କ୍ଷୁଦ୍ରତମ ଗଣତନ୍ତ୍ର ସଂପର୍କରେ

ବିକଳ୍ପ ବିଶ୍ବ: ଭଗବାନ ପ୍ରକାଶ

ପ୍ରତିବର୍ଷ ଭଳି ପୁଣି ଥରେ ସାରା ପୃଥିବୀରେ ପାଳିତ ହେଉଛି ବିଶ୍ବ ପରିବାର ଦିବସ। ବସୁଧୈବ କୁଟୁମ୍ବକମ୍‌ ବିଚାର ଦ୍ବାରା ପ୍ରେରିତ ହୋଇ ୧୯୮୯ ମସିହା ଡିସେମ୍ବର ମାସରେ ମିଳିତ ଜାତିସ˚ଘ ୧୯୯୪ ମସିହାକୁ ବିଶ୍ବ ପରିବାର ବର୍ଷ ଓ ମେ ୧୫ ତାରିଖକୁ ବିଶ୍ବ ପରିବାର ଦିବସ ଭାବରେ ପାଳନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ। ମୁଖ୍ୟ ବିଷୟବସ୍ତୁ ଥିଲା କ୍ରମ ପରିବର୍ତ୍ତନଶୀଳ ସମାଜରେ ପରିବାରର ଭୂମିକା, ଅବଦାନ ଓ ଦାୟିତ୍ବ। ଗୋଟିଏ ଛାତ ତଳେ ଦୁଇଟି ମନ ଓ ହୃଦୟର ମିଳନ- ଥିଲା ଏହାର ଲୋଗୋ ବା ପ୍ରତୀକ ଚିହ୍ନ। ଲକ୍ଷ୍ୟ- ଏକ ପ୍ରେମ, ଆନନ୍ଦ, ନିରାପଦ, ଶାନ୍ତିପୂର୍ଣ୍ଣ ଦୈନ୍ୟହୀନ ଜୀବନ। ଏଥିପାଇଁ କେତେକ ନୀତି ଓ ନିୟମ ପାଳନ କରିବାକୁ ହେବ। ମନେ ରଖିବାକୁ ହେବ ପରିବାର ସମାଜର ଏକ ମୌଳିକ ଅଙ୍ଗ। ପ୍ରତ୍ୟେକ ଦେଶ, ସମାଜରେ ଏହାର ଭିନ୍ନ ଭିନ୍ନ ରୂପ ଓ ରଙ୍ଗ। ଏହି ପରିବାର ସମତା, ସମ୍ମାନ ଓ ସମଭାବ ଦ୍ବାରା ପରିଚାଳିତ ହେବ ଓ ଲିଙ୍ଗଗତ ଭେଦଭାବ ଶୂନ୍ୟ ରହିବ। ଜାତୀୟ ବିକାଶ ନୀତି ଓ କାର୍ଯ୍ୟକ୍ରମ ସାମାଜିକ ଆଇନ କାନୁନ ପ୍ରଣୟନରେ ପରିବାର ସ୍ବାର୍ଥ ଓ କଲ୍ୟାଣ ସାମିଲ ହେବ ଇତ୍ୟାଦି। କୋଭିଡ୍‌ ମହାମାରୀ କାଳରେ ପରିବାରର ଆବଶ୍ୟକତା ଆଉ ଥରେ ପ୍ରମାଣିତ ହୋଇସାରିଛି। ସମାଜ, ସରକାର, ପରିବାର ଏକାଠି ହୋଇ ଏହା ବିରୋଧରେ ଲଢ଼ିଛନ୍ତି। ଏହି ବିପତ୍ତି ଓ ବିପର୍ଯ୍ୟୟ କାଳରେ ପରିବାର ନିଜ ସଭ୍ୟଙ୍କୁ- ନିଜ ସଦସ୍ୟମାନଙ୍କୁ ଦେଇଛି ଅର୍ଥନୈତିକ, ସାମାଜିକ, ମାନସିକ ନିରାପତ୍ତା। ତେଣୁ ଯେଉଁ ସବୁ ଦେଶରେ ସବଳ ସ˚ପୂର୍ଣ୍ଣ ପରିବାର ସ˚ଖ୍ୟା ବେଶି, ସେ ଦେଶ ସେତିକି ଶକ୍ତିମାନ ଓ ସମୃଦ୍ଧ। ସେପ୍‌ଟେମ୍ବର ୨୦୧୫ରେ ମିଳିତ ଜାତିସ˚ଘ ଯେଉଁ ୧୭ଟି ସତତ ବିକାଶ (ଏସ୍‌.ଡି.ଜି) ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରିଛନ୍ତି ତାହା କେବଳ ସଶକ୍ତ ପରିବାର ମାଧୢମରେ ସଫଳ ହୋଇପାରିବ। ଏଥିରୁ ୪ଟି ଲକ୍ଷ୍ୟ ଯଥା- (୧) ଗରିବୀ ନିରାକରଣ, (୩) ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ (୧୦) ଅସମତା ଦୂରୀକରଣ ଓ (୧୧) ଅନ୍ତର୍ଭୁକ୍ତୀମୂଳକ ସମାଜ କେବଳ ପରିବାରର ସହଯୋଗରେ ସମ୍ଭବପର। ଏତଦ୍‌ ବ୍ୟତୀତ ଏବେ ଗ୍ରାମ କୈନ୍ଦ୍ରିକ ପରିବାର ଅପେକ୍ଷା ସହର କୈନ୍ଦ୍ରିକ ପରିବାରଗୁଡ଼ିକ ଦିନକୁ ଦିନ ଦୁର୍ବଳ ହୋଇ ଯାଇଛନ୍ତି। ସତତ ବିକାଶ ଲକ୍ଷ୍ୟ (ଏସ୍‌.ଡି.ଜି) ଏ ସ˚ପର୍କରେ ଅଧିକ ଧୢାନ ଦେବା ଆବଶ୍ୟକ। ସହରୀକରଣ ଯୋଜନା ଓ ପ୍ରକ୍ରିୟାସବୁ ଅଧିକ ପରିବାର ପ୍ରିୟ ବା ଫାମିଲି ଫ୍ରେଣ୍ତ୍‌ଲି ନ ହେଲେ ଏହା ବ୍ୟକ୍ତିତ୍ବ ବିକାଶ ଓ ସାମାଜିକ ଚେତନାର ବାଧକ ହେବ। ଇ˚ରେଜୀରେ କହନ୍ତି- ଫାମିଲି ଇଜ୍‌ ନଟ୍‌ ଅନ୍‌ଲି ଇମ୍ପୋଟାଣ୍ଟ୍‌ ଥିଙ୍ଗ୍‌- ଇଟ୍‌ ଇଜ୍‌ ଏଭ୍ରିଥିଙ୍ଗ୍‌: ଅର୍ଥାତ୍‌ ପରିବାର କେବଳ ଗୁରୁତ୍ବପୂର୍ଣ୍ଣ ନୁହେଁ, ଏହା ସବୁ କିଛି।

ଅନ୍ୟ ପକ୍ଷରେ ସହରୀକରଣ ଦ୍ବାରା ପରିବାରର ଆୟ ବୃଦ୍ଧି ହୋଇଛି, ଶିକ୍ଷା ଓ ରୋଜଗାର ବଢ଼ିଚି, ପରିବାରରେ ଶିଶୁ ମୃତ୍ୟୁ, ମାତୃ ମୃତ୍ୟୁ ହାର କମିଚି, ମହିଳାମାନଙ୍କର ସାମାଜିକ ସ୍ଥିତିରେ ପରିବର୍ତ୍ତନ ଘଟିଚି। କିନ୍ତୁ ଏହା ଯୌଥ ପରିବାରକୁ କ୍ଷୁଦ୍ର ପରିବାର କରିବା-ସହ କୁଟୁମ୍ବକୁ ଅର୍ଥହୀନ କରି ଦେଇଚି। ପିତାମାତାଙ୍କ ଠାରୁ ପିଲାଙ୍କୁ ଛଡ଼ାଇ ନେଇଚି। ପରିବାର ଭୁଲି ଯାଉଛି ତା’ର ପର˚ପରା। ଅନେକ ବିବାହ ଶେଷ ହେଉଛି ବିଷାଦ, କଳହ ଓ ବିଚ୍ଛେଦରେ। ଅନେକ ଦେଶରେ ଲୋକେ ଆଉ ପରିବାର ବନ୍ଧନରେ ବାନ୍ଧି ହୋଇ ରହିବାକୁ ଚାହୁଁ ନାହାନ୍ତି। ୟୁରୋପ, ଆମେରିକା, ଜାପାନ, ସିଙ୍ଗାପୁର ଭଳି ଉନ୍ନତ ଦେଶମାନଙ୍କରେ ଯୁବ ବର୍ଗ ବିବାହ ନ କରି ଲିଭ୍‌ ଇନ୍ ବା ଏକାଠି ରହୁଛନ୍ତି, କିନ୍ତୁ ପିଲା ଜନ୍ମ କରୁନାହାନ୍ତି। ଫଳରେ ପାର˚ପରିକ ପରିବାର ସ˚ଖ୍ୟା କମିଯାଉଚି। ଶିଶୁ ଅଭାବରୁ ବିଦ୍ୟାଳୟ ବନ୍ଦ ହେଇଯାଉଛି। ଭାରତରେ ପରିବାରର ଅର୍ଥ ବ୍ୟାପକ। ବାପା, ମା’, ପୁଅ, ଝିଅ, ଦାଦା, କାକା, ଖୁଡ଼ୀ, ଦେଠେଇ, ମଉସା, ମାଉସୀ, ଅଜା, ଆଈ, ବଡ଼ବାପା, ବଡ଼ମା’, ଭାଇ, ଭଉଣୀ, ପିଉସୀ, ପିଉସା, ଭାଇ, ଭାଉଜ, ଝିଅ, ଜ୍ବାଇଁ, ଶାଶୂ, ଶ୍ବଶୁର ସମସ୍ତେ ଏହି ପରିବାରର ସଭ୍ୟ। ପୂଜା, ପାର୍ବଣ, ବାହା, ବ୍ରତ, ଧାର୍ମିକ, ସାମାଜିକ ଅନୁଷ୍ଠାନରେ ଏମାନେ ବାରମ୍ବାର ଏକାଠି ହୋଇ ପାରିବାରିକ ବଣ୍ତିଙ୍ଗ୍‌ ବା ବନ୍ଧନକୁ ସୁଦୃଢ଼ କରିଥା’ନ୍ତି। ଆନନ୍ଦ, ଉତ୍ସବ, ଆପଦ ବିପଦରେ ପରସ୍ପରକୁ ସାହାଯ୍ୟ, ସହଯୋଗ କରିଥା’ନ୍ତି। ବିପଦରେ ପଡ଼ିଲେ ଘରଛଡ଼ାମାନେ ପରିବାରକୁ ବାହୁଡ଼ି ଆସୁଛନ୍ତି। କୋଭିଡ୍‌ ମହାମାରୀ ବେଳେ ଏଭଳି ଘଟିଥିଲା। ଲକ୍ଷ ଲକ୍ଷ ଲୋକ ଗାଡ଼ି ମଟର ଚଢ଼ି, ପାଦରେ ଚାଲି ନିଜ ଘର ପରିବାରକୁ ଫେରି ଆସିଥିଲେ ପ୍ରାଣ ରକ୍ଷା ପାଇଁ। ଏହି ସ˚ସ୍କୃତି ଓ ପର˚ପରାର ବଳୟକୁ ବିସ୍ତାରିତ କରି ମହା ଉପନିଷଦ କହେ- ବସୁଧୈବ କୁଟୁମ୍ବକମ୍‌। ସବୁ ବିଶ୍ବବାସୀ ଗୋଟିଏ ପରିବାର। ସ˚ସ୍କୃତ ଭାଷାରେ ପୂର୍ଣ୍ଣ ପଦଟି ହେଲା- ଅୟ˚ ନିଜ ପରୋବେତିି ଗଣନା ଲଘୁଚେତସା˚- ଉଦାର ଚରିତାନା˚ ତୁ ବସୁଧୈବ କୁଟୁମ୍ବକମ୍‌। ସ˚କୀର୍ଣ୍ଣମନା ବ୍ୟକ୍ତିମାନେ ମଣିଷକୁ ନିଜ ଲୋକ, ପର ଲୋକ କହି ବିଭକ୍ତ କରିଥା’ନ୍ତି। କିନ୍ତୁ ଉଦାର ହୃଦୟବାନ ବ୍ୟକ୍ତିମାନେ ସାରା ପୃଥିବୀର ଲୋକଙ୍କୁ ଏକ ପରିବାରର ସଦସ୍ୟ ବୋଲି ବିଚାର କରନ୍ତି। ପ୍ରାଚୀନ ଭାରତର ଏହି ବୈଦିକ ବିଚାରଧାରାରୁ ଜନ୍ମ ନେଇଚି ବିଶ୍ବ ପରିବାର ଦିବସ। ଏବେ ବିଶ୍ବ ବାଣିଜ୍ୟ ସ˚ଗଠନ ଏବ˚ ମିଳିତ ଜାତିସ˚ଘ ନିରାପତ୍ତା ପରିଷଦରେ ବି ‘ବସୁଧୈବ କୁଟୁମ୍ବକମ୍‌’ର ପ୍ରତିଧ୍ବନି ଶୁଭିଲାଣି। ଏହି ବିଚାରଧାରା ଦ୍ବାରା ପ୍ରେରିତ ହୋଇ କୋଭିଡ୍‌-ମହାମାରୀ ବିରୋଧରେ ଲଢ଼ିବା ପାଇଁ ଭାରତ ନିଜ ଆବଶ୍ୟକତାରୁ କାଟି ବିଶ୍ବର ଶତାଧିକ ଦେଶକୁ ଭାକ୍‌ସିନ୍‌ ପଠାଇଥିଲା।

ପରିବାରକୁ କୁହାଯାଏ ବିଶ୍ବର କ୍ଷୁଦ୍ରତମ ଗଣତନ୍ତ୍ର ଓ ଜନମଙ୍ଗଳ ରାଷ୍ଟ୍ର। କାରଣ ଛୋଟ ବଡ଼ ସବୁ ପାରିବାରିକ ନିଷ୍ପତ୍ତିରେ ପରିବାରର ସବୁ ସଦସ୍ୟ ଭାଗ ନେଇଥା’ନ୍ତି। ବହୁମତ ବା ସର୍ବସମ୍ମତିକ୍ରମେ ସମସ୍ତଙ୍କୁ ପଚାରି, ସମ୍ଭାବିତ ପରିଣାମକୁ ବିଚାରି ନିଷ୍ପତ୍ତି ନିଆଯାଏ। ବରିଷ୍ଠ ଓ କନିଷ୍ଠ- ଉଭୟଙ୍କ ମତାମତକୁ ସମ୍ମାନ ଦିଆଯାଇଥାଏ। କୌଣସି ସଦସ୍ୟ ନିର୍ଦ୍ଧାରିତ ଲକ୍ଷ୍ମଣରେଖା ଉଲ୍ଲ˚ଘନ କରନ୍ତି ନାହିଁ। ମନାନ୍ତର, ମତାନ୍ତର ସମେତ ସବୁ ସମସ୍ୟା ଆଲୋଚନା, ଆଳାପ, ବୁଝାମଣା ମାଧୢମରେ ସମାଧାନ କରାଯାଏ। ସେମିିତି ପରିବାରକୁ ବିଶ୍ବର କ୍ଷୁଦ୍ରତମ ଜନମଙ୍ଗଳ ରାଷ୍ଟ୍ର ବୋଲି କହିବା ପଛରେ ମଧୢ ଅନେକ କାରଣ ରହିଚି। ନିର୍ବାଚିତ ସରକାର ଯେମିତି ଦେଶର ନାଗରିକମାନଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ଯୋଜନା କରିଥା’ନ୍ତି, ପରିବାର ମଧୢ ସେମିତି ନିଜ ସଦସ୍ୟଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥାଏ। ରାଜ୍ୟ ଯେପରି ତା’ର ଦୁର୍ବଳ ବର୍ଗଙ୍କ ଉନ୍ନତି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଓ ସୁରକ୍ଷା କରିଥାଏ, ପରିବାର ସେହିପରି ନିଜର ଦୁର୍ବଳ ପିଲାଙ୍କ ପାଇଁ ସ୍ବତନ୍ତ୍ର ଧୢାନ ଦେଇଥାଏ। ଉଦାହରଣ ସ୍ବରୂପ ଶିଶୁ ଓ ମାତୃ କଲ୍ୟାଣ ଦାୟିତ୍ବ ନେଇଥାଏ ପରିବାର। ତା’ ସହ ନେଇଥାଏ ଶିକ୍ଷା, ସ୍ବାସ୍ଥ୍ୟ ରକ୍ଷା ଓ ସାମାଜିକ ସୁରକ୍ଷା ଦାୟିତ୍ବ। କର୍ମଜୀବନ ପାଇଁ ତାଲିମ ଦେଇଥାଏ ପରିବାର। ବାସ୍ତବ ଜୀବନର ବିଭିନ୍ନ ଆହ୍ବାନକୁ ସାମ୍‌ନା କରିବା ପାଇଁ ନୈତିକ ମୂଲ୍ୟବୋଧ ଓ ଆଧାତ୍ମିକ ଶକ୍ତି ଦେଇଥାଏ ପରିବାର। ଉପଯୁକ୍ତ ଜୀବନସାଥୀ ବାଛିବାରେ ସାହାଯ୍ୟ, ସହଯୋଗ ଦେଇଥାଏ ପରିବାର। ପରିବାର ହାତ ଧରି ପିଲାଏ ଜୀବନ ଶିଡ଼ି ଚଢ଼ି ଆଗକୁ ବଢ଼ନ୍ତି। ସେହି ପରିବାରରୁ ମିଳିଥାଏ ଅର୍ଥନୈତିକ, ସାମାଜିକ, ଭାବନାଗତ ସ୍ଥିରତା ଓ ନିରାପତ୍ତା। ଜୀବନକୁ ଜିତିବା ପାଇଁ ଦରକାର ସୋସିଆଲ୍‌ କ୍ୟାପିଟାଲ୍‌ ବା ସାମାଜିକ ପାଣ୍ଠି। ପରିବାର ପୂରା କରିଥାଏ- ‘ରୋଟି, କପଡ଼ା, ମକାନ୍‌’ର ଆବଶ୍ୟକତା; ବାସ, ଗ୍ରାସ, ବସ୍ତ୍ର ନିରାପତ୍ତା। ପରିବାରର ଦ୍ବାର ଏହାର ସବୁ ସଦସ୍ୟଙ୍କ ପାଇଁ ସବୁବେଳେ ଖୋଲାଥାଏ। ଏଠି ଥାଆନ୍ତି ମା’ ଓ ମାତୃଭାଷା। ଘର ଓ ପରିବାର ପିଲାଙ୍କ ପାଇଁ ଏକ ଅଭୟ ଆଶ୍ରମ ଓ ଆଶ୍ରୟସ୍ଥଳ। ଏଠି ଗଣତନ୍ତ୍ରର ପ୍ରକୃତ ରୂପ ଦେଖିବାକୁ ମିଳେ। ମାଆ କୋଳରେ ଥିବା ପିଲା ଦୁନିଆକୁ ଡରେ ନାହିଁ। ପାରିବାରିକ ଗଣତନ୍ତ୍ରରେ ଗଠନମୂଳକ ବିଚାର ଆଲୋଚନା ଓ ସମାଲୋଚନା ଶାନ୍ତିପୂର୍ଣ୍ଣ ଭାବରେ ହୋଇଥାଏ। ଏହି ଗଣତନ୍ତ୍ରରେ ଶାସକ ଦଳ ଓ ବିରୋଧୀ ଦଳଙ୍କ ସ୍ଥାନ ନ ଥାଏ। ପିଲାଙ୍କ ଭବିଷ୍ୟତ୍‌ ପାଇଁ ପିତାମାତା ତ୍ୟାଗ ଓ ତପସ୍ୟା କରିଥା’ନ୍ତି। ଏଠାରେ ସୁଖଦୁଃଖ ବଣ୍ଟାଯାଏ। ପରିବାର ଏକ ମସିଣା ହେଲେ ଜେଜେ ବାପା ଓ ଜେଜେମା’ ସେଇ ମସିଣାକୁ ସମତାର ସୂତା ଓ ସହମତିର ଡୋରିରେ ବାନ୍ଧି ରଖିଥାଆନ୍ତି। ସେମାନେ ପରିବାରକୁ ଦେଇଥାଆନ୍ତି ଚିରତା ଓ ଟାଣୁଆ ଚଟ୍ଟାଣ ଏବ˚ ଶେଷରେ ଶ୍ମଶାନ ଯାତ୍ରା ଓ କ୍ରିୟାକର୍ମ ବ୍ୟବସ୍ଥା- ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପରିବାର ଆମ ସହିତ ଥାଏ।

ସମାଜ ଓ ପରିବାର ଗବେଷକମାନେ କହନ୍ତି, ଯେ ପରିବାର ସହ ରହୁଥିବା ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଅପେକ୍ଷାକୃତ ଭଲ ରହେ। ଏମାନେ ଦୀର୍ଘଜୀବୀ। ଏମାନଙ୍କର ମାନସିକ ଅବସାଦ ମଧୢ କମ୍‌। ଶିକ୍ଷାକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ। ପରିବାର ତା’ର ସଦସ୍ୟଙ୍କ ମଧୢରେ ଏକାତ୍ମତା ତଥା ଅପନାପନ୍‌ର ଅନୁଭୂତି ଅଧିକ। ଏବେ ଟିଭି, ଟାବଲେଟ୍‌, କମ୍ପ୍ୟୁଟର, ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌ ହେଲେଣି ପାରିବାରିକ କ୍ବାଲିଟି ଟାଇମ୍‌ର ଅନ୍ତରାୟ। ବସୁଧା ଏବେ ଡିଜିଟାଲ କୁଟୁମ୍ବ। ଆଚାର ବ୍ୟବହାର ଅଧିକ ସ˚ଯତ ଓ ଶୃଙ୍ଖଳିତ, ଆତ୍ମବିଶ୍ବାସ ଅଧିକ। ଏମାନେ ଜୀବନଯାପନ ଶୈଳୀ ଓ କୌଶଳରେ ଅଧିକ ପାରଙ୍ଗମ, ବିବାଦ ସମାଧାନରେ ଅଧିକ ଅଭିଜ୍ଞ, ଏମାନଙ୍କର ରୋଗ ପ୍ରତିଷେଧକ ଶକ୍ତି ଅଧିକ, ଆକ୍ରାମକ, ବିପଦଜ୍ଜନକ ଆଚରଣରୁ ଦୂରରେ ରହନ୍ତି। ବିବାହିତ ଓ ପରିବାର ପ୍ରେମୀଙ୍କ ମଧୢରେ ଆତ୍ମହତ୍ୟା ପ୍ରବଣତା କମ୍‌ ଓ ସନ୍ତାନମାନଙ୍କ ଲାଳନପାଳନ କ୍ଷମତା ଅଧିକ। ଏମାନେ କମ୍‌ ନକାରାତ୍ମକ, ଅଧିକ ଦାୟିତ୍ବବାନ ଓ ଭାବନାତ୍ମକ ଦୃଷ୍ଟିରେ ସମୃଦ୍ଧ। ରିସ୍ତା, ନାତା, ସ˚ବନ୍ଧ, ସ˚ପର୍କକୁ ଅଧିକ ଗୁରୁତ୍ବ ଦିଅନ୍ତି। ପରିବାରର ସ୍ମୃତି ସାରା ଜୀବନ ସାଙ୍ଗରେ ରୁହେ। ଏହା ଜୀବନର ପ୍ରଥମ ଶିକ୍ଷାପୀଠ। ଯୌବନର ଆଦ୍ୟ କ୍ରୀଡ଼ା କ୍ଷେତ୍ର। ବାର୍ଦ୍ଧକ୍ୟର ବିଶ୍ରାମ ଗୃହ। ଦେଇଥାଏ ଆଶା, ବିଶ୍ବାସ, ଅଭିଜ୍ଞତା, ସ˚ସ୍କାର ଓ ସ˚ସ୍କୃତି। ଏଇଥିରୁ ଗଢ଼ି ଉଠିଥାଏ ସଭ୍ୟତା।

