‘ଶିକାର’ ଓ ‘ଶିକାରୀ’

ଆମ ଦେଶର ସରକାରୀ ସ୍ତରରେ ଦୁର୍ନୀତି ଯେ ସର୍ବ-ବ୍ୟାପୀ ଏଭଳି ଧାରଣା ମଧୢ ଅତ୍ୟନ୍ତ ବଦ୍ଧମୂଳ। ସେହି କ୍ରମରେ ଅଧିକା˚ଶ ଭାରତୀୟ ନାଗରିକ କୌଣସି ନା କୌଣସି ବାଟରେ ଦୁର୍ନୀତିର ‘ଶିକାର’ ଏବ˚ ‘ଶିକାରୀ’ ମଧୢ ହୋଇଥାଆନ୍ତି! ଉଦାହରଣ ସ୍ବରୂପ ଥାନାରେ ଲାଞ୍ଚ ଦେବାକୁ ବାଧୢ ଜଣେ ବ୍ୟକ୍ତି ନିଜେ ତାଙ୍କ ସରକାରୀ ଚାକିରିରେ ଦୁର୍ନୀତିଗ୍ରସ୍ତ ‘ଶିକାରୀ’ ହୋଇଥାଇ ପାରନ୍ତି। ଏଭଳି ସ୍ଥିତିରେ ‘ଶିକାର’ ଏବ˚ ‘ଶିକାରୀ’ଙ୍କ ଜାନ୍ତବ ଅରଣ୍ୟକୁ ଏକ ନିରାପଦ ବିଚରଣ ଭୂମିରେ ପରିଣତ କରିବାକୁ ହେଲେ ଯାହା ଲୋଡ଼ା ତାହା ହେଉଛି ବ୍ୟବସ୍ଥାରେ ସ˚ସ୍କାର, ଯାହା ସରକାରୀ କାର୍ଯ୍ୟ-ବିଧିକୁ ସରଳତା ଏବ˚ ସ୍ବଚ୍ଛତା ପ୍ରଦାନ କରିବ।

ଆଜି ଯେଉଁ ‘ସୈତାନୀ ମହାଦ୍ରୁମ’ର ମୂଳୋତ୍ପାଟନକୁ ନେଇ ସମଗ୍ର ପୃଥିବୀରେ ଚିନ୍ତନ, ମନନ, ଶପଥ ଗ୍ରହଣ, ସଚେତନତା ପ୍ରସାରଣ ଇତ୍ୟାଦି ଘମାଘୋଟ ରୂପ ଧାରଣ କରିବ, ତାହା ହେଉଛି ‘ଦୁର୍ନୀତି’। ଯଦିଓ ଏହା ଏକ ବାସ୍ତବତା ଯେ ପୃଥିବୀ ବକ୍ଷରୁ ଏହା ସମୂଳେ ନିଶ୍ଚିହ୍ନ ହେବାର କୌଣସି ସମ୍ଭାବନା ନାହିଁ, ତଥାପି ସ୍ବପ୍ନଭୁକ୍‌ମାନେ ଏକ ‘ଦୁର୍ନୀତିମୁକ୍ତ ପୃଥିବୀ’ର ପରିକଳ୍ପନା କରନ୍ତି ଏବ˚ ବାସ୍ତବବାଦୀମାନେ ଦୁର୍ନୀତିକୁ ଏକ ସହନୀୟ ସ୍ତରକୁ ଆଣିବା ଲାଗି ଉପାୟ ନିର୍ଦ୍ଧାରଣରେ ଲାଗ ଥାଆନ୍ତି। ପୃଥିବୀରେ ଦୁର୍ନୀତି କିଭଳି ବଦ୍ଧମୂଳ ହୋଇଛି ସେ ସମ୍ବନ୍ଧରେ ଏକ ସୂଚନା ପାଇବାକୁ ହେଲେ ‘ଟ୍ରାନ୍‌ସପରେନ୍‌ସି ଇଣ୍ଟରନେସନାଲ’ ଦ୍ବାରା ପ୍ରତି ବର୍ଷ ପ୍ରକାଶିତ ହେଉଥିବା ‘କରପ୍‌ସନ୍‌ ପର‌୍‌ସେପ୍‌ସନ୍‌ସ ଇନ୍‌ଡେକ୍‌ସ’ (ସି.ପି.