କହିବା ଅନାବଶ୍ୟକ ଯେ ଏହି ବ୍ୟୂହରେ ପ୍ରବେଶ କରୁଥିବା ଅଭିମନ୍ୟୁମାନେ ମାନସିକ ଚାପ, ବିଫଳତାର ଭୟ, ବିଫଳତା ଜନିତ ଲା˚ଛନା, ହତାଶାବୋଧ, ହୀନମନ୍ୟତା, ବିଷାଦ ଆଦି ଦ୍ବାରା ଏଭଳି କ୍ଷତାକ୍ତ ହୁଅନ୍ତି ଯେ ଦୀର୍ଘ କାଳ ଲାଗି ଏହା ସେମାନଙ୍କ ବ୍ୟକ୍ତିତ୍ବକୁ ପ୍ରଭାବିତ କରିଥାଏ। ଗଲା ଫେବ୍ରୁଆରି ୨୪ ତାରିଖ ସମ୍ବାଦପତ୍ରରେ ଏହିଭଳି ଜଣେ ହତଭାଗ୍ୟ ଅଭିମନ୍ୟୁଙ୍କ ସମ୍ବନ୍ଧରେ ପ୍ରକାଶିତ ହୋଇଛି , ଯିଏ ‘ନିଟ୍-ୟୁଜି’ ପରୀକ୍ଷାର ପ୍ରସ୍ତୁତିଜନିତ ଚାପ ସହି ନ ପାରି କୋଟାସ୍ଥିତ ଏକ କୋଚି˚ ସେଣ୍ଟର ହଷ୍ଟେଲରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ବୟସ ହୋଇଥିଲା ମାତ୍ର ସତର ବର୍ଷ!
ମହାଭାରତରେ ବାଳକ ଅଭିମନ୍ୟୁ ସମ୍ମୁଖୀନ ହୋଇଥିବା ପରିସ୍ଥିତିର ଏକ ସା˚ପ୍ରତିକ ସମାନ୍ତରାଳ ଯେଉଁମାନେ ଦେଖିବାକୁ ଚାହାନ୍ତି, ସେମାନେ ତାହା ବିଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ସକାଶେ ବିନିଦ୍ର ରଜନୀ ଗଳଦ୍ଘର୍ମ ହୋଇ ପରିଶ୍ରମ କରୁଥିବା ଲକ୍ଷ ଲକ୍ଷ ଭାରତୀୟ କୈଶୋରୋତ୍ତୀର୍ଣ୍ଣମାନଙ୍କ ଠାରେ ଦେଖିବାକୁ ପାଇବେ। ଯଦିଓ, କହିବା ଅନାବଶ୍ୟକ ଯେ ଆମ ଦେଶରେ ପ୍ରତ୍ୟେକ ପ୍ରବେଶିକା ପରୀକ୍ଷା ପ୍ରାର୍ଥୀମାନଙ୍କ ସକାଶେ ଗୋଟିଏ ଗୋଟିଏ ଅଗ୍ନିପରୀକ୍ଷା ତୁଲ୍ୟ ହୋଇଥାଏ; ଏଠାରେ ଯେଉଁ ନିର୍ଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାକୁ କେନ୍ଦ୍ର କରି ଆଲୋଚନାଟି ଗଢ଼ି ଉଠିବାକୁ ଯାଉଛି, ତାହା ହେଲା ମେଡିକାଲ ସ୍ନାତକ ଏବ˚ ସ୍ନାତକୋତ୍ତର ଶିକ୍ଷାରେ ପ୍ରବେଶାଧିକାର ପ୍ରଦାନ କରୁଥିବା ଏକକ ପରୀକ୍ଷା ‘ନିଟ୍-ୟୁ.ଜି.’(ସ୍ନାତକ) ଏବ˚ ‘ନିଟ୍- ପି.ଜି.’