ନାଟ୍ୟାନୁଷ୍ଠାନକୁ ପ୍ରୋତ୍ସାହନ ମିଳୁ

ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ଅନେକ ଛୋଟ ଛୋଟ ନାଟ୍ୟାନୁଷ୍ଠାନ ଆଜି ବି ପୌରାଣିକ କଥାବସ୍ତୁ ଉପରେ ଆଧାରିତ ନାଟକ ଓ ଗୀତିନାଟକଗୁଡ଼ିକୁ ପାର˚ପରିକ ଶୈଳୀରେ ପରିବେଷଣ କରୁଛନ୍ତି ଏବ˚ ସାନ ପିଲାମାନଙ୍କୁ ଶିଖାଉଛନ୍ତି। ସତ କହିଲେ ଏମାନେ ଏହି ନାଟ୍ୟ କଳାକୁ ବଞ୍ଚାଇ ରଖିଛନ୍ତି। ହେଲେ ଦୁଃଖର କଥା ଏମାନଙ୍କ କାର୍ଯ୍ୟକଳାପକୁ ଆହୁରି ଗତିଶୀଳ କରିବା ପଥରେ ବାଧକ ସାଜୁଛି ଅର୍ଥର ଅଭାବ। ଏଣୁ ସରକାରଙ୍କ ସ˚ସ୍କୃତି ବିଭାଗ ଏଭଳି ଅନୁଷ୍ଠାନଗୁଡ଼ିକର ପଞ୍ଜୀକରଣ କରି ସେଗୁଡ଼ିକୁ ଆର୍ଥିକ ଅନୁଦାନ ଦେବାର ବ୍ୟବସ୍ଥା କରନ୍ତୁ।
କରୁଣାକର ବେହେରା
ଆନନ୍ଦପୁର, କେନ୍ଦୁଝର

ସମ୍ବନ୍ଧିତ ଖବର