ଆଇ.) ବା ‘ଦୁର୍ନୀତି ଧାରଣା ସୂଚକାଙ୍କ’ ଉପରେ ଦୃଷ୍ଟି ପକାଇବାକୁ ହେବ, ଯହିଁରୁ ଜଣାପଡ଼େ ଯେ ପୃଥିବୀର ପ୍ରାୟ ୮୦୦ କୋଟି ଜନସ˚ଖ୍ୟାରୁ ୭୯.୭ (ପ୍ରାୟ ୮୦) ପ୍ରତିଶତ ଦୁର୍ନୀତିର ‘ଶିକାର’। ଏହି ପରିପ୍ରେକ୍ଷୀରେ ଜାତିସ˚ଘ ଦ୍ବାରା ଘୋଷିତ ‘ଆନ୍ତଜାତିକ ଦୁର୍ନୀତି ନିବାରଣ ଦିବସ’ ଆଜି ତା’ର ଊନବି˚ଶତମ ସମ୍ବତ୍ସର ପାଳନ କରୁଥିବା ବେଳେ ଦୁର୍ନୀତିର ମୁକାବିଲା ସ˚ଦର୍ଭରେ ଚର୍ବିତଚର୍ବଣ ବିଚାରବିମର୍ଶ ଏବ˚ ଉପାୟଗୁଡ଼ିକର ପ୍ରାସଙ୍ଗିକତା ଏକ କ୍ଷୁଦ୍ର ତର୍ଜମାର ଅବକାଶ ସୃଷ୍ଟି କରିଥାଏ।
ତେବେ, ପ୍ରଥମେ ଏ ସ˚ଦର୍ଭରେ କ୍ଲେଟନ୍‌ ଖ୍ରୀଷ୍ଟର୍ନସନ, ଏଫୋସା ଓଜୋମୋ ଏବ˚ କରେନ ଡିଲନ୍‌ଙ୍କ ରଚିତ ପୁସ୍ତକ ‘ଦ ପ୍ରସ୍‌ପରିଟି ପାରାଡକ୍‌ସ’ରେ ସ୍ଥାନିତ ଏକ ଘଟଣାର ଦୃଷ୍ଟାନ୍ତ ନିଆଯାଉ। ତହିଁରେ ବର୍ଣ୍ଣିତ ଅଛି କିଭଳି ଦକ୍ଷିଣ କୋରିଆର ଏକ ଦୁର୍ଗମ ଅଞ୍ଚଳରେ ପାଦ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଏହାର ଳେଖକ କ୍ଲେଟନ୍‌ ମହାଶୟ ଏଭଳି ଜଣେ ବ୍ୟକ୍ତିଙ୍କ ସ˚ସ୍ପର୍ଶରେ ଆସିଥିଲେ, ଯିଏ ସେଠାକାର ମୁଷ୍ଟିମେୟ ବାସିନ୍ଦାଙ୍କ ଠାରୁ ‘ସୁରକ୍ଷା ବୀମା’ ନାମରେ ମାସିକ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଆଦାୟ କରୁଥିଲେ, ଯାହାକୁ ଦେବା ଲାଗି ପ୍ରତ୍ୟାଖ୍ୟାନ କରିବାର ଅର୍ଥ ହେଲା ଅବିଳମ୍ବେ ଚୋରିର ଶିକାର ହୋଇ ସର୍ବସ୍ବ ହରାଇବା। ସୁତରା˚, ପୁଲିସ ବା ପ୍ରଶାସନର ପଦଚିହ୍ନ ବହିର୍ଭୂତ ସେଭଳି ଏକ ସ୍ଥାନର ଅଧିବାସୀମାନେ ଅଗତ୍ୟା ସେମାନଙ୍କ ଅଗୋଚରରେ ଏକ ଦୁର୍ନୀତିପୂର୍ଣ୍ଣ ପ୍ରଥାର ସୃଷ୍ଟିରେ ଅ˚ଶୀଦାର ହୋଇ ସାରିଥିଲେ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ‘ଏକ୍‌ସଟର୍‌ସନ୍‌’ ବା ‘ବଟି’ ନାମଧାରୀ ଏହି ଦୁର୍ନୀତି ଦୂର ଅତୀତରୁ ରହି ଆସିଛି, ଯାହା ଆଗକୁ ମଧୢ ପରିପୁଷ୍ଟ ହୋଇ ରହିବ ଏବ˚ ବିଡ଼ମ୍ବନାଟି ହେଉଛି ବର୍ତ୍ତମାନ ଉଭୟ ଅସାମାଜିକ ବ୍ୟକ୍ତି ବା ଗୋଷ୍ଠୀ ଏବ˚ ଆଇନ ରକ୍ଷାକାରୀ ପୁଲିସ ଏଭଳି ‘ବଟି’ ଆଦାୟକାରୀ ଭୂମିକାରେ ଅବତୀର୍ଣ୍ଣ। କିନ୍ତୁ ସେ ଯାହା ହେଉ, ଏହି ସ˚ଦର୍ଭରେ ଯେଉଁ ଅସ˚ଗତି ସ˚ପର୍କରେ ଚର୍ଚ୍ଚା କରାଯିବା ଉଚିତ, ତାହା ଜନ-ଧାରଣାରେ ଦୁର୍ନୀତିର ‘ଶିକାର’ମାନଙ୍କୁ ଅସହାୟ ରୂପେ ପ୍ରଦର୍ଶିତ କରାଇ କେବଳ ‘ଶିକାରୀ’ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାର ପ୍ରବଣତା। ଉଭୟ ଯେ ଗୋଟିଏ ପ୍ରକରଣର ଅ˚ଶୀଦାର ଏହା ସମସ୍ତେ ପାସୋରି ଯାଆନ୍ତି ଯେମିତି!
ଏହା ସମସ୍ତଙ୍କୁ ଜଣା ଯେ ସରକାରୀ ଆଇନ ଏବ˚ ନିୟମର ବହୁଳତା ଏବ˚ ଜଟିଳତା ତଥା ଏକ ଦୁର୍ଭେଦ୍ୟ ‘ବ୍ୟୁରୋକ୍ରାସି’ ବା ଅମଲାତନ୍ତ୍ର ସର୍ବତ୍ର ଦୁର୍ନୀତିର କାରଣ ଭାବେ ଚିହ୍ନିତ। ଏଭଳି ସ୍ଥଳେ କୌଣସି ନ୍ୟାୟୋଚିତ ସରକାରୀ କାର୍ଯ୍ୟଟିଏ କରାଇବା ଲାଗି ମଧୢ ପ୍ରତିବନ୍ଧର ସମ୍ମୁଖୀନ ଲୋକେ ଉତ୍କୋଚ ଦେବାକୁ ପଶ୍ଚାତ୍‌ପଦ ହୋଇ ନ ଥାନ୍ତି; ଯାହା ଜାତିଗତ ପ୍ରମାଣପତ୍ର ପାଇବାକୁ ଉଦ୍‌ଗ୍ରୀବ ଜଣେ ଅତ୍ୟନ୍ତ ଦରିଦ୍ର ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ପୁ˚ଜି ନିବେଶ କରିବାକୁ ଆଗ୍ରହୀ ବିତ୍ତଶାଳୀ ଉଦ୍ୟୋଗପତିଙ୍କ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପରିଦୃଷ୍ଟ ହୋଇଥାଏ। ତେବେ, ଏହି ସ˚ଦର୍ଭରେ ଯଦି ପ୍ରଶ୍ନ କରାଯାଏ ଯେ ଏଭଳି ସ୍ଥଳେ ‘ଶିକାର’ କିଏ ଏବ˚ ‘ଶିକାରୀ’ କିଏ? ତେବେ ଯେଉଁ ଉତ୍ତର ମିଳିବ ସେ ନେଇ କାହା ମନରେ ସନ୍ଦେହ ରହିବା ଉଚିତ ନୁହେଁ। କିନ୍ତୁ ‘ଟଙ୍କା ଦେଲେ ସବୁ କିଛି ସମ୍ଭବ’ ଭଳି ସୃଷ୍ଟ ଏକ ଧାରଣା ଯେ ଦୁର୍ନୀତିର ତଥାକଥିତ ’ଶିକାରୀ’ମାନଙ୍କୁ ଅଗତ୍ୟା ‘ଶିକାର’ରେ ପରିଣତ କରିଦେଇଛି, ତାହା ମଧ୍ୟ କହିବା ବାହୁଲ୍ୟ; କାରଣ ଗଳା ବାଟରେ ଯେ କୌଣସି କାର୍ଯ୍ୟ କରିବା ଲାଗି ନିର୍ବିଚାରରେ ଟଙ୍କା ଫୋପାଡ଼ି ପାରୁଥିବା ବିତ୍ତଶାଳୀମାନଙ୍କ ସମ୍ମୁଖରେ କ୍ଷମତାଶାଳୀ ସରକାରୀ କର୍ମଚାରୀମାନେ ନତଜାନୁ ହୋଇ ଛିଡ଼ା ହୁଅନ୍ତି; ସତେ ଯେମିତି ସେମାନେ ‘ଶିକାରୀ’ ନୁହନ୍ତି,. ‘ଶିକାର!’ ସୁତରା˚, ଦୁର୍ନୀତିର ‘ଶିକାର’ ଏବ˚ ‘ଶିକାରୀ’ମାନଙ୍କ ଭୂମିକା ଘଟଣାଚକ୍ରରେ ମୁହୁର୍ମୁହୁ ବଦଳୁ ଥିବାରୁ ଲୋକ ଚକ୍ଷୁରେ ଦୁୁର୍ନୀତିଗ୍ରସ୍ତ ଭାବେ ଅଭିହିତ କେବଳ ଲାଞ୍ଚ ଗ୍ରହୀତା ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯେ ଯଥେଷ୍ଟ ନୁହେଁ, ଏହା ହୃଦ୍‌ବୋଧ କରିହୁଏ। ବର˚ ଦୁର୍ନୀତିର ପ୍ରବାହକୁ ଚିରସ୍ରୋତା କରୁଥିବା ଲାଞ୍ଚ ପ୍ରଦାନକାରୀମାନେ ମଧୢ ଏଥି ଲାଗି ଦାୟୀ ହେବା ଉଚିତ। ଉଲ୍ଲେଖଯୋଗ୍ୟ ଯେ ସ˚ପ୍ରତି ‘ସି.ପି.ଆଇ’ ତାଲିକାରେ ଅତ୍ୟନ୍ତ ସାଧୁ ବା ଦୁର୍ନୀତିମୁକ୍ତ ଭାବେ ଚିହ୍ନିତ ରାଷ୍ଟ୍ରଗୁଡ଼ିକ ମଧୢ ଅତୀତରେ ଦୁର୍ନୀତିଗ୍ରସ୍ତ ଥିଲେ, ଯେଉଁମାନେ ରାଷ୍ଟ୍ର ଗଠନର କ୍ରମ ବିବର୍ତ୍ତନରେ ଏକ ସରଳ ଏବ˚ ପାରଦର୍ଶୀ ସରକାରୀ ବ୍ୟବସ୍ଥାକୁ ସୃଷ୍ଟି କରି ନିଜ ନିଜ ଦେଶରେ ବିକାଶ ପାଇଁ ପଥ ଉନ୍ମୋଚନ କରିବା ସହିତ ଦୁର୍ନୀତିକୁ ଦୂର କରିବାରେ ସମର୍ଥ ହୋଇଛନ୍ତି। ସୁତରା˚, କହିବା ଅନାବଶ୍ୟକ ଯେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଲୋଡ଼ା ସରକାରୀ ବ୍ୟବସ୍ଥାରେ ସ˚ସ୍କାର, ଯାହା ଦୁର୍ନୀତି ହ୍ରାସରେ ବାସ୍ତବ‌େର ସହାୟକ ହେବ।
ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଲା ପ୍ରତ୍ୟେକ ସାଧାରଣ ବ୍ୟକ୍ତି ନିଜ ଜୀବନର ବିଭିନ୍ନ ସ୍ତରରେ ଅନେକ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ କରୁଥିଲେ ସୁଦ୍ଧା ନିଜ ମଧୢରେ କୌଣସି ନୈତିକ ବିରୋଧ ବା ବିବେକ ଦ˚ଶନରେ ଜର୍ଜର ହୋଇ ନ ଥାଆନ୍ତି। ଉଦାହରଣ ସ୍ବରୂପ ଟ୍ରାଫିକ୍‌ ପୁଲିସ ନ ଥିବା ବେଳେ ବିଳମ୍ବିତ ରାତିରେ ପ୍ରାୟ ନିର୍ଜନ ଛକମାନଙ୍କରେ ଲୋହିତ ଆଲୋକର ସିଗନାଲ ସତ୍ତ୍ବେ ତାକୁ ଅମାନ୍ୟ କରି ସଡ଼କ ଅତିକ୍ରମ କରିଯିବାର ପ୍ରବଣତା ଆମମାନଙ୍କ ଠାରେ ଦେଖା ଦିଏନାହିଁ କି? ‘ସି.ପି.ଆଇ.’ ତାଲିକାରେ ଏକ ସମ୍ମାନାସ୍ପଦ ୨୭ତମ ସ୍ଥାନ ଲାଭ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ଗାଡ଼ି ଚାଳକମାନେ ‘େଵଜ୍‌’ ନାମକ ଏକ ମୋବାଇଲ୍‌ ଆପ୍‌ର ବହୁଳ ବ୍ୟବହାର କରନ୍ତି; ଫଳରେ ନିୟମ ଭଙ୍ଗକାରୀ ଗାଡ଼ି ଚାଳକଙ୍କୁ ଜବତ କରିବା ଲାଗି ଲୁଚି ରହିଥିବା ପୁଲିସ ଗାଡ଼ିର ଉପସ୍ଥିତି ସମ୍ବନ୍ଧରେ ସୂଚନା ସେହି ‘ଆପ୍‌’ ଦ୍ବାରା ପାଇ ସମସ୍ତେ ଆଗତୁରା ସତର୍କ ହୋଇଯାଆନ୍ତି। ଅବଶ୍ୟ, ଏହା ମଧୢ ସତ ଯେ କୌଣସି ବିପଦ ସୃଷ୍ଟିକାରୀ ଆଇନ ବହିର୍ଭୂତ କାର୍ଯ୍ୟ ବା ନିୟମ ଭଙ୍ଗ ବା ଅପରାଧ ଘଟାଇବାର ପ୍ରବଣତା ବା ସାହସ ସମସ୍ତଙ୍କ ଠାରେ ଉପଲବ୍‌ଧ ହୋଇ ନ ପାରେ; କିନ୍ତୁ ଏହା ମଧୢ ସ୍ବୀକାର୍ଯ୍ୟ ଯେ ଏକ ନିଆଁ ଝୁଲ ତୁଲ୍ୟ ବିଦ୍ୟମାନ ଥିବା ନିୟମ ଲଂଘିବାର ମନୋଭାବ ଘଟଣାଚକ୍ରରେ ଲାଞ୍ଚ ଦେବା ବା ନେବା ଭଳି ଅଗତ୍ୟା ନିରୀହ ବୋଧ ହେଉଥିବା ଦୁର୍ନୀତିକୁ ଜନ୍ମ ଦେବାର ସମ୍ଭାବନା ବହନ କରିଥାଏ।
