ନିଃସଙ୍ଗ ଭାରତ!

ସ˚ପ୍ରତି ଏସୀୟ ଭୂଖଣ୍ତରେ ସ˚ଘଟିତ ହେଉଥିବା ଘଟଣାବଳୀ ଉପରେ ଦୃଷ୍ଟି ନିକ୍ଷେପ କଲେ ପ୍ରତୀତ ହୋଇଥାଏ, ସତେ ଯେମିତି ଅଶାନ୍ତ ସାଗର ମଝିରେ ଭାରତ ଏକ ନିଃସଙ୍ଗ ଦ୍ବୀପ ତୁଲ୍ୟ ଛିଡ଼ା ହୋଇଛି। କୋଭିଡ୍‌ ପାନ୍‌ଡେମିକ୍‌ ଏବ˚ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ପୃଥିବୀର କ୍ଷମତା କେନ୍ଦ୍ରମାନ ପୁନଃ ରଚିତ ହେବା ଅଥବା ଭୂ-ରାଜନୈତିକ ପ୍ରଭାବ କ୍ଷେତ୍ରଗୁଡ଼ିକରେ ଏକ ଭୂଚଳନସୁଲଭ ପରିବର୍ତ୍ତନ ଘଟି ପୂର୍ବର ସମୀକରଣଗୁଡ଼ିକୁ ଅଚଳ କରିଦେବା ନେଇ ଯଦିଓ ଅନୁମାନ କରାଯାଉଥିଲା, କିନ୍ତୁ ସେ ସବୁ ଯେ ଏତେ ଶୀଘ୍ର ଘଟିବାର ସ˚କେତମାନ ମିଳିବ, ସେ ନେଇ ଧାରଣା କରାଯାଇ ପାରି ନ ଥିଲା। ଅନେକ ସମୟରେ ଉଦ୍ଭଟ ନାଟକ ଭଳି ମନେ ହେଉଥିବା ଘଟଣାକ୍ରମରେ ଭାରତର ବିଦେଶ ନୀତି ଏବ˚ ଆଭିମୁଖ୍ୟ କିଭଳି ହେବା ଉଚିତ, ତାହା ମଧୢ ଏକ ପ୍ରଶ୍ନବାଚକ ଚିହ୍ନ ଭଳି ଦଣ୍ତାୟମାନ ହେଲାଣି।

ନିକଟରେ ପାଶ୍ଚାତ୍ୟ ଗଣମାଧୢମରେ ପ୍ରସାରିତ ହୋଇଥିବା ଏକ ସମ୍ବାଦ ଅନୁସାରେ ପାକିସ୍ତାନର ସେନାଧୢକ୍ଷ କମର ଜାଭେଦ ବାଜଵାଙ୍କ ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାର ଡେପୁଟି ସେକ୍ରେଟାରି େଵଣ୍ତି ସେରମାନଙ୍କୁ ଅନୁରୋଧ କରି କୁହାଯାଇଛି ଯେ ଅତ୍ୟନ୍ତ ଜରୁରୀକାଳୀନ ଭିତ୍ତିରେ ପାକିସ୍ତାନ ଲୋଡୁଥିବା ୧.୫ ବିଲିଅନ ଆମେରିକୀୟ ଡଲାର‌୍‌ର ଆଇ.ଏମ୍‌.ଏଫ୍‌ ଋଣ ଶୀଘ୍ର ପ୍ରଦାନ କରାଯିବା ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ହସ୍ତକ୍ଷେପ କରୁ। ଚୀନ ସହ ଘନିଷ୍ଠ ହେବା ସହିତ ଆମେରିକା ଠାରୁ ଦୂରେଇ ଯାଇଥିବା ପାକିସ୍ତାନର ଏଭଳି ବୈକଲ୍ୟ ସ୍ପଷ୍ଟ ଭାବେ ସୂଚନା ଦେଇଥାଏ ଯେ ସେ ଦେଶର ଆର୍ଥିକ ସ୍ଥିତି ମଧୢ ଶ୍ରୀଲଙ୍କା ତୁଲ୍ୟ ତାରଳ୍ୟ ଆଡ଼କୁ କ୍ଷିପ୍ର ବେଗରେ ଗତି କରୁଛି। ଏବ˚ ଏହି ମର୍ମରେ ଭାରତର ଦକ୍ଷିଣସ୍ଥ ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କା ସ˚ପ୍ରତି କିଭଳି ସ˚ପୂର୍ଣ୍ଣ ନୈରାଜ୍ୟ ମଧୢ ଦେଇ ଗତି କରୁଛି, ସେ ସମ୍ବନ୍ଧରେ ଆଉ ଅଧିକ କହିବାର ଆବଶ୍ୟକତା ନାହିଁ।

ଏଣେ ଆଇ.ଏମ୍‌.ଏଫ୍‌. ପକ୍ଷରୁ ସ୍ବାଭାବିକ ଭାବେ କହି ଦିଆଯାଇ ସାରିଲାଣି ଯେ ଶ୍ରୀଲଙ୍କାରେ ରାଜନୈତିକ ସ୍ଥିରତା ନ ଆସିବା ପର୍ଯ୍ୟନ୍ତ ଋଣ ପ୍ରଦାନର ପ୍ରଶ୍ନ ଉଠୁନାହିଁ। ଏବେ ଆସିବା ଭାରତର ଗୁରୁତ୍ବପୂର୍ଣ୍ଣ ପୂର୍ବ ପଟର ପଡ଼ୋଶୀ ରାଷ୍ଟ୍ର ବା˚ଲାଦେଶକୁ, ଯାହା ଆର୍ଥିକ ବିକାଶରେ ଚମକପ୍ରଦ ସଫଳତା ପ୍ରଦର୍ଶନ କରି ଖୁବ୍‌ ଶୀଘ୍ର ଏକ ମଧୢମ ଆୟକାରୀ ରାଷ୍ଟ୍ରରେ ପରିଣତ ହେବାର ଆଶା ପୋଷଣ କରିଥିଲା, କିନ୍ତୁ ବର୍ତ୍ତମାନ ତୀବ୍ର ମୁଦ୍ରାସ୍ଫୀତିଜନିତ ସ୍ଥିତିର ମୁକାବିଲା କରିବା ଲାଗି ୬ ବିଲିଅନ ଡଲାରର ଆଇ.ଏମ୍‌.ଏଫ୍‌. ଋଣ ସକାଶେ ଆବେଦନ କଲାଣି। ଏହା ଛଡ଼ା ନେପାଳ, ମାଲଡିଭ୍‌ସ ଏବ˚ ମିଆଁମାର ଭଳି ଭାରତର ଅନ୍ୟ କ୍ଷୁଦ୍ର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ମଧୢ ଘୋର ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଛନ୍ତି।

ତେବେ ଏହି ସମସ୍ତ ରାଷ୍ଟ୍ରରେ ପରିଲକ୍ଷିତ ହୋଇଥିବା ଆର୍ଥିକ ଦୁଃସ୍ଥିତି ଲାଗି କୋଭିଡ୍‌ ପାନ୍‌ଡେମିକ୍‌ ଏବ˚ ରୁଷୀୟ-ୟୁକ୍ରେନ୍‌ ଯୁଦ୍ଧ ବ୍ୟତୀତ ଆଉ ଯାହା ଦାୟୀ, ତାହା ହେଲା ଚୀନର ପ୍ରଭାବ; ଯହିଁରେ ଏକ ଛଳ ବନ୍ଧୁ ରୂପରେ ଆବିର୍ଭୂତ ହୋଇ ଚୀନ ସେହି ସବୁ ଦେଶରେ ଭିତ୍ତିଭୂମି ବିକାଶ ନାମରେ ଋଣ ସୂତ୍ରରେ ବିପୁଳ ପୁ˚ଜି ନିବେଶ କରି ସେ ସବୁ ଦେଶକୁ ଋଣ ବୋଝରେ ନତ ମସ୍ତକ କରି ପକାଇଛି। ସୁତରା˚, ମହାଜନ ସମ୍ମୁଖରେ ଖାତକ ତୁଲ୍ୟ ଅସହାୟତା ଏହି