(ସ୍ନାତକୋତ୍ତର); କାରଣ ସ˚ପ୍ରତି ଏହି ପରୀକ୍ଷାଟି ଏଭଳି କଳ୍ପନାତୀତ ଭାବେ ତୀବ୍ର ପ୍ରତିଦ୍ବନ୍ଦ୍ବିତା, ବିଫଳତା, ମାନସିକ ଚାପ, ବିବାଦ ଏବ˚ ହତାଶାବୋଧ ସୃଷ୍ଟି କରିବାରେ ଲାଗିଛି ଯେ ତାହା ଅଭିମନ୍ୟୁଙ୍କୁ ହିଁ ସ୍ମରଣକୁ ଆଣିଥାଏ, ଯିଏ ଚକ୍ରବ୍ୟୂହ ମଧୢକୁ ପ୍ରବେଶ ତ କରିଥିଲେ, କିନ୍ତୁ ତହିଁରୁ ଉଦ୍ଧାର ପାଇବାର ବାଟ ନ ପାଇ ଅଗତ୍ୟା କୌରବ ସପ୍ତରଥୀଙ୍କ ହସ୍ତରେ ନିହତ ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ଗଲା ମାସ ଦିଲ୍ଲୀରେ ଅନୁଷ୍ଠିତ ଏକ ଉତ୍ସବରେ ଯୋଗ ଦେଇ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଵାଇ.ଭି.ଚନ୍ଦ୍ରଚୂଡ଼ କହିବା ଶୁଣାଯାଇଥିଲା ଯେ ‘ନିଟ୍’ ପରୀକ୍ଷା ଓ ଫଳ ପ୍ରକାଶନ ସମୟରେ ବିଭିନ୍ନ ବିବାଦକୁ କେନ୍ଦ୍ର କରି ଅଦାଲତ(ଏପରିକି ସର୍ବୋଚ୍ଚ ଅଦାଲତ)ଗୁଡ଼ିକରେ ମାମଲା ସ˚ଖ୍ୟାରେ ତୀବ୍ର ବୃଦ୍ଧି ଘଟିବାରେ ଲାଗିଛି, ଯାହା ସୂଚାଇ ଥାଏ ଯେ ଏ ସମଗ୍ର ପ୍ରକରଣ ଏକ ବ୍ୟାପକ ସ˚ସ୍କାର ଆବଶ୍ୟକ କରୁଛି। ମୁଖ୍ୟ ବିଚାରପତିଙ୍କ ନିରୀକ୍ଷଣକୁ ପ୍ରମାଣିତ କଲା ଭଳି ଏକ ପରିସ˚ଖ୍ୟାନ କହିଥାଏ ଯେ ଏହି ସମୟରେ ‘ଡାଇରେକ୍ଟରେଟ୍ ଜେନେରାଲ ଅଫ୍ ହେଲ୍ଥ ସର୍ଭିସେସ୍’ ଅଧୀନ ‘ମେଡିକାଲ କାଉନ୍ସେଲି˚ କମିଟି ବା ‘ଏମ୍.ସି.ସି.’କୁ ହାରାହାରି ୪୦୦ ମାମଲା ସକାଶେ ଅଦାଲତକୁ ଦୌଡ଼ିବାକୁ ହୋଇଥାଏ। ଅବଶ୍ୟ, ଏଭଳି ସ୍ଥିତି ପଛରେ ନିହିତ ଥିବା କାରଣ ଠଉରାଇବା ଆଦୌ କଷ୍ଟକର ନୁହେଁ, ଯାହା ହେଲା ଡାକ୍ତରୀ ଶିକ୍ଷା ଲାଭ କରିବା ନେଇ ସୃଷ୍ଟ ଏକ ତୀବ୍ର ବର୍ଦ୍ଧମାନ ଉଚ୍ଚାଟ। ପ୍ରକାଶ ଥାଉ କି, ଗଲା ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଅନୁଷ୍ଠିତ ‘ନିଟ୍-ୟୁଜି’ ପରୀକ୍ଷାରେ ଅ˚ଶ ଗ୍ରହଣ କରିଥିବା ପ୍ରାର୍ଥୀଙ୍କ ସ˚ଖ୍ୟା ଥିଲା ୧୭.