ଆମ ହୃଦୟହୀନତା‌

ଆମ ଦେଶରେ ଦୁର୍ଘଟଣା ବା ହିଂସାକାଣ୍ଡ ଭଳି ଘଟଣାର ଦୃଶ୍ୟ ସବୁକୁ ଭିଡିଓରେ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାର ପ୍ରବଣତା ପ୍ରବଳ। ଏହା କେବଳ ରୁଚିହୀନତାକୁ ନୁହେଁ, ସଂପୃକ୍ତ ବ୍ୟକ୍ତିମାନଙ୍କ ଅମାନବୀୟତା ଓ ହୃଦୟହୀନତାକୁ ପ୍ରକାଶ କରୁଛି। ଜଣେ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପଡ଼ି ଛଟପଟ ହେଉଥିବା ବେଳେ ତାକୁ ଡାକ୍ତରଖାନା ନିଆଯିବା ଦରକାର ନା ସେ ଦୃଶ୍ୟର ଭିଡିଓ ଉଠାଯିବା ଉଚିତ?

ସେହି ଭଳି ସ୍ଥାନରେ ଜମା ହୋଇଥିବା ଯେତିକି ‌େଲାକ ଭିଡିଓ ଉତ୍ତୋଳନ କରନ୍ତି, ‌ତା’ର ଯଦି ଅଳ୍ପ କିଛି ଅଂଶ ସେଇ ଆହତଙ୍କୁ ଡାକ୍ତରଖାନାକୁ ନେବାର ଉଦ୍ୟମ କରନ୍ତେ, ତେବେ ହୁଏ’ତ ସେହି ବ୍ୟକ୍ତିଙ୍କ ଜୀବନ ରକ୍ଷା କରାଯାଇ ପାରନ୍ତା। ଏମିତି ଉଦାହରଣ ଅନେକ। ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ୍‌ କରିବାର ବ୍ୟଗ୍ରତାରେ ମାନବିକତାକୁ ଭୁଲିଯିବା ଦୁଃଖଦାୟକ। ଆମେମା‌େ‌େନ ଏଭଳି ହୃଦୟହୀନତା ପରିହାର କରିବା ଉଚିତ।
ବିଶ୍ବଜିତ ପରିଡ଼ା
ବୋଳକଣା, ଡେଲାଙ୍ଗ, ପୁରୀ

ସମ୍ବନ୍ଧିତ ଖବର