ମାତ୍ର ନୁହେଁ। କିନ୍ତୁ ଏବେ ଟିଭିର ଏକଛତ୍ରବାଦ ଓ ବଜାରର ଆଧିପତ୍ୟ ଫୁଟ୍‌ବଲ୍‌ ସହ ଯୋଡ଼ା ଆନନ୍ଦକୁ ନା କହୁଛି, ‘ଫାଣ୍ଟାସି’କୁ ମାରି ଦେଉଛି ଏବଂ ଦୁଃସାହସକୁ ନିଷିଦ୍ଧ କରୁଛି। ଫୁଟ୍‌ବଲ୍‌ ସେଇ ଖେଳ ଯେଉଁଠି ବିଗ୍ରହ ଧ୍ବଂସ କରିବାର ଆନନ୍ଦ ଓ ସେ ସବୁ ପୁନଃ ପ୍ରତିଷ୍ଠା କରିବାର ଆବଶ୍ୟକତା ସମାନୁପାତିକ ସଂପର୍କ ସଂପନ୍ନ- ଯାହାର ଶିକାର ମାରା‌େଡାନା। ଖେଳଟିର ଅସାଧାରଣ ସୌନ୍ଦର୍ଯ୍ୟ କହିଦିଏ ମଣିଷର ଅମରତ୍ବ ସମ୍ଭବ। ମଣିଷର ଶରୀରର ସୀମାର ଅସୀମିତ ସଂପ୍ରସାରଣର ଅନ୍ୟ ନାମ ଫୁଟ୍‌ବଲ୍‌। ଲେଖକ ‌େସଥି‌େର ଲେଖିଛନ୍ତି- ଚାହିଁଥିଲି ଫୁଟ୍‌ବଲ୍‌ ଖେଳିବାକୁ, ଗୋଡ଼ ଯୋଗ୍ୟ ହେଲାନି; ହାତର ଯୋଗ୍ୟତା ଯୋଗୁଁ ପ୍ରିୟ ଖେଳଟି ଉପରେ ଲେଖିପାରୁଛି। ବ୍ରାଜିଲ କି ଆର୍ଜେଣ୍ଟିନା ଜିଣୁ ବା ହାରୁ, ଆଲୋଚ୍ୟ ଲେଖକଙ୍କ ବହି ପଢ଼ିଲେ ଲାଗେ ଭଲ ଖେଳର ସୌନ୍ଦର୍ଯ୍ୟ ଜିଣୁଛି। କାରଣ ବହିଟି ମାର୍‌କ୍ବେଜ୍‌ ଓ ନେରୁଦାଙ୍କ ଲେଖା ଭଳି ବେଶ୍‌ ଭଲ ଓ ଅତି ସୁନ୍ଦର।
ମୋ: ୯୪୩୭୩୦୭୦୭୯