୬ ଲକ୍ଷ, ଯାହା ଭାରତରେ ଯେ କୌଣସି ପ୍ରବେଶିକା ପରୀକ୍ଷାରେ ଅ˚ଶ ଗ୍ରହଣକାରୀଙ୍କ ସ˚ଖ୍ୟା ଦୃଷ୍ଟିରୁ ଏକ ରେକର୍ଡ୍। ଅପର ପକ୍ଷରେ ଇ˚ଜିନିଅରି˚ ପ୍ରବେଶିକା ପରୀକ୍ଷାରେ ଅବତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ସ˚ଖ୍ୟାରେ କ୍ରମ-ଅବନତି ପରିଦୃଷ୍ଟ ହେଉଛି; ଯେମିତି କି ୨୦୧୯ରେ ୧୧.୫ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨୦୨୨ ମସିହାରେ ସେହି ସ˚ଖ୍ୟା ପହଞ୍ଚିଥିଲା ୯.୦୫ ଲକ୍ଷରେ। ଏବ˚ କହିବାରେ ଦ୍ବିଧା ନାହିଁ ଯେ ପ୍ରାୟ ୧୪୦ କୋଟି ଜନସ˚ଖ୍ୟା ବିଶିଷ୍ଟ ଭାରତରେ ‘ଏମ୍.ବି.ବି.ଏସ୍.’ ବା ସ୍ନାତକ ଏବ˚ ‘ପି.ଜି.’ ବା ସ୍ନାତକୋତ୍ତର ଶିକ୍ଷା ଲାଗି ସିଟ୍ ସ˚ଖ୍ୟା ଅତ୍ୟନ୍ତ ସୀମିତ, ଯାହା ଯଥାକ୍ରମେ ୧ ଲକ୍ଷ ୨୨୬ ଏବ˚ ୬୪ ହଜାର। ପରିସ୍ଥିତିର ଗମ୍ଭୀରତା ଏଥିରୁ ଆକଳନ କରାଯାଇ ପାରିବ ଯେ ସ˚ପ୍ରତି ‘ଏମ୍.ବି.ବି.ଏସ୍.’ ପାଠ୍ୟକ୍ରମରେ ଉପଲବ୍ଧ ପ୍ରତି ସିଟ୍ ଲାଗି ହାରାହାରି ୩୩ ଜଣ ଅଭିଳାଷୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଭଳି ଏକ ଅତ୍ୟନ୍ତ ସ˚ଘର୍ଷାତ୍ମକ ସ୍ଥିତିରେ ‘ନିଟ୍-ୟୁ.ଜି.’ ପରୀକ୍ଷାର ପରିଚାଳନା, ପ୍ରକାଶିତ ଫଳ ନେଇ ସନ୍ଦେହ, ଆରକ୍ଷଣ ବ୍ୟବସ୍ଥାର ବିଭିନ୍ନତା, ଘରୋଇ ମେଡିକାଲ କଲେଜଗୁଡ଼ିକର ଆପତ୍ତି, ଏପରିକି ପରୀକ୍ଷା ତାରିଖ ଇତ୍ୟାଦିକୁ କେନ୍ଦ୍ର କରି ମାମଲାମାନ ଅଦାଲତକୁ ଯାଇଥାଏ, ଯାହା ପ୍ରକାରାନ୍ତରେ ପ୍ରାର୍ଥୀ ଓ ତାଙ୍କ ପରିବାର ସକାଶେ ଅଯଥା ଅର୍ଥ ବ୍ୟୟ ଏବ˚ ଅନିଶ୍ଚିତ ଭବିଷ୍ୟତ୍ ନେଇ ଘୋର ଉଦ୍ବେଗର କାରଣ ହୋଇପଡ଼େ। ସେହି ଭଳି ମେଡିକାଲ ‘ସ୍ନାତକୋତ୍ତର’ ଡିଗ୍ରିରେ ଜଣେ ଡାକ୍ତର କେଉଁ ବିଭାଗରେ ନାମ ଲେଖାଇବାକୁ ଯୋଗ୍ୟ ହେଉଛନ୍ତି, ତାହା ତାଙ୍କ କ୍ୟାରିଅରର ଦିଗ ଓ ବେଗ ନିର୍ଦ୍ଧାରଣ କରୁଥିବାରୁ ‘ପି.ଜି.’ ପ୍ରବେଶିକା ପରୀକ୍ଷା ତୁଳନାତ୍ମକ ଭାବେ ଅଧିକ ବିବାଦାସ୍ପଦ ହୋଇ ଅଦାଲତକୁ ଅଧିକ ସ˚ଖ୍ୟକ ମାମଲା ଯାଉଥିବାର ଦେଖିବାକୁ ମିଳେ, ସ˚ଖ୍ୟା ଦୃଷ୍ଟିରୁ ଯାହା ‘ୟୁ.