ଚମକ ହରଣ!

ଗଲା ବୁଧବାର ଦିନ ଆମ୍‌ ଆଦମି ପାର୍ଟି ବା ‘ଆପ୍‌’ର ମୁଖ୍ୟ ଅରବିନ୍ଦ କେଜ୍ରିଵାଲଙ୍କ ଦ୍ବାରା ପ୍ରଦତ୍ତ ଏକ ପ୍ରସ୍ତାବ କେବଳ ଯେ ଏକ ତୁମୂଳ ବିବାଦକୁ ଜନ୍ମ ଦେଇଛି, ତାହା ନୁହେଁ; ସା˚ପ୍ରତିକ ଭାରତୀୟ ରାଜନୀତି ପରିଗ୍ରହଣ କରିଥିବା ଚରିତ୍ରର ଏକ ଆଭାସ ମଧୢ ଏଥିରୁ ମିଳିଥାଏ ତଥା ତାହା କିଭଳି ବିଜେପିକୁ ଏକ ଅକଳିଆ ସ୍ଥିତିରେ ପକାଇଛି, ତାହା ମଧୢ ପ୍ରଣିଧାନଯୋଗ୍ୟ ହୋଇଥାଏ। ଏହା ବର୍ତ୍ତମାନ ସର୍ବଜନବିଦିତ ଯେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେଜ୍ରିଵାଲ ପ୍ରଦାନ କରିଥିବା ପ୍ରସ୍ତାବ ସମ୍ବଳିତ ଅନୁରୋଧଟି ଏୟା ଯେ ରାଷ୍ଟ୍ର ସମ୍ମୁଖୀନ ହେଉଥିବା ଆର୍ଥିକ ଦୁଃସ୍ଥିତି, ମୁଦ୍ରାସ୍ଫୀତି ଏବ˚ ଭାରତୀୟ ମୁଦ୍ରା ଭୋଗୁଥିବା ସ୍ବାସ୍ଥ୍ୟ-ହାନି ଭଳି ସମସ୍ୟାର ବିମୋଚନ ସକାଶେ ଟଙ୍କା ନୋଟ୍‌ମାନଙ୍କରେ ଦେବୀ ଲକ୍ଷ୍ମୀ ଏବ˚ ପ୍ରଭୁ ଗଣେଶଙ୍କ ଚିତ୍ର ଛପାଯାଉ। କେବଳ ସେତିକି ନୁହେଁ, ନିଜ ମତକୁ ଦୃଢ଼ତା ପ୍ରଦାନ କରିବା ସକାଶେ ସେ ପ୍ରଭୁ ଗଣେଶଙ୍କ ଚିତ୍ର ବହନକାରୀ ଇଣ୍ତୋନେସିଆର ୨୦, ୦୦୦ ‘ରୁପିୟା’ ନୋଟ୍‌ର ଦୃଷ୍ଟାନ୍ତ ପ୍ରଦାନ କରିଥିଲେ, ଯାହା କିନ୍ତୁ ବାସ୍ତବରେ ୨୦୦୮ ମସିହାରୁ ଅଚଳ ହୋଇସାରିଛି। ତେବେ, ସେ ଯାହା ହେଉ, ଭାରତର ଆର୍ଥିକ ଅଭିବୃଦ୍ଧିରେ ଏଭଳି ଏକ ପ୍ରସ୍ତାବ ସହାୟକ ହେବା ନେଇ ଯଦିଓ ପ୍ରାୟ ସମସ୍ତେ ସନ୍ଦିହାନ, ବା ଅସ˚ଖ୍ୟଙ୍କ ସକାଶେ ଏହା ହାସ୍ୟାସ୍ପଦ ହୋଇ ପଡ଼ିଛି, ତଥାପି ଏହି ଉଦ୍ୟମରେ ଅରବିନ୍ଦ କେଜ୍ରିିଵାଲଙ୍କ ଏକ ସୂକ୍ଷ୍ମ ରାଜନୈତିକ ଚାତୁର୍ଯ୍ୟ ଯେ ନିହିତ ରହିଛି, ତାହା ମଧ୍ୟ ବୁଝି ହୁଏ।

ପ୍ରକାଶ ଥାଉ କି ଅରବିନ୍ଦ କେଜ୍ରିଵାଲ ଜଣେ ଆଇ.ଆଇ.ଟି ସ୍ନାତକ, ଯିଏ ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କିଛି କାଳ ଲାଗି କେନ୍ଦ୍ର ସରକାରଙ୍କ ରାଜସ୍ବ ବିଭାଗର ଉଚ୍ଚ ପଦରେ କାର୍ଯ୍ୟରତ ଥିଲେ। ସୁତରା˚, ଏହା ତାଙ୍କୁ କଦାପି ଅଗୋଚର ନ ଥିବ ଯେ କୋଭିଡ୍‌ ପାନ୍‌ଡେମିକ୍‌ ଏବ˚ ରୁଷିଆ-ୟୁକ୍ରେନ୍‌ ମଧୢରେ ଚାଲିଥିବା ଯୁଦ୍ଧ କାରଣରୁ ସମଗ୍ର ପୃଥିବୀ ଏକ ଆର୍ଥିକ ମାନ୍ଦାବସ୍ଥା, ମୁଦ୍ରାସ୍ଫୀତି ତଥା ମନ୍ଥର ଅଭିବୃଦ୍ଧର ଶିକାର ହୋଇଛି। ବିଚକ୍ଷଣ ବୁଦ୍ଧି ଏବ˚ ବିଜ୍ଞାନ-ଭିତ୍ତିକ ଶିକ୍ଷାରୁ ସେ ଏ ନେଇ ମଧୢ ସ୍ପଷ୍ଟ ଥିବେ ଯେ ଟଙ୍କା ନୋଟ୍‌ରେ ଠାକୁର ବା ଠାକୁରାଣୀଙ୍କ ଚିତ୍ର ଛାପି ଦୈବୀ ହସ୍ତକ୍ଷେପ ଲାଭ କରିବାର ଯୁକ୍ତି ଏକ ଅଯଥାର୍ଥ ସହଜିଆ ଲୌକିକ ବିଚାରର ପରିଚାୟକ। ଯଦି ସେ ସା˚ପ୍ରତିକ ପୃଥିବୀର ଆର୍ଥିକ ସ୍ଥିତି ସ˚ପର୍କରେ ଖବର ରଖିଥିବେ (ଯାହା ସେ ନିଶ୍ଚିତ ଭାବେ କରିଥିବେ), ତେବେ ସେ ନିଶ୍ଚିତ ଅବଗତ ଥିବେ ଯେ ଯୁକ୍ତରାଷ୍ଟ୍ର ଆମେରିକା ନିଜ ଦେଶର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ବ୍ୟାଙ୍କ ସୁଧ ହାରରେ ବୃଦ୍ଧି ଘଟାଇଥିବା ହେତୁ କିଭଳି ଅଧିକା˚ଶ ରାଷ୍ଟ୍ରରୁ ବିପୁଳ ପରିମାଣର ପୁ˚ଜି ଆମେରିକାକୁ ପଳାୟନ କରିଛି ଏବ˚ ପୁ˚ଜି ନିବେଶକାରୀମାନେ ଅଧିକ ଲାଭ ପାଇବା ଆଶାରେ ଅନ୍ୟାନ୍ୟ ଦେଶରୁ ସେମାନଙ୍କ ପୁ˚ଜି ଅପସାରଣ କରି ଆମେରିକାରେ ନିବେଶ କରିବାରେ ଲାଗିଛନ୍ତି। ପ୍ରକାଶ ଥାଉ କି କେବଳ ଏହି କାରଣରୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଭାରତରୁ ୨୪ ବିଲିଅନ ଡଲାରର ପୁ˚ଜି ଦେଶାନ୍ତରିତ ହୋଇ ଆମେରିକାରେ ପ୍ରବେଶ କରିଛି।
ଏହା ଫଳରେ ଆମେରିକୀୟ ଡଲାର ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ପଡ଼ିଛି ଏବଂ ବିଭିନ୍ନ ରାଷ୍ଟ୍ରର ମୁଦ୍ରାଗୁଡ଼ିକ ତୁଳନାତ୍ମକ ଭାବେ ଦୁର୍ବଳ ଦିଶିବାରେ ଲାଗିଛନ୍ତି, ଯହିଁରେ ଭାରତ ମଧୢ ଅନ୍ତର୍ଭୁକ୍ତ। ସୁତରା˚, ନୋଟ୍‌ ଉପରେ ଛପା ଯାଇଥିବା ଚିତ୍ର ଯେ ଏଭଳି ଏକ ବୈଶ୍ବିକ ସମସ୍ୟାରେ ଅନ୍ତ ଘଟାଇବ, ସେଭଳି ବିଭ୍ରାନ୍ତିର ଶିକାର କେଜ୍ରିଵାଲ କଦାପି ହୋଇ ନ ଥିବେ!

