ସାଂସଦ ଓ ବିଧାୟକଙ୍କ ବୟସ ସୀମା

ଜଣେ ଜନପ୍ରତିନିଧିର କାର୍ଯ୍ୟ କିଛି ସହଜ ନୁ‌ହେଁ। ଏଥି ଲାଗି ସେମାନଙ୍କୁ ଉଭୟ ମାନସିକ ଓ ଶାରୀରିକ ଭାବେ ସମର୍ଥ ଓ ସକ୍ରିୟ ରହିବାକୁ ହୋଇଥାଏ। ବୟସାଧିକ୍ୟ କାରଣରୁ କାର୍ଯ୍ୟକ୍ଷମତା ହ୍ରାସ ପାଏ ବୋଲି ଉଭୟ ସରକାରୀ ଓ ବେସରକାରୀ ଚାକିରିଆମାନଙ୍କୁ ଅବସର ଦିଆଯାଏ। ତେଣୁ ଅତି ବର୍ଷୀୟାନ ନେତାମାନେ ଅବସର ନେଇଯିବା ଉଚିତ। ଏବେ ଆମ ଦେଶର ଜନସ˚ଖ୍ୟାର ୫୦ ଭାଗଙ୍କ ବୟସ ହାରାହାରି ୩୦ ବର୍ଷରୁ କମ୍‌।

ଏଭଳି ଏକ ତରୁଣ ଭାରତରେ ଯୁବକ ସାଂସଦଙ୍କ ଭାଗ ହେଉଛି ମାତ୍ର ୧୬ ପ୍ରତିଶତ। ଯୁବକମାନେ ଯେତିକି ଉତ୍ସାହରେ ବିଧାନସଭା ଓ ସ˚ସଦରେ ଦାୟିତ୍ବ ତୁଲାଇ ପାରିବେ ତାହା ପରିଣତ ବୟସର ଜଣେ ନେତାଙ୍କ ପକ୍ଷରେ ସମ୍ଭବ ହୋଇ ନ ପାରେ। ଏଣୁ ବର୍ଷୀୟାନ ନେତାମାନେ ସେମାନଙ୍କ ଅନୁଭୂତି ଓ ଅଭିଜ୍ଞତା କାରଣରୁ ରାଜନୈତିକ ଦଳ ଲାଗି ମାର୍ଗଦର୍ଶକ ହେବା ଉଚିତ। ଏକ ଆଇନ କରି ସାଂସଦ ଓ ବିଧାୟକଙ୍କ ଲାଗି ସର୍ବୋଚ୍ଚ ବୟସ ସୀମା ୭୫ ବର୍ଷ ରଖାଯାଉ।
ସନ୍ତୋଷ ମହାପାତ୍ର
ସହିଦ ନଗର, ଭୁବନେଶ୍ବର

ସମ୍ବନ୍ଧିତ ଖବର