ଗଲା ୧୩ ତାରିଖରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦୁଇଟି ଖଣ୍ତପୀଠ ଭିନ୍ନ ଭିନ୍ନ ମାମଲାରେ ଯେଉଁ ଗୋଟିଏ ପ୍ରସଙ୍ଗ ଉପରେ ଗଭୀର ଉଦ୍‌ବେଗ ପ୍ରକାଶ କରି କେତେକ ପ୍ରଶ୍ନ ପଚାରିବା ସହିତ ଆପଣା ମତ ମଧୢ ରଖିଛନ୍ତି, ତାହା ସା˚ପ୍ରଦାୟିକ ଘୃଣା ପ୍ରୋତ୍ସାହନକାରୀ ଉଦ୍ୟମ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନର ଶିଥିଳତାକୁ କେନ୍ଦ୍ର କରି। ଏହି ପରିପ୍ରେକ୍ଷୀରେ ଗୋଟିଏ ଖଣ୍ତପୀଠ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ନିୟମିତ ଘୃଣା-ପୂର୍ଣ୍ଣ ସମ୍ବାଦ ଅଥବା କାର୍ଯ୍ୟକ୍ରମମାନ ପ୍ରସାରଣ କରୁଥିବା ‘ଆଙ୍କୋର’ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଥରଟିଏ ହେଲେ ମଧୢ କୌଣସି ‘ଆ‌ଙ୍କୋର’ଙ୍କୁ ଟେଲିଭିଜନ ପରଦାରୁ ଅପସାରଣ କରି ଦିଆ ଯାଇ ପାରିଛି କି? ସେହିଭଳି ଅନ୍ୟ ଖଣ୍ତପୀଠଟି ଏକ ଘୃଣା-ର˚ଜିତ ଭାଷଣ ପରିପ୍ରେକ୍ଷୀରେ ଦିଲ୍ଲୀ ପୁଲିସର ମନ୍ଥର ପଦକ୍ଷେପକୁ ପ୍ରଶ୍ନର କାଠଗଡ଼ା ମଧୢରେ ଛିଡ଼ା କରାଇଛନ୍ତି। ସ˚ପ୍ରତି ଗୋଟିଏ ପଟେ ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ‘ଭାରତ ଯୋଡ଼ୋ’ ପଦଯାତ୍ରା ଏକ ବିଶାଳ ଜନ-ସମର୍ଥନ ସହିତ ତା’ର ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଥିବା ବେଳେ ଅନ୍ୟ ପଟେ ଟେଲିଭିଜନ ଗଣମାଧୢମ ଦ୍ବାରା ସା˚ପ୍ରଦାୟିକ ବିଭାଜନ ସୃଷ୍ଟିର ନିରନ୍ତର ଉଦ୍ୟମମାନ ଯେଉଁ ଏକ ସ୍ପଷ୍ଟ-ଅସ୍ପଷ୍ଟ ଦୃଶ୍ୟପଟ ସୃଷ୍ଟି କରିଛି; ସେହି ପୃଷ୍ଠଭୂମିରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଉଦ୍‌ବେଗ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।

Advertisment

ଉଲ୍ଲେଖ ଥାଉ କି ସା˚ପ୍ରଦାୟିକ ବିଦ୍ବେଷ ସୃଷ୍ଟିରେ କେତେକ ଟିଭି ନ୍ୟୁଜ ଚ୍ୟାନେଲର ଭୂମିକାକୁ ପୂର୍ବରୁ ସୁପ୍ରିମ୍‌ କୋର୍ଟ ଭର୍ତ୍ସନା କରି ସାରିଛନ୍ତି, ଯହିଁରେ ବିଭାଜନ ସୃଷ୍ଟିର ମୁଖ୍ୟ ସୂତ୍ରଧର ସାଜିଥିବା ‘ଆଙ୍କୋର‌୍‌’ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସକାଶେ ସରକାରଙ୍କୁ ପରାମର୍ଶ ମଧୢ ପ୍ରଦାନ କରାଯାଇଛି। ତେଣୁ ଗଲା ୧୩ ତାରିଖରେ କେ. ଏମ୍‌. ଯୋଶେଫଙ୍କ ଅଧୢକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ତପୀଠ କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ସରକାରଙ୍କ ଠାରୁ ଉତ୍ତର ଚାହିଁବାରେ ବିସ୍ମୟର କାରଣ ନାହିଁ।

ଏ ସ˚ପର୍କରେ ଖଣ୍ତପୀଠ ଯେଉଁ ତିନିଟି ବିନ୍ଦୁ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି, ସେଗୁଡ଼ିକ ହେଲା ସା˚ପ୍ରଦାୟିକ ସ˚ହତିକୁ ଦୃଢ଼ କରିବା ଦିଗରେ ଉଦ୍ୟମଶୀଳ ହେବା ପରିବର୍ତ୍ତେ କେତେକ ଟିଭି ଚ୍ୟାନେଲ ସା˚ପ୍ରଦାୟିକ ଘୃଣା ପ୍ରସାର କରିବାରେ ବ୍ୟାପୃତ; ଦ୍ବିତୀୟତଃ, ବିତର୍କ ବିକ୍ଷୁବ୍‌ଧ ସାଗରରେ କାର୍ଯ୍ୟକ୍ରମଗୁଡ଼ିକୁ ଲଙ୍ଗର ତୁଲ୍ୟ ସ୍ଥିରତା ପ୍ରଦାନ କରିବା ପରିବର୍ତ୍ତେ ‘ଆଙ୍କୋର’ମାନେ ଆହୁରି ଟଳମଳ ସ୍ଥିତି ସୃଷ୍ଟି କରୁଛନ୍ତି, ଯହିଁରେ ସେମାନେ ପକ୍ଷପାତୀ ହୋଇ ଇଚ୍ଛାନୁସାରେ ବିପକ୍ଷ ମତବାଦୀଙ୍କ କଣ୍ଠରୋଧ ମଧ୍ୟ କରୁଛନ୍ତି; ଏବ˚ ତୃତୀୟରେ ଛାପା ଗଣମାଧୢମ ସକାଶେ ‘ପ୍ରେସ କାଉନସିଲ ଅଫ୍‌ ଇଣ୍ତିଆ’ ସଦୃଶ ଟେଲିଭିଜନ ଗଣମାଧୢମ ଲାଗି ଏକ କ୍ଷମତାସ˚ପନ୍ନ ଦୃଢ଼ ନିୟନ୍ତ୍ରକ ଅନୁଷ୍ଠାନର ଅନୁପସ୍ଥିତିରେ ଦୃଶ୍ୟ-ଶ୍ରାବ୍ୟ ଗଣମାଧୢମ କ୍ଷେତ୍ରଟି ‘ଟିଆର‌୍‌ପି’-ପାଗଳ ଟିଭି ଚ୍ୟାନେଲଗୁଡ଼ିକର ଅରାଜକ ଚାରଣ ଭୂମିରେ ପରିଣତ ହୋଇଛି। କହିବା ବାହୁଲ୍ୟ ଯେ ଏହି କ୍ଷେତ୍ର ସକାଶେ ବିଦ୍ୟମାନ ନିୟନ୍ତ୍ରକ ସ˚ସ୍ଥା ‘ନେସନାଲ ବ୍ରଡକାଷ୍ଟି˚ ଷ୍ଟାଣ୍ତାର୍ଡସ ଅଥରିଟି’ ବା ‘ଏନ୍‌.