ଜଣେ ଭଦ୍ରବ୍ୟକ୍ତି ସବୁ ଦିନ ମନ୍ଦିର ଯାଉଥିଲେ। ତାଙ୍କୁ ଜଣେ ବନ୍ଧୁ ପଚାରିଲେ- ଭାଇ ତୁେମ ସତରେ କେତେ ଶୃଙ୍ଖଳିତ ଓ ପବିତ୍ର ଜୀବନଯାପନ ନ କରୁଛ ସତେ? କିନ୍ତୁ ଭାଇ ଖରାପ ଭାବିବ ନାହିଁ, ତୁମ ପୁଅଟି ଏତେ ବଡ଼ ହେଲାଣି, ହେଲେ ମନ୍ଦିରର ଦ୍ବାର ମାଡୁ ନାହିଁ। ଚବିଶ ଘଣ୍ଟା ବଜାରରେ ବୁଲୁଛି, ସାଙ୍ଗ ମେଳରେ ମଉଜ କରୁଛି। ତାକୁ ଠିକ୍ ବାଟକୁ ଆଣୁନା କାହିଁକି? ତାକୁ କୁହ ତୁମ ସହିତ ସବୁ ଦିନ ମନ୍ଦିରକୁ ଆସୁ।
ଭଦ୍ରଲୋକ କହିଲେ- ସେ ଭୁଲ୍ କରିବି ନାହିଁ। କାରଣ ସେ ଏବେ ବଜାରର ହୋଇ ଅଛି। ତାକୁ ଯଦି ମନ୍ଦିର ଯିବାକୁ ବାଧ୍ୟ କରିବି, ସେ ହୁଏତ ଯିବ, କିନ୍ତୁ ମନ୍ଦିର ଭିତରେ ଥାଇ ବି ସେ ବଜାରରେ ରହିଥିବ। ତା’ର କିଛି ମୂଲ୍ୟ ନାହିଁ। ଯେଉଁ ଦିନ ସେ ବଦଳିବ, ସେ ଆଉ ବଜାରର ହୋଇ ରହିବ ନାହିଁ, ତା’ ମନରେ ଆଧ୍ୟାତ୍ମିକ ଶୃଙ୍ଖଳା ଆସିବ, ସେ ଦିନ େସ ମନ୍ଦିରକୁ ପ୍ରବେଶ କରିବାର ଯୋଗ୍ୟତା ପାଇବ।
ଏହି କଥାଟି କହି ସାରି ୟୁଜିକେ କହିଲେ- ମୋ ବିଚାରରେ ମନ୍ଦିରକୁ ଯିବାର ଯୋଗ୍ୟତା ନ ଥାଇ ସୁଦ୍ଧା ପ୍ରାୟ ଆମେ ସମସ୍ତେ ମନ୍ଦିରକୁ ଯାଉ। ମନ୍ଦିର ଭିତରେ ବି ଆମ ଶରୀର, ମନ ଓ ଆତ୍ମା ଅପବିତ୍ର ଥାଏ। ଥରେ ଭାବନ୍ତୁ ତ ଏଭଳି ମନ୍ଦିର ଯିବାର ଆବଶ୍ୟକତା ଅଛି କି?