ଗଲା ୯ ତାରିଖରେ ଅରୁଣାଚଳ ପ୍ରଦେଶର ତଵାଙ୍ଗ ସୀମାରେ ଚୀନା ଓ ଭାରତୀୟ ସୈନିକଙ୍କ ମଧୢରେ ସ˚ଘଟିତ ଏକ ସ˚ଘର୍ଷ ୨୦୨୦ ମସିହାର ରକ୍ତାକ୍ତ ଗଲଵାନ ଉପତ୍ୟକା ସ˚ଘର୍ଷ ବିଷୟ ମନେ ପକାଇ ଦେଇଥାଏ, ଯାହା ଏକ ଯୁଦ୍ଧ ପ୍ରାୟ ପରିସ୍ଥିତି ସୃଷ୍ଟି କରିଥିଲା, ଯହିଁରେ ଉଭୟ ପକ୍ଷର ସେନା ଆଖିକୁ ଆଖି ମିଶାଇ ବର୍ଷାଧିକ କାଳ ଅଟଳ ଭାବେ ଛିଡ଼ା ହୋଇ ରହିଥିଲେ। ପ୍ରକାଶ ଥାଉ କି ୧୯୬୨ ମସିହାର ଯୁଦ୍ଧ ପରେ ଯାଇ ୨୦୨୦, ଜୁନ୍‌ ମାସରେ ପ୍ରଥମ ଥର ଲାଗି ଉଭୟ ଦେଶ ମଧୢରେ ରକ୍ତପାତ ଘଟିଥିଲା। କିନ୍ତୁ ତାହାର ଅଢ଼େଇ ବର୍ଷ ନ ପୂରୁଣୁ ପୁନର୍ବାର ସୀମାନ୍ତ ଅତିକ୍ରମଣର ଏକ ବଡ଼ ପ୍ରୟାସ ପରିଦୃଷ୍ଟ ହେଲାଣି। ଯଦିଓ ଇତିମଧୢରେ ପୂର୍ବ-ଲଦାଖସ୍ଥିତ ଗଲଵାନକୁ ପୂର୍ବାବସ୍ଥା ପ୍ରତ୍ୟାବର୍ତ୍ତନ କରିଛି; ତଵାଙ୍ଗ ଠାରେ ସୃଷ୍ଟ ଉତ୍ତେଜନା ଏକ ଚିନ୍ତା ଉଦ୍ରେକକାରୀ ପ୍ରଶ୍ନ ଉଠାଇଥାଏ ଯେ ସୀମାନ୍ତରେ ଏଭଳି ଅଶାନ୍ତ ବାତାବରଣ ସୃଷ୍ଟି କରିବା ସକାଶେ ଚୀନ ହାଠାତ୍‌ ତତ୍ପର ହୋଇଉଠିଛି କାହିଁକି?

Advertisment

କହିବା ଅନାବଶ୍ୟକ ଯେ ସଚରାଚର ଏକ ଧାରଣା ରହିଛି ଯେ ଚୀନ ସରକାର କେବଳ ରହସ୍ୟମୟ ନୁହନ୍ତି, ଅନେକ ସମୟରେ ଦୁର୍ବୋଧୢ ମଧୢ; କାରଣ ଚୀନ ସରକାରଙ୍କ ଆଚରଣ ବା କାର୍ଯ୍ୟକୁ ନେଇ କୌଣସି ଦୃଢ଼ ପୂର୍ବାନୁମାନ କରାଯିବା ଏକ ଦୁରୂହ ବ୍ୟାପାର। ସୁତରା˚, ଉପରୋକ୍ତ ପ୍ରଶ୍ନର ଉତ୍ତରରେ ଅନେକ ପର୍ଯ୍ୟବେକ୍ଷକଙ୍କ ଧାରଣା ଯେ କୋଭିଡ୍‌ ପାନ୍‌ଡେମିକ୍‌ ପରବର୍ତ୍ତୀ କାଳରେ ଚୀନ ପ୍ରତି ଆହ୍ବାନ ସୃଷ୍ଟି କରିଥିବା ଚତୁର୍ଦେଶୀୟ ସ˚ଗଠନ ‘କ୍ବାଡ୍‌’ରେ ଭାରତର ଉପସ୍ଥିତି ଚୀନ ସକାଶେ ଦୃଷ୍ଟିକଟୁ ହୋଇ ‘ଗଲଵାନ’ ଉପଦ୍ରବକୁ ଜନ୍ମ ଦେଇଥିବ; ଯହିଁରେ ଚୀନ ନିଜର ‘ଦାଦାଗିରି’ ସାବ୍ୟସ୍ତ କରିବାର ପ୍ରୟାସ କରିଥିଲା।

