ସହରାଞ୍ଚଳ ସ୍କୁଲ୍‌ରେ ଆବଶ୍ୟକତା ଠାରୁ ଅଧିକ ଓ ଗ୍ରାମାଞ୍ଚଳ ସ୍କୁଲ୍‌ରେ କମ୍‌ ଶିକ୍ଷକ ରହୁଛନ୍ତି। ଜଣ ପିଛା ୪ ଟଙ୍କା ୭୦ ପଇସା ଦୈନିକ ଗ୍ରାଣ୍ଟ ‘ମଧୢାହ୍ନ ଭୋଜନ’କୁ ‘ଦାରିଦ୍ର୍ୟ ଭୋଜନ’ କରି ଦେଉଛି। ଏତେ କମ୍‌ ପଇସାରେ ପୁଷ୍ଟିକର ଖାଦ୍ୟ ଦେଇ ହେଉନାହିଁ। ଏବେ, କୋଭିଡ୍‌-୧୯ ପରେ ଉଭୟ ଉପସ୍ଥାନ ଓ ମଧୢାହ୍ନ ଭୋଜନ ବିଶେଷ ଭାବରେ ପ୍ରଭାବିତ ହୋଇଛି। ସ୍ମାର୍ଟ ଫୋନ୍‌ ଅଭାବରୁ ଅନେକ ଛୋଟ ପିଲା ଅନ୍‌ଲାଇନ୍‌ ଶିକ୍ଷାରେ ଅ˚ଶ ଗ୍ରହଣ କରିପାରୁନାହାନ୍ତି। ଫଳରେ ଗ୍ରାମାଞ୍ଚଳ ପିଲାମାନଙ୍କର ଅଧିକ ‘ଲର୍ଣ୍ଣିଙ୍ଗ୍‌ ଲସ୍‌’ ବା ଶିକ୍ଷା ହ୍ରାସ ହେଉଛି। ଏ ବର୍ଷ ଛ’ବର୍ଷ ବୟସର ପ୍ରାୟ ଅଧେ ପିଲା ଆଡମିସନ ନେଇପାରିନାହାନ୍ତି। ମା’ କରୋନା ଗଲେ ମା’ ମିଡ୍‌ ଡେ’ ମିଲ୍‌ ଆସିବେ।

Advertisment

୨୦୨୦ରେ ନୂଆ ଶିକ୍ଷାନୀତିରେ ୧୨ ବର୍ଷ ବିଦ୍ୟାଳୟ ଓ ୩ ବର୍ଷ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା ସୁପାରିସ ପରେ ଏବ˚ ପିଲା ଅଭାବରୁ ଦଶ ହଜାର ସ୍କୁଲ୍‌ ବନ୍ଦ ବା ବିଲୟ ପ୍ରତିବାଦରେ ଓଡ଼ିଶା ଅଭିଭାବକ ସ˚ଘ ଏକ ଆଲୋଚନା ସଭା ଆୟୋଜନ କରିଥିଲେ। ଏହି ଅବସରରେ କିଛି ଅଭିଭାବକ ଓ ଶିକ୍ଷକଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ବିଦ୍ୟାଳୟ ଶିକ୍ଷା ପାଇଁ ଓଡ଼ିଶା ସରକାର ପ୍ରତି ବର୍ଷ ପ୍ରାୟ ୧୮ରୁ କୋଡ଼ିଏ ହଜାର କୋଟି ଟଙ୍କା ଖର୍ଚ୍ଚ କରନ୍ତି। ରାଜ୍ୟରେ ପ୍ରାୟ ୩୬ ହଜାର ପ୍ରାଥମିକ ଓ ୨୧ ହଜାର ଉଚ୍ଚ ପ୍ରାଥମିକ ସାହାଯ୍ୟ ପ୍ରାପ୍ତ ବିଦ୍ୟାଳୟ ଅଛନ୍ତି। ଏହା ବାଦ୍‌ ଅଛନ୍ତି