ପରିବାରର କ୍ରମାଗତ ବିକାଶ ପାଇଁ ପ୍ରକୃତି ଓ ପୃଥିବୀକୁ ଲାଗିଥିଲା ଲକ୍ଷ ଲକ୍ଷ ବର୍ଷ। ସମାଜ ବିଜ୍ଞାନୀମାନେ କହନ୍ତି ପ୍ରାୟ ୧୨ ହଜାର ବର୍ଷ ପୂର୍ବେ ମଣିଷ ଖାଦ୍ୟ ଅନ୍ବେଷଣରେ ଘୂରି ବୁଲୁଥିବା ବାରବୁଲା ବନବାସୀ ଜୀବନ ଛାଡ଼ି କୃଷି ଆରମ୍ଭ କରି ଛୋଟ ଛୋଟ ଦଳରେ ଏକାଠି ରହିବା ଆରମ୍ଭ କରିଥିଲା। ପିଲା ଜନ୍ମ ପରେ ମା’ମାନେ ଲାଳନ ପାଳନରେ ବ୍ୟସ୍ତ ରହିବାରୁ ପୁରୁଷର ସାହାଯ୍ୟ ଆବଶ୍ୟକ ହେଲା ଖାଦ୍ୟ ସ˚ଗ୍ରହ ପାଇଁ। କୃଷି ଉତ୍ପାଦନ ସମୟସାପେକ୍ଷ ଥିବାରୁ ଲୋକେ ସେଠାରେ ଜଗି ରହିଲେ। କ୍ରମେ ମହିଳା ଓ ପୁରୁଷ ଏକାଠି ରହିଲେ। ସୃଷ୍ଟି ହେଲା ପରିବାର ଓ ତା’ପରେ ସମାଜ ଓ ଉତ୍ତରାଧିକାର। ତା’ପରେ ଆସିଲେ ଗୃହପାଳିତ ପଶୁ, ହଳ, ଲଙ୍ଗଳ, ଶଗଡ଼। ମହିଳା, ପୁରୁଷଙ୍କ ଯୌନଜୀବନ ଶୃଙ୍ଖଳିତ କରିବା ପାଇଁ ଆରମ୍ଭ ହେଲା ବିବାହ, ସହବାସ ପ୍ରଥା ଓ ପ୍ରକ୍ରିୟା। ଦଶ ହଜାର ବର୍ଷ ପୂର୍ବେ ପୃଥିବୀରେ ଥିଲେ ୭୦ ଲକ୍ଷ ବାରବୁଲା। ଏବେ ସେମାନଙ୍କ ବ˚ଶଧରଙ୍କ ସ˚ଖ୍ୟା ବଢ଼ି ହେଲାଣି- ଆଠ ଶହ କୋଟି। ସେମାନଙ୍କ ପାଇଁ ଅଛି ପ୍ରାୟ ୭୦ କୋଟିରୁ ଅଧିକ ପାରିବାରିକ ବାସଗୃହ। ସେଇଠି ପରିବାରର ସଦସ୍ୟମାନଙ୍କୁ ମିଳେ ସର୍ତ୍ତହୀନ ପ୍ରେମ, ସ୍ବାର୍ଥହୀନ ସେବା, ସ୍ବଚ୍ଛ ପବିତ୍ରତା ଓ ସ୍ନେହଯୁକ୍ତ ନିରାପତ୍ତା। ସହରୀକରଣ, ବଜାରୀକରଣ, ସେବା, ଜଗତ୍‌କରଣ ଯୋଗୁଁ ଘର ପରିବାର ଏବେ ଦୁର୍ବଳ, ଭଙ୍ଗୁର ଓ ବିଭକ୍ତ। ତାକୁ ମରାମତି କରି, ଯୋଡ଼ି, ପୁନର୍ଗଠନ, ସମୟୋପଯୋଗୀ କରିବା ଆଜି ଦିନର ଆହ୍ବାନ ଓ ଅନୁଚିନ୍ତା। କାରଣ ପରିବାର ଅତୀତ ସହ ଭବିଷ୍ୟତ‌୍କୁ ଯୋଡ଼ିବାରେ ସେତୁ ବନ୍ଧର କାମ କରିଥାଏ।
(ମେ ୧୫, ବିଶ୍ବ ପରିବାର ଦିବସ)
ମୋ-୯୯୩୭୦୨୭୦୧୭

ସମ୍ବନ୍ଧିତ ଖବର