କେମିତି ସ˚ଭବ ହେଲା ‘ସ˚ଭବ’

ବିକଳ୍ପ ବିଶ୍ବ - ଭଗବାନ ପ୍ରକାଶ

ଆଜି ବିଶ୍ବ ପରିବେଶ ସପ୍ତାହର ଶେଷ ଦିବସ। ଏ ବର୍ଷର ଆଦର୍ଶବାଣୀ ବା ସ୍ଲୋଗାନ୍‌ ଥିଲା: ଏକ ମାତ୍ର ପୃଥିବୀ- ପ୍ରକୃତି ସହ ସାମଞ୍ଜସ୍ୟ ରଖି ଜୀବନଯାପନ ଶୈଳୀ। ସପ୍ତାହେ ପୂର୍ବରୁ ଜୁନ୍‌ ୫ ତାରିଖରେ ପ୍ରେରଣା ଇଣ୍ଟର ନ୍ୟାସନାଲ ଗ୍ରୀନ୍‌ ଆର୍ମି ଓ ଅନେକ ନାଗରିକ ସ˚ଗଠନ ଏକାଠିି ହୋଇ ଆୟୋଜନ କରିଥିଲେ ଏକ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ ଓ ସ˚ବର୍ଦ୍ଧନା ସଭା ଜୟଦେବ ଭବନ ପରିସରରେ। ମତେ ଗ୍ରୀନ୍‌ମ୍ୟାନ୍‌ ସମ୍ମାନ ସହ ପ୍ରଦାନ କରିଥିଲେ ଏକ ଲକ୍ଷ ଟଙ୍କାର ଅର୍ଥରାଶି। ସ˚ଯୋଗକ୍ରମେ ଆଜିି ବିଶିଷ୍ଟ ପରିବେଶ ପ୍ରେମୀ ପ୍ରଫେସର ରାଧାମୋହନଙ୍କ ମଧୢ ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଗତବର୍ଷ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

ସେ ଆଜି ନାହାନ୍ତି, କିନ୍ତୁ ଓଡ଼ିଶାରେ ପରିବେଶ ସୁରକ୍ଷା ଅଭିଯାନ ଓ ଆନ୍ଦୋଳନ ସ˚ପର୍କରେ କୌଣସି ଆଲୋଚନା ରାଧାମୋହନଙ୍କ ଅନୁପସ୍ଥିତିରେ ଅଧୁରା ଅଧୁରା ଲାଗେ। ତାଙ୍କ ସହ ମୋର ସ˚ପର୍କ ଅର୍ଦ୍ଧଶତାବ୍ଦୀ ପୁରୁଣା। ଆମେ ଏକାଠି ମିଶି ଗଢ଼ିଥିଲୁ ପରିବେଶ ପ୍ରୟୋଗଶାଳା ‘‘ସ˚ଭବ’’। ଏହା ପୂର୍ବରୁ ଏକାଠି ମିଶି ଓଡ଼ିଶାରେ ଆରମ୍ଭ କରିଥିିଲୁ ବ୍ୟାପକ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଅଭିଯାନ। ଯୋଗ ଦେଇଥିଲେ ଓଡ଼ିଶାର ଚାରିଟି ବିଶ୍ବବିଦ୍ୟାଳୟର ୩୦୦ ମହାବିଦ୍ୟାଳୟର ୩୦ ହଜାର ବିଦ୍ୟାର୍ଥୀ। ଏବ˚ ରୋପଣ କରିଥିଲେ ଲକ୍ଷ ଲକ୍ଷ ବୃକ୍ଷ। ପାଣିଦେଇ ସେସବୁକୁ ବଞ୍ଚାଇ ରଖିଥିଲେ। ଛୋଟବଡ଼ ପଚାଶଟି ଲଣ୍ତା ପାହାଡ଼ ଆଜି ତାହାର ସବୁଜ ସାକ୍ଷୀ। ସେଥିରୁ ଗୋଟିଏ ମୂକସାକ୍ଷୀ ହେଲା, ଖୋର୍ଦ୍ଧାର ସବୁଜ ବନାନୀ ପରିପୂର୍ଣ୍ଣ ବରୁଣେଇ ପାହାଡ଼।