ପ୍ରାୟ ସହସ୍ର ସ˚ଖ୍ୟାରେ ଘରୋଇ ବିଦ୍ୟାଳୟ। ସାହାଯ୍ୟପ୍ରାପ୍ତ ସ୍କୁଲ୍‌ରେ ଉପସ୍ଥାନ ସ˚ଖ୍ୟା ବଢ଼ାଇବା ପାଇଁ ଓ ଅଧିକ ବିଦ୍ୟାର୍ଥୀଙ୍କୁ ଆକୃଷ୍ଟ କରିବାକୁ ସରକାର ମାଗଣାରେ ମଧୢାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ତା’ ଛଡ଼ା ବର୍ଷକୁ ଦି’ହଳ ମୋଜା, ଜୋତା, ଦି’ ହଳ ପୋଷାକ, ପାଠ୍ୟ ପୁସ୍ତକ, ଖାତା, କଲମ, ବ୍ୟାଗ୍‌ ମାଗଣା ମିଳେ। ଛାତ୍ରୀ ପାଆନ୍ତି ମାଗଣାରେ ସାଇ‌େକଲ, ସାନିଟାରି ପ୍ୟାଡ୍‌। ଦରମା ଦେବାକୁ ପଡ଼େ ନାହିଁ। ବିଭିନ୍ନ ପ୍ରକାର ଶିକ୍ଷକ ଶିକ୍ଷୟିତ୍ରୀ ଥା’ନ୍ତି- ଯଥା-ଗଣଶିକ୍ଷକ, ଶିକ୍ଷା ସହାୟକ, ଜୁନିଅର ଟିଚର, ଜିଲ୍ଲା ପରିଷଦ ଟିଚର, ଆର୍ଟ ବା କଳା ଟିଚର, ଖେଳକୁଦ ଶିକ୍ଷକ ଇତ୍ୟାଦି। ଦରମା ମାସକୁ ୨୫୦୦ରୁ ଆରମ୍ଭ କରି ୬୫ ହଜାର ପର୍ଯ୍ୟନ୍ତ। ଏଭଳି ତାରତମ୍ୟର ଏକ ଲମ୍ବା ଇତିହାସ ରହିଚି। ପ୍ରାୟ ସବୁ ସ୍କୁଲ୍‌ରେ ପକ୍କା ଘର ଥାଏ। ମରାମତି, ରକ୍ଷଣାବେକ୍ଷଣ ପାଇଁ ସରକାରୀ ଗ୍ରାଣ୍ଟ୍‌ର ବ୍ୟବସ୍ଥା ଅଛି। ଏ ସବୁ ସତ୍ତ୍ବେ ସରକାରୀ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ସ˚ଖ୍ୟା କ୍ରମାଗତ ହ୍ରାସ ପାଉଥିବା ବେଳେ, ଘରୋଇ ବିଦ୍ୟାଳୟମାନଙ୍କରେ ଏହି ସ˚ଖ୍ୟା ବଢ଼ିବାରେ ଲାଗିଚି। ସେଠି ମାଗଣା ଭୋଜନ ନାହିଁ, ମାଗଣା ପୋଷାକ, ବହି ବସ୍ତାନି, ଜୋତାମୋଜା, ସାଇ‌େକଲ, ସାନିଟାରି ପ୍ୟାଡ୍‌ ମିଳେ ନାହିଁ। ଅନେକ ପ୍ରକାର ଫି’ ଦେବାକୁ ପଡ଼େ। ଶିକ୍ଷକ, ଶିକ୍ଷୟିତ୍ରୀ ସ˚ଖ୍ୟା କମ୍‌, ଦରମା ଅଧାରୁ କମ୍‌। ଏବ˚ ସବୁଠାରୁ ଚିନ୍ତାର ବିଷୟ ଯେ ସରକାରୀ ବିଦ୍ୟାଳୟ ଶିକ୍ଷକଙ୍କ ପିଲାଏ ଏବେ ବହୁ ସ˚ଖ୍ୟାରେ ବେସରକାରୀ ବିଦ୍ୟାଳୟରେ ନାମ ଲେଖାଉଛନ୍ତି। ଏପରି କି ନିମ୍ନ ମଧୢବିତ୍ତ ଓ ଗରିବ ଶ୍ରେଣୀର ଲୋକେ ନିଜ ପିଲାକୁ ବେସରକାରୀ ବିଦ୍ୟାଳୟମାନଙ୍କରେ ପଢ଼ାଉଛନ୍ତି।

ଆମେରିକା ଓ ପାଶ୍ଚାତ୍ୟ ଦେଶମାନଙ୍କରେ ଏପରି ଦୃଷ୍ଟାନ୍ତ କମ୍‌। କାରଣ ଏ ଦେଶମାନଙ୍କରେ ଗୁଣାତ୍ମକ ଭାବେ ସରକାର, ବେସରକାରୀ ବିଦ୍ୟାଳୟ ମଧୢରେ ସେପରି ଫରକ ନ ଥାଏ। ଅଭିଭାବକମାନେ ଯେଉଁ ଦିଗ ସବୁ ବିଚାର କରି ବିଦ୍ୟାଳୟ ବାଛନ୍ତି, ସେଗୁଡ଼ିକ ମଧୢରେ- (୧) ବାସସ୍ଥାନରୁ ଶିକ୍ଷାନୁଷ୍ଠାନର ଦୂରତ୍ବ, (୨) ପ୍ରତିଯୋଗିତାର ସୁଯୋଗ, (୩) ପାଠ୍ୟକ୍ରମ ବହିର୍ଭୂତ ଶିକ୍ଷାର ସୁବିଧା, (୪) ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଯୋଗ୍ୟତା ଓ ନିଷ୍ଠା, (୫) ବିଦ୍ୟାଳୟର ସୁନାମ, (୬) ଶିକ୍ଷକ-ଛାତ୍ର ଅନୁପାତ, (୭) ଅଧୢୟନ ପରିବେଶ, (୮) ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଜ୍ଞାନୀ, ବିଜ୍ଞାନୀ, ନୋବେଲ୍‌ ପ୍ରାଇଜ୍‌ ବିଜେତାଙ୍କ ସ˚ଖ୍ୟା ଇତ୍ୟାଦି। ଏଭଳି ସ୍କୁଲ୍‌ଟିଏ ଥିବା ଅଞ୍ଚଳରେ ଜମି ଓ ଘର ଦାମ୍‌ ଅଧିକ। ଛୁଆପିଲା ଥିବା ଅନେକ ପିତାମାତା ଏହି ଭଳି ଜାଗାରେ ରହିବାକୁ ପସନ୍ଦ କରନ୍ତି। କୌଣସି ଗୋଟିଏ ସ୍କୁଲ୍‌ରେ ବି ମାଗଣା ବହି, ଜୋତା, ଭୋଜନ ବ୍ୟବସ୍ଥା ନାହିଁ। ଉଚ୍ଚ ଶିକ୍ଷା ଖର୍ଚ୍ଚ ପାଇଁ ଅନେକ ବିଦ୍ୟାର୍ଥୀ ପାର୍ଟଟାଇମ୍‌ ଚାକିରି କରିଥା’ନ୍ତି।

