ରାଜପୁତ୍ର ବାପାଙ୍କୁ କହିଲେ- ମୋର ବୃଦ୍ଧ ହେବାକୁ ଇଚ୍ଛା ନାହିଁ। ଜରାଗ୍ରସ୍ତ ଅବସ୍ଥା ମୋ ଲାଗି ଅସହ୍ୟ। ମୁଁ ମୃତ୍ୟୁ ଯାକେ ତରୁଣ ହୋଇ ରହିବାକୁ ଚାହେଁ।
ପୁଅର ଏ କଥା ଶୁଣି ରାଜା କହିଲେ- ମୋ ରାଜ୍ୟରେ ଜଣେ ସିଦ୍ଧ ମୁନି ଅଛନ୍ତି। ତାଙ୍କୁ ଯାଇ କହ। ସେ ତୋତେ ଏଭଳି ବର ଦେଇ ପାରିବେ।
ପୁଅ ଏହା ଶୁଣି ସିଦ୍ଧ ମୁନିଙ୍କ ଆଶ୍ରମରେ ପହଞ୍ଚିଲା। ରାଜପୁତ୍ରଙ୍କ ଅଭିପ୍ରାୟ ଶୁଣି ମୁନି ତାଙ୍କ ମୁହଁକୁ କେବଳ ଚାହିଁ ରହିଲେ ଏବଂ କହିଲେ- ଫେରିଯାଅ।
ରାଜପୁତ୍ର ସେଠାରୁ ଅନିଚ୍ଛା ସତ୍ତ୍ବେ ଫେରି ଆସିଲେ ଏବଂ ବାପାଙ୍କୁ ସେ କଥା କହିଲେ। ଏ କଥା ଶୁଣି ରାଜା ମଧ୍ୟ ଦୁଃଖିତ ହେଲେ ଏବଂ ନିଜେ ମୁନିଙ୍କୁ ଭେଟିବା ଲାଗି ଗଲେ।
ସିଦ୍ଧ ମୁନି ରାଜାଙ୍କୁ ଦେଖି କହିଲେ- ଆପଣ ଆସିଗଲେ ଭଲ ହେଲା। ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ। କୁହନ୍ତୁ ତ ରାଜପୁତ୍ରଙ୍କ ଏ ଧାରଣା ହେଲା େକମିତି ଯେ ସେ ଦିନେ ବୃଦ୍ଧ ହେବେ?
ରାଜା ବିସ୍ମିତ ହୋଇ କହିଲେ- ଆପଣ ୟେ କି ପ୍ରଶ୍ନ ପଚାରୁଛନ୍ତି! ସମସ୍ତେ ତ ବୃଦ୍ଧ ହେବାକୁ ବାଧ୍ୟ!
ସିଦ୍ଧ ଋଷି କହିଲେ- ଆପଣଙ୍କ ବୁଝିବାରେ ଭ୍ରମ ରହିଛି। ସମସ୍ତେ ଦିନେ ନା ଦିନେ ଧରା ତ୍ୟାଗ କରିବେ, ଏହା ହିଁ ହେଉଛି ଏକମାତ୍ର ଧ୍ରୂବ ସତ୍ୟ। କିନ୍ତୁ ଜଣେ ଯେ ବୃଦ୍ଧ ହେବ, ସେମିତି ନିଶ୍ଚିତତା ନାହିଁ। ବାର୍ଦ୍ଧକ୍ୟ ପ୍ରବେଶ ପୂର୍ବରୁ ମଧ୍ୟ ମୃତ୍ୟୁ ପହଞ୍ଚିପାରେ। ତେଣୁ ଏଭଳି ବର ମାଗିବାରେ ଲାଭ ନାହିଁ। ଆଉ ଯଦି ଅାପଣ ଭାବୁଥାଆନ୍ତି ଯେ ପୁଅ ଅମର ରହୁ ବୋଲି ମୁଁ ବର ଦେବି। ତାହା ଅସମ୍ଭବ। କାରଣ ସେଭଳି ବର େଦବାର ସାମର୍ଥ୍ୟ କାହାର ନାହିଁ।