ସୁତରା˚, ତଵାଙ୍ଗ ଉତ୍ପାତ ପରିପ୍ରେକ୍ଷୀରେ ମଧୢ ସେହି ପର୍ଯ୍ୟବେକ୍ଷକମାନେ ଧରି ନିଅନ୍ତି ଯେ ଭାରତ ଦ୍ବାରା ‘ଜି-୨୦’ ସ˚ଗଠନର ମର୍ଯ୍ୟାଦାବନ୍ତ ଅଧୢକ୍ଷତା ପଦ ମଣ୍ତନ ଚୀନ ସକାଶେ ଅସହନୀୟ ହୋଇ ତାକୁ ପୁନର୍ବାର ଏଭଳି ଆଚରଣ ପ୍ରଦର୍ଶନ କରିବାକୁ ପ୍ରରୋଚିତ କରିଥିବ। ଏହା ଏକ ବାସ୍ତବତା ଯେ ଏକ ବୃହତ୍‌ ଶକ୍ତି ରୂପେ ଭାରତର ଅଭ୍ୟୁଦୟ ଚୀନ ସକାଶେ ଅସହ୍ୟ ହୋଇ ଉଠିଛି, ଯାହାର ଏକ ପ୍ରମାଣ ‘ତଵାଙ୍ଗ’ ଠାରେ ‘ବାସ୍ତବ ନିୟନ୍ତ୍ରଣ ରେଖା’ ବା ‘ଏଲ.ଏ.ସି.’ ଅତିକ୍ରମଣର ପ୍ରୟାସରେ ପ୍ରାୟ ତିନି ଶହ ସରିକି ସୈନିକଙ୍କ ଉପସ୍ଥିତି, ଯାହା ସ୍ପଷ୍ଟ କରିଥାଏ ଯେ ଏହା କୌଣସି ସ୍ଥାନୀୟ ଚୀନା କମାଣ୍ତରଙ୍କ ଦୁଃସାହସର ପରିଣାମ ନୁହେଁ; ବର˚ ଏହାର ପୃଷ୍ଠଭାଗରେ ‘ଚୀନ କମ୍ୟୁନିଷ୍ଟ ପାର୍ଟି’ ଏବ˚ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସଦୟ ସ୍ବୀକୃତି ରହିଥିବ। କିନ୍ତୁ, ଆଉ ଏକ ବାସ୍ତବତା ହେଲା, ଏହା ଦ୍ବାରା ଚୀନର ପ୍ରଭାବ ବୃଦ୍ଧି ପାଇବା ପରିବର୍ତ୍ତେ କ୍ଷୁଣ୍ଣ ହୋଇଛି।

ଏହି ସ˚ଦର୍ଭରେ ପୂର୍ବତନ ଭାରତୀୟ ସେନଧୢକ୍ଷ ଜେନେରାଲ ଏମ୍‌. ନବରଣ କହିଥାନ୍ତି ଯେ ଏକ ଶକ୍ତିଶାଳୀ ପ୍ରଚାର-ତନ୍ତ୍ର ଦ୍ବାରା ପୃଥିବୀ ସମକ୍ଷରେ ପ୍ରତିଷ୍ଠିତ ଚୀନର ଅତିକାୟ ସାମରିକ ସାମର୍ଥ୍ୟର ଭାବମୂର୍ତ୍ତି ଏହି ଦୁଇଟି ଯାକ ଘଟଣାରେ ମଳିନ ପଡ଼ିଛି। ‘ଗଲଵାନ’ ଘଟଣାରେ ଭାରତୀୟ ସେନା ଅତର୍କିତ ଭାବେ ସୁଉଚ୍ଚ କୈଳାସ ଶୃଙ୍ଗରେ ଆବିର୍ଭୂତ ହେବା ପରେ ତାହାର ପାଦଦେଶରେ ଥିବା ଅପ୍ରତିଭ ଚୀନ ସେନାଙ୍କୁ ଅଗତ୍ୟା ପ୍ରତ୍ୟାବର୍ତ୍ତନ କରିବା ନେଇ ଚିନ୍ତା କରିବାକୁ ପଡ଼ିଥିଲା। ସେମିତି ‘ତଵାଙ୍ଗ’ ଠାରେ ଜାଗ୍ରତ ଭାରତୀୟ ସୈନ୍ୟମାନଙ୍କ ସହିତ ମୁକାବିଲା କରି ନ ପାରି ଚୀନା ସୈନ୍ୟମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଯେ ‘ଗଲଵାନ’ ସ˚ଘାତ କାଳରେ ଉଭୟ ପକ୍ଷ ଦୀର୍ଘ ସମୟ ଧରି ମୁହାଁମୁହିଁ ଅବସ୍ଥାରେ ଛିଡ଼ା ହୋଇଥିବା ବେଳେ ପ୍ରତି ଅଠଚାଳିଶ ଘଣ୍ଟାରେ ଥରେ ପୁରୁଣା ଚୀନା ସୈନିକଙ୍କ ଅପସାରଣ ସହିତ ନୂତନ ସୈନିକଙ୍କ ଯୋଗଦାନ ଭଳି ଘଟଣା ସେମାନଙ୍କ ସହିଷ୍ଣୁତା ନେଇ ପ୍ରଶ୍ନ ସୃଷ୍ଟି କରିଥିଲା। ଅଥଚ ସେତିକି ବେଳେ ଭାରତୀୟ ସୈନିକମାନେ ସେଠାରେ ଅବିରତ ଭାବେ ଅଟଳ ରହି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ।