ଜି.’ ପରୀକ୍ଷାଜନିତ ଅଦାଲତୀ ମାମଲାର ପ୍ରାୟ ୯ ଗୁଣ। ପ୍ରକାଶ ଥାଉ କି, ୨୦୨୧ ମସିହାରେ କୋଭିଡ୍ ପାନ୍ଡେମିକ୍ କାରଣରୁ ଦୁଇ ଥର ସ୍ଥଗିତ ହୋଇଥିବା ‘ନିଟ୍- ପିଜି’ ପରୀକ୍ଷାର ଆୟୋଜନ ଓ ତା’ ସହିତ ସ˚ପୃକ୍ତ ପ୍ରକରଣମାନ ଏ ଯାବତ୍ ଲାଇନ୍ଚ୍ୟୁତ ହୋଇ ରହିଛନ୍ତି। ୨୦୨୧ ମସିହାର ବିଳମ୍ବ ପରେ ୨୦୨୨ରେ ‘ନିଟ୍ ପିଜି’ ପରୀକ୍ଷା ମେ’ ମାସରେ ଅନୁଷ୍ଠିତ ହୋଇଥିଲା ଏବ˚ ବିଡ଼ମ୍ବନାର ବିଷୟ, ୨୦୨୩ ମସିହା ଜାନୁଆରି ମାସ ସୁଦ୍ଧା ପ୍ରାୟ ୧୦୦୦ରୁ ଅଧିକ ‘ପି.ଜି.’ ସିଟ୍ରେ ନାମ ଲେଖା ସରି ପାରି ନ ଥିଲା। ସେହି ଭଳି ଗଲା ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ‘ନିଟ୍ ପି.ଜି.’ ପରୀକ୍ଷାକୁ ଘୁଞ୍ଚାଇବା ସକାଶେ ମଧୢ କେତେକ ମାମଲା ମାନ୍ୟବର ସୁପ୍ରିମ କୋର୍ଟକୁ ଯାଇଥିଲା, ଯାହାର କାରଣ ଥିଲା ବିଭିନ୍ନ ରାଜ୍ୟରେ ‘ଏମ୍.ବି.ବି.ଏସ୍.’ ଶିକ୍ଷା ସମାପ୍ତିର ସମୟ ଭିନ୍ନ ଭିନ୍ନ ହୋଇଥିବାରୁ ମାର୍ଚ୍ଚ ୫ ତାରିଖରେ ଅସ˚ଖ୍ୟ ଡାକ୍ତର ଏହି ପରୀକ୍ଷାରେ ଅ˚ଶଗ୍ରହଣ କରିବାର ସୁଯୋଗରୁ ବଞ୍ଚିତ ହୁଅନ୍ତେ। ପ୍ରକାଶ ଥାଉ କି ଏଭଳି ଏକାଧିକ ମାମଲାର ଚାପ ଫଳରେ ଯେଉଁମାନଙ୍କ ‘ଏମ୍.ବି.ବି.ଏସ୍.’ ଶିକ୍ଷା ଅଗଷ୍ଟ ମାସ ସୁଦ୍ଧା ସମାପ୍ତ ହେବ, ସେମାନେ ମାର୍ଚ୍ଚ ୫ ତାରିଖ ପରୀକ୍ଷା ଦେବାର ସୁଯୋଗ ଲାଭ କରିଛନ୍ତି। ସ˚ପ୍ରତି ୬୪ ହଜାର ‘ପି.ଜି.’ ସିଟ୍ ଲାଗି ୨ ଲକ୍ଷରୁ ଅଧିକ ଡାକ୍ତର ପରୀକ୍ଷା ଦିଅନ୍ତି, ଯହିଁରେ ପ୍ରତିଦ୍ବନ୍ଦ୍ବିତାର ତୀବ୍ରତା ସୀମାତୀତ ହୋଇଥାଏ।
ଏଭଳି ସ୍ଥିତିରେ ମେଡିକାଲ ପ୍ରବେଶିକା ପରୀକ୍ଷା ଓ ଡାକ୍ତରୀ ଶିକ୍ଷା ବ୍ୟବସ୍ଥାରେ ଯେ ଏକ ବ୍ୟାପକ ସ˚ସ୍କାର ଆବଶ୍ୟକ, ତାହା କହିବା ନିଷ୍ପ୍ରୟୋଜନ। ଏଥି ଲାଗି ମୋଟାମୋଟି ଭାବେ ଚାରିଟି ପନ୍ଥା ଅନୁସୃତ ହେବା ଆବଶ୍ୟକ। ପ୍ରଥମଟି ହେଲା ଉଭୟ ସ୍ନାତକ ଏବ˚ ସ୍ନାତକୋତ୍ତର ପାଠ୍ୟକ୍ରମରେ ସିଟ୍ ସ˚ଖ୍ୟ ବୃଦ୍ଧି; ଯଦିଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ଲାଲ ମାଣ୍ତବ୍ୟଙ୍କ ବକ୍ତବ୍ୟ ଅନୁଯାୟୀ, ୨୦୧୪ ଠାରୁ ଏ ପର୍ଯ୍ୟନ୍ତ କାଳଖଣ୍ତରେ ‘ଏମ୍.