ବି.ଏସ୍‌.ଏ.’ ଯେ ଏକ ନଖ-ଦନ୍ତହୀନ ଅନୁଷ୍ଠାନ, ତାହା ପ୍ରମାଣିତ ହୋଇ ସାରିଛି। ସୁତରା˚, ଏହି ସ˚ଦର୍ଭରେ ଖଣ୍ତପୀଠଙ୍କ ଉଦ୍‌ବେଗର କାରଣ ହୋଇଛି ଏହି ଚ୍ୟାନେଲଗୁଡ଼ିକ ମୁକ୍ତ ଅଭିବ୍ୟକ୍ତିର ଅଧିକାର ଆଳରେ ଭାରତୀୟ ସମାଜ ଉପରେ ପ୍ରହାର କରି ଚାଲିଛନ୍ତି।

କହିବା ବାହୁଲ୍ୟ ଯେ ନେସନାଲ ବା ରାଷ୍ଟ୍ରୀୟ ଚ୍ୟାନେଲ ଭାବେ ନିଜକୁ ପରିଚିତ କରାଉଥିବା କେତେକ ଇ˚ରେଜୀ ଏବ˚ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ କେବଳ ଯେ ସା˚ପ୍ରଦାୟିକ ଘୃଣା ସ˚ଚାର କରୁଛନ୍ତି, ତାହା ନୁହେଁ; ଏଭଳି ଉଦ୍ଭଟ ବିଭୀଷିକାମୟ ଦୃଶ୍ୟପଟମାନ ପ୍ରଦାନ କରୁଛନ୍ତି, ଯାହା ଦର୍ଶକମାନଙ୍କ ମଧୢରେ ଅହେତୁକ ଆଶଙ୍କା ଏବ˚ ସ˚ଶୟ ସୃଷ୍ଟି କରିଥାଏ, ଯାହାକୁ ସ˚ପ୍ରତି ‘ଇସଲାମୋଫୋବିୟା’ ବା ‘ମୁସଲମାନଙ୍କ ପ୍ରତି ଭୟ’ ରୂପେ ସ˚ଜ୍ଞାବଦ୍ଧ କରାଯାଉଛି। ଉଦାହରଣ ସ୍ବରୂପ ୨୦୪୭ ମସିହାରେ ଭାରତର ସ୍ଥିତିକୁ ନେଇ ଏକ ନ୍ୟୁଜ ଚ୍ୟାନେଲ ଦ୍ବାରା ପ୍ରସ୍ତୁତ ଏକ କାର୍ଯ୍ୟକ୍ରମ, ଯହିଁରେ ଏକ ବ୍ୟାଖ୍ୟାନ ସୃଷ୍ଟି କରାଯାଇଥିଲା ଯେ ସ୍ବାଧୀନତା ଲାଭ କରିବାର ଏକ ଶତ ବର୍ଷ ପୂର୍ତ୍ତି ବେଳକୁ ଭାରତ ଏକ ଇସଲାମୀ ରାଷ୍ଟ୍ରରେ ପରିଣତ ହୋଇଯାଇଥିବ, ଯାହାର କାରଣ ସ˚ଖ୍ୟା ବୃଦ୍ଧି ସକାଶେ ଭାରତୀୟ ମୁସଲମାନମାନଙ୍କ ଦ୍ବାରା ଅଭିସନ୍ଧିମୂଳକ ଭାବେ ବହୁ ପତ୍ନୀ ଗ୍ରହଣ ଏବ˚ ବହୁ ସନ୍ତାନ ଉତ୍ପାଦନ।