ଏହି ଚମତ୍କାର ଦେଖିବା ପାଇଁ ଦଉଡ଼ି ଆସିଥିଲେ ଅନେକ ବିଶିଷ୍ଟ ବ୍ୟକ୍ତି। ତା’ ମଧୢରେ ଥିଲେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ରାଧାନାଥ ରଥ, ଗଙ୍ଗାଧର ମହାପାତ୍ର ଏବ˚ ଆଉ ଅନେକ ମନ୍ତ୍ରୀ, ବିଧାୟକ, କୁଳପତି ଓ ସମାଜସେବୀ। ସେତେବେଳେ ମହୀୟସୀ ମନୋରମା ମହାପାତ୍ର ରେଭେନ୍‌ସା ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ରୀମାନଙ୍କୁ ଧରି ଏକ ଶିବିରରେ ତଳେ ଶୋଇ ଏକ ମାସ ରହିଥିଲେ ପିଲାମାନଙ୍କୁ ପ୍ରେରଣା ଦେବା ପାଇଁ। ଏତିକିବେଳେ ଆମେ ବହୁ ଉତ୍ସର୍ଗୀକୃତ ପ୍ରତିଭାବାନ ଛାତ୍ର ଓ ଶିକ୍ଷକଙ୍କୁ ଆବିଷ୍କାର କରିଥିଲୁ। ତା’ ଭିତରେ ଥିଲେ ଆଜିର ପ୍ରେରଣା ଗ୍ରୀନ୍‌ ଆର୍ମିର କମାଣ୍ତର ଇନ୍‌ ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନ। ପରେ ବିଧାୟକ ହେଲେ, କିନ୍ତୁ ଏହା ତାଙ୍କୁ ବାନ୍ଧି ରଖି ପାରିଲା ନାହିଁ। ପେସା ଛାଡ଼ି ପରିବେଶ ନିଶାକୁ ଫେରି ଆସିଲେ। ନିରାକାରପୁରରୁ ଆଉ ଜଣେ ଉତ୍ସର୍ଗୀକୃତ ସ୍ବେଚ୍ଛାସେବୀ ଲେଖିଲେ- ‘ସାର‌୍‌, ରାତିରେ ନିଦ ହେଉନାହିଁ। ମୁଁ ପାଠ ଛାଡ଼ି ପରିବେଶ ପାଇଁ କାମ କରିବାକୁ ଚାହୁଁଚି ପୂରା ସମୟ। ଏହି ସଫଳତା ଖବର ପାଇଁ ଭାରତ ବିଖ୍ୟାତ ପରିବେଶବିତ୍‌ ସୁନ୍ଦରଲାଲ୍‌ ବହୁଗୁଣା ଦଉଡ଼ି ଆସିଥିଲେ ଓଡ଼ିଶା। ତାଙ୍କୁ ସାଙ୍ଗରେ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସବୁ ଦେଖାଇଲି। ଖୁବ୍‌ ଖୁସି ହୋଇଥିଲେ। ସେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଭେଟି ବଧାଇ ଜଣାଇଥିଲେ। ପିଲାମାନେ ଯେଉଁ ଚାରା ପୋତି ଥିଲେ ସେସବୁ ଆଜି ମହାଦ୍ରୁମ। ଏସବୁ କାର୍ଯ୍ୟକ୍ରମରେ ରାଧାମୋହନ ଆମ ସାଙ୍ଗରେ ଥିଲେ ଏବ˚ ଉତ୍ସାହିତ କରୁଥିଲେ।

ପରବର୍ତ୍ତୀ କାଳରେ ଏହି ଅଭିଜ୍ଞତା କାମରେ ଆସିଥିଲା। ବିଶେଷ କରି କେନ୍ଦ୍ର ଶିକ୍ଷା ଓ ଯୁବକଲ୍ୟାଣ ମନ୍ତ୍ରାଳୟରେ ମୁଁ ମୁଖ୍ୟ ପରାମର୍ଶଦାତା ଭାବରେ ଯୋଗ ଦେବା ପରେ। ୧୯୮୫ ମସିହାର ଘଟଣା। ଅନାବୃଷ୍ଟି ଶୁଖା ପଡ଼ିଥିଲା ଦେଶର ବିଭିନ୍ନ ଅଞ୍ଚଳରେ। ଏହାକୁ ରୋକିବାକୁ ସରକାର ଓ ବେସରକାରୀ ସ˚ସ୍ଥା ଆରମ୍ଭ କରିଥା’ନ୍ତି ଵାଟରସେଡ୍‌ ବା ଜଳ ସ˚ରକ୍ଷଣ ଓ ବିକାଶ ଯୋଜନା। ମହାରାଷ୍ଟ୍ରର ରାଲେଗାଁଓ ସିଦ୍ଧିରେ ଆନ୍ନା ହଜାରେ ଏହାର ନେତୃତ୍ବ ନେଇଥା’ନ୍ତି। ଆମେ ସେଠାକୁ ଜାତୀୟ ସେବା ଯୋଜନାରେ ସ˚ପୃକ୍ତ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧୢାପକମାନଙ୍କୁ ତାଲିମ ପାଇଁ ପଠାଇଲୁ। ଆରମ୍ଭ ହେଲା ‘‘ୟୁଥ୍‌ ଫର‌୍‌ ଵାଟରସେଡ୍‌ ବିକାଶ’’ ଯୋଜନା। ଆମ ଦେଶରେ ୯୮ ଭାଗ ଜଳ ସମୁଦ୍ରକୁ ବୋହିଯାଏ। ଵାଟରସେଡ୍‌ ଦ୍ବାରା ପାଣି ଦଉଡ଼ିବ ନାହିଁ, ଚାଲିବ, ବୁଲିବ, ଭୂଇଁ ତଳକୁ ଭେଦିବ, ଭୂତଳ ଜଳ ଉପରକୁ ଉଠିବ। ଏହି କାର୍ଯ୍ୟକ୍ରମରେ ସାମିଲ କରାଇଥିଲୁ ପାଞ୍ଚ ଲକ୍ଷ ଏନ୍‌.ଏସ୍‌.ଏସ୍‌ ସ୍ବେଚ୍ଛାସେବୀ। ଅନାବୃଷ୍ଟି ଓ ଶୁଖାପୀଡ଼ିତ ଗ୍ରାମାଞ୍ଚଳରେ ଶିବିର ପକାଇ କାମରେ ଲାଗିଲେ ପିଲାଏ। ସୃଷ୍ଟି କଲେ ଦଶ ହଜାରରୁ ଅଧିକ ଵାଟରସେଡ୍‌ ବା ଜଳାଶୟ। ଶୁଖା ପ୍ରଭାବ କମିଗଲା। ହଜାର ହଜାର ଚାଷୀ ଉପକୃତ ହେଲେ। ଚାଷୀ ଆତ୍ମହତ୍ୟା ହାର କମିଗଲା।

