ଧାନ ସ˚ଗ୍ରହରେ ଟୋକନ ବ୍ୟବସ୍ଥା, ପ୍ରତିବାଦର ମଞ୍ଜିଟି କେଉଁଠି?

ଅଶୋକ କୁମାର ବରାଳ

ଧାନ କିଣା ବେଳେ ଟୋକନ ବ୍ୟବସ୍ଥାକୁ ନେଇ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଥିବା ପ୍ରତିବାଦର ପ୍ରତିଧ୍ବନି ରାଜଧାନୀରେ ଶୁଭିଛି। ଏ ସ˚କ୍ରାନ୍ତରେ ବିଧାନସଭାରେ ବିଧାୟକମାନେ ହଟ୍ଟଗୋଳ ମଧୢ କରିଛନ୍ତି। କିନ୍ତୁ ଟୋକନ ବ୍ୟବସ୍ଥା ତ ଆଗରୁ ଥିଲା, ଯାହା ଧାନ ସ˚ଗ୍ରହ ପାଇଁ ଜରୁରୀ ମଧୢ। ହେଲେ ଏବେ ସମ୍ବଲପୁର ଓ ବରଗଡ଼ରେ ପ୍ରତିବାଦ କାହିଁକି ହେଉଛି? ଏଥି ଲାଗି ଟିକିଏ ଗହୀରେଇ ଦେଖିବା ଆବଶ୍ୟକ। ତାହା ହେଲେ ଏହି ପ୍ରତିବାଦର ମଞ୍ଜି କାରଣଟି ଦିଶିବ। ଏହି ମଞ୍ଜିଟି ହେଲା ଧାନ ସ˚ଗ୍ରହ ସମୟରେ ପଞ୍ଜିକୃତ ଚାଷୀଙ୍କ ‘ଆଧାର କାର୍ଡ’ରେ ପ୍ରଦତ୍ତ ତଥ୍ୟର ଯାଞ୍ଚ। ଏ ବ୍ୟବସ୍ଥା ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି।

ଧାନ ସ˚ଗ୍ରହ କେନ୍ଦ୍ର ବା ମଣ୍ତିକୁ ଧାନ ଦେବା ପାଇଁ ଆସୁଥିବା ପ୍ରତ୍ୟେକ ପଞ୍ଜିିକୃତ ଚାଷୀଙ୍କ ଆଧାର କାର୍ଡରେ ଥିବା ତଥ୍ୟର ସତ୍ୟତା ପରଖିବା ଲାଗି ‘ବାୟୋମେଟ୍ରିକ୍‌’ ବ୍ୟବସ୍ଥା କରାଯାଇଛି। ଏହି ଯାଞ୍ଚ ପ୍ରକ୍ରିୟା ଦେଇ ନ ଗଲେ ଚାଷୀଙ୍କ ଲାଗି ବିକ୍ରେତା ରସିଦ୍‌ ସୃଷ୍ଟି ହୋଇପାରିବ ନାହିଁ, ଯାହା ଚାଷୀମାନେ ସେମାନଙ୍କ ପ୍ରାପ୍ୟ ପାଇବା ଲାଗି ଅପରିହାର୍ଯ୍ୟ। ଚଳିତ ଖରିଫ ଧାନ ସ˚ଗ୍ରହରେ ଯୋଗାଣ ବିଭାଗ ପ୍ରଥମ ଥର ପାଇଁ ଧାନ ସ˚ଗ୍ରହରେ ଏକ ସ୍ବୟ˚-କ୍ରିୟ ‘ପି-ପାସ୍‌’ ବ୍ୟବସ୍ଥା କରିଛନ୍ତି। କିନ୍ତୁ, ଏହା ମଧ୍ୟସ୍ଥି ବା ଦଲାଲ, ବେପାରୀ ଓ ମିଲ୍‌ ମାଲିକଙ୍କ ସ୍ବାର୍ଥରେ ବାଧା ସୃଷ୍ଟି କରିଥିବା ଭଳି ମନେ ହେଉଛି, ଯାହା ବରଗଡ଼ ଏବ˚ ସମ୍ବଲପୁରରେ ପ୍ରତିବାଦକୁ ଜନ୍ମ ଦେଇଛି। ରାଜ୍ୟର ଅନ୍ୟ ୨୮ଟି ଜିଲ୍ଲାରେ ‘କେନ୍ଦ୍ରୀୟ ଟୋକନ ବ୍ୟବସ୍ଥା’କୁ ବିରୋଧ କରାଯାଉ ନାହିଁ। ଆଗରୁ ଏହି ଦୁଇଟି ଜିଲ୍ଲାରେ ବେପାରୀ ଓ ମିଲର‌୍‌ଙ୍କ ଏଜେଣ୍ଟ ଚାଷୀମାନଙ୍କ ନାମରେ ଧାନ ସ˚ଗ୍ରହ କରୁଥିଲେ ଓ ଚାଷୀଙ୍କ ଖଳାରୁ ଧାନ ଉଠାଇ ସିଧା ମିଲ୍‌କୁ ନେଇ ଯାଇ ଯାଉଥିଲେ। ହେଲେ ଏଥର ମଣ୍ତିରେ ପଞ୍ଜିିକୃତ ଚାଷୀଙ୍କ ‘ଆଧାର’ ଯାଞ୍ଚର ବ୍ୟବସ୍ଥା କରାଯାଇଥିବାରୁ ବେପାରୀ ଏବ˚ କିଛି ମିଲ୍‌ ମାଲିକଙ୍କ ସ୍ବାର୍ଥରେ ବାଧା ଉପୁଜିଛି। ତେଣୁ ସେମାନେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବ˚ କହୁଛନ୍ତି ଯେ ଟୋକନର କେନ୍ଦ୍ରୀକରଣ ବ୍ୟବସ୍ଥାରେ ଚାଷୀମାନେ ମଣ୍ତିରେ ଧାନ ଦେଇ ପାରିବେ ନାହିଁ। ଏବେ ବୁଝିବାକୁ ଚେଷ୍ଟା କରାଯାଉ ଯେ କିଭଳି ‘କେନ୍ଦ୍ରୀୟ ଟୋକନ’ ବ୍ୟବସ୍ଥା ଚାଷୀଙ୍କ ହିତରେ। ଆଗରୁ ଚାଷୀ ମଣ୍ତିରେ ନିଜର ଧାନ ଦେବା ପାଇଁ କେତେକ ନିର୍ଦ୍ଦିଷ୍ଟ ସ˚ସ୍ଥାରୁ ଟୋକନ ପାଉଥିଲା। ସେଗୁଡ଼ିକ ଥିଲେ ପ୍ରାଥମିକ ସମବାୟ ସମିତି, ଲ୍ୟା‌ମ୍ପସ୍‌, ମହିଳା ସ୍ବୟ˚ ସହାୟକ ଗୋଷ୍ଠୀ ଏବ˚ ପାଣି ପ˚ଚାୟତ। ତେବେ ମୁଖ୍ୟତଃ ସୋସାଇଟିର ସ˚ପାଦକମାନେ ଚାଷୀମାନଙ୍କୁ ଟୋକନ ଦେଉଥିଲେ। ଏହି ପ୍ରକ୍ରିୟାରେ ପଞ୍ଜିିକୃତ ଚାଷୀମାନେ ଧାନ ଅମଳ ପରେ ସେମାନଙ୍କ ନାମକୁ ସୋସାଇଟିର ରେଜିଷ୍ଟରରେ ଲେଖାଇବା ପରେ ସେମାନଙ୍କ ଧାନର ପରିମାଣ ଓ କୋଟାକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ଟୋକନ ଦିଆଯାଉଥିଲା। ସୋସାଇଟିର ସ˚ପାଦକଙ୍କ ଉପରେ ଏହା ସ˚ପୂର୍ଣ୍ଣ ନିର୍ଭରଶୀଳ ଥିଲା। ଏଣୁ ଏଥିରେ ସ୍ବଚ୍ଛତାର ଅଭାବ ନେଇ ଚାଷୀମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ବିଶେଷ କରି ନାମମାତ୍ର, କ୍ଷୁଦ୍ର ଏବ˚ ଭାଗଚାଷୀମାନେ ସ˚ପାଦକମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଶୋଷଣର ଶିକାର ହେଉଥିଲେ। ସୋସାଇଟିର ସଭ୍ୟ, ସଭାପତି, ପ˚ଚାୟତ ସ୍ତରୀୟ ଲୋକପ୍ରତିନିଧି, ବିଧାୟକ, ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ଏପରିକି ବଡ଼ ଚାଷୀମାନେ ସ˚ପାଦକମାନଙ୍କୁ ପ୍ରଭାବିତ କରି ସେମାନଙ୍କ ସ୍ବାର୍ଥ ହାସଲ କରି ନେଉଥିବା ବେଳେ ଛୋଟ ଚାଷୀମାନେ ହଇରାଣ ହେଉଥିଲେ। ଏପରିକି କିଛି ସମବାୟ ସମିତି ସ˚ପାଦକ ବେପାରୀଙ୍କ ସହିତ ଭିତିରି ବୁଝାମଣା କରି ଧାନ ସ˚ଗ୍ରହ କରୁଥିଲେ। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ବାରମ୍ବାର ଟୋକନଟିଏ ପାଇବା ଲାଗି ବାରମ୍ବାର ସ˚ପାଦକମାନଙ୍କ ପାଖକୁ ଦୌଡ଼ି ଦୌଡ଼ି ହାଲିଆ ଓ ହତାଶ ହେଉଥିଲେ।

ସେହି ଦୃଷ୍ଟିରୁ ଟୋକନ ବ୍ୟବସ୍ଥାର କେନ୍ଦ୍ରୀକରଣ ଏକ ଉତ୍ତମ ବ୍ୟବସ୍ଥା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ବ୍ୟବସ୍ଥାରେ ପଞ୍ଜିିକୃତ ଚାଷୀ ଧାନ ଅମଳର ତଥ୍ୟ ଦେବା କ୍ଷଣି ସ˚ପାଦକ ସେହି ତଥ୍ୟକୁ ପି-ପାସ ଜରିଆରେ ପ୍ରଦାନ କରନ୍ତି ଏବ˚ ତଥ୍ୟ ଠିକ୍‌ ଥିଲେ, ଦୁଇ ଘଣ୍ଟା ମଧ୍ୟରେ ଟୋକନ ସୃଷ୍ଟି ହୁଏ ଏବ˚ ଟୋକନ ବାବଦର ତଥ୍ୟ ଏସ୍‌.ଏମ୍‌.ଏସ୍‌ ଜରିଆରେ ଚାଷୀଙ୍କ ପଞ୍ଜିିକୃତ ମୋବାଇଲକୁ ଆସିଯାଏ। ଏଥି ସହିତ ଟୋକନର ସମସ୍ତ ତଥ୍ୟ ସୋସାଇଟିର ସ˚ପାଦକଙ୍କ ପାଖକୁ ମଧୢ ଯାଇଥାଏ। ଟୋକନ ସମ୍ବନ୍ଧୀୟ ତଥ୍ୟ ସ˚ପାଦକ ନୋଟିସ୍‌ ବୋର୍ଡରେ ଲଗାଇବା ପାଇଁ ସରକାରୀ ନିର୍ଦ୍ଦେଶ ମଧୢ ରହିଛି। ତେଣୁ ଆଗରୁ ଯେଉଁଥି ଲାଗି ସପ୍ତାହ ସପ୍ତାହ ଲାଗି ଯାଉଥିଲା, ଏବେ କେନ୍ଦ୍ରୀୟ ଟୋକନ ବ୍ୟବସ୍ଥାରେ ମାତ୍ର ଦୁଇ ଘଣ୍ଟାରେ ତାହା(ଟୋକନ ସୃଷ୍ଟି) ହୋଇପାରୁଥିବାରୁ ଏହା ଯେ ଚାଷୀଙ୍କ ହିତରେ ତାହା କହିବା ବାହୁଲ୍ୟ ମାତ୍ର। ତେବେ ଏଥିରେ ଗୋଟିଏ ଖୁଣ ରହିଛି, ଯାହା ହେଲା ପି-ପାସ୍‌ ଜରିଆରେ ସ˚ପାଦକ ଚାଷୀ ଦେଇଥିବା ତଥ୍ୟକୁ ତତ୍‌କ୍ଷଣାତ୍‌ ପ୍ରଦାନ କରୁଛନ୍ତି ନା ନାହିଁ, ତାହା ଜାଣିବାର ଉପାୟ ନାହିଁ। କାରଣ ଚାଷୀଙ୍କୁ ଏ ନେଇ କୌଣସି ପ୍ରମାଣ ପତ୍ର ଦିଆଯାଇ ନଥାଏ। ସୁତରା˚, ଏ ସମସ୍ୟାର ସମାଧାନର ବାଟ ମଧୢ ବାହାର କରାଯିବା ଜରୁରୀ।