ଏବେ ତୱଙ୍ଗ ବିବାଦ ସଂପର୍କରେ ଆଲୋଚନା କରାଯାଉ। ଉଲ୍ଲେଖଯୋଗ୍ୟ ଯେ ଅରୁଣାଚଳ ସୀମାବର୍ତ୍ତୀ ତଵାଙ୍ଗ ଅନ୍ତର୍ଭୁକ୍ତ ଥିବା ୟାଙ୍ଗସେ ଅଞ୍ଚଳ ବହୁ ପୂର୍ବରୁ ଭାରତ ଏବ˚ ଚୀନ ମଧୢରେ ବିବାଦର କେନ୍ଦ୍ର ହୋଇ ରହି ଅସିଛି; ଏପରି କି ସ˚ପୂର୍ଣ୍ଣ ଅରୁଣାଚଳ ପ୍ରଦେଶକୁ ଚୀନ ଦକ୍ଷିଣ ତିବ୍ବତ ବୋଲି କହିଥାଏ। ଏହାର ପ୍ରଥମ କାରଣ ୟାଙ୍ଗସେ ଏକ ଅତ୍ୟନ୍ତ ବିରାଟ ଓ ବିସ୍ତୀର୍ଣ୍ଣ ତୃଣଭୂମି ହୋଇଥିବାରୁ ‘ୟାକ୍‌’ ବା ଚାମରୀ ଗୋରୁ ଗୋଠଙ୍କ ସକାଶେ ଏକ ସମୃଦ୍ଧ ଚାରଣ ଭୂମି ରୂପେ ତିବ୍ବତୀୟ ଗ୍ରାମବାସୀମାନେ ଏହାକୁ ଦେଖି ଥାଆନ୍ତି। ଦ୍ବିତୀୟରେ ତିବ୍ବତୀୟ ବୌଦ୍ଧମାନଙ୍କ ବିଚାରରେ ହିନ୍ଦୁମାନଙ୍କ ଗଙ୍ଗା ନଦୀ ତୁଲ୍ୟ ପବିତ୍ରତମ ଜଳର ଉତ୍ସ ହେଉଛି ‘ଚୁମି ଗ୍ୟାସ୍ତେ’ ଜଳପ୍ରପାତ, ଯାହା ଏହି ଅଞ୍ଚଳରେ ଏଲ୍‌.ଏ.ସି, ଧାରରେ ଅବସ୍ଥିତ। ଏହି ଦୁଇ ପ୍ରମୁଖ କାରଣ ଲାଗି ଚୀନ ପକ୍ଷରୁ ଅରୁଣାଚଳ ପ୍ରଦେଶକୁ ନିଜର ବୋଲି ଦାବି କରାଯିବାରେ ବିସ୍ମୟର ବିଶେଷ ଅବକାଶ ନାହିଁ। ଇତିମଧୢରେ ଚୀନ ନିଜର ମନୋଭାବକୁ ସ୍ପଷ୍ଟ କରି ଅରୁଣାଚଳ ପ୍ରଦେଶ ସୀମାନ୍ତର ଅପର ପାର୍ଶ୍ବରେ କେତେକ ସମୃଦ୍ଧ ବସତି ନିର୍ମାଣ କରିବା ସହିତ ଅସାଧାରଣ ଭିତ୍ତିଭୂମି ବିକାଶ କରାଇଛି। ଅବଶ୍ୟ, ଏହାର ଉତ୍ତର ସ୍ବରୂପ ଭାରତ ପକ୍ଷରୁ ମଧୢ ଏଲ୍‌.ଏ.ସି. ନିକଟରେ ଅତ୍ୟନ୍ତ ଦ୍ରୁତ ଗତିରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଅଗ୍ରଗତି ଲାଭ କରିବାରେ ଲାଗିଛି। ଏହା ମଧୢ ଚୀନ ସକାଶେ ଅସହନୀୟ ହେଉଥିବ, ଯାହା ଭାରତ ବିପକ୍ଷରେ ମା˚ସପେଶୀକୁ ଅଯଥା ସ୍ଫୀତ କରିବାର ଚୀନା ଉଦ୍ୟମରେ ପରିଦୃଷ୍ଟ ହୋଇଥାଏ।