ଏ କଥା ତତ୍‌କାଳୀନ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‌ ସେକ୍ରେଟାରି ଜାଫର‌୍‌ ସଇଫୁଲ୍ଲାଙ୍କ କାନରେ ପଡ଼ିଲା (୧୯୯୩-୯୪)। ସେ ସ˚ପୃକ୍ତ ବିଭାଗର ସେକ୍ରେଟାରିମାନଙ୍କୁ ସମୀକ୍ଷା ଓ ଏହି ଉଦାହରଣରୁ ଶିକ୍ଷା ପାଇଁ ଡକାଇଲେ। ସେଥିରେ ଥିଲେ ଯୁବ କଲ୍ୟାଣ ବିଭାଗ ସଚିବ। ସେ ସଇଫୁଲ୍ଲାଙ୍କୁ କହିଲେ ଆମ ମନ୍ତ୍ରାଳୟ ତରଫରୁ ଉପସ୍ଥାପନ କରିବେ ଡ. ଭଗବାନପ୍ରକାଶ। ମୁଁ ସେତେବେଳେ ଅଳ୍ପଦିନ ପାଇଁ ଭୁବନେଶ୍ବର ଆସିଥାଏ। ଖବର ପାଇ ତତ୍‌କ୍ଷଣାତ୍‌ ଦିଲ୍ଲୀ ଫେରିଆସିଲି। ସମୀକ୍ଷା ସଭାରେ ଜାଫର ସଇଫୁଲ୍ଲାଙ୍କ ପ୍ରଥମ ପ୍ରଶ୍ନ ଥିଲା- ଏହି ଅଭିଯାନରେ ବଜେଟ୍‌ କେତେ? କହିଲି ବଜେଟ୍‌ ଜିରୋ। ପୁଣି ପଚାରିଲେ ଜିରୋ ବଜେଟ୍‌ରେ ପାଞ୍ଚ ଲକ୍ଷ ପିଲାଙ୍କ ଦ୍ବାରା ଦଶ ହଜାର ଵାଟରସେଡ୍‌ କିପରି ସ˚ଭବ? ଉତ୍ତର ଦେଇ କହିଥିଲି- ମୋଟିଭେସନ୍‌ ବା ପ୍ରେରଣା, ସହଯୋଗ ଓ ଶ୍ରମଦାନ। ସମସ୍ତେ କରତାଳି ଦେଇଥିଲେ।

‘‘କିପରି ସ˚ଭବ?’’ ୩୩ ବର୍ଷ ତଳେ ଆଉ ଏକ ଗ୍ରାମ୍ୟସଭାରେ ଏହି ପ୍ରଶ୍ନ ଆମକୁ ପଚାରିଥିଲେ ଓଡ଼ଗାଁ ରୋହିବାଙ୍କ ଗାଁର ଲୋକମାନେ। ଆମେ ସେତେବେଳେ ମାଟି, ପାଣି, ପବନ ଓ ପରିବେଶ ସୁରକ୍ଷା ସ˚ପର୍କରେ ନୂଆ ନୂଆ ପରୀକ୍ଷା ଓ ପ୍ରୟୋଗ ପାଇଁ ଏକ ଆପ୍ଲାଏଡ୍‌ ରିସର୍ଚ୍ଚ କେନ୍ଦ୍ର ପାଇଁ ଜାଗା ଖୋଜୁଥାଉ ଓ ଏହି ସ˚ପର୍କରେ ରୋହିବାଙ୍କ ଓ ଆଖପାଖ ଲୋକଙ୍କ ସହଯୋଗ ଓ ସମର୍ଥନ ପାଇଁ ସଭାଟିଏ ଡକା ହୋଇଥାଏ। ସାଙ୍ଗରେ ଥା’ନ୍ତି ରାଧାମୋହନ, ରାମକୃଷ୍ଣ, ରଘୁନାଥ, ବିଜୟ ରାମଦାସ, ଭିକ୍ଷାକାରୀ ହଜାରୀ, ପୁରୁଷୋତ୍ତମ ନାୟକ ଓ ସମଧର୍ମୀମାନେ। ଆମେ ଯେତେବେଳେ କହିଲୁ ଯେ ବିନା ହଳ, ଲଙ୍ଗଳ, ବଳଦ ବିନା ଟ୍ରାକ୍‌ଟର, କୃତ୍ରିମ ଉର୍ବରକ ଓ ପୋକମରା ଔଷଧରେ ଚାଷ ବାସ ପାଇଁ ଏଠି ଅଧୢୟନ, ଗବେଷଣା, ପ୍ରୟୋଗ ଓ ତାଲିମ କେନ୍ଦ୍ର ହେବ, ଜଣେ ଚାଷୀ ଉଠି ଠିଆହେଲେ ଓ ପଚାରିଲେ- ଆଜ୍ଞାମାନେ, ଶୁଣ, ମୋର ବିଶ୍ବାସ ହେଉନାହିଁ, ଏହା କିପରି ସ˚ଭବ? ଏହା ପରେ ଦି’ ଘଣ୍ଟା- ଆଲୋଚନା ଚାଲିଲା। କିନ୍ତୁ ସେଦିନ ଏଥିରୁ ଗୋଟିଏ ସଦ୍ୟ ସୁଫଳ ମିଳିଲା।

ଆମେ ବହୁଦିନ ଧରି ପ୍ରସ୍ତାବିତ ଅନୁଷ୍ଠାନ ପାଇଁ ଗୋଟିଏ ଭଲ ନାଁ ଖୋଜୁଥିଲୁ। ଚାଷୀଙ୍କ ପ୍ରଶ୍ନ- ଏହା କିପରି ସ˚ଭବ?ରେ ଉତ୍ତରଟି ଲୁଚି ରହିଥିଲା। ରାଧାମୋହନ କହିଲେ ଆମେ ଅନୁଷ୍ଠାନର ନାଁ ରଖିବା- ‘ସ˚ଭବ’ ଏବ˚ ଆପଣ ତା’ର ପ୍ରଥମ ସଭାପତି ରହିବେ। ଏ ମଧୢରେ ଆମେ ପଣ୍ତିଚେରୀ ଅରୋଭିଲ୍‌ ଯାଇ ଆଉ ଏକ ମଡେଲ୍‌ ଦେଖି ଆସିଲୁ। ୧୯୮୯ ମସିହା ମାର୍ଚ୍ଚ ଆଠ ତାରିଖ ଆନ୍ତର୍ଜାତିକ ମହିଳା ଦିବସରେ ଅନୁଷ୍ଠାନ ପଞ୍ଜିକୃତ ହେଲା। ଏହା ପରେ ଆକର୍ଷଣୀୟ ଚାକିରି ଛାଡ଼ି ସେ ଗଲେ ସାବରମତୀ (ପଦ୍ମଶ୍ରୀ ଉପାଧିରେ ସମ୍ମାନିତ) ଓ ନିଜର ତ୍ୟାଗ, ନିଷ୍ଠା, ତପସ୍ୟା ଦ୍ବାରା ଏବ˚ ସହଯୋଗୀ ରାମକୃଷ୍ଣଙ୍କ ସହ ମିଶି ଅନୁଷ୍ଠାନକୁ ଆଗେଇ ନେଲେ। ଏହା ପରେ ପରେ ‘ସ˚ଭବ’ ସହ ଯୋଡ଼ି ହେଲେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ। ଦେଶ ବିଦେଶରୁ ତାଲିମ ପାଇଁ ଆସିଲେଣି ଲକ୍ଷାଧିକ ପ୍ରାକୃତିକ ଚାଷୀ, ପ୍ରକୃତି, ପରିବେଶ, ପୃଥିବୀ ପ୍ରେମୀ। ଏହିପରି ‘ସ˚ଭବ’ ହେଇଚି ସ˚ଭବପର। ଯେଉଁଠି ଗୋଶାଳା ଅଛି କିନ୍ତୁ ବାଛୁରୀକୁ ଠକି ଗାଈ ଦୁହାଁଯାଏ ନାହିଁ, ବିଶାଳ ପୋଖରୀ ଅଛି କିନ୍ତୁ ମାଛ ଧରାଯାଏ ନାହିଁ, ଯେଉଁଠିକୁ ଫେରିଆସିଛନ୍ତି ଉଡ଼ିଯାଇଥିବା, ବୋହି ଯାଇଥିବା ଉର୍ବର ଧୂଳି, ମାଟି। ସୃଷ୍ଟି କରିଛନ୍ତି ନୂତନ ମୃତ୍ତିକା। ଯେଉଁଠିକୁ ଫେରି ଆସୁଛନ୍ତି ମୃଗ, ମୟୂର ବନ୍ୟପ୍ରାଣୀ ଓ ପଶୁପକ୍ଷୀ।

ଯେଉଁଠି ମନକୁ ମନ ଉଠିଛନ୍ତି ଅସ˚ଖ୍ୟ ବୃକ୍ଷଲତା, ଯେଉଁଠି ମାଟି, ପାଣି, ପବନ ପ୍ରଦୂଷଣ ମୁକ୍ତ। ଯେଉଁଠି ଗଢ଼ି ଉଠିଛି, ଅହି˚ସ କୃଷି ଓ ଋଷିକୃଷିର ପ୍ରୟୋଗଶାଳା। ଯେଉଁଠି ଜମି, ଜଳ, ଜଙ୍ଗଲ, ଜନ୍ତୁ ଏକାଠି ରହନ୍ତି, ଯେଉଁଠି ଗୋବର ମୂତ୍ର ଅତି ପବିତ୍ର ଉର୍ବରକ। ଯେଉଁଠି କର୍ମଚାରୀଙ୍କ ସ୍ଥାନରେ ଅଛନ୍ତି କର୍ମୀ। ଯେଉଁଠି ଗଛ କାଟିବା ମାତୃହତ୍ୟା ସହ ସମାନ, ଯେଉଁଠି ଫସଲ ନଷ୍ଟକାରୀ ରୋଗପୋକଙ୍କୁ ରାସାୟନିକ ପୋକମରା ଔଷଧ ବଦଳରେ ପ୍ରାକୃତିକ ଜୈବିକ ପଦ୍ଧତିରେ ନିୟନ୍ତ୍ରଣ କରାଯାଏ। ଯେଉଁଠି ସ୍ବଳ୍ପ ଜଳବିନ୍ଦୁ ପ୍ରୟୋଗ କରି ଅଧିକ ଉତ୍ପାଦନ କରାହୁଏ। ଯେଉଁଠି ଆଠଶହରୁ ଅଧିକ ପ୍ରକାର ବିହନ ଓ ମଞ୍ଜି ଆଗାମୀ ପିଢ଼ି ପାଇଁ ସ˚ରକ୍ଷିତ। ଯେଉଁଠି ବୃକ୍ଷମାନେ ସ୍ଥାନୀୟ ଉତ୍ତାପକୁ ଶୀତଳତାରେ ପରିଣତ କରିଛନ୍ତି। ଯେଉଁଠି ପ୍ରକଳ୍ପ ପରିଚାଳନାରେ ମହିଳାମାନେ ଆଗୁଆ ଓ ମୁଖିଆ। ଯେଉଁ ଗୋଟିଏ ଅନୁଷ୍ଠାନ ସୃଷ୍ଟି କରିଛି ଦୁଇ ଦୁଇଟି ପଦ୍ମଶ୍ରୀ। ତାହା ଆଜି ସହନୀୟ, ସତତ ବିକାଶର ତୀର୍ଥସ୍ଥଳୀ। ନୂଆ ପୃଥିବୀର ନୂଆ ସ୍ବପ୍ନ। ପ୍ରକୃତି ପୁରୁଷ ରାଧାମୋହନ ଓ ତାଙ୍କର ସାଥୀ ସହଯୋଗୀମାନେ ସେଇ ଅନୁଷ୍ଠାନର ଥିଲେ ଅଭିଭାବକ, ମିତ୍ର ଓ ମାର୍ଗଦର୍ଶକ।
ମୋ- ୯୯୩୭୦୨୭୦୧୭

ସମ୍ବନ୍ଧିତ ଖବର