କିଛି ଦିନ ହେଲା ଖବର ଆସୁଛି ଯେ ସମସ୍ତ ବାହାନର ନମ୍ୱର୍ ପ୍ଲେଟ୍ ପରିବର୍ତ୍ତନ ହୋଇ ନୂତନ ହାଇ ସିକ୍ୟୁରିଟି ନମ୍ୱର୍ ପ୍ଲେଟ୍ ଲାଗିବ। ଚୋରି ଓ ଅପରାଧ ରୋକିବା ନିମନ୍ତେ ନିଶ୍ଚିତ ଭାବରେ ଏହା ସରକାରଙ୍କର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ମୋ ମତରେ ରାଜ୍ୟ ପରିବହନ ବିଭାଗ ଲୋକଙ୍କୁ ମାଗଣାରେ ନୂଆ ନମ୍ବର ପ୍ଲେଟ୍ ଯୋଗାଇଦେବା ଉଚିତ ଯଦ୍ଦ୍ବାରା ଉପଭୋକ୍ତାଙ୍କୁ ହଇରାଣ ହେବା ପାଇଁ ପଡ଼ିବ ନାହିଁ। ଏବେ ବି ଏମିତି ଅନେକ ଗାଆଁ ଅଛି ଯେଉଁଠି ଇଣ୍ଟର୍ନେଟ୍ ସୁବିଧା ଠିକ୍ ଭାବେ ପହଞ୍ଚି ପାରିନାହିଁ।
ସରକାରଙ୍କ ପକ୍ଷରୁ ମାଗଣାରେ ନୂଆ ନମ୍ବର ପ୍ଲେଟ୍ ଯୋଗାଇ ଦିଆଗଲେ ସେଇ ସ୍ଥାନ ମାନଙ୍କର ବାସିନ୍ଦାଙ୍କୁ ନିଜର କାମ ଧନ୍ଦା ଛାଡ଼ି ଇଣ୍ଟର୍ନେଟ୍ରେ ନୂତନ ନମ୍ୱର୍ ପ୍ଲେଟ୍ ନିମନ୍ତେ ଆବେଦନ କରିବା ପାଇଁ ଦୋକାନ ବାହାରେ ଘଣ୍ଟା ଘଣ୍ଟା ଧରି ଲାଇନ ଲଗାଇବାକୁ ପଡ଼ିବ ନାହିଁ। ଏ ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ପରିବହନ ବିଭାଗକୁ ବିକଳ୍ପ ଉପାୟ ବାହାର କରିବା ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ। ଏହା ଫଳରେ ଉପଭୋକ୍ତାମାନେ ସହଜରେ ନୂଆ ନମ୍ୱର୍ ପ୍ଲେଟ୍ ଲଗାଇ ପାରିବେ।
କାନୁନ୍ ତ୍ରିପାଠୀ
ବ୍ରହ୍ମ ବିହାର, ବରଗଡ଼
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/5-1.jpg)