ଗଲା ତିନି ଦିନ ଭିତରେ ଚାରିଟି ନିର୍ବାଚନର ଫଳାଫଳ ନେଇ ଆମ ରାଜ୍ୟରେ ଉତ୍ସୁକତା, ଆଗ୍ରହ ଏବ˚ ଉତ୍କଣ୍ଠା ପ୍ରକାଶ ପାଇଛି; ସେଗୁଡ଼ିକ ହେଲେ ପଦ୍ମପୁରର ବିଧାନସଭା ଉପନିର୍ବାଚନ, ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ଏବ˚ ଦିଲ୍ଲୀର ମ୍ୟୁନିସିପାଲଟି କର୍ପୋରେସନ ନିର୍ବାଚନ। ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ଅନୁଷ୍ଠିତ ଏହି ନିର୍ବାଚନଗୁଡ଼ିକ ଅଲଗା ଅଲଗା ଫଳ ପ୍ରଦର୍ଶନ କରିଥିଲେ ସୁଦ୍ଧା ଏଥିରେ ପରିଦୃଷ୍ଟ କେତେକ ଧାରା ଉପରେ ଏକ କ୍ଷୁଦ୍ର ଆଲୋଚନା କରାଯାଇପାରେ। ଆସନ୍ତା ବର୍ଷ ହେବାକୁ ଥିବା ନଅଟି ରାଜ୍ୟର ବିଧାନସଭା ନିର୍ବାଚନ ଏବ˚ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ଏକ ଆଲୋଚନା ଗୁରୁତ୍ବପୂର୍ଣ୍ଣ ଭଳି ମନେ ହୋଇଥାଏ।

Advertisment

ଗୁଜରାଟରେ ବିଜେପି ଦଳର ରେକର୍ଡ ସୃଷ୍ଟିକାରୀ ପ୍ରଦର୍ଶନ ସହିତ ହିମାଚଳ ପ୍ରଦେଶରେ ଦଳର ବିଫଳତା ପରିପ୍ରେକ୍ଷୀରେ ପ୍ରଥମେ ଆଲୋଚନା କରାଯାଉ। କହିବା ବାହୁଲ୍ୟ ଯେ ନରେନ୍ଦ୍ର ମୋଦୀ ଏବ˚ ଅମିତ ଶାହଙ୍କ ଯୁଗଳବନ୍ଦୀ ସେମାନଙ୍କ ନିଜ ରାଜ୍ୟ ଗୁଜରାଟକୁ ବିଜେପିର ଏକ ଦୁର୍ଜେୟ ଦୁର୍ଗରେ ପରିଣତ କରିଛି। ବିଗତ ଆଠ ବର୍ଷ ଧରି ମୋଦୀ ଏବ˚ ଶାହ କେନ୍ଦ୍ର ଶାସନରେ ରହି ଗୁଜରାଟର କ୍ଷେତ୍ର ରାଜନୀତି ଠାରୁ ଦୂରରେ ଥିଲେ ମଧୢ ସେଠାରେ ସେମାନେ ସୃଷ୍ଟି କରିଥିବା ସା˚ଗଠନିକ ଉତ୍ସାହର ପର˚ପରା ଏ ଯାବତ୍‌ ଅବ୍ୟାହତ ରହିଛି। ୨୦୧୭ ମସିହା ନିର୍ବାଚନରେ କ˚ଗ୍ରେସର ପ୍ରଦର୍ଶନ ବିଜେପି ଶିବିରରେ ଯେଉଁ ଏକ ଛାନିଆ ଭାବ ସୃଷ୍ଟି କରିଥିଲା (ବିଜେପି ୯୯ ଏବ˚ କ˚ଗ୍ରେସ ୭୭ଟି ଆସନ ଜିଣିଥିଲେ), ତାହା ସମ୍ଭବତଃ ସେଠାରେ ବିଜେପିକୁ ତା’ର ସ˚ଗଠନକୁ ଆହୁରି ଅଧିକ ଶକ୍ତିଶାଳୀ କରିବାକୁ ବାଧ୍ୟ କରିଥିବ, ଯାହାର ପରିଣାମ ଏଭଳି ଏକ ଅନନ୍ୟ ସଫଳତା। ହିମାଚଳ ପ୍ରଦେଶରେ ବିଜେପିର ବିଫଳତାକୁ ଅନେକ ବିଶେଷଜ୍ଞ ହିମାଚଳୀ ଭୋଟରଙ୍କ ‘ସତ୍ତା ବିରୋଧୀ’ ମନୋଭାବର ପରିଣାମ ଭାବେ ଦର୍ଶାଇ ଥାଆନ୍ତି, ଯହିଁରେ ଗୋଟିଏ ପାଳିର ସରକାର ପରବର୍ତ୍ତୀ ପାଳିରେ କ୍ଷମତାସୀନ ହୋଇ ନ ପାରିବା ଏକ ଧାରାରେ ପରିଣତ ହୋଇଛି। ସେହି କାରଣରୁ ସେଠାରେ ବିଜେପି ପକ୍ଷରୁ ‘ରିଵାଜ୍‌ ତୋଡ଼ୋ’ ବା ‘ଧାରା ଭାଙ୍ଗ’ ଭଳି ସ୍ଲୋଗାନର ବ୍ୟବହାର ମଧୢ କରାଯାଇଥିଲା। କିନ୍ତୁ ତାହା ସେଠାରେ ସଫଳ ହୋଇନାହିଁ। ଏଭଳି ଏକ ସ୍ଥିତିରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ୨୦୧୮ ମସିହା ଠାରୁ ଏ ପର୍ଯ୍ୟନ୍ତ କାଳ ଖଣ୍ତ ମଧୢରେ କେବଳ ଉତ୍ତରପ୍ରଦେଶ ଏବ˚ ଗୁଜରାଟ ବ୍ୟତୀତ ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ସଫଳତା ଲାଭ କରିପାରିନାହିଁ; ସୁତରା˚, ନରେନ୍ଦ୍ର ମୋଦୀଙ୍କ ଚମକକୁ ଉପଜୀବ୍ୟ କରି ନିର୍ବାଚନମାନ ଲଢ଼ା ଯାଉଥିଲେ ମଧୢ ତାହା ଫଳପ୍ରଦ ହୋଇ ପାରୁନାହିଁ। ଏପରିକି ବିଜେପି କ୍ଷମତାଧୀନ ହିମାଚଳ ପ୍ରଦେଶରେ ମଧୢ ଦଳକୁ ଅପସାରିତ ହେବାକୁ ପଡ଼ିଛି। ଏଭଳି ସ୍ଥଳେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ସଫଳତା ପାଇବାକୁ ହେଲେ ଦଳ ପକ୍ଷରୁ ଭୋଟରମାନଙ୍କ ଅନ୍ତର୍ଦୃଷ୍ଟି ସମ୍ବନ୍ଧରେ ଏକ ସୂକ୍ଷ୍ମ ଧାରଣା ଲାଭ କରିବା ଦିଗରେ ପ୍ରଚେଷ୍ଟା କରାଯିବା ଆବଶ୍ୟକ।

ଏହା ଏକ ଚିନ୍ତାର ବିଷୟ ଯେ ସର୍ବ-ପୁରାତନ ଏବ˚ କେନ୍ଦ୍ର ଓ ରାଜ୍ୟମାନଙ୍କରେ ସର୍ବାଧିକ କାଳ କ୍ଷମତାସୀନ ହୋଇ ରହି ଆସିଥିବା ଦଳ କ˚ଗ୍ରେସର ଜନାଧାର ଦ୍ରୁତ ଗତିରେ ସ˚କୁଚିତ ହେବାରେ ଲାଗିଛି; ଯାହାର ସୁଯୋଗ ନେଇ ମାତ୍ର ଗୋଟିଏ ଦଶନ୍ଧି ତଳେ ଅସ୍ତିତ୍ବ ଲାଭ କରିଥିବା ‘ଆମ୍‌ ଆଦମୀ ପାର୍ଟି’ ବା ‘ଆପ୍‌’ ଇତିମଧୢରେ ଦିଲ୍ଲୀ ଓ ପଞ୍ଜାବ ଭଳି ଦୁଇଟି ରାଜ୍ୟରେ ଶାସନ କ୍ଷମତା ଦଖଲ କରିବା ସହିତ ଗୁଜରାଟରେ ପଦଚିହ୍ନ ସୃଷ୍ଟି କରି ତୃତୀୟ ଜାତୀୟ ଦଳରେ ପରିଣତ ହୋଇ ପାରିଛି। ଉଭୟ ଦିିଲ୍ଲୀ ଏବ˚ ପଞ୍ଜାବରେ ‘ଆପ୍‌’ କ˚ଗ୍ରେସ ଠାରୁ ହିଁ ଶାସନ କ୍ଷମତା ଛଡ଼ାଇ ଆଣିଛି; ଯାହାର ଅର୍ଥ କ˚ଗ୍ରେସ ଜନାଧାର ମଧୢକୁ ‘ଆପ୍‌’ ପ୍ରବେଶ କରିଛି। ଏହି ପରିପ୍ରେକ୍ଷୀରେ ବିଜେପିର ଆକ୍ରମଣରେ ଆହତ କ˚ଗ୍ରେସ ଲାଗି ‘ଆପ୍‌’ର ଆବିର୍ଭାବ ଓ କାୟା ବିସ୍ତାର ଅଧିକ ବିପଦର କାରଣ ହେବା ଖୁବ୍‌ ସମ୍ଭବ। ସ˚ପ୍ରତି