ପିଲାଟି ଟିକିଏ ବଡ଼ ହୋଇ ଆସିଲା ବେଳକୁ ତାକୁ କେମିତି ଉପଯୁକ୍ତ ଶିକ୍ଷା ଓ ସ˚ସ୍କାର ଦେଇ ବଢ଼ାଇବେ ସେ ନେଇ ବାପା ଓ ମାଆ ବ୍ୟସ୍ତ ହୋଇପଡ଼ିଲେ। ସେମାନେ ସ୍ଥିର କଲେ ଯେ ପିଲାକୁ ଶୃଙ୍ଖଳିତ, ମାର୍ଜିତ ତଥା ସୁସ˚ସ୍କୃତ କରିବେ। ସେଥି ଲାଗି ସେମାନେ ଯେଉଁ ମାଧୢମ ଆପଣାଇଲେ ତାହା ଥିଲା ଦଣ୍ଡ, ଆକଟ ଏବଂ ଭୟ ପ୍ରଦର୍ଶନ। କିନ୍ତୁ ବାପା, ମାଆ ଦେଖିଲେ ଯେ ସେମାନଙ୍କ ଉଦ୍ୟମ ବିଶେଷ ଫଳ ଦେଲା ନାହିଁ। ପିଲାଟି ବଡ଼ ହେଲା ପରେ ସେମାନଙ୍କୁ ଭୟ କଲା ଓ ବିଭିନ୍ନ କଥା ଲୁଚାଇଲା। ଦଣ୍ତରୁ ବର୍ତ୍ତିବା ଲାଗି ମିଛ କହିଲା। ଏଥିରେ ବାପା, ମାଆ ଆହୁରି ପ୍ରତିକ୍ରିୟାଶୀଳ ହେଲେ। କିନ୍ତୁ ପରିଶେଷରେ ଫଳ ହେଲା ଏୟା ଯେ ବାପା ମାଆଙ୍କ ପରିଣତ ବୟସରେ ପିଲାଟି ସହିତ ସ˚ପର୍କ ଭଲ ରହିଲା ନାହିଁ।
ଏଥିରେ ବ୍ୟଥିତ ବାପା ମାଆ ଜଣେ ଗୁରୁଙ୍କୁ ଭେଟିଲେ। ଗୁରୁ କହିଲେ- ଆହା, ଏ କଥା ତୁମେ ମୋତେ ପଚିଶ ବର୍ଷ ଆଗରୁ ହେଲେ ପଚାରିଥାଆନ୍ତ! ପିଲାଙ୍କୁ ମଣିଷ କରିବାର ସବୁଠାରୁ ସରଳ ବାଟ ହେଲା ଯେତେବେଳେ ତୁମକୁ ଲାଗିବ ଯେ ପିଲାକୁ ଶିକ୍ଷା ଦେବାର ସମୟ ଆସିଗଲା, ସେତିକି ବେଳେ ତୁମେମାନେ ଏହା ବି ବୁଝିବ ଯେ ନିଜକୁ ଗଢ଼ିବାର ସମୟ ଆସିଗଲା ଅର୍ଥାତ୍ ନିଜେ ଶିକ୍ଷା ପାଇବାର ବେଳ ମଧ୍ୟ ଆସିଗଲା। ପୁତ୍ର ସନ୍ତାନଟି ସହିତ ତୁମ ପିତୃତ୍ବ ଏବଂ ମାତୃତ୍ବର ମଧୢ ଜନ୍ମ ହୋଇଥିଲା। କିନ୍ତୁ ତୁମେ ତାହା ଭୁଲିଗଲ। ତୁମେ ପୁତ୍ରକୁ ଗଢ଼ି ପାରିଲ ନାହିଁ ବୋଲି ବ୍ୟଥିତ, କିନ୍ତୁ ତୁମେ ଭାବି ଦେଖ ଯୋଗ୍ୟ ପିତା ବା ମାତା ଭାବେ ତୁମେମାନେ ନିଜକୁ ଗଢ଼ିବାର ସୁଯୋଗ ମଧ୍ୟ ହରାଇ ଦେଇ ନାହଁ କି?