ସେହି ଟିଭି ‘ଆଙ୍କୋର’ଙ୍କ ଗର୍ଜନର ଉଚ୍ଚାଟ ତଳେ ଯାହା କିନ୍ତୁ ନିରବରେ ଦବି ରହିଯାଏ, ତାହା ହେଲା ‘ନେସନାଲ ଫାମିଲି ହେଲ୍‌ଥ ସର୍ଭେ’ ବା ‘ଏନ୍‌.ଏଫ୍‌.ଏଚ୍‌.ଏସ୍‌.’ ସୌଜନ୍ୟରୁ ପ୍ରାପ୍ତ ରିପୋର୍ଟ‌୍‌, ଯାହା କହିଥାଏ ଯେ ସ˚ପ୍ରତି ଆମ ଦେଶରେ ହିନ୍ଦୁ ମହିଳାଙ୍କ ‘ଟୋଟାଲ୍‌ ଫର୍ଟିଲିଟି ରେଟ୍‌’ ବା ‘ଟି.ଏଫ୍‌.ଆର‌୍‌.’ ବା ପ୍ରଜନନ ହାର ୧.୯୮ ଅର୍ଥାତ୍‌ ଦଶ ଜଣ ମହିଳାଙ୍କ ଠାରେ ୧୯ରୁ ୨୦ ମଧୢରେ ସନ୍ତାନ ଥିବା ବେଳେ ମୁସଲମାନ ମହିଳାଙ୍କ କ୍ଷେତ୍ରରେ ‘ଟି.ଏଫ୍‌.ଆର‌୍‌.’ ହେଉଛି ୨.୨ ଅର୍ଥାତ୍‌ ଦଶ ଜଣ ମହିଳା ହାରାହାରି ୨୨ଟି ସନ୍ତାନର ଜନନୀ। ସୁତରା˚, ଭାରତର ସମୁଦାୟ ଜନସ˚ଖ୍ୟାର ୭୯.୪ ପ୍ରତିଶତ ହିନ୍ଦୁଙ୍କୁ ଅତିକ୍ରମ କରି ୧୪.୭ ପ୍ରତିଶତ ମୁସଲମାନମାନେ ସ˚ଖ୍ୟାଗରିଷ୍ଠ ସ˚ପ୍ରଦାୟରେ ପରିଣତ ହୋଇ ଭାରତକୁ ଏକ ଇସଲାମୀୟ ରାଷ୍ଟ୍ରରେ ପରିଣତ କରିଦେବାର ଭବିଷ୍ୟବାଣୀ ନିତାନ୍ତ ଅବାନ୍ତର ନୁହେଁ କି? ସେହିଭଳି ଆଉ ଏକ ଟିଭି ଚ୍ୟାନେଲ ବ୍ୟାଖ୍ୟାନଟିଏ ସୃଷ୍ଟି କଲେ ଯେ ଶିକ୍ଷିତ ଭାରତୀୟ ମୁସଲମାନ ଯୁବକମାନେ ଅଧିକ ସ˚ଖ୍ୟାରେ ‘ୟୁପିଏସ୍‌ସି’ରେ ଭର୍ତ୍ତି ହେବା ସକାଶେ କୂଟ କରିବାରେ ପ୍ରବୃତ୍ତ, ଯାହା ସେମାନଙ୍କୁ ଅମଲାତନ୍ତ୍ରରେ ଉଚ୍ଚ ପଦାସୀନ କରାଇ ପ୍ରକାରାନ୍ତରେ ରାଷ୍ଟ୍ରକୁ ନିୟନ୍ତ୍ରଣ କରିବାରେ ସମର୍ଥ କରିବ। କିନ୍ତୁ ଏକ କର୍କଶ ବାସ୍ତବତା ହେଲା ‘ସିଭିଲ୍‌ ସର୍ଭିସ୍‌’ ପରୀକ୍ଷାରେ ମୁସଲମାନ ପ୍ରାର୍ଥୀମାନଙ୍କ ସଫଳତାର ହାର ମାତ୍ର ୩ରୁ ୫ ପ୍ରତିଶତ ମଧୢରେ ସୀମିତ। ଏହି ସ˚ଦର୍ଭରେ ଦାୟିତ୍ବସ˚ପନ୍ନ ଗଣମାଧୢମ ଦ୍ବାରା ପ୍ରଶ୍ନ କରାଯିବା ଉଚିତ ହୁଅନ୍ତା ନାହିଁ କି ଯେ ଜନସା˚ଖ୍ୟିକ ସ˚ରଚନା ପୃଷ୍ଠଭୂମିରେ ‘ସିଭିଲି ସର୍ଭିସ’ ପରୀକ୍ଷାରେ ମୁସଲମାନ ପ୍ରାର୍ଥୀ ମାନଙ୍କ ସଫଳତାର ହାର ତୁଳନାତ୍ମକ ଭାବେ ଏତେ କମ୍‌ କାହିଁକି?