ପାଖରେ ବସିଥିଲେ ଜଣେ ଶିକ୍ଷୟିତ୍ରୀ। ସେ କହିଲେ- ସାର‌୍‌, ଆମ ରାଜ୍ୟରେ ମିଡ୍‌ ଡେ ମିଲ୍‌ ବା ମାଗଣା ମଧୢାହ୍ନ ଭୋଜନରେ ଖର୍ଚ୍ଚ ହୁଏ ପ୍ରାୟ ଦଶ ହଜାର କୋଟି ଟଙ୍କା । ଉଚ୍ଚ ଓ ନୀଚ ଆୟକାରୀ ପରିବାରରୁ ଆସିଥିବା ସବୁ ପିଲାଙ୍କ ପାଇଁ ଏହା ଫ୍ରି। କାହିଁକି? ଯେଉଁ ବିଦ୍ୟାଳୟରେ ଉପସ୍ଥାନ ୯୦ ପ୍ରତିଶତରୁ ଅଧିକ ସେଠି ଏହାର ଆବଶ୍ୟକତା ନାହିଁ। ଘରରନ୍ଧା ଖାଦ୍ୟର ଏହା ବିକଳ୍ପ ନୁହେଁ। ଏହାଛଡ଼ା ଟିଚରମାନେ ନିଜର ମୁଖ୍ୟ ଦାୟିତ୍ବ ଛାଡ଼ି ଏଥିରେ ଲାଗନ୍ତି। ଖାଦ୍ୟ ଯୋଗାଡ଼, ରନ୍ଧନ ହିସାବ ରଖିବା, ପ୍ରତିଦିନ ଉପସ୍ଥାନ ରିପୋର୍ଟ ପଠାଇବା, ଖାଦ୍ୟର ଗୁଣବତ୍ତା ପରଖିବା ଭଳି ଅନେକ କାର୍ଯ୍ୟ କରିବାକୁ ପଡ଼େ। ମଧୢାହ୍ନ ଭୋଜନ ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ପିଛା ୪ ଟଙ୍କା ୭୦ ପଇସା ଓ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ୭ ଟଙ୍କା ୫୦ ପଇସା ମିଳେ। ସେଇ ପଇସାରେ ସୋମବାରରୁ ଗୁରୁବାର ପର୍ଯ୍ୟନ୍ତ ୧୦୦ ଗ୍ରାମ୍‌ ଚାଉଳର ଭାତ ଓ ପାଣିଆ ଡାଲ୍‌ମା ଦି’ ଡଙ୍କି ମିଳେ। ମଙ୍ଗଳବାର ଓ ଶୁକ୍ରବାର ଦିନ ଭାତ ଓ ସୋୟା ଆଳୁ ଝୋଳ। ବୁଧବାର ଓ ଶନିବାର ଦିନ ଭାତ ଓ ଜଣ ପିଛା ଗୋଟିଏ ଅଣ୍ତାର ଝୋଳ। ଡିଲର‌୍‌ ଯୋଗାଇ ଦିଏ ଚାଉଳ, ବଜାରରୁ କିଣା ହୁଏ ଡାଲି, ତେଲ, ଲୁଣ। ଏଇ ବାଟରେ ପବିତ୍ର ଶିକ୍ଷାଳୟରେ ପ୍ରବେଶ କରେ ଦୁର୍ନୀତି। ଉଦାହରଣ ସ୍ବରୂପ ଡିଲର‌୍‌ ଯୋଗାଇ ଥିବା ୫୦ କେଜିଆ ଚାଉଳ ପ୍ୟାକେଟ୍‌ରେ ପ୍ରାୟ ୧୦ କେଜି କମ୍‌ ଥାଏ। ଏହି ନିଅଣ୍ଟକୁ ପିଲାଙ୍କ ସ˚ଖ୍ୟା ବଢ଼ାଇ ପୂରଣ କରାଯାଏ। ଯେଉଁ ଦିନ ସୁପରଭାଇଜର ଚେକ୍‌ କରିବାକୁ ଆସନ୍ତି, ତାଙ୍କୁ ପୂରା ୫୦ କେଜିଆ ପ୍ୟାକେଟ୍‌ ଦେଖାଯାଏ। ଅଧିକା˚ଶ ଡିଲର କମିସନ ଦେଇ କଣ୍ଟ୍ରାକ୍ଟ ପାଇଥା’ନ୍ତି। ଅଧିକା ଖର୍ଚ୍ଚ ହେଲେ ଉପସ୍ଥାନ ଖାତାରେ ପିଲାଙ୍କ ସ˚ଖ୍ୟା ବଢ଼ାଇ ଦିଆଯାଏ। ପ୍ରତ୍ୟେକ ସ୍କୁଲ୍‌ରେ ରାନ୍ଧିବା ପାଇଁ ଦୁଇ ଜଣ ରୋଷେୟା ଥା’ନ୍ତି। ଜଣକର ପାରିଶ୍ରମିକ ବା ଦରମା ମାସକୁ ୧୪୦୦ ଟଙ୍କା; ଆଗରୁ ସ୍ବୟ˚ ସହାୟକ ଗୋଷ୍ଠୀ (ସ୍ଥାନୀୟ) ଏହି କାମ କରୁଥିଲେ। ଯେହେତୁ ଜଣକୁ ୪ ଟଙ୍କା ୭୦ ପଇସାରେ ଭୋଜନ ଦେବାକୁ ପଡ଼େ ଓ ଅଧିକ ଲାଭ ଆଶା କମ୍‌, ବଡ଼ ଫୁଡ୍‌ କଣ୍ଟ୍ରାକ୍ଟରମାନଙ୍କର ଏଥିପାଇଁ ଆଗ୍ରହ କମ୍‌। ଏହାଛଡ଼ା ବିଦ୍ୟାଳୟ ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ଯେଉଁ ୨୦ ହଜାର ଟଙ୍କା ମିଳିଥାଏ, ସେଥିରୁ କମିସନ ପାଇଁ କେତେକ ଆଶା ରଖିଥା’ନ୍ତି। ଫଳରେ ଝିଅ, ପୁଅ ପିଲାଙ୍କ ପାଇଁ ଥିବା ଅଲଗା ଅଲଗା ଶୌଚାଳୟର ଅବସ୍ଥା ଅନେକ ସମୟରେ ଶୋଚନୀୟ। ପୁଣି ପାଣି ବ୍ୟବସ୍ଥା ନ ଥିବାରୁ ପରିସ୍ଥିତି ଯାହା ହୁଏ ତାହା ନ କହିବା ଭଲ।

୧୯୯୫ ମସିହା ଅଗଷ୍ଟ ୧୫ ତାରିଖରେ ଭାରତରେ ଆରମ୍ଭ ହୋଇଥିଲା ‘ନ୍ୟାସନାଲ ପ୍ରୋଗ୍ରାମ ଅଫ୍‌ ନ୍ୟୁଟ୍ରିସନାଲ୍‌ ସପୋର୍ଟ ପ୍ରାଇମେରି ଏଡୁକେସନ (NSPE)। ପ୍ରଥମେ ଆରମ୍ଭ କରିଥିଲା ତାମିଲନାଡୁ ଓ ପରେ ଦେଶର ୨୪୦୮ ବ୍ଲକ୍‌ ଏଥିରେ ଯୋଗ ଦେଇଥିଲେ। ପ୍ରଥମ କରି ବିଦ୍ୟାଳୟମାନେ ହେଇଗଲେ ଖାଦ୍ୟାଳୟ। ଏକାଠି ହେଲେ କଲମ ଓ ଚୁଲି। ଚକ୍‌ ଓ ଚାଉଳ। ଆଶା କରାଯାଉଥିଲା ଏହାଦ୍ବାରା ଶିକ୍ଷାର ଗୁଣବତ୍ତା, ଉପସ୍ଥାନ ଓ ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। କିନ୍ତୁ ଏ ପର୍ଯ୍ୟନ୍ତ କେବଳ ଉପସ୍ଥାନ ବୃଦ୍ଧି ଛଡ଼ା ଏ ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ୨୬ ବର୍ଷ ପରେ ଏବେ ଦେଶର ୧୪ କୋଟି ପିଲା ଏହାଦ୍ବାରା ଉପକୃତ ହେଉଛନ୍ତି। କିନ୍ତୁ ଏହା ଦ୍ବାରା ଶିକ୍ଷକ-ଶିକ୍ଷୟିତ୍ରୀମାନେ ଶିକ୍ଷାଦାନ ପାଇଁ ପୂର୍ଣ୍ଣ ସମୟ ଦେଇ ପାରୁନାହାନ୍ତି। ହିସାବ ରଖିବା, ଖାଦ୍ୟ ପରିଚାଳନା ଓ ବଣ୍ଟନ, ଜୋତା, ମୋଜା, ବହି ବିତରଣ, ଜନଗଣନା, ନିର୍ବାଚନ ସମୟରେ ରେଜିଷ୍ଟର ନବୀକରଣ ଓ ଏହିପରି ଅନେକ ଅଣଶିକ୍ଷା କାର୍ଯ୍ୟକ୍ରମରେ ସମୟ ଅପବ୍ୟୟ ହେବା ଦ୍ବାରା ମୁଖ୍ୟ ଦାୟିତ୍ବ ବାଧାପ୍ରାପ୍ତ ହେଉଚି। ବିଦ୍ୟାଳୟରେ ଶିକ୍ଷକ ଅଭାବ ଦ୍ବାରା ଛାତ୍ର-ଶିକ୍ଷକ ଅନୁପାତ କାର୍ଯ୍ୟକାରୀ ହେଇପାରୁନାହିଁ। ସହରାଞ୍ଚଳ ସ୍କୁଲ୍‌ରେ ଆବଶ୍ୟକତା ଠାରୁ ଅଧିକ ଓ ଗ୍ରାମାଞ୍ଚଳ ସ୍କୁଲ୍‌ରେ କମ୍‌ ଶିକ୍ଷକ ରହୁଛନ୍ତି। ଜଣ ପିଛା ୪ ଟଙ୍କା ୭୦ ପଇସା ଦୈନିକ ଗ୍ରାଣ୍ଟ ‘ମଧୢାହ୍ନ ଭୋଜନ’କୁ ‘ଦାରିଦ୍ର୍ୟ ଭୋଜନ’ କରି ଦେଉଛି। ଏତେ କମ୍‌ ପଇସାରେ ପୁଷ୍ଟିକର ଖାଦ୍ୟ ଦେଇ ହେଉନାହିଁ। ଏବେ, କୋଭିଡ୍‌-୧୯ ପରେ ଉଭୟ ଉପସ୍ଥାନ ଓ ମଧୢାହ୍ନ ଭୋଜନ ବିଶେଷ ଭାବରେ ପ୍ରଭାବିତ ହୋଇଛି। ସ୍ମାର୍ଟ ଫୋନ୍‌ ଅଭାବରୁ ଅନେକ ଛୋଟ ପିଲା ଅନ୍‌ଲାଇନ୍‌ ଶିକ୍ଷାରେ ଅ˚ଶ ଗ୍ରହଣ କରିପାରୁନାହାନ୍ତି। ଫଳରେ ଗ୍ରାମାଞ୍ଚଳ ପିଲାମାନଙ୍କର ଅଧିକ ‘ଲର୍ଣ୍ଣିଙ୍ଗ୍‌ ଲସ୍‌’ ବା ଶିକ୍ଷା ହ୍ରାସ ହେଉଛି। ଏ ବର୍ଷ ଛ’ବର୍ଷ ବୟସର ପ୍ରାୟ ଅଧେ ପିଲା ଆଡମିସନ ନେଇପାରିନାହାନ୍ତି। ମା’ କରୋନା ଗଲେ ମା’ ମିଡ୍‌ ଡେ’ ମିଲ୍‌ ଆସିବେ।
ମୋ-୯୯୩୭୦୨୭୦୧୭
[email protected]