ଜିଆଙ୍କ ଭୂତ

ଆମ ଦେଶର ଦକ୍ଷିଣସ୍ଥ ପଡ଼ୋଶୀ ଶ୍ରୀଲଙ୍କାର ଅର୍ଥନୀତି ତରଳି ଯାଇ ଏକ ‘ନୈରାଜ୍ୟ’ ସୃଷ୍ଟି ହୋଇଥିବା ବେଳେ ପଶ୍ଚିମସ୍ଥ ପଡ଼ୋଶୀ ପାକିସ୍ତାନ ମଧୢ ଯେ ଏକ ଅନୁରୂପ ସ୍ଥିତି ଦେଇ ଗତି କରିପାରେ; ସେ ନେଇ ସତର୍କ ବାଣୀମାନ ଶୁଣିବାକୁ ମିଳିଲାଣି। କିନ୍ତୁ କଥା ହେଲା, ଶ୍ରୀଲଙ୍କା‌େର ‘ଶାସକ-ଶୂନ୍ୟତା’ ସତ୍ତ୍ବେ ସେଠାକାର ନାଗରିକମାନେ ଏ ପର୍ଯ୍ୟନ୍ତ ଏକ ଦାୟିତ୍ବସ˚ପନ୍ନ ଆଚରଣ ପ୍ରଦର୍ଶନ କରି ମୁଖ୍ୟତଃ ଶାନ୍ତି ଅକ୍ଷୁଣ୍ଣ ରଖି ପାରିଥିବା ବେଳେ ଅନୁମାନ କରାଯାଇଥାଏ ଯେ ସମ ଦଶାର ଶିକାର ହେଲେ ପାକିସ୍ତାନରେ ଏଭଳି କିଛି ପରିଦୃଶ୍ୟ ନ ହୋଇ ତାହା ହି˚ସାତ୍ମକ ଅରାଜକତାର ଗହ୍ବର ମଧୢକୁ ନିକ୍ଷେପିତ ହୋଇପାରେ, ଯାହା ଭାରତ ସକାଶେ ମଧୢ ଉଦ୍‌ବେଗର କାରଣ ହେବ।

ତେବେ, ପାକିସ୍ତାନର ସା˚ପ୍ରତିକ ଅର୍ଥନୈତିକ ଦୁରବସ୍ଥା ସ˚ପର୍କରେ ଆଲୋଚନା କଲା ବେଳେ ଅନେକ ବିଶେଷଜ୍ଞ ଯାହା ଇଙ୍ଗିତ କରୁଥିବା ଦେଖାଯାଉଛି, ତାହା ହେଲା ଏଭଳି ଏକ ସ୍ଥିତିର ମଞ୍ଜି କୁଆଡ଼େ ପୋତା ଯାଇଥିଲା ଜେନେରାଲ ଜିଆ ଉଲ୍‌ ହକ୍‌ଙ୍କ ଏକଛତ୍ରବାଦୀ ସାମରିକ ଶାସନ କାଳରେ! ୧୯୭୭ ମସିହା, ଜୁଲାଇ ୫ ତାରିଖରେ ଜେନେରାଲ ଜିଆ ଉଲ୍‌ ହକ୍‌ ଏକ ସାମରିକ ବିଦ୍ରୋହ ସ˚ଘଟିତ କରି କ୍ଷମତା ଅଧିକାର କରିଥିଲେ; ସୁତରା˚, ଏହି ମାସ ହିଁ ହେଉଛି ତାର ପଇଁଚାଳିଶ ବର୍ଷ ପୂର୍ତ୍ତି। ତେଣୁ ପାକିସ୍ତାନର ସା˚ପ୍ରତିକ ଆର୍ଥିକ ଦୁରବସ୍ଥା ସହିତ ଜିଆଙ୍କ ସ˚ପର୍କକୁ ବୁଝିବା ସକାଶେ ଏକ କ୍ଷୁଦ୍ର ଆଲୋଚନାର ଆବଶ୍ୟକତା ରହିଛି ବୋଲି ମନେହୁଏ।

କୁୁହାଯାଇଥାଏ ଯେ ୧୯୭୬ ମସିହାରେ ଚାରିଟି ତାରକା-ପଦକର ଅଧିକାରୀ ତଥା ଅପେକ୍ଷାକୃତ କନିଷ୍ଠ ସ୍ଥାନୀୟ ଅଫିସର‌୍‌ ଜିଆ ଉଲ୍‌ ହକ୍‌ଙ୍କୁ ତତ୍କାଳୀନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋ ଏକା ବେଳକେ ସେନାଧୢକ୍ଷ ରୂପେ ଚୟନ କରିବା ପଛରେ ତାଙ୍କର ଯେଉଁ ଯୋଗ୍ୟତାଟିକୁ ସେ ଦେଖିଥିଲେ, ତାହା ହେଉଛି ବଦ୍‌-ମିଜାଜୀ ଭୁଟ୍ଟୋଙ୍କ ଦ୍ବାରା ବାରମ୍ବାର ଦୁର୍ବବ୍ୟବହାର ପ୍ରଦର୍ଶନ ସତ୍ତ୍ବେ ଜିଆ ନିଃସ˚କୋଚରେ ପ୍ରକାଶ କରି ଚାଲିଥିବା ଏକ ଭୟାତୁର ଅଧସ୍ତନ ସୁଲଭ କାକୁସ୍ଥ ଭାବ। ସୁତରା˚, ଜିଆଙ୍କ ନିକଟରୁ ସେ ଘୁଣାକ୍ଷରରେ କୌଣସି ବିପଦର ଆଶଙ୍କା କରି ନ ଥିବେ। କିନ୍ତୁ ଅଚିରେ ଏହା ଭୁଟ୍ଟୋଙ୍କ ଏକ ଚରମ ଭୁଲ୍ ବୋଲି ସାବ୍ୟସ୍ତ ହୋଇଥିଲା, ଯେତେବେଳେ ପାକିସ୍ତାନୀ ଆର୍ମିର ଡିଏନ୍‌ଏରେ ନିହିତ ଥିବା କ୍ଷମତା ଦଖଲର ମହତ୍ତ୍ବାକା˚କ୍ଷା ଏକ ସାମରିକ ବିଦ୍ରୋହରେ ପରିଦୃଷ୍ଟ ହୋଇଥିଲା, ଯାହାର ପରିଣାମରେ ଭୁଟ୍ଟୋ ପ୍ରଥମେ ବନ୍ଦୀ ହୋଇ ଅଳ୍ପ ଦିନ ମଧ୍ୟରେ ଫାଶୀ ଖୁଣ୍ଟରେ ଝୁଲିଥିଲେ। ପ୍ରକାଶ ଥାଉ କି ଭୁଟ୍ଟୋଙ୍କ ଠାରୁ ସେ ସହିଥିବା ଅପମାନର ହିସାବ ନିକାଶ କଲା ଭଳି ଜେନେରାଲ ଜିଆ ଏହି ବିଦ୍ରୋହର ନାମକରଣ କରିଥିଲେ ‘ଅପରେସନ୍‌ ଫେୟାର‌୍‌ ପ୍ଲେ’।

ସେତେବେଳେ ଜିଆ କହିଥିଲେ ଯେ ଏକ ରୁଗ୍‌ଣ ପାକିସ୍ତାନକୁ ସୁଧାରିବାର ଦାୟିତ୍ବ ସେ ନେଇଛନ୍ତି। କିନ୍ତୁ ଉଲ୍ଲେଖଯୋଗ୍ୟ ଯେ ସେଥି ଲାଗି ସେ ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ ତହିଁରୁ ପାକିସ୍ତାନର ଜନ-ସମାଜରେ ଇସଲାମୀକରଣର ଧାରାର ପ୍ରାରମ୍ଭ ଘଟିଥିଲା। ଉଦାହରଣ ସ୍ବରୂପ ଜିଆଙ୍କ ଆଗ୍ରହ ଏବ˚ ଆଦେଶ ବଳରେ ପାକିସ୍ତାନ ଦଣ୍ତ ବିଧି ସ˚ହିତାରେ ଧର୍ମ ପ୍ରତି ଅସମ୍ମାନ ପ୍ରଦର୍ଶନ ବା ପରକୀୟା ସ˚ପର୍କ ସ୍ଥାପନ ଭଳି ଦୋଷ ଲାଗି ଚାବୁକ ପ୍ରହାର, ଅଙ୍ଗ ଛେଦନ, ପଥର ମାରି ହତ୍ୟା ଭଳି ଦଣ୍ତ ଅନ୍ତର୍ଭୁକ୍ତ ହେଲେ; ଏପରିକି ଦୁଷ୍କର୍ମର ଶିକାର ମହିଳାମାନଙ୍କୁ ମଧୢ ଜେଲ ଦଣ୍ତ ଭୋଗିବାକୁ ପଡ଼ିଲା। ସୁତରା˚, ଏହା ଦ୍ବାରା ତୀବ୍ର ମୌଳବାଦ ଆଡ଼କୁ ପାକିସ୍ତାନର ଏକ ପଶ୍ଚାତ୍‌ ଗତିର ସୂତ୍ରପାତ ହୋଇଥିଲା, କିନ୍ତୁ କ୍ରମେ ତାହା ପାକିସ୍ତାନ ଜନ ସମାଜ ଦ୍ବାରା ପ୍ରଶ˚ସାଭାଜନ ହେବାକୁ ମଧ୍ୟ ଲାଗିଲା।

ପ୍ରକାଶ ଥାଉ କି ଅଷ୍ଟମ ଦଶକର ଅନ୍ତିମ ଭାଗ ପର୍ଯ୍ୟନ୍ତ ପାକିସ୍ତାନର ଅର୍ଥନୀତି ଥିଲା ସମୃଦ୍ଧ (ଭାରତ ଜି.ଡି.ପି.ର ପ୍ରାୟ ଦେଢ଼ ଗୁଣ) ଓ ଚଳଚଞ୍ଚଳ। ଏହାର ଏକ କାରଣ ଥିଲା ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ଉପମହାଦେଶୀୟ ଅଞ୍ଚଳରେ ଭାରତ-ରୁଷିଆ ମୈତ୍ରୀର ପ୍ରଭାବକୁ ପ୍ରତିହତ କରିବା ଲାଗି ପାକିସ୍ତାନ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଧୁତ୍ବ ଏବ˚ ଅର୍ଥ ତଥା ଅସ୍ତ୍ରଶସ୍ତ୍ର ଯୋଗାଣରେ ଅସମ୍ଭବ ବଦାନ୍ୟତା, ଯାହାକୁ ପ୍ରା˚ଜଳ କରି ଜେନେରାଲ ଜିଆ କହିବା ଶୁଣାଯାଇଥିଲା ଯେ ପାକିସ୍ତାନକୁ ଯେଉଁ ତିନି ଶକ୍ତି ଚଳାଇଛନ୍ତି, ସେମାନେ ହେଲେ ‘ଆଲ୍ଲା, ଆର୍ମି ଓ ଆମେରିକା’। ଏଭଳି ସମୟରେ ଏକ ଜନ ଧାରଣା ମଧୢ ସୃଷ୍ଟି ହୋଇଥିଲା ଯେ ଜିଆ ଉଲ୍‌ ହକ୍‌ଙ୍କ ଶାସନ କାଳରେ ପାକିସ୍ତାନ ଏକ ଗୁରୁତ୍ବପୂର୍ଣ୍ଣ ସାମରିକ ଶକ୍ତି ଭାବେ ଆବିର୍ଭୂତ ହେବାକୁ ଯାଉଛି।

ଏହାର କାରଣ ପାକିସ୍ତାନର ଆର୍ମିର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ପ୍ରଶିକ୍ଷଣରେ ମୁଜାହିଦ୍ଦିନ ବାହିନୀ (ତାଲିବାନ)ର ସୃଷ୍ଟି, ଯାହା ଆଫଗାନିସ୍ତାନର ଭୂମିରୁ ସେହି ସମୟର ମହାଶକ୍ତି ରୂପେ ବିବେଚିତ ସୋଭିଏତ୍‌ ରୁଷିଆକୁ ବିତାଡ଼ିତ କରିବାରେ ସଫଳ ହୋଇଥିଲା। ପ୍ରକାଶ ଥାଉ କି ରୁଷିଆ ଅଧୀନସ୍ଥ ଆଫଗାନିସ୍ତାନକୁ ‘ଏଭିଲ୍‌ ଏମ୍ପାୟାର’ ବା ‘ସୈତାନର ରାଜ୍ୟ’ ବୋଲି ଆଖ୍ୟା ପ୍ରଦାନ କରି ଜିଆ ଉଲ୍‌ ହକ୍‌ ଯେଉଁ ଯୁଦ୍ଧ ଡାକରା ଦେଇଥିଲେ, ତାହା ପାକିସ୍ତାନରେ ଜେହାଦୀ ମାନସିକତାର ବିସ୍ତାର ଘଟାଇତିଲା। କହିବା ବାହୁଲ୍ୟ ଯେ ଏହି ମାନସିକତା କ୍ରମଶଃ ଘନୀଭୂତ ହେବାରେ ଲାଗିଛି, ଯାହାର ପ୍ରମାଣ ସ୍ବରୂପ ବର୍ତ୍ତମାନ ସେଠାରେ ବିଦ୍ୟମାନ ହୋଇଛନ୍ତି ଅନେକ ଚରମ ମୌଳବାଦୀ ସ˚ଗଠନ, ଯେଉଁମାନେ ପାକିସ୍ତାନକୁ ଆନ୍ତର୍ଜାତିକ ଆତଙ୍କବାଦର କ୍ରୀଡ଼ାଙ୍ଗନରେ ପରିଣତ କରିବାକୁ ପଛାଇ ନାହାନ୍ତି।