କେବଳ ସେତିକି ନୁହେଁ, କେଜ୍ରିଵାଲ ମହାଶୟଙ୍କ ମନରେ ଆଦୌ କୌଣସି ଭ୍ରାନ୍ତି ନ ଥିବ ଯେ ଭାରତ ସରକାରଙ୍କ ଦ୍ବାରା ପ୍ରଚଳିତ ମୁଦ୍ରା ଧର୍ମ ନିରପେକ୍ଷ ହେବା ଅବଧାରିତ।; ସୁତରା˚ ଦେବଦେବୀଙ୍କ ଚିତ୍ର ଏଥିରେ ସ୍ଥାନ ପାଇବା ଘୋର ବିବାଦୀୟ ହୋଇ ଉଠନ୍ତା। ସେହିଭଳି ତାଙ୍କର ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ‘କନ୍‌ଫେଡେରେସନ ଅଫ୍‌ ଅଲ ଇଣ୍ତିଆ ଟ୍ରେଡର୍ସ’ ବା ‘ସି.ଏ.ଆଇ.ଟି.’ପକ୍ଷରୁ କୁହାଯାଇଥିବା ଭଳି ଦୁର୍ନୀତି, ମାଦକ ବା ନିଶା ଦ୍ରବ୍ୟର କାରବାର ଏବ˚ ଆମିଷ ଦ୍ରବ୍ୟର ଖର୍ଦ୍ଦି-ବିକ୍ରି ଇତ୍ୟାଦିରେ ଟଙ୍କା ନୋଟଗୁଡ଼ିକର ବ୍ୟବହାର ତଥା ନଗଦ କାରବାରରେ ନୋଟ୍‌ଗୁଡ଼ିକ ଲାଭ କରୁଥିବା ଅପରିଚ୍ଛନ୍ନ ହସ୍ତର ସ୍ପର୍ଶ ତହିଁରେ ଥିବା ଠାକୁର ବା ଠାକୁରାଣୀଙ୍କ ସମ୍ମାନ ହାନି ଘଟାଇ ଅଗଣିତ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରନ୍ତା। କେଜ୍ରିଵାଲ ଏହା ମଧୢ ଅନୁଭବ କରିଥିବେ ଯେ ଈଶ୍ବରଙ୍କ ପ୍ରତି ଗଭୀର ଆସ୍ଥା ପ୍ରଦର୍ଶନ କରୁଥିବା ମନୁଷ୍ୟମାନେ ସେମାନଙ୍କ ଅତ୍ୟନ୍ତ ବ୍ୟାକୁଳ ପ୍ରାର୍ଥନା ସତ୍ତ୍ବେ ତା’ର ଉତ୍ତର ରୂପେ ଦେବ-ଲୋକରୁ ଆଶିଷର ଗ୍ୟାରେଣ୍ଟି ଚାହିଁ ନ ଥାଆନ୍ତି; ଅନେକ ସମୟରେ ଏଭଳି ଆଶୀର୍ବାଦ ସକାଶେ ସତୃଷ୍ଣ ନୟନର ପ୍ରତୀକ୍ଷା ସମଗ୍ର ଜୀବନ କାଳ ଭିତରେ ମଧୢ ସରି ନ ଥାଏ। ଏଭଳି ସ୍ଥଳେ କେଜ୍ରିଵାଲ ମଧୢ ଅବଗତ ଥିବେ ଯେ ତାଙ୍କ ପ୍ରସ୍ତାବରେ ସମାଧାନର ନିଶ୍ଚିତ ସୂତ୍ରଟିଏ ନାହିଁ।

