ଜେଣ ଚାଷୀ ତା’ ଜମିରେ ଏକ ଅତ୍ୟନ୍ତ ଉଜ୍ଜ୍ବଳ ପଥର ପାଇଲା ଏବଂ ତାକୁ ଆଣି ତା’ ପିଲାମାନଙ୍କୁ ଖେଳିବାକୁ ଦେଇଦେଲା। ତା’ର କିଛି ଦିନ ପରେ ଜଣେ ଯାଯାବର ସେହି ଗାଁକୁ ବୁଲିବାକୁ ଆସିଲା ଏବଂ ଚାଷୀର ଅଗଣାରେ ପଡ଼ିଥିବା ସେଇ ପଥରଟି ଯେ ଗୋଟିଏ ଦୁର୍ମୂଲ୍ୟ ହୀରା, ତାହା ଚିହ୍ନି ପାରିଲା ଏବଂ ତାହା ମାଗିଲା। ପିଲାଏ ଖେଳୁଛନ୍ତି ବୋଲି ଚାଷୀ ଅରାଜି ହେବାରୁ ମାତ୍ର ଅଳ୍ପ କିଛି ମୂଲ୍ୟ ଦେଇ ତାହା କିଣି ନେଲା। ସେ ଗାଁ ଛାଡ଼ି ଗଲା ବେଳେ ଜଣେ କାହାକୁ କହିଦେଇ ଗଲା ଯେ ହୀରାକୁ ପଥର ମଣିଥିବା ଚାଷୀଟି ହେଉଛି ଗୋଟିଏ ଅବଲ ନମ୍ବର ଗଧ।
ଏହି କଥା ଦିନେ ଚାଷୀ କାନରେ ପଡ଼ିଲା। ସେ ତାହା ଶୁଣି ହତାଶାରେ ପାଗଳ ପ୍ରାୟ ହୋଇ କେବଳ ହାୟ କ’ଣ କଲି? ବୋଲି କହି କାନ୍ଦିବାକୁ ଲାଗିଲା। ତା’ ପରେ ଯାଯାବରଟିକୁ ଖୋଜିବାକୁ ସେ ଘରୁ ବାହାରିଗଲା। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେ ଫେରିଲା ନାହିଁ।
ଯେତେବେଳେ ସେ ଫେରିଲା, ସେ ଗୋଟିଏ ଭିକ୍ଷୁକ ଭଳି ଦିଶୁଥିଲା। ଘରେ ପହଞ୍ଚି ସାଷ୍ଟମ ହେବା ପରେ ପତ୍ନୀ ପଚାରିଲା- କୁଆଡ଼େ ଚାଲି ଯାଇଥିଲ?
ଚାଷୀ କହିଲା- ହୀରା ଖୋଜିବାକୁ। ସେ ଦିନ ତୁଚ୍ଛା ପଥର ବୋଲି ଭାବି ମୁଁ ଯାହା ଦେଇ ଦେଲି, ତାହା ପ୍ରକୃତରେ ଥିଲା ଏକ ଅତି ମୂଳ୍ୟବାନ ହୀରା।
ପତ୍ନୀ ପଚାରିଲା- ହୀରା ପାଇଲ?
ଚାଷୀ କହିଲା- ନା, କିନ୍ତୁ ଆହୁରି ମୂଲ୍ୟବାନ ଚିଜ ପାଇଲି। ଏଇ ପାଞ୍ଚ ବର୍ଷ ଭିତରେ ମୁଁ ଏତେ ଜହୁରୀଙ୍କ ପାଖକୁ ଯାଇଛି ଏବଂ ତାଙ୍କ ଠାରୁ ଏତେ ସୂକ୍ଷ୍ମ ବିଦ୍ୟା ଶିଖିଛି ଯେ ଏବେ ଦେଖିବା ମାତ୍ରକେ ସବୁ ପଥର ପରଖି ପାରିବି।ଏହା କ’ଣ ହୀରା ଠାରୁ କମ୍ ମୂଲ୍ୟବାନ!