କିନ୍ତୁ ଏଭଳି ଘଟଣାକ୍ରମର ପରିଣାମ ସ୍ବରୂପ ପାକିସ୍ତାନକୁ ଯୁକ୍ତରାଷ୍ଟ୍ର ଅମେରିକାର ସଖ୍ୟ ଏବ˚ ସହଯୋଗ ଉଭୟ ହରାଇବାକୁ ପଡ଼ିଛି। ଜିଆ ଉଲ୍‌ ହକ୍‌ଙ୍କ ଶାସନ କାଳର ଅନ୍ତିମ ଭାଗରେ ହିଁ ଆମେରିକା ସହିତ ମନୋମାଳିନ୍ୟର ସୂତ୍ରପାତ ହୋଇଯାଇଥିଲା, ଯେତେବେଳେ ପ୍ରକାଶ୍ୟ ହୋଇଯାଇଥିଲା ଯେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପ୍ରଦତ୍ତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ପାକିସ୍ତାନ ସରକାର ଇରାନକୁ ବିକ୍ରୟ କରି ଦେଉଛନ୍ତି, ଯାହା ଅବଲୀଳା କ୍ରମେ ଆତଙ୍କବାଦୀମାନଙ୍କ ହସ୍ତଗତ ହେଉଛି। କହିବା ନିଷ୍ପ୍ରୟୋଜନ ଯେ ୨୦୦୧ ମସିହାରେ ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ଆକ୍ରମଣର ଚକ୍ରାନ୍ତ ପାକିସ୍ତାନ ଭୂମରେ ରଚିତ ହୋଇଥିବା ବିଷୟ ଜଣାପଡ଼ିବା ପରେ ପାକିସ୍ତାନ ଓ ଆମେରିକା ସ˚ପର୍କର ଅବକ୍ଷୟ ନିମ୍ନତମ ସୋପାନରେ ପହଞ୍ଚିଛି।

ସୁତରା˚, ଗୋଟିଏ ପଟେ ଇସଲାମୀକରଣ ଦ୍ବାରା ପ୍ରଭାବିତ ପାକିସ୍ତାନରେ ଉଦାର ଅର୍ଥନୀତି ଏବ˚ ମୁକ୍ତ ବାଣିଜ୍ୟ ପ୍ରାସଙ୍ଗିକତା ହରାଇ ଦେଶର ଅର୍ଥନୀତିକୁ ଏକ ନୈରାଶ୍ୟଜନକ ସ୍ଥିତିରେ ଛିଡ଼ା କରାଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନର ହାତ ଛାଡ଼ି ଦେବା ଘଟଣା ଏହି ସ୍ଥିତିକୁ ଅଧିକ ସାଂଘାତିକ କରିଛି। କିନ୍ତୁ ସତେ ଯେମିତି ଏହା ଯଥେଷ୍ଟ ନ ଥିଲା, ଏବେ ପାକିସ୍ତାନ ଠାରେ ଏକ ନୂତନ ମିତ୍ର ରୂପେ ଚୀନର ଆବିର୍ଭାବ ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଶ୍ରୀଲଙ୍କାର ଆର୍ଥିକ ବିଧ୍ବ˚ସ ସାଧନରେ ସୁଧଖୋର ମହାଜନ ତୁଲ୍ୟ ଚୀନର ଭୂମିକା ବାବଦରେ ବର୍ତ୍ତମାନ ପ୍ରାୟ ସମସ୍ତେ ଅବଗତ। ସୁତରା˚, ପାକିସ୍ତାନକୁ ଚୀନ ଦ୍ବାରା ପ୍ରଦତ୍ତ ବିପୁଳ ଆର୍ଥିକ ସାହାଯ୍ୟ (ଋଣ) ଯୋଗୁଁ ପାକିସ୍ତାନରେ ମଧୢ ଶ୍ରୀଲଙ୍କା ନାଟକ ମଞ୍ଚସ୍ଥ ହେବାର ଆଶଙ୍କା ରହିଛି।