ବି.ବି.ଏସ୍.’ ସିଟ୍ ସ˚ଖ୍ୟାରେ ୯୫% ଏବ˚ ‘ପି.ଜି.’ ସିଟ୍ ସ˚ଖ୍ୟାରେ ୧୦୫ ପ୍ରତିଶତ ବୃଦ୍ଧି ଘଟିଛି, ପ୍ରତିଦ୍ବନ୍ଦ୍ବୀଙ୍କ ସ˚ଖ୍ୟା ଦୃଷ୍ଟିରୁ ତାହା ତଥାପି ଅତ୍ୟନ୍ତ ଅକୁଳାଣ। ଦ୍ବିତୀୟରେ ଦେଶର ସମସ୍ତ ମେଡିକାଲ କଲେଜରେ ‘ଏମ୍.ବି.ବି.ଏସ୍.’ ପାଠ୍ୟକ୍ରମରେ ନାମ ଲେଖା ଏବ˚ ଶିକ୍ଷା ସମାପ୍ତି ସ˚ଦର୍ଭରେ ଏକ ନିର୍ଦ୍ଦିଷ୍ଟ ମାସକୁ ସମୟ ସୀମା ଭାବେ ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା, ଯାହା ସମଗ୍ର ପ୍ରକରଣକୁ ଶୃଙ୍ଖଳିତ କରିବାର ମୂଳଭିତ୍ତି ହେବ। ତୃତୀୟରେ ମେଡିକାଲ ଶିକ୍ଷାରେ ଆରକ୍ଷଣ ବ୍ୟବସ୍ଥାକୁ ନେଇ ସ୍ପଷ୍ଟତା, ଯାହା ରାଜନୈତିକ ଉଚ୍ଚାଭିଳାଷ କାରଣରୁ ଅନେକ ସମୟରେ ସା˚ଘାତିକ ଜଟିଳ ରୂପ ପରିଗ୍ରହଣ କରୁଛି। ଚତୁର୍ଥ ଏବ˚ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପନ୍ଥାଟି ହେଉଛି ପରୀକ୍ଷା ପରିଚାଳନା ଏବ˚ ଫଳ ପ୍ରକାଶନରେ ତ୍ରୁଟିଶୂନ୍ୟତା। କହିବା ବାହୁଲ୍ୟ, ଏହା ଅଦାଲତୀ ମାମଲାର ସ˚ଖ୍ୟାରେ ହ୍ରାସ ଘଟାଇବା ସହିତ ପ୍ରାର୍ଥୀ ଓ ସେମାନଙ୍କ ପରିବାରକୁ ମାନସିକ ଭାବେ ଅଯଥା ଭାରାକ୍ରାନ୍ତ କରିବ ନାହିଁ। ଏହି ପରିପ୍ରେକ୍ଷୀରେ ଟୁଟିକୋରିନ୍ ସରକାରୀ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ପି. ମନୋଜଙ୍କ କରୁଣ ଅବସ୍ଥା ଉପରେ ଦୃଷ୍ଟି ପକାଯାଉ। ୨୦୨୧ ମସିହାର ‘ନିଟ୍-ୟୁ.ଜି.’ ପରୀକ୍ଷାରେ ସେ ୫୯୪ ନମ୍ବର ପାଇଥିବା ବିଷୟ ‘ନିଟ୍ େଵବ୍ସାଇଟ୍’ରେ ପ୍ରକାଶିତ ହେବାର ଦୁଇ ଦିନ ପରେ ତାହା କୁଆଡେ଼ ୨୪୮କୁ ବଦଳି ଯାଇଥିଲା। ମନୋଜ ଏହା ବିରୋଧରେ ମାଡ୍ରାସ ଉଚ୍ଚ ଅଦାଲତରେ ଆଶ୍ରୟ ନେବାରୁ ଅଦାଲତଙ୍କ ଅନୁମତି କ୍ରମେ ମାମଲାର ବିଚାର ନ ସରିବା ପର୍ଯ୍ୟନ୍ତ ସେ ଶିକ୍ଷା ଲାଭର ଅନୁମତି ପାଇଲେ। ତେବେ, ତଥ୍ୟ ଓ ପ୍ରମାଣ ଆଧାରରେ ଅଦାଲତ ଦ୍ବିତୀୟ ନମ୍ବରଟି ପ୍ରକୃତ ବୋଲି ଅଭିହିତ କରି ଅଗତ୍ୟା ତାଙ୍କ ମେଡିକାଲ ଶିକ୍ଷାକୁ ଅଧାରୁ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏଥିରେ ସନ୍ଦେହ ନାହିଁ ଯେ ପୀଡ଼ିତ ଅନୁଭବ କରି ମନୋଜ ଏହି ଆଦେଶ ବିରୋଧରେ ସର୍ବୋଚ୍ଚ ଅଦାଲତକୁ ଯିବେ, ଯାହା ଏଭଳି ମାମଲାର ସ˚ଖ୍ୟାରେ ଆଉ ଗୋଟିଏ ଯୋଡ଼ି ଦେବ।
ଏହା ଏକ ବିଡ଼ମ୍ବନା ଯେ ଏବର ଅଭିମନ୍ୟୁମାନଙ୍କ ସକାଶେ ଏଭଳି ବ୍ୟୂହର ରଚୟିତା ରୂପେ ଯେଉଁ ମାନଙ୍କୁ ଦେଖିବାକୁ ମିଳେ, ସେମାନେ ହେଉଛନ୍ତି ଅତ୍ୟନ୍ତ ଉଦ୍ବିଗ୍ନ(ସନ୍ତାନର ଭବିଷ୍ୟତ୍ ନେଇ) ଓ ଅତ୍ୟୁତ୍ସାହୀ ଅଭିଭାବକବର୍ଗ, ମାଧୢମିକ ସ୍ତରୀୟ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନ ଓ ଶିକ୍ଷକଗଣ ଏବ˚ ସୁବର୍ଣ୍ଣ ପ୍ରଭାତର ସ୍ବପ୍ନ ଦେଖାଉଥିବା ଅସ˚ଖ୍ୟ କୋଚି˚ ସେଣ୍ଟରମାନ। କହିବା ଅନାବଶ୍ୟକ ଯେ ଏହି ବ୍ୟୂହରେ ପ୍ରବେଶ କରୁଥିବା ଅଭିମନ୍ୟୁମାନେ ମାନସିକ ଚାପ, ବିଫଳତାର ଭୟ, ବିଫଳତା ଜନିତ ଲା˚ଛନା, ହତାଶାବୋଧ, ହୀନମନ୍ୟତା, ବିଷାଦ ଆଦି ଦ୍ବାରା ଏଭଳି କ୍ଷତାକ୍ତ ହୁଅନ୍ତି ଯେ ଦୀର୍ଘ କାଳ ଲାଗି ଏହା ସେମାନଙ୍କ ବ୍ୟକ୍ତିତ୍ବକୁ ପ୍ରଭାବିତ କରିଥାଏ। ଗଲା ଫେବ୍ରୁଆରି ୨୪ ତାରିଖ ସମ୍ବାଦପତ୍ରରେ ଏହିଭଳି ଜଣେ ହତଭାଗ୍ୟ ଅଭିମନ୍ୟୁଙ୍କ ସମ୍ବନ୍ଧରେ ପ୍ରକାଶିତ ହୋଇଛି , ଯିଏ ‘ନିଟ୍-ୟୁଜି’ ପରୀକ୍ଷାର ପ୍ରସ୍ତୁତିଜନିତ ଚାପ ସହି ନ ପାରି କୋଟାସ୍ଥିତ ଏକ କୋଚି˚ ସେଣ୍ଟର ହଷ୍ଟେଲରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ବୟସ ହୋଇଥିଲା ମାତ୍ର ସତର ବର୍ଷ!