ଦେଖାଯାଇଛି ଯେ ରାଜ୍ୟର ଥିବା ୧ କୋଟି ୭୫ ଲକ୍ଷ ଚାଷୀଙ୍କ ମଧୢରୁ ଚଳିତ ବର୍ଷ ଧାନ ବିକିବାକୁ ମାତ୍ର ୧୨ ଲକ୍ଷ ୩୫ ହଜାର ଚାଷୀ ନାମ ପଞ୍ଜୀକରଣ କରିଛନ୍ତି, ଯାହା ରାଜ୍ୟ ଚାଷୀ ସ˚ଖ୍ୟାର ମାତ୍ର ୭ ପ୍ରତିଶତ। ଅନ୍ୟ ଚାଷୀମାନେ ଗଲେ କୁଆଡେ଼? ପ୍ରଶ୍ନ ଉଠୁଛି ଯେ ନାମ ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ସଚେତନ କରାଯାଉଛି ତ? ଏତେ ସ˚ଖ୍ୟକ ଚାଷୀ ମଣ୍ତି ବ୍ୟବସ୍ଥାର ବାହାରେ ରହିବା ଦୁର୍ଭାଗ୍ୟଜନକ। ତା’ ମାନେ କ’ଣ ଅଧିକା˚ଶ ଚାଷୀ ମଧୢସ୍ଥି ବା ଦଲାଲମାନଙ୍କ ଦ୍ବାରା ଶୋଷଣର ଶିକାର ହେଉଛନ୍ତି?

ଉଲ୍ଲେଖ ଥାଉ କି ୨୦୦୩-୦୪ ପର୍ଯ୍ୟନ୍ତ ଏଫ୍‌ସିଆଇ ଓଡ଼ିଶାରୁ ଧାନ ସ˚ଗ୍ରହ କରୁଥିଲା। ଧାନ ସ˚ଗ୍ରହର ବିକେନ୍ଦ୍ରୀକରଣ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବା ପରେ ରାଜ୍ୟ ସରକାର ବିଭିନ୍ନ ସ˚ସ୍ଥା ଦ୍ବାରା ଧାନ ସ˚ଗ୍ରହ କରୁଛନ୍ତି। ବର୍ତ୍ତମାନ ରାଜ୍ୟରେ ୨୬୬୮ଟି ସୋସାଇଟି, ୧୫୦ଟି ମହିଳା ସ୍ବୟ˚ ସହାୟକ ଗୋଷ୍ଠୀ ଏବ˚ ଦୁଇଟି ପାଣି ପ˚ଚାୟତ ଧାନ ସ˚ଗ୍ରହ କରୁଛନ୍ତି। ସରକାରଙ୍କ ଉଦ୍ଦେଶ୍ୟ ହେଲା, ସର୍ବନିମ୍ନ ସହାୟକ ମୂଲ୍ୟ ଅର୍ଥାତ୍‌ କ୍ବିଣ୍ଟାଲ ପ୍ରତି ୧୮୧୫ଟଙ୍କାରେ ଧାନ ବିକ୍ରି କରିବାର ସୁଯୋଗ ସବୁ ଚାଷୀ ପାଆନ୍ତୁ ଏବ˚ ଅଭାବୀ ବିକ୍ରିର ସମ୍ମୁଖୀନ ନ ହୁଅନ୍ତୁ। ସେହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟୋକନ ବ୍ୟବସ୍ଥା ଚାଷୀଙ୍କ ହିତରେ। ତେଣୁ, ‘ଆଧାର’ ତଥ୍ୟର ଯାଞ୍ଚକୁ ବିରୋଧ କରିବା ଲାଗି କେନ୍ଦ୍ରୀୟ ଟୋକନ ବ୍ୟବସ୍ଥାକୁ ବିରୋଧ କରାଯିବା ଆଦୌ ସ୍ପୃହଣୀୟ ନୁହେଁ।
ପାଇକନଗର, ଭୁବନେଶ୍ବର-୩
ମୋ:୯୪୩୮୦୪୧୦୨୦

ସମ୍ବନ୍ଧିତ ଖବର