ସୋସିଆଲ ମିଡିଆରେ ଫଟୋ ଓ ସତର୍କତା

ବ୍ୟକ୍ତିଗତ ହେଉ ବା ପାରିବାରିକ ହେଉ ବା ସାଙ୍ଗସାଥୀଙ୍କ ସହିତ ହେଉ, ଫଟୋ ଉଠାଇବା ମାତ୍ରକେ ତାକୁ ସୋସିଆଲ୍‌ ମିଡିଆରେ ଛାଡ଼ିବା ଏବେ ଏକ ଅଭ୍ୟାସରେ ପଡ଼ିଗଲାଣି। ଫଟୋଗୁଡ଼ିକ ଆଉ ଘର ଆଲବମ୍‌ର ସ˚ପତ୍ତି ହୋଇ ରହି ନାହାନ୍ତି କିମ୍ବା ସେ ସବୁକୁ ଦେଖି ଅତୀତର ସ୍ମୃତି ରୋମନ୍ଥନ କରାଯିବା ଆଉ ଦେଖାଯାଉନାହିଁ।

ଏବେ ପୁରୁଣା ଫଟୋ ବୋଲି କିଛି ଯେମିତି ନାହିଁ। ସବୁ ନୂଆ ଫଟୋ। ମାଳମାଳ ଫଟୋ। ଫଟୋର ସମୁଦ୍ରରେ ସୋସିଆଲ ମିଡିଆ ବୁଡ଼ି ଯାଇଛି। ଏଭଳି ନିଜକୁ ଦେଖାଇ ହେବାର ଅଭ୍ୟାସ ଭିତରେ ସମସ୍ତେ ଭୁଲି ଯାଉଛନ୍ତି ଯେ ସେସବୁ ଫଟୋର ଖରାପ ବ୍ୟବହାର କରାଯାଇପାରେ। କେହି କେହି ‘ଫଟୋସପ୍‌’ରେ ଉଲଗ୍ନ ଶରୀର ସହିତ ଚେହେରାକୁ ଯୋଡ଼ି ବିକୃତ ଫଟୋ ତିଆରି କରି ସେଇ ସୋସିଆଲ ମିଡିଆରେ ତା’ର ପ୍ରସାର କରିଦେଇ ପାରନ୍ତି। ତେଣୁ ସମସ୍ତେ ଏଭଳି ଫଟୋ ପ୍ରଦର୍ଶନ ନେଇ ସ˚ଯମ ଆଚରଣ କରିବା ଉଚିତ। ଫଟୋଗୁଡ଼ିକୁ ସାର୍ବଜନୀନ ନ କରି ସେଗୁଡ଼ିକୁ କେବଳ ବନ୍ଧୁମାନଙ୍କ ମଧ୍ୟରେ ସୀମିତ ରଖିବା ଭଳି ସତର୍କତା ଗ୍ରହଣ କରିବା ବୁଦ୍ଧିମାନର କାମ।
ସିଦ୍ଧାନ୍ତ ନାୟକ
ବୁର୍ଲା, ସମ୍ବଲପୁର

ସମ୍ବନ୍ଧିତ ଖବର