ମାନ୍ୟବର ବିଚାରପତି କେ. ଏମ୍‌. ଯୋଶେଫଙ୍କ ଖଣ୍ତପୀଠ ପଚାରିଥିବା ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ ଯଦିଓ କୁହାଯାଇଛି ଯେ ଏଭଳି କେତେକ ଚ୍ୟାନେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି, ତଥାପି ଟିଭିରେ ଘୃଣା ପ୍ରୋତ୍ସାହନକାରୀ ‘ଆଙ୍କୋର’ମାନେ ଅତ୍ୟନ୍ତ ସକ୍ରିୟ ହୋଇ ରହିବା ସରକାରଙ୍କ ତଥାକଥିତ କାର୍ଯ୍ୟାନୁଷ୍ଠାନକୁ ଅସାର ସାବ୍ୟସ୍ତ କରି ନ ଥାଏ କି? ଅବଶ୍ୟ, ସରକାରଙ୍କ ପକ୍ଷରୁ ଏହା ମଧୢ କୁହାଯାଇଛି ଯେ ସା˚ପ୍ରଦାୟିକ ଘୃଣାର ପ୍ରସାରଣକାରୀଙ୍କୁ ମୂଳରୁ ରୋକିବା ଉଦ୍ଦେଶ୍ୟରେ ଭାରତୀୟ ପିଙ୍ଗଳ କୋଡ୍‌ରେ କେତେକ ପରିବର୍ତ୍ତନ ଘଟାଇବାର ପ୍ରକରଣ ଆରମ୍ଭ ହୋଇଛି। କିନ୍ତୁ, ଏଭଳି ସ୍ଥିତିରେ କେବଳ ଆଶା କରିବାର କଥା କି ଏହି ସରକାରୀ ପଦକ୍ଷେପମାନ ଯଥାଶୀଘ୍ର ବାସ୍ତବାୟିତ ହେବେ। କାରଣ ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଡି. ଵାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ଖଣ୍ତପୀଠ ସେହି ୧୩ ତାରିଖ ଦିନ ଯେଉଁ କ୍ଷୋଭ ଓ ଉଦ୍‌ବେଗ ପ୍ରକାଶ କରିଛନ୍ତି ତାହା ଏଭଳି ସ୍ପର୍ଶକାତର ଘଟଣାରେ ସରକାରୀ ପଦକ୍ଷେପର ମନ୍ଥରତାକୁ କେନ୍ଦ୍ର କରି; କାରଣ ଏକ ମାମଲାର ବିଚାର ପ୍ରକ୍ରିୟାରେ ଖଣ୍ତପୀଠ ଜାଣିବାକୁ ପାଇଛନ୍ତି ଯେ ୨୦୨୧ ଡିସେମ୍ବର ୧୯ରେ ଦିଲ୍ଲୀରେ ଆୟୋଜିତ ଏକ ସଭାରେ ତୀବ୍ର ଘୃଣା ବ୍ୟ˚ଜକ ଭାଷଣ ସତ୍ତ୍ବେ ପୁଲିସ ଦ୍ବାରା ଏଫ୍‌.ଆଇ.ଆର‌୍‌ ଦାଖଲ କରିବାକୁ ଲାଗିଯାଇଥିଲା ପାଞ୍ଚ ମାସ (୨୦୨୨, ମେ ମାସ) ଏବ˚ ତା’ର ଆଠ ମାସ ପରେ ସୁଦ୍ଧା ତଦନ୍ତରେ ବିଶେଷ ଅଗ୍ରଗତି ହୋଇନାହିଁ। ଏଠାରେ କହିବା ଅନାବଶ୍ୟକ ଯେ ସରକାରଙ୍କ ଉଦାସୀନତା ହିଁ ବିଭାଜନ ସୃଷ୍ଟିର ଏଭଳି ଧାରାକୁ ପ୍ରଗାଢ଼ କରିବାରେ ଲାଗିଛି।