ତେବେ, କେଜ୍ରିଵାଲ ଏଭଳି ଏକ ପ୍ରସ୍ତାବ ପ୍ରଦାନ କଲେ କାହିଁକି? ଏହାର ସରଳ ଉତ୍ତରଟି ହେଲା ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ଏବ˚ ହିମାଚଳ ପ୍ରଦେଶର ନିର୍ବାଚନ ପରିପ୍ରେକ୍ଷୀରେ ସେ ଗ୍ରହଣ କରିଥିବା ହିନ୍ଦୁ ତୁଷ୍ଟୀକରଣ ରଣନୀତି, ଯାହା ବେଶ୍‌ କିଛି ଦିନ ହେଲାଣି ପରିଦୃଷ୍ଟ ହେବାରେ ଲାଗିଛି; ଯାହାର ପ୍ରମାଣ ବିଲକିସ ବାନୋ ଗଣଧର୍ଷଣ ଏବ˚ ଗଣହତ୍ୟା ଭଳି ଅତ୍ୟନ୍ତ ସା˚ଘାତିକ ଘଟଣାରେ ଦୋଷୀମାନଙ୍କୁ ଅତର୍କିତ ଖଲାସ କର ଦିଆଯିବାର ବିତର୍କିତ ପ୍ରକରଣ ବା ଖେଡ଼ାରେ ନବରାତ୍ରି ଉତ୍ସବରେ ଉପଦ୍ରବ ସୃଷ୍ଟି କରିଥିବା ଅଭିଯୋଗରେ ସ˚ଖ୍ୟାଲଘୁ ସ˚ପ୍ରଦାୟର କେତେକ ଯୁବକଙ୍କୁ ସର୍ବ ସମକ୍ଷରେ ବେତ୍ରାଘାତ ବା କର୍ଣ୍ଣାଟକ ସ୍କୁଲରେ ହିଜାବ ଉପରେ ଜାରି ନିଷେଧାଦେଶ ଭଳି ପ୍ରସଙ୍ଗରେ ତାଙ୍କର ବା ‘ଆପ୍‌’ ଦଳର ରହସ୍ୟମୟ ନିରବତା। ଉଲ୍ଲେଖ ଥାଉ କି ୨୦୧୨ ମସିହାରେ ଆବିର୍ଭୂତ ହୋଇଥିବା ଏହି ଦଳ ପ୍ରାରମ୍ଭରୁ ଏକ ବିଜେପି ବିରୋଧୀ ଧର୍ମନିରପେକ୍ଷ ଦଳ ଭାବେ ପରିଚିତି ସୃଷ୍ଟି କରିଥିଲା। ସେହି ଦୃଷ୍ଟିରୁ କେଜ୍ରିଵାଲଙ୍କ ଦ୍ବାରା ପ୍ରଦର୍ଶିତ ଆଭିମୁଖ୍ୟ ତଥା ସଦ୍ୟ ପ୍ରଦତ୍ତ ପ୍ରସ୍ତାବ ପରିପ୍ରେକ୍ଷୀରେ କ˚ଗ୍ରେସ ଦଳ ପକ୍ଷରୁ ‘ଆପ୍‌’କୁ ବିଜେପିର ‘ବି’ ଟିମ୍‌ ଭାବେ ବିଦ୍ରୂପ କରାଯିବାରେ ବିସ୍ମିତ ହେବାର କୌଣସି କାରଣ ନାହିଁ। କିନ୍ତୁ ସମସ୍ୟା ସୃଷ୍ଟି ହୋଇଛି ବିଜେପି ଠାରେ; କାରଣ ଏହି ତଥାକଥିତ ‘ବି’ ଟିମ୍‌ଟି ବିଜେପିର ଏକ ଅନୁଗାମୀ ହେବା ପରିବର୍ତ୍ତେ ଏକ ତୀବ୍ର ପ୍ରତିସ୍ପର୍ଦ୍ଧୀ ଭାବେ ଉଭା ହୋଇଛି; ଯାହା ସମୟ କ୍ରମେ ବିଜେପିର ପାର˚ପରିକ ହିନ୍ଦୁ ଜନାଧାରରେ କ୍ଷୟ ଘଟାଇବାର ଆଶଙ୍କା ମଧ୍ୟ ସୃଷ୍ଟି କଲାଣି।

