ଜଣେ ସାଧୁ ଯାଉଥିବା ବେଳେ ଗୋଟିଏ ସୁନା ମୋହର ପାଇଲେ। ତାହା ତାଙ୍କର କାମରେ ଆସିବ ନାହିଁ ବୋଲି ବିଚାର କଲେ ଯେ ଜନପଦର କୌଣସି ବ୍ୟକ୍ତିକୁ ଦେଇ େଦବେ। ବାଟରେ ଅନେକ ଲୋକ ଦେଖା ହେଲେ। ସାଧୁ ସମସ୍ତଙ୍କୁ ସୁନା ମୋହରଟି ଯାଚିଲେ। କିନ୍ତୁ ସମସ୍ତେ କହିଲେ ଯେ ସେମାନଙ୍କ ନିକଟରେ ଯାହା ଅଛି, ସେମାନେ ତହିଁରେ ସନ୍ତୁଷ୍ଟ। ତେଣୁ ସୁନା ମୋହରର ଆବଶ୍ୟକତା ନାହିଁ।
ସାଧୁ ଏଭଳି ଏକ ଜନପଦ ଦେଖି ବିସ୍ମିତ ହେଲେ। ଜନପଦ ବାହାରେ ଗୋଟିଏ ଗଛ ମୂଳରେ ସେ ବିଶ୍ରାମ କରୁଥିବା ବେଳେ ଜଣେ ସାମନ୍ତ ରାଜା କିଛି ସୈନ୍ୟ ନେଇ ଆସୁଥିବାର ଦେଖିଲେ। ରାଜା ମଧ୍ୟ ସାଧୁଙ୍କୁ ଦେଖି ସେଠାରେ ଅଟକିଲେ ଏବଂ ନିଜ ଅଭିପ୍ରାୟ ଜଣାଇ ଜନପଦକୁ ଜିଣିବାରେ ସଫଳ ହେବେ କି ନାହିଁ ବୋଲି ପଚାରିଲେ।
ସାଧୁ ଏହା ଶୁଣି ଆଉ କିଛି ନ କହି ସେହି ସୁନା ମୋହରଟିକୁ ସାମନ୍ତ ରାଜାଙ୍କ ହାତକୁ ଦେଇ ଦେଲେ। ସାମନ୍ତ ରାଜା ଏହା ଦେଖି କ୍ଷୁବ୍ଧ ହେଲେ ଏବଂ ଏଭଳି ଧୃଷ୍ଟତାର କାରଣ କ’ଣ ବୋଲି ପଚାରିବାରୁ ସାଧୁ କହିଲେ- ମୁଁ ଏହି ମୁଦ୍ରାଟିକୁ ଗଲା ଦିନଟିଏ ଧରି ଲୋକଙ୍କୁ ଦେବାକୁ ଚେଷ୍ଟା କରି ବିଫଳ ହେଲି। କାରଣ ସେମାନଙ୍କ ଠାରେ ଅଭାବେବାଧ ନାହିଁ। ସେମାନେ ସମସ୍ତେ ନିଜ ସ୍ଥିତି ନେଇ ସନ୍ତୁଷ୍ଟ। କିନ୍ତୁ ଆପଣ ଜଣେ ରାଜା ହୋଇ ସୁଦ୍ଧା ଆହୁରି ଅଧିକ ଚାହାନ୍ତି। ତେଣୁ ଆପଣ ଅଭାବୀ। ତେଣୁ ଆପଣଙ୍କୁ ଏହି ମୁଦ୍ରାଟି ଦେଉଛି।
ହଠାତ୍ ରାଜାଙ୍କ ମନରେ ପରିବର୍ତ୍ତନ ଆସିଲା। ସେ ସେହି ଠାରୁ ପ୍ରତ୍ୟାବର୍ତ୍ତନ କଲେ।