‘ଦ ପ୍ରସ୍‌ପରିଟି ପାରାଡକ୍‌ସ’ ପୁସ୍ତକର ଏକ ନିଷ୍କର୍ଷ ହେଲା ଉତ୍କୋଚ ପ୍ରଦାନ ବା ଗ୍ରହଣ କରୁଥିବା ବ୍ୟକ୍ତି ବିଶେଷ କୌଣସି ନୈତିକ ଦ୍ବନ୍ଦ୍ବର ସମ୍ମୁଖୀନ ହୁଅନ୍ତି ନାହିଁ। କାରଣ ଜଟିଳ ସରକାରୀ ବ୍ୟବସ୍ଥା କାରଣରୁ ସୃଷ୍ଟ ପ୍ରତିବନ୍ଧରୁ ପରିତ୍ରାଣ ପାଉଥିବା ବ୍ୟକ୍ତି ଏବ˚ ତାଙ୍କୁ ପରିତ୍ରାଣ ପ୍ରଦାନ କରୁଥିବା ବ୍ୟକ୍ତି ଉଭୟେ ପରସ୍ପରକୁ କୃତାର୍ଥ କରିଥିବାର ଭାବ ଦ୍ବାରା ଆଶ୍ବସ୍ତି ଲାଭ କରିଥାଆନ୍ତି। କିନ୍ତୁ ସଚରାଚର ଅନୈତିକ ଟଙ୍କା କାରବାରକୁ ହିଁ ପ୍ରମୁଖତଃ ଦୁର୍ନୀତି ଭାବେ ବିଚାର କରାଯାଇଥାଏ! ‘ସି.ପି.ଆଇ.’ର ତାଲିକା ଅନୁସାରେ ଚଳିତ ବର୍ଷ ଭାରତର ସ୍ଥାନ ୧୮୦ଟି ରାଷ୍ଟ୍ର ମଧୢରେ ୮୫ରେ ରହିଛି, ଯାହା ମଧୢମ ସ୍ଥାନୀୟ। ତେବେ, ଆମ ଦେଶର ସରକାରୀ ସ୍ତରରେ ଦୁର୍ନୀତି ଯେ ସର୍ବ-ବ୍ୟାପୀ ଏଭଳି ଧାରଣା ମଧୢ ଅତ୍ୟନ୍ତ ବଦ୍ଧମୂଳ। ସେହି କ୍ରମରେ ଅଧିକା˚ଶ ଭାରତୀୟ ନାଗରିକ କୌଣସି ନା କୌଣସି ବାଟରେ ଦୁର୍ନୀତିର ‘ଶିକାର’ ଏବ˚ ‘ଶିକାରୀ’ ମଧୢ ହୋଇଥାଆନ୍ତି! ଉଦାହରଣ ସ୍ବରୂପ ଥାନାରେ ଲାଞ୍ଚ ଦେବାକୁ ବାଧୢ ଜଣେ ବ୍ୟକ୍ତି ନିଜେ ତାଙ୍କ ସରକାରୀ ଚାକିରିରେ ଦୁର୍ନୀତିଗ୍ରସ୍ତ ‘ଶିକାରୀ’ ହୋଇଥାଇ ପାରନ୍ତି। ଏଭଳି ସ୍ଥିତିରେ ‘ଶିକାର’ ଏବ˚ ‘ଶିକାରୀ’ଙ୍କ ଜାନ୍ତବ ଅରଣ୍ୟକୁ ଏକ ନିରାପଦ ବିଚରଣ ଭୂମିରେ ପରିଣତ କରିବାକୁ ହେଲେ ଯାହା ଲୋଡ଼ା ତାହା ହେଉଛି ବ୍ୟବସ୍ଥାରେ ସ˚ସ୍କାର, ଯାହା ସରକାରୀ କାର୍ଯ୍ୟ-ବିଧିକୁ ସରଳତା ଏବ˚ ସ୍ବଚ୍ଛତା ପ୍ରଦାନ କରିବ।

ସମ୍ବନ୍ଧିତ ଖବର