ପ୍ରସିଦ୍ଧ ଜେନ୍ ଗୁରୁ ନେନେ ସବୁଠି ଆନନ୍ଦରେ ରହିପାରୁଥିଲେ। ଆଶ୍ରମରେ ଏକାନ୍ତରେ ଯେମିତି ପରମ ତୃପ୍ତିର ସହିତ ବସି ରହୁଥିଲେ, ବଜାରର କୋଳାହଳରେ ବି ସେମିତି ଆନନ୍ଦ ଗଦଗଦ ଭାବ ସହିତ ଘଣ୍ଟା ଘଣ୍ଟା ଧରି ରହିପାରୁଥିଲେ। ସେ ସନ୍ନ୍ୟାସୀ ହୋଇଯାଇଥିଲେ କିନ୍ତୁ ବେଳେ ବେଳେ କେହି ଲୋଡ଼ିଲେ ସେମାନଙ୍କ ପରିବାରରେ ଯାଇ ରହୁଥିଲେ, ସେମାନଙ୍କ ଘର କାମରେ ସାହାଯ୍ୟ କରୁଥିଲେ। କିନ୍ତୁ ସଦାବେଳେ ସେ ରହୁଥିେଲ ତୃପ୍ତ ଓ ଆନନ୍ଦିତ।
ଏହା କେମିତି ସମ୍ଭବ ହେଉଛି ବୋଲି ଆଶ୍ରମକୁ ନୂଆ ଆସିଥିବା ଜଣେ ବ୍ୟକ୍ତି ପଚାରିଲେ। ସେ ଯାହା ଖୋଜୁଛନ୍ତି ତାହା ସାଂସାରିକ ଜୀବନରେ ମିଳିବ ନାହିଁ ବୋଲି ବୁଝିବା ପରେ ସେ ସଂସାର, ଘରଦ୍ବାର ଛାଡ଼ି ଆଶ୍ରମକୁ ପଳାଇ ଆସିଥିଲେ।
ନେନେ ତାଙ୍କୁ କହିଲେ- ଆପଣ ଯାହା ଚାହୁଁଥିଲେ ତାହା ପାଇପାରିଲେ ନାହିଁ ବୋଲି ଆପଣ ସଂସାରରୁ ପଳାୟନ କଲେ। ଆପଣ ଭାବୁଛନ୍ତି ଆଶ୍ରମରୁ ତାହା ମିଳିବ। ଏଠାରେ ତାହା ନ ମିଳିଲେ ଆପଣ ଜଙ୍ଗଲକୁ ପଳାୟନ କରିପାରନ୍ତି। ସେଠାରେ ତାହା ନ ପାଇଲେ କେଉଁ ଗୁଂଫା କନ୍ଦରରେ ପଶି ପାରନ୍ତି। ଏ ସବୁ ପଳାୟନ ଏକା ଭଳି। ଏହା କେବଳ ବହିର୍ଜଗତ୍ରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଗଲା ଭଳି। ବହିର୍ଜଗତ୍ରେ ସବୁ ସ୍ଥାନ ଏକା ଭଳି। ଆପଣ ଯାହା ଖୋଜୁଛନ୍ତି ତାହା ଆପଣଙ୍କ ଭିତରେ ହିଁ ଅଛି। ସେଠାରେ ଖୋଜିଲେ ତାର ସନ୍ଧାନ ମିଳିବ। ଆପଣ ଅନ୍ତର୍ଜଗତ୍କୁ ଯାତ୍ରା ଲାଗି ପ୍ରସ୍ତୁତ ହୁଅନ୍ତୁ। ସେଠାରେ ଆପଣଙ୍କୁ ଯାହା ମିଳିବ ତା ପରେ ଆଉ କିଛି ଖୋଜିବା ଲୋଡ଼ା ହେବନାହିଁ। ସବୁଠି ଆପଣଙ୍କୁ ପରମ ତୃପ୍ତି ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/foot.jpg)