ରାହୁଳ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା କାରଣରୁ ଉଭୟ ଗୁଜରାଟ ଏବ˚ ହିମାଚଳ ପ୍ରଦେଶରେ କ˚ଗ୍ରେସର ତାରକା ପ୍ରଚାରକଗଣ ଅଦୃଶ୍ୟ ଥିଲେ; ଯାହା ସ୍ବାଭାବିକ ଭାବେ ଦଳୀୟ କର୍ମୀଙ୍କୁ ନିରୁତ୍ସାହିତ କରିଥିବ। କିନ୍ତୁ ଏହା ସତ୍ତ୍ବେ ହିମାଚଳ ପ୍ରଦେଶରେ ଦଳର ବିଜୟ ଇଙ୍ଗିତ ଦେଇଛି ଯେ ସା˚ଗଠନିକ ଦୃଢ଼ତା କୌଣସି ଦଳର ସଫଳତା ଲାଗି ଅତ୍ୟନ୍ତ ଜରୁରୀ। ସୁତରା˚, ଦେଶର ସର୍ବତ୍ର କ˚ଗ୍ରେସର ଉପସ୍ଥିତି ଥିବା ଦୃଷ୍ଟିରୁ କେବଳ ସା˚ଗଠନିକ ଦୃଢ଼ତା ପ୍ରତିଷ୍ଠା ଦିଗରେ ଦଳ ପକ୍ଷରୁ ଉତ୍ସାହ ପ୍ରଦର୍ଶନ କରାଗଲେ ଜନାଧାର ହ୍ରାସର ଧାରାରେ ବିରାମ ଲାଗିବା ଅତ୍ୟନ୍ତ ସମ୍ଭବ।

ଚଳିତ ବର୍ଷ ‘ଆପ୍‌’ ଏକ ଜାତୀୟ ଦଳର ମାନ୍ୟତା ଲାଭ କରିବା ଏକ ମହତ୍ତ୍ବପୂର୍ଣ୍ଣ ଘଟଣା। ମୋଦୀଙ୍କ ଦୁର୍ଗ ଗୁଜରାଟରେ ପ୍ରଥମ ଆବିର୍ଭାବରେ ୫ଟି ଆସନ ଜିଣିବା ମଧୢ ଏକ ଉପଲବ୍‌ଧି। କହିବା ଅନାବଶ୍ୟକ ଯେ କ୍ଷୁଦ୍ରକାର ଏବ˚ କନିଷ୍ଠ ହେଲେ ସୁଦ୍ଧା ବିଜେପି ବିପକ୍ଷରେ ଆପ୍‌ର ରଣ ହୁଙ୍କାର ଦଳର ଲଢୁଆ ମନୋବୃତ୍ତିକୁ ଦର୍ଶାଇ ଥାଏ। ଦିଲ୍ଲୀ ପୌରପାଳିକାକୁ ଦୀର୍ଘ ପନ୍ଦର ବର୍ଷ କାଳ ଦଖଲରେ ରଖିଥିବା ବିଜେପିକୁ କ୍ଷମତାରୁ ଅପସାରଣ କରି ‘ଆପ୍‌’ ତାହା ପ୍ରମାଣିତ କରିଛି। ଏହି ନିର୍ବାଚନରେ ‘ଆପ୍‌’ର ଭୋଟ ହାର ୪୨%, ଯାହା ଗତ ପୌର ନିର୍ବାଚନରେ ଦଳ ପାଇଥିବା ଭୋଟ ହାରର ଦୁଇ ଗୁଣ। ଏହି ଦୃଷ୍ଟିରୁ କୁହାଯାଇପାରେ କି ଯଦି ‘ଆପ୍‌’ ତା’ର ଅଗ୍ରଗତି ଏହିଭଳି ଅବ୍ୟାହତ ରଖେ, ତେବେ ଭବିଷ୍ୟତ୍‌ରେ ଏହି ଦଳ ଉଭୟ ବିଜେପି ଓ କ˚ଗ୍ରେସ ଲାଗି ଆହ୍ବାନ ସୃଷ୍ଟି କରିବ।

ପରିଶେଷରେ ପଦ୍ମପୁର ଉପନିର୍ବାଚନ। ଏଥିରେ ବିଜେଡି ପ୍ରାର୍ଥୀ ବର୍ଷା ସି˚ହ ବରିହାଙ୍କ ବିଜୟ ଦ୍ବାରା ବିଜେଡିର (ଉପନିର୍ବାଚନଗୁଡ଼ିକରେ) ଧାରାବାହିକ ବିଜୟର ସ୍ରୋତ ଅବ୍ୟାହତ ହୋଇ ରହି ପାରି ଥାଆନ୍ତା, ଯଦି ଏହା ପୂର୍ବରୁ ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟଲାଭ କରି ନ ଥାଆନ୍ତେ। ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ପଦ୍ମପୁର ଉପନିର୍ବାଚନରେ ଦଳର ବିପୁଳ ବିଜୟର କାରଣ ଭାବେ ଦଳୀୟ ପ୍ରଚାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଥରଟିଏ ମାତ୍ର ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରଭାବକୁ ଦେଖିଥାଆନ୍ତି, ଯାହା ଧାମନଗର ନିର୍ବାଚନ ପ୍ରଚାର ବେଳେ ଘଟି ନ ଥିଲା। ତେବେ, ବିଜେଡିର ଚମକପ୍ରଦ ନିର୍ବାଚନ ସାଫଲ୍ୟ ପରିପ୍ରେକ୍ଷୀରେ ବିରୋଧୀ ଦଳଗୁଡ଼ିକ ଦ୍ବାରା ବିଜେଡିର ପ୍ରଭୂତ ଅର୍ଥ ଓ ବାହୁ ବଳ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଉଥିବା ବେଳେ ଅନେକ ପର୍ଯ୍ୟବେକ୍ଷକ ଏହାକୁ ଆତ୍ମରକ୍ଷା ସକାଶେ ସେମାନେ ଅବଲମ୍ବନ କରୁଥିବା ଏକ ସହଜ ଆଳ ରୂପେ ଦେଖିଥାଆନ୍ତି। ସେମାନଙ୍କ ମତରେ ଯଦି ଏହି ଦଳଗୁଡ଼ିକ ତୃଣମୂଳ ସ୍ତରରେ ବିଜେଡିର ସା˚ଗଠନିକ ପ୍ରଭାବ ଓ ଉପସ୍ଥିତି ଉପରେ ଦୃଷ୍ଟିପାତ କରି ବାସ୍ତବବାଦୀ ହୁଅନ୍ତେ, ତେବେ ହୁଏ’ତ ସହସା ଏଭଳି ସହଜ ଉପସ˚ହାରରେ ଉପନୀତ ହୁଅନ୍ତେ ନାହିଁ। ସେମିତି ବିଜେଡିର କ୍ରମାଗତ ନିର୍ବାଚନୀ ସଫଳତା ପରିପ୍ରେକ୍ଷୀରେ ବିଜେପି ସକାଶେ ନିହିତ ଥିବା ଯେଉଁ ଇଙ୍ଗିତ ବିଷୟରେ ଅନେକ ବିଶେଷଜ୍ଞ ସୂଚାଇ ଥାଆନ୍ତି, ତାହା ହେଲା ଦଳ ପକ୍ଷରୁ ଓଡ଼ିଶାରେ ଜଣେ ରାଜ୍ୟ ସ୍ତରୀୟ ନେତାଙ୍କ ଚେହେରାକୁ ପ୍ରା˚ଜଳ କରିବାରେ ଦଳର ବିଫଳତା। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ବା ମହାରାଷ୍ଟ୍ରର ଦେବେନ୍ଦ୍ର ଫଡ଼ନାବିସ ବା ରାଜସ୍ଥାନର ବସୁନ୍ଧରା ରାଜେ ସିନ୍ଧିଆ ବା ମଧୢପ୍ରଦେଶର ଶିବରାଜ ସି˚ହ ଚୌହାନ ବା ଛତିଶଗଡ଼ର ରମଣ ସି˚ହଙ୍କ ଭଳି ଜଣେ ଜଣେ ରାଜ୍ୟ ସ୍ତରୀୟ ଅତ୍ୟନ୍ତ ବଳିଷ୍ଠ ନେତାଙ୍କ ଉପସ୍ଥିତି ଭଳି ଦୃଶ୍ୟପଟ ଓଡ଼ିଶାରେ ସୃଷ୍ଟି ହୋଇ ପାରିନାହିଁ। ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି ଯେ ବିଜେପି ଦଳର ଅଧୢକ୍ଷ ଜେ. ପି. ନଡ୍‌ଡାଙ୍କ ତାହା ଆପଣା ରାଜ୍ୟ ହୋଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ କାର୍ଯ୍ୟକଳାପ ହିଁ ସେଠାରେ ଦଳର ପ୍ରଦର୍ଶନକୁ ରୂପ ଦେଇଛି, ଯେମିତି ଉତ୍ତରପ୍ରଦେଶର ବିପୁଳ ନିର୍ବାଚନ ସଫଳତାରେ ଯୋଗୀ ଆଦିତ୍ୟନାଥଙ୍କ ସର୍ବାଧିକ ଭୂମିକା ଥିଲା।