ଅନୁତାପରେ ଅହଙ୍କାର

କଥାଟିଏ - ଯାଯାବର

ଥରେ ବୁଦ୍ଧଙ୍କ ପରମ ଶିଷ୍ୟ ଆନନ୍ଦ ମନଦୁଃଖରେ ଆସି ବୁଦ୍ଧଙ୍କୁ କହିଲେ- ତଥାଗତ, ମୋ ଦ୍ବାରା ଏଭଳି ଭୁଲ୍‌ ହେଲା କେମିତି ତାହା ମୁଁ ବୁଝିପାରୁନାହିଁ।
ବୁଦ୍ଧ କହିଲେ- ଆନନ୍ଦ, କ’ଣ ହୋଇଛି ମୋତେ ଖୋଲି କୁହ।

ଆନନ୍ଦ କହିଲେ- ତଥାଗତ, ମୁଁ ଭିକ୍ଷା ମାଗିବା ଲାଗି ଯାଉଥିବା ବେଳେ ଜଣେ ଦୁଷ୍ଟ ଲୋକର ସାମନାରେ ପଡ଼ିଗଲି। ସେ ଆପଣଙ୍କର ଘୋର ବିରୋଧୀ। ବଡ଼ ପାଟିରେ ସେ ଆପଣଙ୍କ କୁତ୍ସା କରିବାକୁ ଲାଗିଲା। ମୁଁ ଧୈର୍ଯ୍ୟର ସହିତ ସବୁ ଶୁଣିଲି। କିନ୍ତୁ ଏମିତି ଗୋଟିଏ ସମୟ ଆସିଲା ଆଉ ସହି ପାରିଲି ନାହିଁ। ମୁଁ ସେଇ ବ୍ୟକ୍ତିକୁ ତିରସ୍କାର କରି ‌େସଠାରୁ ବାହାରି ଆସିଲି। କିନ୍ତୁ ପରେ ହୃଦ୍‌ବୋଧ ହେଲା ଯେ ମୁଁ ଆପଣଙ୍କ ଦ୍ବାରା ଦିଆଯାଇଥିବା ମୂଳ ଶିକ୍ଷା ସଦାଚାରକୁ ଭୁଲିଗଲି। ମୁଁ ଗଭୀର ଭାବେ ପଶ୍ଚାତ୍ତାପ କରୁଛି। ମୋ ଦ୍ବାରା ଏଭଳି ଭୁଲ୍‌ ହେଲା କେମିତି?

ଗୌତମ ବୁଦ୍ଧ ହସିଲେ ଏବଂ କହିଲେ- ଆନନ୍ଦ ତୁମେ ଯାହା ଭୁଲ୍‌ କରିଛ ତା’ ଠାରୁ ଅଧିକ ଭୁଲ୍‌ ମୋତେ ଦିଶୁଛି ତୁମ ଅନୁତାପରେ।
ଆନନ୍ଦ ବିସ୍ମିତ ହୋଇଗଲେ ଏବଂ କହିଲେ- ଆପଣଙ୍କ କହିବାର ଅର୍ଥ ମୁଁ ବୁଝିପାରୁନାହିଁ ତଥାଗତ!

ବୁଦ୍ଧ କହିଲେ- ତୁମେ ଯେମିତି ଅନୁତାପ କରୁଛ ସେଥିରୁ ଲାଗୁଛି ସତେ ‌େଯମିତି ତୁମେ ଏଭଳି ଜଣେ ବ୍ୟକ୍ତି ଯାହାଙ୍କ ଦ୍ବାରା ଏଭଳି ଭୁଲ୍‌ ହେବା କଥା ନୁହେଁ, ଅଥଚ ହୋଇଗଲା। ଏମିତି ଭୁଲ୍‌ ତୁମ ଦ୍ବାରା ହେଲା କେମିତି ବୋଲି ତୁମେ ବ୍ୟଥିତ। ଏହି ଅନୁତାପରେ ତୁମର ଅହଂକାର ଭରି ରହିଥିବା କଥା ବୁଝି ପାରୁଛ ତ?
ଆନନ୍ଦ ନିରବ ରହିଲେ।

ସମ୍ବନ୍ଧିତ ଖବର