ମୁଁ ଜଣେ ସ୍ମାର୍ଟ କାର୍ଡଧାରୀ। କୌଣସି ହୃଦ୍ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ପାଇଁ ମୋତେ ବଲାଙ୍ଗୀର ହସ୍ପିଟାଲ ତରଫରୁ ରେଫର କରାଗଲା। ପ୍ରଥମେ ଏକ ଘରୋଇ ଅନୁଷ୍ଠାନ ସହିତ ଯୋଗାଯୋଗ କରିବାରୁ ସେମାନେ ପରୀକ୍ଷା ନିରୀକ୍ଷା ପାଇଁ ପଇସା ପଡ଼ିବ ଏବଂ ଯଦି ଅପରେସନ ଦରକାର ପଡ଼େ, ତେବେ ଅପରେସନ କେବଳ ମାଗଣାରେ କରାଯିବ ବୋଲି କହିଲେ। ତା’ ପରେ ଏମ୍ସକୁ ଗଲି। ତହିଁରେ ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖରେ ଧାଡ଼ିରେ ରହି ମଧ୍ୟ ରେଜିଷ୍ଟ୍ରେସନ କରିପାରିଲି ନାହିଁ। ଦ୍ବିତୀୟ ଥର ୨୩ ମାର୍ଚ୍ଚ ରାତି ୧୨ଟାରୁ ଧାଡ଼ିରେ ରହି ମଧ୍ୟ ରେଜିଷ୍ଟ୍ରେସନ କରିପାରିଲି ନାହିଁ କାରଣ ଉକ୍ତ ଦିନ ହୃଦ୍ରୋଗ ବିଭାଗରେ କେବଳ ୧୦୦ ଜଣଙ୍କୁ ଦେଖିବାକୁ ଥିଲା। ତା’ ପରେ କ୍ୟାପିଟାଲ ହସ୍ପିଟାଲ ଗଲି। ଡାକ୍ତର ୨୪ଘଣ୍ଟିଆ ଇ.ସି.ଜି ବାହାରେ କରିବା ପାଇଁ ଲେଖି ଦେଲେ।
ସେ ତାଙ୍କର ଫୋନ୍ ଏବଂ ଖର୍ଚ୍ଚ ବାବଦକୁ ୪ ହଜାର ଟଙ୍କା ଲାଗିବ ବୋଲି କହିଲେ। ତା’ ପରେ ୨୪ ତାରିଖ ଦିନ କଟକ ମେଡିକାଲକୁ ଗଲି। ମେଡିକାଲରେ ଡାକ୍ତର ବର୍ତ୍ତମାନ ପରିସ୍ଥିତିରେ ଅପରେସନ କରିବାଟା ରିସ୍କ୍ ହେବ ବୋଲି କହି କେବଳ ମେଡିସିନ ଲେଖି ଦେଇ ଫେରାଇ ଦେଲେ। ଶେଷରେ ସବୁଠାରୁ ହତାଶ ହୋଇ ଘରକୁ ଆସି ଭାଗ୍ୟକୁ ଆଦରି ପଡ଼ି ରହିଛି। ଗରିବ ଲୋକଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ସେବା ଏକ ପ୍ରହସନ ବୋଲି ମୁଁ ଉପଲବ୍ଧି କଲି।
ଲଳିତ ମୋହନ ମେହେର
ଜଲିଆଦର୍ହ, ସଇଁତଳା, ବଲାଙ୍ଗୀର