ଦେଶମାନଙ୍କ ଠାରେ ପରିଲକ୍ଷିତ ହୋଇଛି, ଯେଉଁମାନେ ଚୀନର ଭାରତ ବିରୋଧୀ ମନୋଭାବକୁ ଏବେ ହୁଏ’ତ ସମର୍ଥନ କରୁ ନ ଥାଇ ପାରନ୍ତି, କିନ୍ତୁ ପରିିସ୍ଥିତି ହେତୁ ନିରବ ରହିବାକୁ ବା ଚୀନ ସହିତ ଏକମତ ବୋଲି ଦର୍ଶାଇବାକୁ ବାଧୢ ହେବେ। ଏଠାରେ ଉଲ୍ଲେଖନୀୟ ଯେ ଏକ ପ୍ରକୃତ ବନ୍ଧୁ ଭଳି ଭାରତ ଉପରୋକ୍ତ କେତେକ ପଡ଼ୋଶୀ ରାଷ୍ଟ୍ରଙ୍କୁ ସେମାନଙ୍କ ଆବଶ୍ୟକତା ବେଳେ କୋଭିଡ୍‌ ଭ୍ୟାକସିନ ବିତରଣ କରିଛି ବା ଶ୍ରୀଲଙ୍କାକୁ ତାର ଚରମ ଆର୍ଥିକ ଦୁଃସ୍ଥିତି ବେଳେ ସାହାଯ୍ୟ ପ୍ରେରଣ କରିଛି; କିନ୍ତୁ ଚୀନୀୟ ଋଣ ବୋଝ ସେହି ଉପକୃତ ଦେଶମାନଙ୍କୁ ମଧ୍ୟ ଅଗତ୍ୟା ଚୀନର ବଶମ୍ବଦ ହୋଇ ରହିବାକୁ ବାଧ୍ୟକରିବ। କେବଳ ସେତିକି ନୁହେଁ, ଏହା ମଧୢ ଅନୁମାନସାପେକ୍ଷ ଯେ ସେ ସବୁ ଦେଶରେ ଆର୍ଥିକ ବିପର୍ଯ୍ୟୟ ଯଦି ରାଜନୈତିକ ଅସ୍ଥିରତା ଓ ଅରାଜକତାକୁ ଜନ୍ମ ଦିଏ, ତେବେ ତାହା ମଧୢ ଭାରତକୁ ପ୍ରତିକୂଳ ଭାବେ ପ୍ରଭାବିତ କରିବ। ଏଭଳି ସ୍ଥିତିରେ ଭାରତ ଏକ ନିଃସଙ୍ଗ ରାଷ୍ଟ୍ର ରୂପେ ପ୍ରତିଭାତ ହୋଇ ନ ଥାଏ କି?

ୟୁକ୍ରେନ-ରୁଷିଆ ଯୁଦ୍ଧ ପ୍ରାରମ୍ଭ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚ ମାସର ଅବଧି ମଧୢରେ ରୁଷିଆ ଏବ˚ ଚୀନର ସ˚ପର୍କ ଅତ୍ୟନ୍ତ ଘନିଷ୍ଠ ହୋଇଥିବା ଦେଖିବାକୁ ମିଳିଛି। ଏହି ରାଷ୍ଟ୍ର ଦ୍ବୟ ମିଳିତ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ଓ ତାର ନେତୃତ୍ବାଧୀନ ୟୁରୋପୀୟ ରାଷ୍ଟ୍ର ସ˚ଘ ବିରୋଧରେ ଏକ ଅକ୍ଷ ରଚନା କଲେଣି। ଏଭଳି ଏକ ନୂତନ ସମୀକରଣରେ ଭାରତର ସ୍ଥାନ କେଉଁଠି? ପ୍ରକାଶ ଥାଉ କି ୟୁକ୍ରେନ ସହିତ ଯୁଦ୍ଧ ପ୍ରସଙ୍ଗରେ ଭାରତ ରୁଷିଆକୁ ପରୋକ୍ଷ ସମର୍ଥନ ପ୍ରଦାନ କରିଛି। କିନ୍ତୁ ରୁଷିଆ ଏହି ଯୁଦ୍ଧରେ ଚୀନ ଠାରୁ ପ୍ରତ୍ୟକ୍ଷ ସାହାଯ୍ୟ ଲାଭ କରିଛି। ଏହାର ଉଦାହରଣ ହେଲା ଯୁଦ୍ଧ ଆରମ୍ଭ ହେବା ପରେ ଚୀନରୁ ରୁଷିଆ ଆମଦାନି କରୁଥିବା ଆଲୁମିନିଅମ ଅକ୍‌ସାଇଡ୍‌ର ପରିମାଣରେ ୪୪୦ ଗୁଣ ବୃଦ୍ଧି ଘଟିଛି; ଯାହାର ବ୍ୟବହାର ସାମରିକ ଉପକରଣ ନିର୍ମାଣରେ କରାଯାଇଥାଏ।

ରୁଷିଆ ଉପରେ ଚୀନର କୃପା ଦୃଷ୍ଟି ଏତିକିରେ ସୀମିତ ନାହିଁ; ସାଇବେରିଆରୁ ସା˚ଘାଇ ପର୍ଯ୍ୟନ୍ତ ଗ୍ୟାସ ପାଇପ୍‌ ଲାଇନ୍‌କୁ ଅତି ଶୀଘ୍ର କାର୍ଯ୍ୟକ୍ଷମ କରିବାର ଉଦ୍ୟମରେ ଚୀନ ଏବେ ରୁଷୀୟ ଗ୍ୟାସର ଏକ ବୃହତ୍‌ କ୍ରେତା ରାଷ୍ଟ୍ରରେ ପରିଣତ ହେବାକୁ ପ୍ରସ୍ତୁତ। ସୁତରା˚, ଗ୍ୟାସ ବିକ୍ରୟ ଲାଗି ରୁଷିଆ ଏଣିକି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭରଶୀଳ ହୋଇ ନ ପାରେ। ଏହା ସହିତ ସ˚ପ୍ରତି ଚାଲିଥିବା ରୁଷିଆ ଏବ˚ ଚୀନର ମିଳିତ ସମରାଭ୍ୟାସ ଏହି ବନ୍ଧୁତାର ଦୃଢ଼ତାକୁ ପ୍ରମାଣ କରିଥାଏ। ଏଭଳି ସ୍ଥଳେ ରୁଷିଆ ସହିତ ଭାରତର ବନ୍ଧୁତା ଯେ ଅପେକ୍ଷାକୃତ ଦୁର୍ବଳ ସ୍ତରର ତାହା କହିବା ବାହୁଲ୍ୟ। ଅବଶ୍ୟ, ଏ ପର୍ଯ୍ୟନ୍ତ ଭାରତ ରୁଷୀୟ ଯୁଦ୍ଧାସ୍ତ୍ର ଏବ˚ ସାମରିକ ଉପକାରଣର ବୃହତ୍ତମ କ୍ରେତା ରାଷ୍ଟ୍ର ହୋଇ ରହିଛି; ତଥାପି ସାମରିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ସ୍ବାବଲମ୍ବୀ ହେବା ସକାଶେ ଭାରତର ଉଦ୍ୟମ କାରଣରୁ ରୁଷିଆର ଆଚରଣ ଯେ ସନ୍ଦିଗ୍‌ଧ ହେଲାଣି, ତାର ପ୍ରମାଣ ମଧୢ ମିଳିବାରେ ଲାଗିଛି; ଯାହା ଯୁଦ୍ଧ ସର˚ଜାମ ଯୋଗାଣରେ ପୂର୍ବର ଅଙ୍ଗୀକାରବଦ୍ଧତାର ଅଭାବରେ ପରିଲକ୍ଷିତ ହୋଇଥାଏ। ଏହି ସ˚ଦର୍ଭରେ ଏକ ବଡ଼ ଖିଲାପର ଉଦାହରଣ ହେଉଛି ଗଲା ମେ ମାସରେ ଭାରତ ପାଇବାକୁ ଥିବା ଏସ୍‌-୪୦୦ ମିଗ୍‌ ଲଢୁଆ ବିମାନ ଏ ଯାବତ୍‌ ହସ୍ତାନ୍ତରିତ ହୋଇନାହିଁ। ଏଭଳି ଏକ ସ୍ଥିତିରେ ଭାରତର ନିଃସଙ୍ଗତା ବୋଧ ଆହୁରି ଘନୀଭୂତ ହେବା ସ୍ବାଭାବିକ।