ଏହି ପରିପ୍ରେକ୍ଷୀରେ ଏକ ଆଶଙ୍କା ବିଜଡ଼ିତ ପ୍ରଶ୍ନ ଉଠିଥାଏ ଯେ ଏଭଳି ଶତ୍ରୁତା ଉଭୟ ରାଷ୍ଟ୍ର ମଧୢରେ ପୂର୍ଣ୍ଣାଙ୍ଗ ଯୁଦ୍ଧଟିଏ ସମ୍ଭବ କରାଇବ କି? ଏହାର ଉତ୍ତର ଅନେକା˚ଶରେ ୟୁକ୍ରେନ ଓ ରୁଷିଆ ମଧୢରେ ସ˚ଘଟିତ ଯୁଦ୍ଧରୁ ମିଳିଥାଏ। ରୁଷିଆ-ୟୁକ୍ରେନ ଯୁଦ୍ଧରୁ ପ୍ରାପ୍ତ ପ୍ରଥମ ଶିକ୍ଷାଟି ହେଲା ରାଷ୍ଟ୍ର-ରାଷ୍ଟ୍ର ମଧୢରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଘଟିବାର ଆଶଙ୍କା ପ୍ରାୟ ନଗଣ୍ୟ ବୋଲି ଗଢ଼ି ଉଠିଥିବା ଧାରଣାଟି ଅମୂଳକ । ସୁତରା˚, ଏଭଳି ଏକ ଯୁଦ୍ଧ ଘଟିବା ସମ୍ଭବ। ପୁଣି ରୁଷିଆ ବା ଚୀନରେ ଥିବା ଭଳି ଭୂମି-ଲୋଭୀ ସାମ୍ରାଜ୍ୟବାଦୀ ଶାସକଙ୍କ ପରିପ୍ରେକ୍ଷୀରେ ଏଭଳି ଆଶଙ୍କା ଆହୁରି ଦୃଢ଼ ହୋଇପାରେ। ତେବେ, ରୁଷିଆ-ୟୁକ୍ରେନ ଯୁଦ୍ଧରୁ ଲବ୍‌ଧ ଦ୍ବିତୀୟ ଶିକ୍ଷାଟି ଏହା ମଧ୍ୟ କହିଥାଏ ଯେ ଏଭଳି ଏକ ଯୁଦ୍ଧ ଆରମ୍ଭ ହେଲେ ତାହା ଅସରନ୍ତି କାଳ ଯାଏ ଲାଗି ରହିବ ଏବ˚ ଏଭଳି ଯୁଦ୍ଧରେ କୌଣସି ଗୋଟିଏ ରାଷ୍ଟ୍ର ପଦାନତ ହେବାର ସମ୍ଭାବନା ପ୍ରାୟ ଶୂନ୍ୟ ତୁଲ୍ୟ।

