ଯାହା ଠାରେ ଯାହା ଅଛି

କଥାଟିଏ - ଯାଯାବର

ଥରେ ସନ୍ଥ ଫିରୋଜ ରାସ୍ତାରେ ଯାଉଥିବା ବେଳେ ଜଣେ ଦୁଷ୍ଟ ଲୋକ ଅଯଥାରେ ତାଙ୍କୁ ଗାଳି କଲା ଏବ˚ ଅପମାନ ଦେଲା। ଫିରୋଜ କିଛି ନ କହି ସେଠାରୁ ଚାଲିଯିବାକୁ ବାହାରିଥିବା ବେଳେ ତାଙ୍କୁ ଆଘାତ ଦେଲା। ଏହା ଦେଖିବା ମାତ୍ରକେ ଆଖପାଖ ଲୋକ ଜମିଗଲେ। ସେମାନେ ଫିରୋଜଙ୍କୁ ଖୁବ୍‌ ସମ୍ମାନ କରୁଥିଲେ। ତେଣୁ ସେମାନେ ସେଇ ଦୁଷ୍ଟ ଲୋକକୁ ବାନ୍ଧି ବାଡ଼େଇବାକୁ ବାହାରିଲେ। ଫିରୋଜ ଏହା ଦେଖି ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଅଟକାଇଲେ।

ଏହା ଦେଖି ଲୋକେ କହିଲେ- ଫିରୋଜ, ଆପଣ ଆମକୁ ଛାଡ଼ି ଦିଅନ୍ତୁ। ଆମେ ଏହାକୁ ସମୁଚିତ ଶାସ୍ତି ଦେବୁ।

ଫିରୋଜ କହିଲେ- ସେ କି ଭୁଲ୍‌ କଲା ଯେ ଆପଣମାନେ ତାକୁ ଶାସ୍ତି ଦେବେ? ମୁଁ ତାକୁ କ୍ଷମା କରିସାରିଛି।

ଜମିଥିବା ଲୋକମାନଙ୍କ ଭିତରୁ ଜଣେ ଫିରୋଜଙ୍କୁ କହିଲା- ସେ ଆପଣଙ୍କୁ ବିନା କାରଣରେ ଆକ୍ରମଣ କରି ଆଘାତ ଦେଲା ପରେ ବି ଆପଣ ତାକୁ କ୍ଷମା କରିବାକୁ ଚାହୁଛନ୍ତି କାହିଁକି? ପୁଣି ତା’ର କିଛି ଦୋଷ ନାହିଁ ବୋଲି କହୁଛନ୍ତି କେମିତି?

ଫିରୋଜ କହିଲେ- ଯାହା ପାଖରେ ଯାହା ଅଛି ସେ ତାକୁ ଦିଏ। ସେହି ବ୍ୟକ୍ତି ପାଖରେ କ୍ରୋଧ ଓ ହି˚ସା ଅଛି। ତେଣୁ ସେ ତାହା ମୋତେ ଦେଲା। କିନ୍ତୁ ମୋ ପାଖରେ କୌଣସି କ୍ରୋଧ ବା ଦ୍ବେଷ ନାହିଁ, କ୍ଷମା ଅଛି; ତେଣୁ ମୁଁ ତାକୁ କ୍ଷମା ଦେବି।

ସମ୍ବନ୍ଧିତ ଖବର