ସେହି ଦୃଷ୍ଟିରୁ ଅନେକ ବିଶେଷଜ୍ଞ କେଜ୍ରିଵାଲଙ୍କ ଏହି ପ୍ରସ୍ତାବକୁ ଏକ ‘ମାଷ୍ଟର ଷ୍ଟ୍ରୋକ୍‌’ ବୋଲି ଅଭିହିତ କରିଥାଆନ୍ତି, ଯାହା ବିରୋଧରେ ବିଜେପିର ସମାଲୋଚନା ତୀବ୍ର ହେଲେ ମଧୢ ଦୁର୍ବଳ ଏବ˚ ଦୋଦୁଲ୍ୟମାନ ଭଳି ଅନୁଭୂତ ହୋଇଥାଏ। ପ୍ରକାଶ ଥାଉ କି ଏକଦା ‘ଆପ୍‌’ ବହନ କରୁଥିବା ହିନ୍ଦୁ-ବିରୋଧୀ ମନୋଭାବକୁ ସ୍ମରଣ କରାଇ ଦେବାରେ ବିଜେପିର ପ୍ରତିକ୍ରିୟା ସୀମିତ ରହିଛି ଯାହା! ଏହି ପରିପ୍ରେକ୍ଷୀରେ ‘ନାସ୍ତିକ ବନାମ ଈଶ୍ବର-ବିଶ୍ବାସୀ’ ଶୀର୍ଷକ ଏକ ଗଳ୍ପ ସ୍ମରଣକୁ ଆସିଥାଏ, ଯହିଁରେ ବର୍ଣ୍ଣିତ ହୋଇଛି କିଭଳି କିଛି ଈଶ୍ବରବିଶ୍ବାସୀଙ୍କ ଉପାସନା ସ୍ଥଳ ସମ୍ମୁଖରେ ଥିବା ଏକ ପାନଶାଳାର ନାସ୍ତିକ ମାଲିକଙ୍କ ନାହିଁ ନ ଥିବା ଉପଦ୍ରବରେ କ୍ଷୁବ୍‌ଧ ହୋଇ ଈଶ୍ବର-ବିଶ୍ବାସୀଗଣ ତା’ର ଧ୍ବ˚ସ କାମନା କରି ପ୍ରାର୍ଥନା କରିବା ମାତ୍ରକେ ବଜ୍ରପାତ ଘଟି ପାନଶାଳାଟିକୁ ଧୂଳିସାତ୍‌ କରି ଦେଇଥିଲା। ସୁତରା˚, ଈଶ୍ବର-ବିଶ୍ବାସୀଙ୍କ ପ୍ରାର୍ଥନା କାରଣରୁ ଭଗବାନ ଏହା ଘଟାଇଛନ୍ତି ବୋଲି ଆରୋପ କରି କେବେ ହେଲେ ଈଶ୍ବରଙ୍କୁ ବିଶ୍ବାସ କରି ନ ଥିବା ନାସ୍ତିକ ଜଣକ ଅଦାଲତର ଆଶ୍ରୟ ନେଇଥିବା ବେଳେ ଈଶ୍ବର-ବିଶ୍ବାସୀଗଣ ଏତକ ମଧ୍ୟ କହି ପାରି ନ ଥିଲେ ଯେ ଏହା କେବଳ ଏକ ସ˚ଯୋଗ ମାତ୍ର ଥିଲା ଏବଂ ନାସ୍ତିକଙ୍କ ଯୁକ୍ତି ସ˚ପୂର୍ଣ୍ଣ ଅଯଥାର୍ଥ! କାରଣ ଏଭଳି କହିଥିଲେ ଈଶ୍ବର ବିଶ୍ବାସୀମାନେ ପ୍ରକୃତରେ ଯେ ଇଶ୍ବରଙ୍କୁ ବିଶ୍ବାସ କରନ୍ତି ନାହିଁ, ଏଭଳି ଏକ ଧାରଣା ଉତ୍ପନ୍ନ ହୁଅନ୍ତା। ଏଠାରେ ମଧୢ ସମତୁଲ ସ୍ଥିତି ଦୃଶ୍ୟମାନ ହୋଇଛି। କେଜ୍ରିଵାଲଙ୍କୁ ହିନ୍ଦୁ ବିରୋଧୀ ବୋଲି ଅଭିହିତ କରାଯାଉଥିଲେ ମଧୢ ତାଙ୍କ ମନ୍ତବ୍ୟର ଅଯାଥାର୍ଥ୍ୟ ସମ୍ବନ୍ଧରେ ତୁଣ୍ତ ଖୋଲା ଯାଇ ପାରୁନାହିଁ। କେବଳ ସେତିକି ନୁହେଁ, କେଜ୍ରିଵାଲ ଏଭଳି ପ୍ରସ୍ତାବ ପ୍ରଥମେ ପ୍ରଦାନ କରିଥିବାରୁ ବିଜେପିକୁ ସମ୍ଭବତଃ ବୋଧ ହେଉଛି ଯେ ତା’ର ଚମକର କିଛି ଅ˚ଶ କେଜ୍ରିୱାଲ ଅପହରଣ କରି ନେଇଛନ୍ତି!

ସମ୍ବନ୍ଧିତ ଖବର