କିନ୍ତୁ ଏ ସବୁ ଘନଘଟା ମଧୢରେ ଦେଖିବାକୁ ମିଳିଛି ଯେ ସ˚ପ୍ରତି ପାକିସ୍ତାନରେ ଜିଆ ଉଲ୍‌ ହକ୍‌ଙ୍କ ପ୍ରତି ଜନ ସମର୍ଥନ କ୍ରମେ ବୃଦ୍ଧି ପାଇବାରେ ଲାଗିଛି, ଯେଉଁଠି ସାଧାରଣ ଲୋକେ ତାଙ୍କୁ ‘ସହିଦ’ ବୋଲି ଆଖ୍ୟା ଦେବାରେ ଲାଗିଲେଣି। ଜିଆ ଉଲ୍‌ ହକ୍‌ଙ୍କ ଦ୍ବାରା ପ୍ରଭାବିତ ଜନମାନସ କାରଣରୁ ସ˚ପ୍ରତି ପାକିସ୍ତାନରେ ତହରିକ-ଏ-ଲବାକ ଭଳି ବିପୁଳ ଜନ ସମର୍ଥନ ଥିବା ରାଜନୈତିକ ଦଳ ମଧୢ ସମ୍ଭବ ହେଲାଣି, ଯାହାର ସ˚ପର୍କ ଆତଙ୍କବାଦୀ ସ˚ଗଠନ ସହିତ ରହିଥିବା ବିଷୟ ସନ୍ଦେହ କରାଯାଏ। ଏଭଳି ଏକ ସ୍ଥିତି ସ˚ଦର୍ଭରେ ପାକିସ୍ତାନର ପ୍ରଖ୍ୟାତ ସମ୍ବାଦପତ୍ର ‘ଦ ଡନ୍‌’ର ବରିଷ୍ଠ ସ˚ପାଦକ ଅସହର ରହମନ କହିଥାଆନ୍ତି ଯେ ଏବେ ଲକ୍ଷ ଲକ୍ଷ ପାକିସ୍ତାନୀ ଜିଆ ଉଲ୍‌ ହକ୍‌ଙ୍କୁ ‘ମର୍ଦ ଏ ମୋମିନ୍‌’ ବା ‘ସଚ୍ଚା ମୁସଲମାନ’ ରୂପେ ସ୍ମରଣ କରିବାରେ ଲାଗିଛନ୍ତି।

ସୁତରା˚, ଅନେକ ବିଶେଷଜ୍ଞଙ୍କ ମତରେ ଜିଆଙ୍କ ଭୂତ ପାକିସ୍ତାନ ଜନମାନସ ଉପରେ କ୍ରମେ ଅଧିକରୁ ଅଧିକ ସବାର ହେବାରେ ଲାଗିଥିବାରୁ ତାହା ପାକିସ୍ତାନର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବିଘ୍ନ ଘଟାଇପାରେ। ଏବ˚ ଈଶ୍ବର ନ କରନ୍ତୁ, ଯଦି ପାକିସ୍ତାନରେ ଶ୍ରୀଲଙ୍କା ତୁଲ୍ୟ ନୈରାଜ୍ୟ ସୃଷ୍ଟି ହୁଏ, ତେବେ ଏଭଳି ଆଶଙ୍କା ଅମୂଳକ ନୁହେଁ ଯେ ମୌଳବାଦୀ-ଆତଙ୍କବାଦୀମାନେ ସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇପାରନ୍ତି। ସେମିତି ହେଲେ, ତାହା କେବଳ ଭାରତ ଲାଗି ନୁହେଁ ସାରା ପୃଥିବୀ ଲାଗି ବିପଜ୍ଜନକ ହେବ।

ସମ୍ବନ୍ଧିତ ଖବର