ଜଣେ ଶିଳ୍ପପତିଙ୍କ ପୁଅ ଦୀର୍ଘ ଦିନ ଧରି ବିଦେଶରେ ପାଠ ପଢ଼ି ବହୁତ ଡିଗ୍ରି ଧରି ଘରକୁ ଫେରିଲା ପରେ ବାପା ତାକୁ ନିଜ ଉଦ୍ୟୋଗର ଦାୟିତ୍ବ ଦେଇ ଆରାମରେ ବସିଲେ। ପୁଅ ଆଗ୍ରହର ସହିତ କାମକୁ ଗଲା। କିନ୍ତୁ ସେ ଆଗ୍ରହ ଶୀଘ୍ର ମରିଗଲା। ଏଣିକି ସେ ମୁହଁ ଶୁଖେଇ ଘରକୁ ଫେରିବାକୁ ଲାଗିଲା।
ବାପା ତାକୁ ଏହାର କାରଣ ପଚାରିଲେ। ପୁଅ କହିଲା- ବାପା, ମୁଁ ତ ଦେଖୁଛି ଆପଣଙ୍କ ସ˚ସ୍ଥାରେ ଶୃଙ୍ଖଳା ନାହିଁ। ନିୟମ ନାହିଁ। ଆପଣ କେମିତି ଏହାକୁ ଚଳାଉଥିଲେ, ଏହାକୁ ଏତେ ବଡ଼ କରିପାରିଲେ? ପୁଣି ସବୁ ଦିନ ଆପଣ ଖୁସି ମନରେ ଘରକୁ ଫେରୁଥିଲେ। ଘରେ ବି ସମସ୍ତଙ୍କ ସହିତ ହସଖୁସିରେ ରହୁଥିଲେ! ମୁଁ ତ ଏ ନେଇ ବିସ୍ମିତ।
ବାପା କହିଲେ- ପୁଅ, ତୁମେ ବିଦେଶୀ ବିଶ୍ବବିଦ୍ୟାଳୟରୁ ସ˚ସ୍ଥା ପରିଚାଳନାର ଯେଉଁ ପାଠ ପଢ଼ିଛ ତାହା ଶୃଙ୍ଖଳା, ନିୟମ, ସିନିଅର ଜୁନିଅର ପ୍ରୋଟୋକଲ ଆଦି କଥା କହେ। କିନ୍ତୁ ମୋତେ ସ˚ସ୍ଥା ଚଳାଇବାର ପାଠ ପଢ଼ାଇଥିଲେ ମୋ ବାପା। ସେ କହିଥିଲେ-ତୁମେ ଯେହେତୁ ଗୋଟିଏ ସ˚ସ୍ଥାର ମୁଖ୍ୟ ତୁମ ଅଧସ୍ତନ ବା କର୍ମଚାରୀମାନେ ତୁମକୁ ପ୍ରକୃତରେ ଭଲ ପାଉଛନ୍ତି ନା ଭୟରେ ଭଲ ପାଇବାର ଅଭିନୟ କରୁଛନ୍ତି ତାହା ଜାଣିବା କଷ୍ଟକର। ତେବେ ଗୋଟିଏ କଥା ସତ ଯେ ତୁମେ ସମସ୍ତଙ୍କୁ ଗଭୀର ଭାବେ ଭଲ ପାଇଲେ ଅନ୍ୟମାନେ ପ୍ରତିବଦଳରେ ତୁମକୁ ଭଲ ହିଁ ପାଇବେ। ସେତିକି ନିଜ ସ˚ସ୍ଥାରେ କରିପାରିଲେ ତାହା ହେବ ତୁମ ପ୍ରଗତିର ପୁଞ୍ଜି।
ତେଣୁ ମୋ ସ˚ସ୍ଥାରେ ତୁମେ ଅନ୍ୟ ସ˚ସ୍ଥାଗୁଡ଼ିକ ଭଳି କର୍ମଚାରୀମାନଙ୍କୁ ପାଇବ ନାହିଁ। ତୁମେ ଏଠାରେ ତୁମ ଲାଗି ପ୍ରାଣ ଦେବାକୁ ପ୍ରସ୍ତୁତ ଭାଇମାନଙ୍କୁ ପାଇବ। ତୁମେ ସେମାନଙ୍କୁ ନିଜ ସହୋଦର ଭଳି ଭଲ ପାଇଲେ ତୁମେ ବି ମୋ ଭଳି ଜୀବନ ଯାକ ଖୁସିରେ ରହିବ।