ଯେତେବେଳେ ଆଇଜାକ ନିଉଟନ ଏକ ଆପଲ୍ର ପତନର କାରଣ ଉପରେ ଚିନ୍ତନ କରି ମାଧ୍ୟାକର୍ଷଣ ଶକ୍ତି ବା ‘ଗ୍ରାଭିଟି’ ବା ‘ଗ୍ରାଭିଟେସନ’ର ଆବିଷ୍କାର କଲେ ଏବଂ ସଂପୂର୍ଣ୍ଣ ଭୌତିକ ବିଜ୍ଞାନର ତାହା ମୂଳଭିତ୍ତି ହେଲା, ସେତିକି େବଳେ ଦର୍ଶନିକ ଓ ଚିନ୍ତକ ଜନ ରସ୍କିନ ଏକ ଛୋଟ ପ୍ରଶ୍ନ ପଚାରିଥିଲେ, ଯାହା ହେଲା- ଆପଲ ସିନା ତଳକୁ ପଡ଼ିଲା, ହେଲେ ନିଉଟନ ସାହେବ କହି ପାରିବେ କି ତାହା ଉପରକୁ ଗଲା କେମିତି?
କିନ୍ତୁ ରସ୍କିନଙ୍କର ଏହି ପ୍ରଶ୍ନଟିକୁ ସମସ୍ତେ ହାଲୁକା ଭାବେ ଉଡ଼େଇ ଦେଇଥିଲେ।
ହେଲେ, ତାହା ହାଲୁକା ନ ଥିଲା, ବରଂ ଥିଲା ଅତ୍ୟନ୍ତ ଗୂଢ଼। ଏହା ଦ୍ବାରା ଜନ ରସ୍କିନ ପଚାରିବାକୁ ଚାହିଁଥିଲେ ଯେ ଯଦି ମାଧ୍ୟାକର୍ଷଣ ଶକ୍ତି ସମସ୍ତଙ୍କୁ ପୃଥିବୀର କେନ୍ଦ୍ର ଆଡ଼କୁ ଟାଣୁଛି ବା ତଳକୁ ଟାଣୁଛି ତେବେ, ଗୋଟିଏ ଆପଲ୍ ମଞ୍ଜିରେ ଏମିତି େକଉଁ ଶକ୍ତି ଅଛି ଯେ ତାହା ମାଟିକୁ ଫଟାଇ ମାଧ୍ୟାକର୍ଷଣର ବିପରୀତରେ ବୃକ୍ଷକୁ ଉପରକୁ ଉଠାଇ ଉପରେ ଫଳ ସମ୍ଭବ କରୁଛି? ସତ କଥା, ଆମେ କେବେ ଚିନ୍ତା କରିଛେ କି ନଡ଼ିଆ ଗଛର ସରୁ ଚେରର ଏମିତି କି ଶକ୍ତି ଅଛି ଯେ ତାହା କୋଡ଼ିଏ ମିଟର ଉଚ୍ଚରେ କାନ୍ଧି କାନ୍ଧି ନଡ଼ିଆ ଫଳାଏ ଏବଂ ମାଟିରୁ ପାଣି ଓ ଖଣିଜ ଲବଣ ସବା ଉପରେ ଥିବା ପତ୍ରର ଶେଷ ବିନ୍ଦୁ ପର୍ଯ୍ୟନ୍ତ ପହଞ୍ଚାଏ?
ଏହା ଦ୍ବାରା ରସ୍କିନ ମହାଶୟ କହିବାକୁ ଚାହିଁଥିଲେ ଯେ ଈଶ୍ବରଙ୍କ ସୃଷ୍ଟିରେ ସବୁ କିଛି ଦ୍ବୈତ ରୂପରେ ପ୍ରତିଷ୍ଠିତ; ଯେମିତି ଭଲ-ମନ୍ଦ, ରାତି-ଦିନ ବା ଆଲୁଅ-ଅନ୍ଧାର ଇତ୍ୟାଦି। ପୃଥିବୀରେ ଏମିତି କିଛି ନାହିଁ ଯାହାର ଏକ ବିପରୀତ ବିଭାବ ନାହିଁ! ସୁତରାଂ, ‘ଗ୍ରାଭିଟେସନ୍’ର ମଧ୍ୟ ବିପରୀତ ଶକ୍ତି ସଂସାରରେ କାର୍ଯ୍ୟରତ।
ଏହା ସତ। ସେହି ଶକ୍ତି ହେଉଛି ଇଂରେଜୀରେ ‘ଲେଭିଟେସନ’। ଏହା ଊର୍ଦ୍ଧ୍ବ ଗମନର ଶକ୍ତି। ଏହା ଆପଲ ଗଛର ଶୀର୍ଷରେ ଫଳ ସମ୍ଭବ କରାଏ।