ଇତି ମଧୢରେ ପୃଥିବୀକୁ ନେତୃତ୍ବ ପ୍ରଦାନ କରି ଆସିଥିବା ସର୍ବାଧିକ ଶକ୍ତିଶାଳୀ ଦେଶ ଯୁୁକ୍ତରାଷ୍ଟ୍ର ଆମେରିକାର ପ୍ରଭାବ ମଳିନ ପଡ଼ିବା ଆରମ୍ଭ କଲାଣି। ୟୁକ୍ରେନ ଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ୟୁରୋପୀୟ ଓ ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଦ୍ବାରା ଜାରି କରାଯାଇଥିବା ଆର୍ଥିକ କଟକଣାର ପ୍ରଭାବ ରୁଷିଆକୁ ବିଶେଷ କୌଣସି ଦୁର୍ଦଶାର ସମ୍ମୁଖୀନ କରାଇ ପାରି ନ ଥିବା ବେଳେ ରୁୁଷିଆ ଉପରେ ଗ୍ୟାସ୍‌ ଲାଗି ନିର୍ଭରଶୀଳ ସମଗ୍ର ୟୁରୋପ ଏବେ ରୁଷିଆର ପ୍ରତିକ୍ରିୟାମୂଳକ ପଦକ୍ଷେପ ଦ୍ବାରା ତୀବ୍ର ଶକ୍ତି ସ˚କଟରେ ଜର୍ଜରିତ। ଅନେକ ବିଶେଷଜ୍ଞଙ୍କ ମତରେ ଅତ୍ୟନ୍ତ ସ୍ବଚ୍ଛନ୍ଦ ଜୀବନ ଯାପନରେ ଅଭ୍ୟସ୍ତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଅଧିକ ଦିନ ଏଭଳି ଏକ ତୀବ୍ର ସ˚କଟ ବରଦାସ୍ତ କରି ନ ପାରି ଅଚିରେ ଆମେରିକା ଦ୍ବାରା ଜାରି ବାସନ୍ଦକୁ ସମର୍ଥନ କରିବାରୁ ବିରତ ରହି ପାରନ୍ତି। ଯଦି ଏଭଳି ହୁଏ, ତେବେ ଆମେରିକାର ନେତୃତ୍ବ ଆହୁରି ନିଷ୍ପ୍ରଭ ଦିଶିବ। ଏଣେ ଭାରତ ହେଉଛି ସାତ ଦରିଆ ପାରି ଯୁକ୍ତରାଷ୍ଟ୍ର ଆମେରିକାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରଣନୈତିକ ସହଯୋଗୀ। ଭାରତର ଅଦୂରରେ ଏକ ନୂତନ ଓ ଆମେରିକା ବିରୋଧୀ ଅକ୍ଷର ଆବିର୍ଭାବରେ ଭାରତ କିଭଳି ସୁଦୂର ଆମେରିକାର ଭରସାରେ ରହିପାରିବ, ତାହା ମଧୢ ଏକ ବଡ଼ ପ୍ରଶ୍ନ। ପୁଣି ଏହା ମଧୢ ସର୍ବଜନଜ୍ଞାତ ଯେ ଯୁକ୍ତରାଷ୍ଟ୍ର ଆମେରିକାର କେହି ସ୍ଥାୟୀ ମିତ୍ର ବା ଶତ୍ରୁ ନ ଥାଆନ୍ତି; ତାର ସବୁଠାରୁ ବଡ଼ ବନ୍ଧୁ ହେଉଛି ତାର ସ୍ବାର୍ଥ। ଏଭଳି ଏକ ସ୍ଥିତିରେ ଭାରତର ନିଃସଙ୍ଗତାବୋଧ ଆହୁରି ଗଭୀର ହୋଇ ଉଠିବା ସ୍ବାଭାବିକ।

ସମ୍ବନ୍ଧିତ ଖବର