ଭଗବାନଙ୍କ ଫଟୋ

କଥାଟିଏ - ଯାଯାବର

ଥରେ ଟ୍ରେନ୍‌ ଭିତରେ ଜଣେ ଟିଟିଇ ଗୋଟିଏ ପର୍ସ‌୍‌ ପାଇଲେ। ସେଥିରେ କିଛି ଖୁଚୁରା ଟଙ୍କା ସହ ଥିଲା ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଫଟୋଟିଏ। ଟିଟିଇ ପଚାରିଲେ- ଏ ପର୍ସ‌୍‌ କାହାର ପ୍ରମାଣ ଦେଇ ନିଅନ୍ତୁ। କିଛି ସମୟ ପରେ ଜଣେ ବୃଦ୍ଧ ଆସି ତାଙ୍କ ପର୍ସ‌୍‌ ଭିତରେ କିଛି ଟଙ୍କା ଓ ଶ୍ରୀକୃଷ୍ଣଙ୍କ ଫଟୋ ଥିବା କହିଲେ। ଟିଟିଇ ଏଥିରେ ବିଶେଷ ସନ୍ତୁଷ୍ଟ ନ ହୋଇ କହିଲେ- ଶ୍ରୀକୃଷ୍ଣଙ୍କ ଫଟୋ କାହିଁକି ରଖିଛନ୍ତିି? ନିଜର ବା ନିଜ ପରିବାରର କାହାର ଫଟୋ ରଖିଥିଲେ ଅଧିକ ପ୍ରମାଣସିଦ୍ଧ ହୋଇଥାଆନ୍ତା।

ବୃଦ୍ଧ କହିଲେ- କଥାଟା ଏମିତି। ମୁଁ ଯେତେବେଳେ ତରୁଣ ଥିଲି, ମୋ ପର୍ସ‌୍‌ରେ ବାପା, ମାଆଙ୍କ ଫଟୋ ରଖିଥିଲି। ଯୁବକ ହୋଇ ଚାକିରି କଲା ପରେ ସେହି ଫଟୋ ବାହାରକରି ନିଜ ଫଟୋ ରଖିଲି। ବିବାହ ପରେ ସ୍ତ୍ରୀ ମୋ ମନକୁ ଏମିତି ହରଣ କରିନେଲା ଯେ, ମୁଁ ନିଜ ଫଟୋ ବାହାର କରି ତାଙ୍କ ଫଟୋ ରଖିଲି। ତା’ ପରେ ପୁଅଟିଏ ହେଲା। ତା’ ମାୟାରେ ଏମିତି ବାନ୍ଧିହୋଇଗଲି ଯେ, ପର୍ସ‌୍‌ରେ ପୁଅର ଫଟୋ ରହିଲା। ଏମିତି ଦିନ ଗଡ଼ିଚାଲିଲା। ବାପା, ମାଆ, ସ୍ତ୍ରୀ ସବୁ ଜଣ ଜଣ ହୋଇ ଚାଲିଗଲେ। ଶେଷରେ ମୋ ପୁଅ ଏବେ ମୋତେ ଛାଡ଼ିଦେଲା। ମୋତେ ଘରୁ ବାହାର କରିଦେଲା। ଶେଷରେ ମୁଁ ବୁଦ୍ଧି ଶିଖିଲି ଏବ˚ ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଫଟୋଟି ରଖିଛି।
ଟିଟିଇ ମନଧୢାନ ଦେଇ କଥାଟି ଶୁଣି, ପର୍ସ‌୍‌ ଫେରାଇଦେଲେ। ପର ଷ୍ଟେସନ୍‌ରେ ଯେତେବେଳେ ରେଳ ରହିଲା, ସେ ଓହ୍ଲାଇଯାଇ ଗୋଟିଏ ଦୋକାନରେ ପଚାରିଲେ- ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଫଟୋ ଅଛି କି?

ସମ୍ବନ୍ଧିତ ଖବର