ଦୁର୍ବଳ ୟୁକ୍ରେନକୁ ମାତ୍ର ପାଞ୍ଚ ଦିନ ଭିତରେ ଭୂଲୁଣ୍ଠିତ କରିବାର ଉଦ୍ଦେଶ୍ୟରେ ଯୁଦ୍ଧ ଅଭିଯାନ ଆରମ୍ଭ କରିଥିବା ପୃଥିବୀର ଚତୁର୍ଥ ବୃହତ୍ତମ ସାମରିକ ଶକ୍ତି ରୁଷିଆ ଏବେ ତାହା ମର୍ମେ ମର୍ମେ ହୃଦୟଙ୍ଗମ କରୁଛି। ତେଣୁ ଭବିଷ୍ୟତ୍‌ରେ ଯେଉଁ ଦୃଶ୍ୟଟି ଦେଖିବାକୁ ମିଳିପାରେ ତାହା ହୁଏତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ନୁହେଁ, ବର˚ ମୁଣ୍ତ ବ୍ୟଥା ସୃଷ୍ଟି କରୁଥିବା ଭଳି ସ˚ଘର୍ଷମାନ, ଯାହା ‘ବାସ୍ତବ ନିୟନ୍ତ୍ରଣ ରେଖା’ ନିକଟସ୍ଥ ଅଞ୍ଚଳକୁ ଉତ୍ତେଜିତ କରି ରଖିବ। ଏହି ସମସ୍ୟାର ସମାଧାନର ସୂତ୍ର ସାମରିକ ସ୍ତରୀୟ ଆଲୋଚନାରେ ନାହିଁ; କେବଳ ଦ୍ବି-ପାକ୍ଷିକ ରାଜନୈତିକ ଓ କୂଟନୈତିକ ଆଲୋଚନା ବଳରେ ହୁଏତ ଏ ସମସ୍ୟାର ସମାଧାନ ସମ୍ଭବ।

ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଭାରତ ଓ ଚୀନ ଉଭୟ ଥିଲେ ବିଶ୍ବ ଅର୍ଥନୀତିର ମେରୁଦଣ୍ତ ସଦୃଶ ଏବ˚ ସେହି ସମୟରେ ଉଭୟ ରାଷ୍ଟ୍ର ପରସ୍ପର ପ୍ରତି ମିତ୍ରତାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରୁଥିଲେ। ସେହି ଦୃଷ୍ଟିରୁ ବିଚାର କଲେ ସ˚ପ୍ରତି ବିଶ୍ବରେ ଦୁଇ ବୃହତ୍‌ ଶକ୍ତି ଭାବେ ଉଭା ଭାରତ ଓ ଚୀନ କେବଳ ବନ୍ଧୁତା ମାଧୢମରେ ହିଁ ବିଶ୍ବ ସ୍ତରୀୟ ଆଧିପତ୍ୟ ସାବ୍ୟସ୍ତ କରିପାରିବେ। କିନ୍ତୁ ବର୍ତ୍ତମାନର ରାଜନୈତିକ ପରିବେଶରେ ତାହା କ’ଣ ସମ୍ଭବ?

କୁହାଯାଏ ଯେ ମାନଚିତ୍ରରେ ବ୍ରିଟିସ ଭାରତ ଓ ତିବ୍ବତର ସୀମାରେଖା ଅଙ୍କନ କଲା ବେଳେ ମାକମୋହନ ମହାଶୟ ଯେଉଁ ନାଲି ସ୍ୟାହି ଥିବା କଲମ ବ୍ୟବହାର କରିଥିଲେ, ତାହାର ନିବ୍‌ଟି ଥିଲା ଖୁବ୍‌ ମୋଟା। ସୁତରା˚, ମାନଚିତ୍ରରେ ସେହି ନିବ୍‌ ଦ୍ବାରା ଟଣା ଯାଇଥିବା ଗାରକୁ ବର୍ତ୍ତମାନ ଭୂମି ଉପରେ ମାପିଲେ ତା’ର ଓସାର ହୋଇଥାଏ ପ୍ରାୟ ସାତ କିଲୋମିଟର। ଏଭଳି ସ୍ଥଳେ ସୀମାରେଖା ନେଇ ବିବାଦର କାରଣ ବୁଝିବା କଷ୍ଟକର ହୋଇ ନ ଥାଏ। କିନ୍ତୁ ସେତେବେଳେ ମାକମୋହନ ସାହେବଙ୍କ ପାଖରେ କେବଳ ସେଭଳି କଲମ ହିଁ ଉପଲବ୍‌ଧ ଥିଲା, ଯାହା ଦୁର୍ଭାଗ୍ୟ କ୍ରମେ ଆଜିର ସୂକ୍ଷ୍ମାତିସୂକ୍ଷ୍ମ ମାପର ପରୀକ୍ଷାରେ ଫେଲ୍‌ ହେଉଛି।