ଏ ସ˚ଦର୍ଭରେ ଆଲୋଚନା କଲା ବେଳେ ଏକ ପ୍ରାଚୀନ ବୈଦିକ କାହାଣୀ ସ୍ମରଣକୁ ଆସିଥାଏ, ଯାହା ଏହିପରି: ଏକ ବାଜ ପକ୍ଷୀ ଦ୍ବାରା ଆକାଶ ମାର୍ଗରେ ନିଆଯାଉଥିବା ମୃତ ସର୍ପର ଗରଳ ପଡ଼ି ଅଗତ୍ୟା ସମସ୍ତଙ୍କ ଅଲକ୍ଷ୍ୟରେ ତଳେ ଥିବା ଖାଦ୍ୟ ବିଷାକ୍ତ ହୋଇଯାଏ। ଏଣେ, ସେ ସ˚ପର୍କରେ ସ˚ପୂର୍ଣ୍ଣ ଅଜ୍ଞ ରାଜା ସେହି ଖାଦ୍ୟକୁ ଜଣେ ବ୍ରାହ୍ମଣଙ୍କୁ ପରଷି ତାଙ୍କର ମୃତ୍ୟୁର କାରଣ ହୁଅନ୍ତି। ତେବେ, ଏଭଳି ଏକ ବିଡ଼ମ୍ବିତ ସ୍ଥିତିରେ ବ୍ରହ୍ମ-ହତ୍ୟାର ପାତକ କାହା ମୁଣ୍ତରେ ଲାଗି ପାରେନାହିଁ, କାରଣ ଏ ବ୍ୟାପାରରେ ସ˚ପୃକ୍ତ ତିନି ଚରିତ୍ର- ବାଜ ପକ୍ଷୀ, ମୃତ ସର୍ପ ଏବ˚ ରାଜା- ସମସ୍ତେ ଥିଲେ ସ˚ପୂର୍ଣ୍ଣ ଅଜ୍ଞ ତଥା ନିରୀହ। କିନ୍ତୁ କିଛି କାଳ ପରେ ବ୍ରହ୍ମ-ହତ୍ୟାର ପାତକ ମୁଣ୍ତାଇବା ସକାଶେ ଜଣେ ବୃଦ୍ଧାର ଆବିର୍ଭାବ ଘଟେ, ଯିଏ ରାଜଉଆସର ବାଟ ଖୋଜୁଥିବା କିଛି ବହିରାଗତ ବ୍ରାହ୍ମଣଙ୍କୁ ବାଟ ବତାଉ ବତାଉ କହି ପକାଏ ‘ଓହୋ, ସେଇ ରାଜା ତ, ଯିଏ ଖାଦ୍ୟରେ ବିଷ ମିଶାଇ ବ୍ରାହ୍ମଣଙ୍କୁ ହତ୍ୟା କରିଥିଲା!’ ଏହି ସୁପ୍ରାଚୀନ ଗଳ୍ପରେ ଅହେତୁକ ଭାବେ ମିଥ୍ୟା ଓ କୁତ୍ସା ରଟନା କରିଥିବା ବୃଦ୍ଧା ଠାରେ ଆଜିର କେତେକ ‘ଆଙ୍କୋର’ଙ୍କୁ ଦେଖିହୁଏ କି? କୌଣସି ସା˚ପ୍ରଦାୟକ ଅଘଟଣ କାଳରେ ସେମାନେ ସେହି ବୃଦ୍ଧା ତୁଲ୍ୟ ସମସ୍ତ ପାପର ବୋଝ ମୁଣ୍ତାଇବେ ନାହିଁ କି?